Posts

Showing posts from 2019

ବ୍ରେକ୍ ଅପ୍

Image
ଗତକାଲି ରାତିର କଥା । ଗର୍ଲ ଫ୍ରେଣ୍ଡ ସହ ଝଗଡା ହେବା ପରେ ମୁଁ ମୋ ଆଡୁ ବ୍ରେକ୍ ଅପ୍ କରିଦେଲି । ଆଖିରେ ଦୁଃଖ ଓ ମନରେ କୋହ । ସମ୍ଭାଳି ନପାରି ଶୋଇବାକୁ ଗଲି । କିନ୍ତୁ ନିଦ ମହାରାଜ ସେଦିନ ହୁଏତ ଆସିବାକୁ ମନା କରିଦେଇଥିଲେ ଆସିବା ପାଇଁ । ରାତିସାରା ଗର୍ଲ ଫ୍ରେଣ୍ଡର ଭାବନାରେ । ନିଦ ନହେବାକୁ ତାର ଚେହେରା ବାରମ୍ବାର ପ୍ରତିଫଳିତ ହେଉଥାଏ ମୋ ଆଖି ଆଗରେ । ତା ’ରି  କଥା ମନେପକାଇ ପକାଇ ରାତି ପାହିବା ବେଳକୁ ଆଖିରେ ନିଦ ଆସିଲା । ଆଉ ନିଦ ଲାଗିବା ପରେ ପରେ ତୃତୀୟ ନୟନରେ ଦୃଶ୍ୟମାନ ହୋଇଛି ସେ...ମାନେ ମୋ ଗର୍ଲ ଫ୍ରେଣ୍ଡ୍ । ମୁଁ ମୋ ଗର୍ଲଫ୍ରେଣ୍ଡ୍ ସହ ମାମୁ ଘରକୁ ଯାଉଛୁ । ବାଟରେ କିଛି ଅଜଣା ଯୁବକ ଆମକୁ ଆକ୍ରମଣ କଲେ । କିନ୍ତୁ ଆକ୍ରମଣରେ ମୋର ଯେତେକି କ୍ଷତି ନହେଲା ଅଧିକ କ୍ଷତି ହେଲା ମୋ ଗର୍ଲ ଫ୍ରେଣ୍ଡର   । ଅଚେତ ଅବସ୍ଥାରେ ତାକୁ ମାମୁ ଘରକୁ ଆଣି ଡାକ୍ତରଙ୍କୁ ଡାକାଇଲୁ   । ମୁଁ ବ୍ୟସ୍ତ ବିବ୍ରତ ଥାଏ । ମୋ ଆଖିରୁ ଲୁହ ବାହାରିବା ଭିତରେ ଜଣେ କେହି କହିଲେ ମାମା(ଜିଏଫ) ଆଉ ନାହିଁ । ଏହି କଥା ଶୁଣିବା ପରେ ମନରେ ଥିବା କୋହ ଓ   ଯନ୍ତ୍ରଣାକୁ ସମ୍ବରଣ କରି ନପାରି ଭେଁ ଭେଁ କାନ୍ଦି ପକାଇଲି । ଆଖିରୁ ଅନର୍ଗଳ ଧାର୍ ଧାର୍ ଲୁହ ବୋହି ଚାଲୁଥାଏ । ମାମୁ, ମାଇଁ, ପଡୋଶୀ, ବାପା ଏବଂ ମମି ମୋ କାନ୍ଦବୋବାଳି ଦେଖି ସ୍ତବ୍ଧ ।   ଏହି ସମୟରେ ମୋର ମନକୁ ଏକ ଭାବନା ଆସିଲା ଯେ ମାମା...