‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’
-ବିଶ୍ୱ ପର୍ଯ୍ୟଟନ ଦିବସରେ ବିଶେଷ ଉପସ୍ଥାପନା- ଓଡ଼ିଶାର କଳା ଓ ଭାସ୍କର୍ଯ୍ୟର ସ୍ୱର୍ଗ ରଘୁରାଜପୁର ଗୃହର ପ୍ରଥମ ପ୍ରବେଶ ଦ୍ୱାରରୁ ମନମୋହକ ଚିତ୍ର । ଅନ୍ୟ ଘର ପରି ପାଦ ଧୋଇ ନୁହେଁ ବରଂ ସୃଜନାତ୍ମକ କଳାର ଦୃଶ୍ୟପଟ୍ଟରେ ଅତିଥିଙ୍କୁ ହୁଏ ସ୍ୱାଗତ । ସାଧାରଣ ସଫା , ଚୌକି ପରିବର୍ତ୍ତେ ‘ ଆ ’ ଏବଂ ‘ ର ’ ସମାହାରରେ କରାଯାଏ ଆମନ୍ତ୍ରଣ । ‘ ଆ ’ ରେ ଆସନ୍ତୁ ଏବଂ ‘ ର ’ ରେ ରଙ୍ଗର ଚାରୁସୌନ୍ଦର୍ଯ୍ୟକୁ ଅନୁଭବ କରନ୍ତୁ । ନାନାଙ୍କନ ଚିତ୍ରକଳା , ଚିତ୍ରବିଚିତ୍ର । ସେ ପୁଣି ରାମାୟଣ , ମହାଭାରତ , କୃଷ୍ଣଲୀଳା । ସ୍ୱର୍ଗର ସୌନ୍ଦର୍ଯ୍ୟରେ ଶୂନ୍ୟତାର ଆକାଶବାଣୀରେ ଥିଲା ଗାଁଟି । ନା ’ ଟି ହେଲା ରଘୁରାଜପୁର । କଳା ଓ ଭାସ୍କର୍ଯ୍ୟର ସ୍ୱର୍ଗ ରଘୁରାଜପୁର । ରଘୁରାଜପୁରର ପଟ୍ଟଚିତ୍ର ଏକ ଅନନ୍ୟ ଚିତ୍ରକଳାର ବୈଶିଷ୍ଟ୍ୟ । ଯେଉଁ ଗ୍ରାମର ମାଟି ମହନୀୟ ହୋଇଛି ଓଡ଼ିଶୀ ନୃତ୍ୟଗୁରୁ ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ର ଏବଂ ଗୋଟିପୁଅ ନୃତ୍ୟଗୁରୁ ପଦ୍ମଶ୍ରୀ ମାରୁଣିଚରଣ ଦାସଙ୍କ ପରି ବିଶ୍ୱବିଖ୍ୟାତଙ୍କ ପ୍ରତିଭାରେ । ପୃଥିବୀ ପ୍ରସିଦ୍ଧ ଏହି ଗ୍ରାମରେ ନିଜକୁ ଲୀନ କରିବା ଥିଲା ମୋ ପାଇଁ ଅନନ୍ୟ ଅନୁଭୂତି । Credit - https://x.com/AboutIndia/status/908632226404823040 ଗ୍ରାମରେ ପ୍ରବେଶ ପୂର୍ବରୁ ଦୁଇ ପାର୍ଶ୍ୱରେ ପଡେ ନଦୀ...