‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’

-ବିଶ୍ୱ ପର୍ଯ୍ୟଟନ ଦିବସରେ ବିଶେଷ ଉପସ୍ଥାପନା-

ଓଡ଼ିଶାର କଳା ଓ ଭାସ୍କର୍ଯ୍ୟର ସ୍ୱର୍ଗ ରଘୁରାଜପୁର

 

ଗୃହର ପ୍ରଥମ ପ୍ରବେଶ ଦ୍ୱାରରୁ ମନମୋହକ ଚିତ୍ର । ଅନ୍ୟ ଘର ପରି ପାଦ ଧୋଇ ନୁହେଁ ବରଂ ସୃଜନାତ୍ମକ କଳାର ଦୃଶ୍ୟପଟ୍ଟରେ ଅତିଥିଙ୍କୁ ହୁଏ ସ୍ୱାଗତ । ସାଧାରଣ ସଫାଚୌକି ପରିବର୍ତ୍ତେ ’ ଏବଂ ’ ସମାହାରରେ କରାଯାଏ ଆମନ୍ତ୍ରଣ । ରେ ଆସନ୍ତୁ ଏବଂ ’ ରେ ରଙ୍ଗର ଚାରୁସୌନ୍ଦର୍ଯ୍ୟକୁ ଅନୁଭବ କରନ୍ତୁ । ନାନାଙ୍କନ ଚିତ୍ରକଳାଚିତ୍ରବିଚିତ୍ର । ସେ ପୁଣି ରାମାୟଣମହାଭାରତକୃଷ୍ଣଲୀଳା । ସ୍ୱର୍ଗର ସୌନ୍ଦର୍ଯ୍ୟରେ ଶୂନ୍ୟତାର ଆକାଶବାଣୀରେ ଥିଲା ଗାଁଟି । ନାଟି ହେଲା ରଘୁରାଜପୁର । କଳା ଓ ଭାସ୍କର୍ଯ୍ୟର ସ୍ୱର୍ଗ ରଘୁରାଜପୁର ।

ରଘୁରାଜପୁରର ପଟ୍ଟଚିତ୍ର ଏକ ଅନନ୍ୟ ଚିତ୍ରକଳାର ବୈଶିଷ୍ଟ୍ୟ । ଯେଉଁ ଗ୍ରାମର ମାଟି ମହନୀୟ ହୋଇଛି ଓଡ଼ିଶୀ ନୃତ୍ୟଗୁରୁ ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ର ଏବଂ ଗୋଟିପୁଅ ନୃତ୍ୟଗୁରୁ ପଦ୍ମଶ୍ରୀ ମାରୁଣିଚରଣ ଦାସଙ୍କ ପରି ବିଶ୍ୱବିଖ୍ୟାତଙ୍କ ପ୍ରତିଭାରେ । ପୃଥିବୀ ପ୍ରସିଦ୍ଧ ଏହି ଗ୍ରାମରେ ନିଜକୁ ଲୀନ କରିବା ଥିଲା ମୋ ପାଇଁ ଅନନ୍ୟ ଅନୁଭୂତି ।

Credit - https://x.com/AboutIndia/status/908632226404823040 

ଗ୍ରାମରେ ପ୍ରବେଶ ପୂର୍ବରୁ ଦୁଇ ପାର୍ଶ୍ୱରେ ପଡେ ନଦୀବନ୍ଧ । ଚନ୍ଦନପୁର ପରେ ପରେ ଭାର୍ଗବୀ ନଦୀର ଦୁଇ ଭାଗର ପାର୍ଶ୍ୱରେ ଥିବା ରାସ୍ତାରେ ଅତିକ୍ରମ କରିବାକୁ ପଡେ । ଭାର୍ଗବୀ ନଦୀରୁ କାଞ୍ଚିନଦୀ ନାମରେ ଶାଖା ନଦୀଟିଏ ବାହାରିଛି ଏବଂ ରଘୁରାଜପୁର ଗାଁଟି ଉଭା ହୋଇଛି ସେହି କାଞ୍ଚିନଦୀ କୂଳରେ । ଆଉ ଏହି କାଞ୍ଚିନଦୀର କୂଳରେ ସୃଷ୍ଟି ହୋଇଛନ୍ତି ଅନେକ କାଞ୍ଚନ । ଚିତ୍ରଶିଳ୍ପୀ ରେଣୁକା ସ୍ୱାଇଁଶାଳିନୀପ୍ରଭା ସାହୁ ଓ ପାୟଲ ପ୍ରିୟଦର୍ଶିନୀ ବାରିକଙ୍କ ପରି ଅନେକ ମହିଳା ଶିଳ୍ପୀ ଇତ୍ୟାଦି ।  ରଘୁରାଜପୁର ହେଉଛି ଆଧ୍ୟାତ୍ମିକତା ଚେତନା ଜାଗ୍ରତ କରୁଥିବା ଗ୍ରାମ । ପ୍ରାୟ ୧୬୦ଟି ପରିବାର  ଏଠାରେ ବସବାସ କରନ୍ତି। ପ୍ରାୟ ସମସ୍ତେ ପଟ୍ଟଚିତ୍ର ପରି କୌଳିକ ବୃତ୍ତିକୁ ଆପଣାଇ ନେଇଛନ୍ତି । ଓଡ଼ିଶାର ନୃତ୍ୟସଙ୍ଗୀତଚିତ୍ରକଳା ଏବଂ ପଟ୍ଟଚିତ୍ର କ୍ଷେତ୍ରରେ ଏହି ଗ୍ରାମର ରହିଛି ବଳିଷ୍ଠ ଅବଦାନ । ସବୁ ଲୋକ ସାଧାରଣ, ସରଳ ବ୍ୟବହାର ଏବଂ କଳାରେ ଉଚ୍ଚଶିକ୍ଷିତ । ସବୁ ଗୃହର ପ୍ରବେଶ କାନ୍ଥରେ ଅଙ୍କିତ ଅନ୍ତର୍ଜାତୀୟ କୃତି ଓ ଛବିର ଫଟୋଚିତ୍ର ।

ଏହି ସବୁ ବୁଝିବା ମଧ୍ୟରେ ପହଞ୍ଚିଲି ଗାଁର ସୂର୍ଯ୍ୟ ଅସ୍ତ ହେଉଥିବା ଦିଗର ଶେଷ ଘରେ । ଜାଣିଲି ପଟ୍ଟଚିତ୍ରର ସୃଷ୍ଟି ? ପଟ୍ଟର ଅର୍ଥ କପଡା ଏବଂ ଏହି କପଡା ଉପରେ ଅଙ୍କିତ ହେଉଥିବା ସ୍ୱତନ୍ତ୍ର ଚିତ୍ରକୁ ପଟ୍ଟଚିତ୍ର କୁହାଯାଏ । ଗବେଷଣାରୁ ଜାଣିଲି ସଂସ୍କୃତ ଶବ୍ଦ ପଟ୍ଟବା ଖଣ୍ଡେ କପଡ଼ା ଏବଂ ଚିତ୍ରବା ଚିତ୍ରକାରୀରୁ ଏହି କଳାର ଉତ୍ପତି । ଏହାର ପ୍ରସ୍ତୁତି ମଧ୍ୟ କାଠିକର ପାଠ । କିନ୍ତୁ ଓଡ଼ିଆଙ୍କ ଶିଳ୍ପୀଙ୍କ ନିଖୁଣତା କାଠିକର କାମରୁ ହିଁ ପ୍ରଦର୍ଶିତ ହୋଇଥାଏ । ମଠାକନାରେ ମଣ୍ଡ ଦେଇ ଶୁଖେଇଲା ପରେ ବିଭିନ୍ନ ପ୍ରାକୃତିକ ଉପାଦାନରୁ ପ୍ରସ୍ତୁତ ରଙ୍ଗକୁ ଦେଇ ଚିତ୍ର ଅଙ୍କା ଯାଇଥାଏ । 

Credit -https://x.com/odisha_tourism 

ରାମାୟଣ, ମହାଭାରତ, କୃଷ୍ଣଲୀଳା, ମାନଭଞ୍ଜନ, ଶ୍ରୀଜଗନ୍ନାଥଙ୍କ ମନ୍ଦିର ତୋଳା ଆଦି ବିଭିନ୍ନ ପୌରାଣିକ ଓ ଏତିହାସିକ ବିଷୟର ଚରିତ୍ରମାନଙ୍କୁ ପଟ୍ଟଚିତ୍ରର ସ୍ଥାନ ଦିଆଯାଇଛି । ଶ୍ରୀଗଣେଶ, ଶ୍ରୀକୃଷ୍ଣ, ଶ୍ରୀଜଗନ୍ନାଥଙ୍କ ମହାପ୍ରଭୁଙ୍କ କାଞ୍ଚି ଅଭିଯାନ, ବିଭିନ୍ନ ବେଶ, ଶ୍ରୀକୃଷ୍ଣଙ୍କ କାଳୀୟଦଳନ, ଶ୍ରୀରାମଚନ୍ଦ୍ରଙ୍କ ନୌକାଯାତ୍ରା ଆଦିରେ ମଧ୍ୟ ପଟ୍ଟଚିତ୍ର ଅନନ୍ୟ ଓ ଅପରୂପ । ମାତା ଯଶୋଦା ଓ ଦେବକୀଙ୍କ ବାତ୍ସଲ୍ୟ ମମତାର ଭାବକୁ ପରିପ୍ରକାଶ କରିବାର ପ୍ରୟାସ ବି ଫଳପ୍ରଦ ହୋଇଛି । ନର୍ତ୍ତକୀ, ବୋଇତ ବନ୍ଦାଣ, ରଜଦୋଳି, ସବାରି ପାଲିଙ୍କି, ବରକନ୍ୟା, ଶୁଭବିବାହ, ବରଯାତ୍ରୀ, ଶୁଆଶାରୀ, ହାତୀ, ମୟୂର ଆଦି ବିଭିନ୍ନ ପଟ୍ଟଚିତ୍ର ବି ଯୁବ ଚିତ୍ରଶିଳ୍ପୀଙ୍କ ଅନବଦ୍ୟ କୃତି ।


କେବଳ ଏତିକି ନୁହେଁ, ଶ୍ରୀଜଗନ୍ନାଥ ସଂସ୍କୃତିକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଗ୍ରାମରେ ବିଭିନ୍ନ ରକମର ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତ ହେଉଛି । ଗ୍ରାମର ଦୁଇ ପାର୍ଶ୍ୱରେ କାରିଗରମାନେ ବିଭିନ୍ନ ପ୍ରକାର ହସ୍ତଶିଳ୍ପ ପ୍ରସ୍ତୁତ କରି ଜୀବିକା ଅର୍ଜନ କରିବା ସହିତ ବହୁ କୃତିତ୍ୱ ହାସଲ କରିଛନ୍ତି । ଗ୍ରାମରେ ତିଆରି ହୋଇଥିବା କେତେକ ହସ୍ତଶିଳ୍ପ ସାମଗ୍ରୀ ହେଉଛି, ପାରମ୍ପରିକ ପଟ୍ଟଚିତ୍ର, ମଠାକନା ଚିତ୍ର, ତାଲପତ୍ର ଖୋଦେଇ କାମ, କାଗଜମୁଖା, ଗୋବର କଣ୍ଢେଇ, ଯାତ୍ରୀପଟି, ପଥର ଖୋଦେଇ, କାଠ ଖୋଦେଇ ଓ ଚିତ୍ର, ନଡ଼ିଆ, ପୋଲାଙ୍ଗ ଚିତ୍ର, କାଠ ଫରୁଆ, ଫୁଲଦାନୀ ଚିତ୍ର, ଦିଅଁଘର ବା ମନ୍ଦିର ଚିତ୍ରହାଣ୍ଡି ମାଠିଆ ଚିତ୍ର, ଯୌତୁକ ପେଡି, ରୂପା ଗହଣା କାମ, ମାଟି ମୂର୍ତ୍ତି ଇତ୍ୟାଦି । ଏହି ସବୁ ଆପଣ ଗ୍ରାମରୁ କିଣି ମଧ୍ୟ ପାରିବେ ।


କାଲିର ପୁରାତନ ଗ୍ରାମଟି ଆଜି ଆଦର୍ଶ ଗ୍ରାମ ରୂପେ ଖ୍ୟାତ । ଏହି ଗାଁରେ ପାଳିତ ପଞ୍ଚୁଦୋଳ ମେଳଣ, ପ୍ରଥମାଷ୍ଟମୀ, ମାଣବସା, ଶାମ୍ବ ଦଶମୀ, ଜନ୍ତାଳ, ଅଷ୍ଟପ୍ରହରୀ, ରାମଚରିତ୍ର ମାନସ, ରାମଲୀଳା ପରି ଅନେକ ପର୍ବ ଗ୍ରାମ୍ୟ ସମାଜରେ ଏକତା ଭାବନା ସୃଷ୍ଟି କରୁଛି । ସେହି ଗ୍ରାମ ରାସ୍ତାର ପାଶ୍ୱରେ ଦାଣ୍ଡସାହି ଅବସ୍ଥିତ । ଯେଉଁ ରାସ୍ତା ଦେଇ ଶ୍ରୀ ଚୈତନ୍ୟ ପୁରୀକୁ ଯାତ୍ରା କରିଥିବାର ଲୋକକଥା ରହିଛି । ତେବେ  ସେହି ରାସ୍ତା ଦେଇ ପ୍ରତ୍ୟାବର୍ତ୍ତନ କରିବା ସମୟରେ ଆପଣଙ୍କ ଭିତରେ ରଘୁରାଜପୁରର ମହାନ ପାରମ୍ପରିକ ଚିତ୍ରକଳା ଓ ସମୃଦ୍ଧ ପରମ୍ପରାର ଇତିହାସର ଜିଜ୍ଞାସା ସୃଷ୍ଟି ହେବ ଏବଂ ମନରେ ଏହି ଧାଡି ଜାଗ୍ରତ ହେବ ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ

ଲେଖକ : ସତ୍ୟଜିତ୍ ସାମଲ

Comments