ଲାଭ ବାଲା ଆଇସକ୍ରିମ୍
ସେ ଦିନ ଥାଏ ରବିବାର । ଖରାର ସ୍ପର୍ଶ ପଡିଥାଏ ଟ୍ରେନର ଝରକା ପାଖ ସିଟରେ । ମୁଁ ବି ସମାଜ ପେପର ପଢୁଥାଏ । ସୀମାରେ ଗୁଳି , ପଡିଆରେ ମେଳି । ଆଇସକ୍ରିମ୍ , ଆଇସକ୍ରିମ୍.... ହଠାତ୍ ମୋ ନଜର ପଡିଲା ଆଇସକ୍ରିମ୍ ବିକାଳୀ ଉପରେ । ଚନ୍ଦା ଲୋକ , ବୟସ ସେଇ ଦେଖିଲା ଭଳି 40 ହବନା କଣ! ମୋ ଡହାଣ ପାର୍ଶ୍ୱରେ ଜଣେ ଦମ୍ପତ୍ତି ଏବଂ ତାଙ୍କ ଛୋଟ ଝିଅ ବସିଥାନ୍ତି । ହଠାତ୍ ତାଙ୍କ ଝିଅଟି କହିଲା ଆଇସକ୍ରିମ ୍ ଖାଇବ ବୋଲି । ତା ' ପରେ ଝିଅର ଆଖିକୁ ଚାହିଁ ଆଇସକ୍ରିମ୍ ବିକାଳୀକୁ କହିଲେ ," କୋଉ ଆଇସକ୍ରିମ ହେବ" । ଅରେଞ୍ଜ ଆଇସକ୍ରିମ୍ କେବଳ ହେବ ବୋଲି କହିଲା ବିକାଳୀଟି । ହଉ 2ଟା ଦେବ , ବାପା କହିଲେ । ଏହା ଶୁଣି ତାଙ୍କ ସ୍ତ୍ରୀ କହିଲେ ତମେ ଖାଇବନି କି ? ତା ପରେ ବାପା କହିଲେ ହଁ ମୁଁ ଖାଇବି ବୋଲି ତ 2ଟା ଆଣୁଛି ନହେଲେ ଗୋଟେ ଆଣିଥାନ୍ତି । ତା ' ପରେ ତାଙ୍କ ସ୍ତ୍ରୀ ଏତିକିରେ ଆମ୍ବିଳା ମୁହଁ କରିକି ଝରକାକୁ ଘୁଞ୍ଚିକି ବସିଲେ । ତା ପରେ ବିକାଳୀ 2ଟି ଆଇସକ୍ରିମ୍ ବାପାଙ୍କ ହାତକୁ ଧରେଇ ଦେଇ କହିଲା 20 ଟଙ୍କା । ବାପା ଏହା ପରେ ଗୋଟେ ଆଇସକ୍ରିମ୍ ଝିଅକୁ ଓ ଅନ୍ୟଟି ଧରେଇଦେଲେ ତାଙ୍କ ସ୍ତ୍ରୀ ଅର୍ଥାତ ଝିଅର ମାଆକୁ । ଆଇସକ୍ରିମଟି ହାତରୁ ନେଇ ଝିଅ ଆଉ ମାଆ ଖାଇବାକୁ ଲାଗିଲେ କିନ୍ତୁ ମାଆଙ୍କ ସେହି ପୂର୍ବ ହସ ଫେରିଆସିଥିଲା । ଏହା ପରେ ଝିଅ ପକେଇଥିବା ଆଇସକ୍ରିମ୍ ପ୍ୟାକେଟକୁ ତଳୁ ଗୋଟାଇ କିଛ...