ଓଡ଼ିଆ ଖାଦ୍ୟ : ସଚେତନତାରୁ ଅଧୁନା ମାନସିକତା

https://www.instagram.com/smrutisreee/p/CqnEFpZrkRG/


ସଂସ୍କାର ଓ ସମ୍ମାନରେ ପରିପୂର୍ଣ୍ଣ ଓଡ଼ିଆ । ରହିଯାଇଥିବା ବଳକା ଖାଦ୍ୟକୁ ଆଉ ଏକ ନୂତନ ରୂପ ଦେଇ ସମାଜକୁ ଖାଦ୍ୟ ନଷ୍ଟ ନ କରିବା ଭଳି ମହତ ବାର୍ତ୍ତା ଦେଇଅଛି ଓଡ଼ିଶା । ଘରେ ରହିଯାଉଥିବା ବିରି ବରାରେ ପାଣି ପକାଇ ତାକୁ ବତୁରାଇବା ପରେ ହୁଏତ ଆମେ ଦହି ପକାଇ ଦହିବରା ସୃଷ୍ଟି କରିଥିଲେ । ବଳକା ରନ୍ଧା ଭାତରେ ପାଣି ଦେଇ ଆମେ ଚାଇଁ ପଖାଳ, ସଜ ପଖାଳ ଏବଂ ବାସି ପଖାଳ ଭଳି ନୂତନ ବ୍ୟଞ୍ଜନ ସୃଷ୍ଟି କଲେ ଯାହା ଏବେ ଲୋକପ୍ରିୟତାର ଚୂଡାନ୍ତରେ କିମ୍ବା ପ୍ରସିଦ୍ଧ ସେଫ୍ ଓ ଶିଳ୍ପପତିଙ୍କ ସାମାଜିକ ଗଣମାଧ୍ୟମର ଆଲୋଚନାର ଶୀର୍ଷରେ କହିଲେ ଚଳେ । ହଳଦି ପତ୍ର ପିଠା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ବୋଲି ଖାଦ୍ୟ ବିଶେଷଜ୍ଞମାନେ ମତପ୍ରକାଶ କରିଥାନ୍ତି । ଦହିବରା ଭଳି ସମାନ ଉପାୟରେ ମଧ୍ୟ ନୟାଗଡ ମାଟିରୁ ଛେନାପୋଡର ସୃଷ୍ଟି । ଏହାର ଜନକ ସୁଦର୍ଶନ ସାହୁ ଥରେ ବଳିଥିବା କିଛି ଛେନା ସକାଳୁ ଖରାପ ହୋଇଯିବ ଭାବି ସେଥିରେ କିଛି ଚିନି ଓ କିଛି ଚାଉଳ ଚୁନା ମିଶାଇ ନିଆଁ ରଡରେ ପୋଡି ଦେଇଥିଲେ । ଏହାପରେ ତାହା ଏକ ପିଠା ଆକାରର ବା ଛେନାପୋଡ ପିଠାର ରୂପ ନେଇଥିଲା । ଏଥିରୁ ଆବିଷ୍କାର ହେଲା ଛେନାପୋଡ, ଯାହା ଦେଶବାସୀଙ୍କ ପ୍ରିୟ । 

https://x.com/sudarsansand/status/1108134005864427520

ଆମର ମସ୍ତିଷ୍କ ଓ ତାହା ସାଙ୍ଗରେ ବୁଦ୍ଧିର ବିକାଶ ନିମିତ୍ତ ଜୀବନିକା କେତେ ଦୂର ଆବଶ୍ୟକ ଓଡ଼ିଆ ଭଲ କରି ଜାଣିଥିଲା । ଅତୀତରେ କାଞ୍ଜି କରି ଜାତିକୁ ସୁସ୍ଥ ସବଳ ରଖିଥିଲା । ମାଣ୍ଡିଆର ଚାହିଦା ଏବେ ସାରା ଭାରତକୁ ସକରାତ୍ମକ ପ୍ରଭାବର କବଳିତ କରିଛି । ଓଡ଼ିଆ ସଂସ୍କୃତିର ମହାରାଜା ବା ଆରଧ୍ୟା ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ବି ଛପନଭୋଗୀ । ଐଶର୍ଯ୍ୟଶାଳୀ ସମ୍ରାଟଙ୍କ ପାଖରେ ଛପନ ଭୋଗ ହୁଏ । ଷାଠିଏ ପଉଟି ଭୋଗ ଲଗାଏ ତାଙ୍କ ପାଖରେ ଓଡ଼ିଆ ପୁଅ । ଦ୍ୱିତୀୟତଃ ଆମର ଖାଦ୍ୟ ପଦ୍ଧତି ଭାରତୀୟ ଖାଦ୍ୟ ପରମ୍ପରା ପରି ଏକାକାର ବା ସମସ୍ତଙ୍କୁ ଏକାଠି ହେବାକୁ କୁହେ । ଭାତ ସହ ଗୋଟିଏ ତିଅଣ ନ ହୋଇ ଏବେ ଚାରିରୁ ପାଞ୍ଚ ତିଅଣ ହେଲାଣି । ଭାତ, ତା’ ସାଙ୍ଗକୁ ଡାଲମା, ଯେଉଁଥିରେ ସବୁ ପରିବା ପଡିଥାଏ, ତରକାରୀ, ଭଜାକୁ ଚକଟା । ଏଭଳି ପ୍ରସ୍ତୁତ ତିଅଣ ଗୁଡିକ ସାମନତାର ବାର୍ତ୍ତା ଦେଉଅଛି ।

https://www.instagram.com/reel/CyUysciv7pR/?utm_source=ig_web_copy_link&igsh=MzRlODBiNWFlZA==

ଆଧୁନିକ ଓଡ଼ିଶା କଥାର ଖାଦ୍ୟପେୟ ଦେଖିଲେ, ଏବେ ଓଡ଼ିଶାରେ ମଟନ ତରକାରୀର ଚାହିଦା ବେଶ୍ ଅଧିକ । ମଟନର ଦର ଯେତେ ଥାଉ ନା କାହିଁକି ପ୍ରତ୍ୟେକ ସାଧାରଣ ଓଡିଆଙ୍କ ଘରେ ହେବାଟା ଥୟ । ଆଜିକାଲି ଫୁଡ୍ ବ୍ଲଗର ମାନେ ଯେଉଁଠାକୁ ବି ଗଲେ ମଟନର ପ୍ରସାର ହେବାଟା ଥୟ । ଓଡ଼ିଶାରେ ଯେମିତି କୁହନ୍ତି ୧୨ ମାସରେ ୧୩ ପର୍ବ । ସେହିପରି ଭାବରେ ରିଲ୍ସ, ଏକ୍ସ ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ଦେଖିଲେ ୧୨ ମାସରେ ୪୮ ମଟନ ପର୍ବ କହିବାଟା ଠିକ୍ ହେବ । ଚାକିରି କରିବ ପୋଲିସ, ମାଛ ଖାଇବ ଇଲିସିର ଜାଗା ପରିବର୍ତ୍ତନ ହୋଇଛି – “ମନ ଯଦି ଚାହୁଁଛି କିଛି ତେବେ ସବୁବେଳେ ଖାଆ ଭାତକୁ ଇଲିସି । ଏବେ ଗୋଳିଆ ପାଣିର କଙ୍କଡା ହେଉ ବା ପାମ୍ପଲେଟ୍ କିମ୍ବା ଆଉକିଛି ଏହି ଖାଦ୍ୟକୁ ଅନୁମେୟ କଲେ ଜଣା ପଡୁଛି ଯେ ଓଡ଼ିଶା ଆଜି ସମ୍ପନ୍ନ । ଓଡ଼ିଆ ଲୋକମାନଙ୍କ ଜୀବନଶୈଳୀ ଓ ଖାଦ୍ୟପେୟ ମଧ୍ୟ ବେଶ୍ ଆକର୍ଷଣୀୟ ଓ ଚିତ୍ତାକର୍ଷକ ।      

https://www.instagram.com/p/B99I4NaFi_6/


ତେବେ ଓଡ଼ିଶା ଯେ କେବଳ ଖାଦ୍ୟର ପୌଷ୍ଟିକତା ଓ ବୈଜ୍ଞାନିକ ଠାଣି ଜାଣିପାରିନଥିଲା ତାହା ନୁହେଁ । ଅତୀତରୁ ଆମର ଉତ୍କଳ ସୁପ୍ରସିଦ୍ଧ ଓ ସୁସମୃଦ୍ଧ ଥିଲା । ଏହି ବ୍ଲଗ୍ କିମ୍ବା ଆଲେଖ୍ୟରେ ଭକ୍ତକବି ମଧୁସୂଦନଙ୍କ ଏକ ଲେଖା ମନେ ପଡେ । ସେ ତାଙ୍କ ପ୍ରବନ୍ଧମାଳାରେ ଲେଖିଛନ୍ତି, ଆମ ଓଡ଼ିଆ ଲୋକମାନେ ବଙ୍ଗ ଓ କର୍ଣ୍ଣାଟ(ମାନ୍ଦ୍ରାଜ)ରେ ରାଜା ହୋଇଥିଲେ, ଆମ ସମ୍ରାଜ୍ୟ ଭାରତ ଡେଇଁ ବ୍ରହ୍ମ, ଜାଭା, ସୁମାତ୍ରା ଓ  ମାଳୟ ପ୍ରଭୁତି ଭୂଖଣ୍ଡ ବ୍ୟାପି ଯାଇଥିଲା, ଯଦି ଏହା କହିବ, ତେବେ ଲୋକେ କହିବେ ସ୍ୱପ୍ନ ଦେୁଖୁଛି । ଦିନ ଥିଲା ଓଡ଼ିଆ ବଙ୍ଗଦେଶରେ ରାଜତ୍ୱ କରୁଥିଲା । ମାତ୍ର ଏବେ ବଙ୍ଗ ଦେଶରେ ଅନେକ ସାଧାରଣ ଓଡ଼ିଆ ପୂଜାରୀ ଓ କିମ୍ବା ଛୋଟ ମିସ୍ତ୍ରିର କାମ କରୁଛନ୍ତି। ଓଡ଼ିଶା ଜଙ୍ଗଲରେ ଯେତେ ହାତୀ ମିଳୁଥିଲା ଅନ୍ୟଠାରେ ସେପରି ମିଳୁନଥିଲା । ଏହି ଇତିହାସ ଓଡ଼ିଆ ନୁହେଁ ବରଂ ଭାରତର ଅନ୍ୟଜାତିର ଲୋକମାନେ ଲେଖିଛନ୍ତି ।

ଏଠାରେ ମୋର କହିବାର ତାତ୍ପର୍ଯ୍ୟ ହେଉଛି ଓଡ଼ିଆ ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ ଖାଦ୍ୟ ପ୍ରକ୍ରିୟାରୁ ରାଜ୍ୟ ଶାସନ ପର୍ଯ୍ୟନ୍ତ ସବୁବେଳେ ନିଜର ସ୍ଥାନ ଆଗରେ ରଖିଆସିଛି । ମାତ୍ର ଏବେ ଦେଖିଲେ ଏଥିରେ ଭିନ୍ନ ପରିଲକ୍ଷିତ ହୋଇଥାଏ । ଆମର ଚାଲିଚଳଣୀ କେବଳ ପୂର୍ବ ଭାରତ ନୁହେଁ ବରଂ ଭାରତର ସବୁ ସ୍ଥାନ ସହ ଯୋଡୁଅଛି । ଆମେ ଓଡ଼ିଆ ଲୋକମାନେ ସବୁଠି ଖାପଖୁଆଇ ଚଳିପାରୁଛନ୍ତି । ମାତ୍ର ଯେଉଁ ରାଜ୍ୟର ସ୍ପନ୍ଦନରେ ଏତେ ଉତ୍କୃଷ୍ଟ କଳା ଓ ବୌଦ୍ଧିକ କ୍ଷମତା ଥିଲା, ସେ ରାଜ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ନିମ୍ନଗାମୀ କେମିତି ହେଲା ? ଏବେ ବି ସମସ୍ତେ ଗୁଜୁରାଟ ଓ ଅନ୍ୟ ରାଜ୍ୟ ଭଳି ନିଜ ସ୍ତରରେ ପ୍ରଚେଷ୍ଟା କିମ୍ବା ବ୍ୟବସାୟକୁ ନ ଆପଣାଇ କେବଳ ସରକାରୀ ପଛରେ ରହିବାର ଅନୁଚିନ୍ତା କଣ ହୋଇପାରେ ? ଓଡ଼ିଆ ଖାଦ୍ୟକୁ ଭୁଲିଯାଇ ଆଧୁନିକ ଖାଦ୍ୟରେ ବିମୋହିତ ବିଲକ୍ଷଣ ନୁହେଁ କି ?

ସତ୍ୟଜିତ୍ ସାମଲ

Comments