Posts

Showing posts from February, 2026

Blog no 55 ଗହଣା କାହା ପାଇଁ ?

Image
  ସମୟ ୨୦୧୭ ମସିହା ଏପ୍ରିଲ ମାସର ଏକ ଖରାଟିଆ ଦ୍ୱିପ୍ରହର । କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ନୂଆ ପିଜି ହଷ୍ଟେଲରୁ ବିଦାୟ ନେବାର ସମୟ ଆସିଯାଇଥିଲା । ମୋର ଜିନିଷପତ୍ର ଧରି ମୁଁ ଭୁବନେଶ୍ୱର ସିଫ୍ଟ ହେଉଥାଏ । ସାଙ୍ଗରେ ଥାଏ ଏକ ଅଟୋ , ଯାହାର ଚାଳକ ଜଣକ କେବଳ ଜଣେ ଅଟୋ ବାଲା ନୁହଁନ୍ତି , ବରଂ ରେଭେନ୍ସାର ଜଣେ ପୁରୁଣା କର୍ମଚାରୀ ମଧ୍ୟ । କଟକରୁ ଭୁବନେଶ୍ୱରର ସେହି ରାସ୍ତାରେ ଅଟୋ ଚାଲିଥାଏ । ଆଉ ଚାଲିଥାଏ ଘଣ୍ଟାର ପେଣ୍ଡୁଲମ ଭଳି ତାଙ୍କ ଜୀବନର କିଛି ଅକୁହା କଥା । ବାଟରେ ଏକ କଥା ପ୍ରସଙ୍ଗରେ ସେ କହିଲେ , " ଆଜ୍ଞା ! ଆଜି ମୋ ପାଖରେ ଯାହା କିଛି ଅଛି , ସେ ସବୁ ପଛରେ ଗୋଟିଏ ସାଧାରଣ ସ୍ତ୍ରୀ ଲୋକର ଅସାଧାରଣ ତ୍ୟାଗ ଅଛି । ଗୋଟେ ସମୟ ଥିଲା , ଯେତେବେଳେ ଘରର ଚୁଲି ଜଳିବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା । ପିଲାଙ୍କ ସ୍କୁଲ ଫିସ୍ ଦେବାକୁ ପଇସା ନଥିଲା। ଦୁନିଆ ଆଖିରେ ମୁଁ ଜଣେ ହାରିଯାଇଥିବା ମଣିଷ ଥିଲି । କିନ୍ତୁ ସେହି ସମୟରେ ମୋର ସଞ୍ଜିବନୀ ଥିଲେ ମୋର ଧର୍ମପତ୍ନୀ । ପାଖକୁ ଆସି ବାହାଘର ବେଳର ଶେଷ ସମ୍ବଳ ସୁନା ଚେନ୍ ଓ ମୁଦି କାଢ଼ି ମୋ ହାତରେ ଟେକିଦେଲେ ଆଉ କହିଲେ , ସ୍ତ୍ରୀର ପ୍ରକୃତ ଗହଣା ସୁନା ନୁହେଁ , ସ୍ୱାମୀର ସମ୍ମାନ ଏବଂ ପିଲାଙ୍କ ଭବିଷ୍ୟତ । ସେହିଦିନ ସେଇ ସୁନା ଟିକକ ମୋ ପାଇଁ କେବଳ ଧାତୁ ନଥିଲା , ତାହା ଥିଲା ଏକ ବରଦାନ । ସେହି ସୁନା କାରଣରୁ ଆଜି ମୁଁ ସଫଳ ହୋଇଛି । ସୁନା ବନ୍ଧକ ସୁଝିବା ସ...