Posts

Showing posts from 2024

Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’

Image
  ମୁଁ ଚକୁଳେଶ୍ୱର ଯିବି , କିନ୍ତୁ ସେଠି ମୋର ନାମ କ ’ ଣ କହିବି । କୁନୁ ? ନା କୁନୁ ନୁହେଁ , ସତ୍ୟଜିତ୍ କହିବୁ । ଏତେ ଭଲ ନାଁଟା କୁନୁ କାହିଁକି କହିବୁ । ୨୦୧୦ ମସିହାରେ ଚକୁଳେଶ୍ୱର ମା ’ ସରସ୍ୱତୀ କୋଚିଂ ସେଣ୍ଟର ଯିବା ପୂର୍ବରୁ ବାପାଙ୍କ ସହ ମତ ବିନିମୟ ବେଳେ ଏହି କଥା କହିଥିଲେ ସେ । ସତ କଥା । ଯଦି ଆଜି ସେହି ସତ୍ୟଜିତ୍ ଏକ କ୍ଷୁଦ୍ର ପରିଚୟଟିଏ ପାଇଛି ତେବେ ସେହି କୋଚିଂ ସେଣ୍ଟର ପାଇଁ । ଷ୍ଟ୍ରଗଲ୍ ସମୟରେ ଭୁଲି ଯାଇଥିଲି କିନ୍ତୁ ଏବେ ବହୁତ ମନେ ପଡେ । କେତେ ସୁନ୍ଦର ଥିଲା ସେ ଦିନ ।  ସବୁ ବନ୍ଧୁମାନେ ନିଜର ପରି ମନେହୁଅନ୍ତି । ହୁଏତ ନିଜ ସ୍କୁଲରେ ପଢିବା ସମୟରେ ସେହି ଭଲପାଇବା ମିଳିନି । ସେ ସମୟର ଏହି କଥା ସବୁ ଭାବୁ ଭାବୁ ଦୁଇ ମାସ ତଳୁ ଯୋଜନା ହୋଇଥିବା ଦିନଟି ପହଞ୍ଚିଗଲା । ଅର୍ଥାତ୍ ଡିସେମ୍ବର ୧୫ । ଜୀବନରେ ଅଧା ଫର୍ଦ୍ଦ ସରିବା ପରେ ଆଉ ଗୋଟିଏ ଅଧା ଫର୍ଦ୍ଦ ପରି ଦିନଟିଏ । ଏହି ଦିନରେ କ୍ଷଣିକ ମୁହୂର୍ତ୍ତ ବି ମୁଁ ଅପଚୟ କରିବାକୁ ଚାହୁଁନଥିଲି ।       ପାହାନ୍ତିଆ ସକାଳେ ଶୀତ ବସ୍ତ୍ର ପିନ୍ଧି ବାହାରି ପଡିଲି କୁଶପାଙ୍ଗୀ । ଅନେକ କାମ ଅଛି । ଗ୍ରାମରେ ପ୍ରବେଶ କରୁ କରୁ ଦେଖା ହୁଏ ଦିଲ୍ଲୀପ ଏବଂ କିଛି ସମୟ ପରେ କୁଶପାଙ୍ଗୀ ହାଇସ୍କୁଲରେ ଦେଖା ହୋଇଯାଏ ସିପୁନା । ଚକୁଳେଶ୍ୱରର ନଗେଶ ବାଇକରେ ଆସି ସେଠାରେ ପହଞ୍ଚେ । ଗୁମା ଫୋନ୍ କରି ମୋତେ କୁହେ କି ମୁ...

Blog No - 48 : ସୁଆଣ୍ଡୋରୁ ଜାତିର ଚରିତ୍ର, ସେବାର ମୂର୍ତ୍ତିମନ୍ତ ମହାନାୟକ

Image
( ଉତ୍କଳମଣି  ପଣ୍ଡିତ  ଗୋପବନ୍ଧୁ ଦାସଙ୍କ ପୁଣ୍ୟ ଜୟନ୍ତୀ ଅବସରରେ)   ଶିକ୍ଷା, ସମାଜସେବା, ଓଡ଼ିଆ ଭାଷା, ସାହିତ୍ୟ, ସାମ୍ବାଦିକତା ଓ ରାଜନୀତି । ଜଣେ ଦୂରଦର୍ଶୀ ବ୍ୟକ୍ତି । ଏହି ସବୁ କ୍ଷେତ୍ରରେ ରହିଛି ସର୍ବୋତ୍ତମ ପାରଦର୍ଶିତା । ସ୍ୱାଧୀନତା ପୂର୍ବ ଭାରତର ଅନନ୍ୟ ଚେହେରା । ଓଡ଼ିଶା ଗଠନର ଅନ୍ୟତମ ବିନ୍ଧାଣୀ । ତ୍ୟାଗ ଓ ସେବାର ମୂର୍ତ୍ତିମନ୍ତ ଚେହେରା । ନାମରେ ବି ବନ୍ଧୁ । ପୂରଣ କଲେ ହେଉଛି ଗୋପବନ୍ଧୁ । ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶା ଇତିହାସର ପୃଷ୍ଠାରେ ହୁଅନ୍ତି ମହାନାୟକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ।  ପୂଣ୍ୟାତ୍ମାଙ୍କ  ଜନ୍ମପୀଠ  ସତ୍ୟବାଦୀ ସୁଆଣ୍ଡୋ ଗ୍ରାମରେ । ୦୯.୧୦.୧୮୭୭ରେ ଆବିର୍ଭାବ ଏବଂ ୧୭.୦୬.୧୯୨୮ରେ ହୁଏ ତାଙ୍କର ତିରୋଧାନ । କେବଳ ଜଣେ ବ୍ୟକ୍ତି ନୁହେଁ, ଥିଲେ ଜଣେ ଅନୁଷ୍ଠାନ । ଗୋପବନ୍ଧୁଙ୍କ ପରି ଜଣେ ବିରଳ ମହାପୁରୁଷଙ୍କ ଜୀବନକାହାଣୀ ନା କଲମ ମୁନରେ ଲେଖାଯାଇପାରିବ, ନା ବହିର ପୃଷ୍ଠାରେ ବର୍ଣ୍ଣନା କରିହେବ । ତାଙ୍କର ତ୍ୟାଗ , ବିଚାରକୁ ତୁଳନା କରିବା ଅସମ୍ଭବ । ହୁଏତଃ ଏଥିପାଇଁ ତାଙ୍କର ଜନ୍ମସ୍ଥାନ ସୁଆଣ୍ଡୋ ସ୍ଥିତ ଷଠିଘର ଏବଂ ଗୋପବନ୍ଧୁ ସଂଗ୍ରହାଳୟରେ କେବଳ ଛବି, ପ୍ଲାଷ୍ଟିକ୍ ଓ କାଚ ପ୍ଲେଟରେ ସୀମିତ ଶବ୍ଦରେ ଉଲ୍ଲେଖ କରାଯାଇଛି । ଷଠିଘର ସାମ୍ନାରେ ଅଛି ଗୋଟିଏ ବରଗଛ ଏବଂ ଦୈନିକ ଖବରକାଗଜ 'ସମାଜ'ରେ ପରିପୂର୍ଣ୍ଣ ଏକ ଷ୍ଟାଣ୍ଡଟିଏ । ଗ୍ରା...

Blog No -47: ସାଧନା ଓ ସଂଗ୍ରାମରୁ ଦେବୀ, ପର୍ବତ ମଝିରେ ଦୁଇ ଭଉଣୀ

Image
(ନବରାତ୍ରି ଉପଲକ୍ଷେ) କୁହାଯାଏ ମନୁଷ୍ୟ କର୍ମରୁ ମହାନ ହୁଏ ଏବଂ ସାଧନାରୁ ଇଶ୍ୱର । ଏହିପରି ଭାବରେ ଉଦାହରଣ ହୋଇଛନ୍ତି ଦୁଇ ଭଉଣୀ । ବରୁଣେଇ ଓ କରୁଣେଇ । ଇଂରେଜ ସରକାରଙ୍କ ବିରୁଦ୍ଧରେ ଅସ୍ତ୍ର ଉଠାନ୍ତି ଏବଂ ସେମାନଙ୍କୁ ହତ୍ୟା କରନ୍ତି । ପରବର୍ତ୍ତୀ ସମୟରେ ପୂଜିତ ହୁଅନ୍ତି ଐତିହାସିକ ପାଇକ ମାଟି ଖୋର୍ଦ୍ଧା ଗଡ଼ର ପାଦଦେଶରେ । ନାଁଟି ହେଉଛି ବରୁଣେଇ ପୀଠ । ସବୁଜ ବଳୟ ଏବଂ ପର୍ବତର ମଝି ଭାଗରେ ଅବସ୍ଥାପିତ ହୋଇଛି ମନ୍ଦିରଟି । ଏପରି ଏକ ସ୍ଥାନ, ଯାହାର ପ୍ରମୁଖ ଆକର୍ଷଣ ପ୍ରକୃତି ଓ ସୁନ୍ଦର ଶୀତଳ ପରିବେଶ ।  ଏକ ରବିବାର ଅନିର୍ଦ୍ଧାରିତ ପ୍ରାକ୍ ଯୋଜନାରେ ନବରାତ୍ରିର ପବିତ୍ର ଅବସରରେ ବିନା କୌଣସି ଦ୍ୱିଧାରେ ପହଞ୍ଚିଗଲି ଶକ୍ତିପୀଠ ବରୁଣେଇର ମୁଖ୍ୟ ରାସ୍ତାରେ । ସେଠାରୁ ପ୍ରାୟ ୨ କିମି ସିଧା ରାସ୍ତାରେ ପଡେ ମନ୍ଦିରଟି । ମୁଖ୍ୟ ରାସ୍ତାରେ ଆଗମନ କଲାବେଳେ ପର୍ବତଟି ଗଗନକୁ ସ୍ପର୍ଶ କରୁଥିବା ମନରେ ଅନୁଭବ ହେବ ନିଶ୍ଚୟ । ପୁରାତନ ଏବଂ ପାଇକ ବିଦ୍ରୋହର ଇତିହାସକୁ ବାଖ୍ୟା କରୁଥିବା ମନ୍ଦିରଟି ଫେରି ପାଇଛି ପୁରାତନ ସୌନ୍ଦର୍ଯ୍ୟ । ପରିବେଶଟି ଖୁବ ମନୋରମ । ନିଜକୁ ହଜାଇ ଦେବା ଭଳି ସ୍ଥାନଟିଏ । ପ୍ରାୟ ୨୦୦ଟି ଷ୍ଟେପରେ କଳା ରଙ୍ଗର ମାର୍ବଲ ପାହାଚ ଚଢୁ ଚଢୁ ବାମ ପାର୍ଶ୍ୱରେ ପାଣିର କୂଳ କୂଳ ନାଦ କର୍ଣ୍ଣକୁ ସନ୍ତୋଷ ପ୍ରଦାନ କରିବ ଏବଂ ଆଗକୁ ଯିବା ପାଇଁ ବ୍ୟାକୁଳ କରାଇବ , ଯାହା ସ୍ୱର୍ଗ ଗଙ୍ଗା ନାମରେ ପ୍ରବା...

‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’

Image
-ବିଶ୍ୱ ପର୍ଯ୍ୟଟନ ଦିବସରେ ବିଶେଷ ଉପସ୍ଥାପନା- ଓଡ଼ିଶାର କଳା ଓ ଭାସ୍କର୍ଯ୍ୟର ସ୍ୱର୍ଗ ରଘୁରାଜପୁର   ଗୃହର ପ୍ରଥମ ପ୍ରବେଶ ଦ୍ୱାରରୁ ମନମୋହକ ଚିତ୍ର । ଅନ୍ୟ ଘର ପରି ପାଦ ଧୋଇ ନୁହେଁ ବରଂ ସୃଜନାତ୍ମକ କଳାର ଦୃଶ୍ୟପଟ୍ଟରେ ଅତିଥିଙ୍କୁ ହୁଏ ସ୍ୱାଗତ । ସାଧାରଣ ସଫା ,  ଚୌକି ପରିବର୍ତ୍ତେ  ‘ ଆ ’  ଏବଂ  ‘ ର ’  ସମାହାରରେ କରାଯାଏ ଆମନ୍ତ୍ରଣ ।  ‘ ଆ ’ ରେ ଆସନ୍ତୁ ଏବଂ  ‘ ର ’  ରେ ରଙ୍ଗର ଚାରୁସୌନ୍ଦର୍ଯ୍ୟକୁ ଅନୁଭବ କରନ୍ତୁ । ନାନାଙ୍କନ ଚିତ୍ରକଳା ,  ଚିତ୍ରବିଚିତ୍ର । ସେ ପୁଣି ରାମାୟଣ ,  ମହାଭାରତ ,  କୃଷ୍ଣଲୀଳା । ସ୍ୱର୍ଗର ସୌନ୍ଦର୍ଯ୍ୟରେ ଶୂନ୍ୟତାର ଆକାଶବାଣୀରେ ଥିଲା ଗାଁଟି । ନା ’ ଟି ହେଲା ରଘୁରାଜପୁର । କଳା ଓ ଭାସ୍କର୍ଯ୍ୟର ସ୍ୱର୍ଗ ରଘୁରାଜପୁର । ରଘୁରାଜପୁରର ପଟ୍ଟଚିତ୍ର ଏକ ଅନନ୍ୟ ଚିତ୍ରକଳାର ବୈଶିଷ୍ଟ୍ୟ । ଯେଉଁ ଗ୍ରାମର ମାଟି ମହନୀୟ ହୋଇଛି ଓଡ଼ିଶୀ ନୃତ୍ୟଗୁରୁ ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ର ଏବଂ ଗୋଟିପୁଅ ନୃତ୍ୟଗୁରୁ ପଦ୍ମଶ୍ରୀ ମାରୁଣିଚରଣ ଦାସଙ୍କ ପରି ବିଶ୍ୱବିଖ୍ୟାତଙ୍କ ପ୍ରତିଭାରେ । ପୃଥିବୀ ପ୍ରସିଦ୍ଧ ଏହି ଗ୍ରାମରେ ନିଜକୁ ଲୀନ କରିବା ଥିଲା ମୋ ପାଇଁ ଅନନ୍ୟ ଅନୁଭୂତି । Credit - https://x.com/AboutIndia/status/908632226404823040  ଗ୍ରାମରେ ପ୍ରବେଶ ପୂର୍ବରୁ ଦୁଇ ପାର୍ଶ୍ୱରେ ପଡେ ନଦୀ...