ଓଡ଼ିଶାର ସିନେ ଶିଳ୍ପକୁ ନେଇ ବିବାଦ ...
ଓଡ଼ିଶାର ସିନେ ଶିଳ୍ପକୁ ନେଇ ଚାଲିଥିବା ପ୍ରତିଦ୍ୱନ୍ଦିତା ଜଣେ ଓଡ଼ିଆ ଭାବରେ ଦୁଃଖ ଲାଗିବ ନିଶ୍ଚୟ । କିନ୍ତୁ ବର୍ତ୍ତମାନ ସମୟରେ ସେଭଳି ବିଷୟକୁ ଯେତେ ଚର୍ଚ୍ଚା କରିବ ସେତେ ଖୁଣ ବାହାରିବ । ଅର୍ଥାତ୍ ପ୍ରସଙ୍ଗଟି ଥମିବା ପରିବର୍ତ୍ତେ ଆହୁରି ବଡ ହୋଇ ଚାଲିବ । ଆଜିକାଲି ଆନ୍ଦୋଳନ ତ ଆନ୍ଦୋଳନ ହୋଇ ରହିନାହିଁ ବରଂ ଡ୍ରାମାରେ ପରିଣତ ହୋଇଗଲାଣି । ଅବଶ୍ୟ ଅନେକ ସଙ୍କୁନି ଅଛନ୍ତି , ଏହି ଆନ୍ଦୋଳନକୁ ତେଜିବାରେ । ମୁଁ ଜଣେ ନବେ ଦଶକର ସିନେ ପ୍ରେମୀ । ଆମେ ଯେଭଳି ଭାବରେ ଓଡ଼ିଆ ଚଳଚ୍ଚିତ୍ରକୁ ଦେଖିଆସୁଛୁ , ଏବେ ସେ ସବୁ ଶୂନ୍ୟ ପ୍ରାୟ । ବ୍ୟବସାୟ ଓ ନିଜର ଦବଦବା ରଖିବା ପାଇଁ ସବୁ କିଛି । ଆଜିକାଲିର କିଛିଟା ବଡ ବଡ ଅଭିନେତାଙ୍କ ମଧ୍ୟରେ ଶାଳିନତା ବି ଟିକେ ନାହିଁ । କିନ୍ତୁ ମୋ ମତରେ ଏ ସବୁ ସିନେ ବିଷୟକୁ ଆମେ ଚୋର୍ଚ୍ଚାର ଖୋରାକ୍ ଯୋଗାଇବା ପରିବର୍ତ୍ତେ ନଟିଆ ଭଳି ଶିଶୁ କାହାଣୀକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ଅଛି । ନଟିଆକୁ କେବଳ ଶିଶୁମାନେ ନୁହେଁ ବରଂ ଅନେକ ଯୁବ ବୟସର ପିଲାମାନେ ଦେଖିବାର ମୁଁ ଦେଖିଛି । ତେଣୁ ସେଭଳି ହାସ୍ୟ ଓ ସଚେତନଧର୍ମୀ କାହାଣୀକୁ ପ୍ରୋତ୍ସାହନ ଦିଆଗଲେ ଅନ୍ତତଃ ଆମର ମନୋରଞ୍ଜନ ଜଗତ ଚରିତାର୍ଥ ହେବା ଭଳି ଲାଗିବ । ସିନେ ଶିଳ୍ପ ଦର୍ପଣ ସଦୃଶ । ଏଥିରେ ମଳିନତା ନ ଆସୁ । ଧନ୍ୟବାଦ - ସତ୍ୟଜିତ ସାମଲ