Posts

Showing posts from February, 2024

ଓଡ଼ିଆ ଖାଦ୍ୟ : ସଚେତନତାରୁ ଅଧୁନା ମାନସିକତା

Image
https://www.instagram.com/smrutisreee/p/CqnEFpZrkRG/ ସଂସ୍କାର ଓ ସମ୍ମାନରେ ପରିପୂର୍ଣ୍ଣ ଓଡ଼ିଆ । ରହିଯାଇଥିବା ବଳକା ଖାଦ୍ୟକୁ ଆଉ ଏକ ନୂତନ ରୂପ ଦେଇ ସମାଜକୁ ଖାଦ୍ୟ ନଷ୍ଟ ନ କରିବା ଭଳି ମହତ ବାର୍ତ୍ତା ଦେଇଅଛି ଓଡ଼ିଶା । ଘରେ ରହିଯାଉଥିବା ବିରି ବରାରେ ପାଣି ପକାଇ ତାକୁ ବତୁରାଇବା ପରେ ହୁଏତ ଆମେ ଦହି ପକାଇ   ‘ ଦହିବରା ’   ସୃଷ୍ଟି କରିଥିଲେ । ବଳକା ରନ୍ଧା ଭାତରେ ପାଣି ଦେଇ ଆମେ ଚାଇଁ ପଖାଳ , ସଜ ପଖାଳ ଏବଂ ବାସି ପଖାଳ ଭଳି ନୂତନ ବ୍ୟଞ୍ଜନ ସୃଷ୍ଟି କଲେ ଯାହା ଏବେ ଲୋକପ୍ରିୟତାର ଚୂଡାନ୍ତରେ କିମ୍ବା ପ୍ରସିଦ୍ଧ ସେଫ୍ ଓ ଶିଳ୍ପପତିଙ୍କ ସାମାଜିକ ଗଣମାଧ୍ୟମର ଆଲୋଚନାର ଶୀର୍ଷରେ କହିଲେ ଚଳେ । ହଳଦି ପତ୍ର ପିଠା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ବୋଲି ଖାଦ୍ୟ ବିଶେଷଜ୍ଞମାନେ ମତପ୍ରକାଶ କରିଥା ’ ନ୍ତି । ଦହିବରା ଭଳି ସମାନ ଉପାୟରେ ମଧ୍ୟ ନୟାଗଡ ମାଟିରୁ ଛେନାପୋଡର ସୃଷ୍ଟି । ଏହାର ଜନକ ସୁଦର୍ଶନ ସାହୁ ଥରେ ବଳିଥିବା କିଛି ଛେନା ସକାଳୁ ଖରାପ ହୋଇଯିବ ଭାବି ସେଥିରେ କିଛି ଚିନି ଓ କିଛି ଚାଉଳ ଚୁନା ମିଶାଇ ନିଆଁ ରଡରେ ପୋଡି ଦେଇଥିଲେ । ଏହାପରେ ତାହା ଏକ ପିଠା ଆକାରର ବା ଛେନାପୋଡ ପିଠାର ରୂପ ନେଇଥିଲା । ଏଥିରୁ ଆବିଷ୍କାର ହେଲା ଛେନାପୋଡ , ଯାହା ଦେଶବାସୀଙ୍କ ପ୍ରିୟ ।  https://x.com/sudarsansand/status/1108134005864427520 ଆମର ମସ୍ତିଷ୍କ ଓ ତାହା ସାଙ୍ଗରେ ବ...