Posts

Blog no 55 ଗହଣା କାହା ପାଇଁ ?

Image
  ସମୟ ୨୦୧୭ ମସିହା ଏପ୍ରିଲ ମାସର ଏକ ଖରାଟିଆ ଦ୍ୱିପ୍ରହର । କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ନୂଆ ପିଜି ହଷ୍ଟେଲରୁ ବିଦାୟ ନେବାର ସମୟ ଆସିଯାଇଥିଲା । ମୋର ଜିନିଷପତ୍ର ଧରି ମୁଁ ଭୁବନେଶ୍ୱର ସିଫ୍ଟ ହେଉଥାଏ । ସାଙ୍ଗରେ ଥାଏ ଏକ ଅଟୋ , ଯାହାର ଚାଳକ ଜଣକ କେବଳ ଜଣେ ଅଟୋ ବାଲା ନୁହଁନ୍ତି , ବରଂ ରେଭେନ୍ସାର ଜଣେ ପୁରୁଣା କର୍ମଚାରୀ ମଧ୍ୟ । କଟକରୁ ଭୁବନେଶ୍ୱରର ସେହି ରାସ୍ତାରେ ଅଟୋ ଚାଲିଥାଏ । ଆଉ ଚାଲିଥାଏ ଘଣ୍ଟାର ପେଣ୍ଡୁଲମ ଭଳି ତାଙ୍କ ଜୀବନର କିଛି ଅକୁହା କଥା । ବାଟରେ ଏକ କଥା ପ୍ରସଙ୍ଗରେ ସେ କହିଲେ , " ଆଜ୍ଞା ! ଆଜି ମୋ ପାଖରେ ଯାହା କିଛି ଅଛି , ସେ ସବୁ ପଛରେ ଗୋଟିଏ ସାଧାରଣ ସ୍ତ୍ରୀ ଲୋକର ଅସାଧାରଣ ତ୍ୟାଗ ଅଛି । ଗୋଟେ ସମୟ ଥିଲା , ଯେତେବେଳେ ଘରର ଚୁଲି ଜଳିବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା । ପିଲାଙ୍କ ସ୍କୁଲ ଫିସ୍ ଦେବାକୁ ପଇସା ନଥିଲା। ଦୁନିଆ ଆଖିରେ ମୁଁ ଜଣେ ହାରିଯାଇଥିବା ମଣିଷ ଥିଲି । କିନ୍ତୁ ସେହି ସମୟରେ ମୋର ସଞ୍ଜିବନୀ ଥିଲେ ମୋର ଧର୍ମପତ୍ନୀ । ପାଖକୁ ଆସି ବାହାଘର ବେଳର ଶେଷ ସମ୍ବଳ ସୁନା ଚେନ୍ ଓ ମୁଦି କାଢ଼ି ମୋ ହାତରେ ଟେକିଦେଲେ ଆଉ କହିଲେ , ସ୍ତ୍ରୀର ପ୍ରକୃତ ଗହଣା ସୁନା ନୁହେଁ , ସ୍ୱାମୀର ସମ୍ମାନ ଏବଂ ପିଲାଙ୍କ ଭବିଷ୍ୟତ । ସେହିଦିନ ସେଇ ସୁନା ଟିକକ ମୋ ପାଇଁ କେବଳ ଧାତୁ ନଥିଲା , ତାହା ଥିଲା ଏକ ବରଦାନ । ସେହି ସୁନା କାରଣରୁ ଆଜି ମୁଁ ସଫଳ ହୋଇଛି । ସୁନା ବନ୍ଧକ ସୁଝିବା ସ...

Blog No 54 ଚକ୍ରବ୍ୟୂହର ସାଥୀ

Image
( ପ୍ରଥମ ସୋପାନ) ସୁଜିତ୍ ବାବୁ ସୋଫା ଉପରେ ବସି ନିଜ ମୋବାଇଲ୍ ସ୍କ୍ରିନକୁ ଚାହିଁ ହସୁଥିଲେ । ସେୟାର ମାର୍କେଟର ନାଲି-ସବୁଜ ଗ୍ରାଫ୍ ଭିତରେ ଆଜି ସବୁଜ ହୋଇଯାଇଛି ତାଙ୍କର ଭାଗ୍ୟ । ଏଥିପାଇଁ ତାଙ୍କର ଖୁସି କହିଲେ ନସରେ , ଯାହା ତାଙ୍କ ମୁଖମଣ୍ଡଳୀରୁ ସ୍ପଷ୍ଟ । କିନ୍ତୁ ଏହି ଖେଳ ପଛର ଗୂଢ଼ ରହସ୍ୟ ହେଉଛି -ଏହା ଏକ Zero-Sum Game । ଅର୍ଥାତ୍ , ସୁଜିତ୍ ବାବୁଙ୍କ ପକେଟକୁ ଆସିଥିବା ପ୍ରଫିଟ୍ କାହାର ନା କାହାର କ୍ଷତିରୁ ହିଁ ଆସିଛି । ଅର୍ଥାତ୍ ସୁଜିତ୍ ବାବୁ ଯେଉଁ ୫୦ , ୦୦୦ ଟଙ୍କା ଲାଭ କଲେ , ତାହା ମାର୍କେଟରେ କୌଣସି ଗଛରୁ ଫଳିନଥିଲା । ସେହି ସମୟରେ ଅନ୍ୟ କେଉଁଠି ବସିଥିବା ଅଜୟ ନାମକ ଜଣେ ବ୍ୟକ୍ତି ଠିକ୍ ସେତିକି ଟଙ୍କା ହରାଇ ନିଜ ମୁଣ୍ଡରେ ହାତ ଦେଇ ବସିଥିଲେ । ଅର୍ଥାତ୍ ସୁଜିତ୍ ବାବୁଙ୍କ ବିଜୟ ପଛରେ ଅଜୟଙ୍କ ପରାଜୟ ଲୁଚି ରହିଥିଲା । ( ଦ୍ୱିତୀୟ ସୋପାନ) ସୁଜିତ୍ ବାବୁ ଏହି ଖୁସିରେ ପାର୍ଟି କରିବା ପାଇଁ ତାଙ୍କ ଝିଅ ରିମାକୁ ବ୍ଲିଙ୍କ୍-ଇଟ୍‌ରେ କିଛି ମିଠା ଓ ସ୍ନାକ୍ସ ଅର୍ଡର ଦେବା ପାଇଁ କହିଲେ । ରିମା ଅର୍ଡର ଦେବା ମାତ୍ରେ   ଠିକ୍ ୧୦ ମିନିଟ୍‌ରେ ତାଙ୍କ ଡୋର ପାଖରେ ପହଞ୍ଚିଗଲା ଜଣେ ଯୁବକ । କଲ୍ କରିବା ମାତ୍ରେ ସେଠାରୁ ଆସି ମିଠା ନେଇଗଲା ରିମା । ଏହି ସମୟରେ ସୁଜିତ୍ ବାବୁଙ୍କୁ ଆରାମ ମିଳିଲା ସତ , କିନ୍ତୁ ସେହି ଆରାମ ପଛରେ ଆଉ ଜଣଙ୍କର ପରିଶ୍ରମ ନିହିତ ଥିଲା ।   ସେହିପରି ତାଙ...

Blog No - 53 ‘ରେଡ୍ ଲାଇଟ୍ - ଗ୍ରୀନ୍ ଲାଇଟ୍’

Image
ବର୍ଷେ ତଳର କଥା , ମୁଁ ଯାଇଥିଲି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଆରଟିଓ-୨ ଅଫିସର ଡ୍ରାଇଭିଂ ଟେଷ୍ଟିଂ ଗ୍ରାଉଣ୍ଡକୁ । ନିଜର ଗାଡ଼ି ଲାଇସେନ୍ସ ପାଇଁ । ସେଠାରେ ନିୟମ ଭାରି କଡ଼ା । କମ୍ପ୍ୟୁଟରାଇଜଡ୍ ଟ୍ରାକରେ ଗାଡ଼ି ଚଳାଇବା ସହିତ ପ୍ରତିଟି ମୋଡ଼ରେ ସଠିକ୍ ଭାବେ ବାମ ଓ ଡାହାଣ ଇଣ୍ଡିକେଟର ଦେବାକୁ ପଡ଼ୁଥିଲା । ଟିକେ ଭୁଲ୍ ହେଲେ ସେନ୍ସର ଧରିନେବ ଆଉ ଆପଣ ଫେଲ୍ ହୋଇଯିବେ ବୋଲି ଉପସ୍ଥିତ ଅଧିକାରୀମାନେ କଥା ହେଉଥିଲେ ।   ତେବେ ସେଠି ପରୀକ୍ଷା ଦେବାକୁ ଆସୁଥିବା ଲୋକମାନେ ସମସ୍ତେ ସତର୍କ । ପ୍ରତିଟି ସଙ୍କେତକୁ ନେଇ ବେଶ୍ ସଚେତନ , କାରଣ ସେଇ ସଙ୍କେତ ହିଁ ନିର୍ଦ୍ଧାରଣ କରିବ କାହାକୁ ଲାଇସେନ୍ସ ମିଳିବ ଆଉ କାହାକୁ ନାହିଁ । ମୁଁ ସଫଳତାର ସହ ପରୀକ୍ଷା ଦେଇ ଫେରିଲି । ମନରେ ଗୋଟେ ଆତ୍ମସନ୍ତୋଷ ଥିଲା ଯେ ମୁଁ ସବୁ ସଙ୍କେତ ଠିକ୍ ଭାବେ ବୁଝିପାରୁଛି ଏବଂ ମୋ ଭଳି ଅନେକ ଲୋକ ଏହାକୁ ପାଳନ କରୁଛନ୍ତି ।   ତେବେ ଫେରିଲା ବେଳେ ଇନଫୋସିଟି ପାଖ ରାସ୍ତାରେ ଗୋଟିଏ ଦୃଶ୍ୟ ଦେଖି ଗାଡ଼ି ଅଟକାଇଲି । ଦେଖିଲି , ଦଳେ ଦୃଷ୍ଟିହୀନ ଛାତ୍ରଛାତ୍ରୀ ରାସ୍ତା ପାର ହେବାକୁ ଚେଷ୍ଟା କରୁଛନ୍ତି । ସେମାନଙ୍କ ହାତରେ ଥିଲା ଧଳା ବାଡ଼ି ଏବଂ ଆଖିରେ କଳା ଚଷମା । ସେମାନେ ନିଜ ବାଡ଼ିକୁ ସାମନାକୁ ବଢ଼ାଇ ଥପ୍ ଥପ୍ କରି ଏକ ସଙ୍କେତ ଦେଉଥିଲେ । ଏଥିରୁ ସ୍ପଷ୍ଟ ରୂପେ ବୁଝି ହେଉଥିଲା ଯେ - "ଆମେ ରାସ୍ତା ଅତିକ୍ରମ ହେବାକୁ ଚାହୁଁ...

Blog No 52- ଲେମ୍ବୁପାଣି (ଦ୍ୱିତୀୟ ଭାଗ)

Image
ଭୁବନେଶ୍ୱରର ଏକ ନାମୀଦାମୀ କଲ୍ୟାଣ ମଣ୍ଡପ । ଆଲୋକମାଳାରେ ଝଲସୁଛି ପୂରା ପରିବେଶ । ବାହାରେ ଦାମୀ ଦାମୀ ଗାଡ଼ିର ଲମ୍ବା ଧାଡ଼ି । ଭିତରେ ସୁସ୍ୱାଦୁ ଖାଦ୍ୟର ବାସ୍ନା ଆଉ ଅତିଥିମାନଙ୍କ ଗହଳି । ଗେଟ୍ ପାଖରେ ଏକ ବିରାଟ ପାଣି ଟ୍ୟାଙ୍କର , ଯେମିତି କୌଣସି ଯୁଦ୍ଧ ଜିତିବାକୁ ଆସିଛି । ଉଦ୍ଦେଶ୍ୟ ଥିଲା ହାତ ଧୋଇବା । ଭିତରୁ ଶବ୍ଦ ଶୁଭୁଥିଲା , " ଆଜ୍ଞା , ଟିକେ ଥଣ୍ଡା ଲେମ୍ବୁ ପାଣି ହେବ କି ?" ଏହି ପ୍ରଶ୍ନଟି ଥିଲା ଅବିନାଶ ବାବୁଙ୍କର । ସେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ , କିନ୍ତୁ ପରିବେଶକୁ ନେଇ ସବୁବେଳେ ସଚେତନ । ତାଙ୍କ ସାମ୍ନାରେ ଠିଆ ହୋଇଥିଲେ ବାହାଘରର ଆୟୋଜକ ଆଲୋକ ବାବୁ । ଆଜି ସେ ବହୁତ ବ୍ୟସ୍ତ । ଅବିନାଶ ବାବୁଙ୍କୁ ଦେଖିଲା ମାତ୍ରେ ଆଲୋକ ବାବୁ ପାଖକୁ ଆସି ଗର୍ବରେ ଛାତି ଫୁଲେଇ କହିଲେ , " ଦେଖନ୍ତୁ ଅବିନାଶ ବାବୁ , ଖାଇବା ପାଇଁ ପାଣି ବୋତଲ ତ ଅଛି , କିନ୍ତୁ ହାତ ଧୋଇବା ପାଇଁ ମୁଁ ପୁରା ବଡ଼ ପାଣି ଟ୍ୟାଙ୍କରଟା ହିଁ ଡାକି ଦେଇଛି । ଅତିଥିମାନେ ହାତ ଧୋଇବେ ନାହିଁ ଯେ , ପୁରା ଗାଧୋଇ ପାରିବେ!" ଅବିନାଶ ବାବୁ ହସିଲେ ଓ ଗ୍ଲାସେ ଲେମ୍ବୁ ପାଣି ପିଉ ପିଉ ମଣ୍ଡପର ପଛ ପଟକୁ ଚାହିଁଲେ । ସେଠାରେ ପ୍ଲାଷ୍ଟିକ୍ ଗ୍ଲାସ୍ , ବଳକା ଖାଦ୍ୟ ଓ ଅଳିଆର ଏକ ପାହାଡ଼ ଜମିଥିଲା । ସେ ଧୀରେ କରି ପଚାରିଲେ , " ଆଲୋକ , ପାଣି ଟ୍ୟାଙ୍କର ଗାଡ଼ି ତ ଆସିଲା , କିନ୍ତୁ ଏହି ଅଳିଆ...

Blog No 51 - Happy BirthDay Super Star

Image
ବହୁତ କମ୍ ଲୋକ ଜାଣିଥିବେ । କାରଣ , ତାଙ୍କ ବିଷୟରେ ହୁଏତ କେହି ଲେଖିନାହାନ୍ତି କିମ୍ବା କେହି ଜଣାଇନାହାନ୍ତି । ବାପାଙ୍କ କ୍ୟାରିୟରର ଜୀବନଯାତ୍ରା ଆରମ୍ଭ ହୁଏ ଜଣେ ଗଣିତ ଶିକ୍ଷକରୁ । ତାଙ୍କର ବାପା ଅର୍ଥାତ୍ ମୋର ଜେଜେ ବାପା କଟକରେ ପୋଲିସ ଚାକିରି କରିଥିବାରୁ ସେ ମଧ୍ୟ ଏହି ରୌପ୍ୟ ସହରରେ ଆରମ୍ଭ   କରନ୍ତି ଶିକ୍ଷକତା ବୃତ୍ତି । ଏକାଧାରରେ ଜଣେ ଶିକ୍ଷକ , ସମାଜସେବୀ , ବ୍ୟବସାୟୀ ଏବଂ ସବୁଠୁ ବଡ କଥା ଜଣେ କ୍ରିକେଟପ୍ରେମୀ ମଧ୍ୟ । ମୋର ଫେସବୁକର ଫ୍ରେଣ୍ଡ୍ ଲିଷ୍ଟରେ ସବୁ ବନ୍ଧୁମାନଙ୍କୁ ମିଶାଇ ଯଦି କ୍ରିକେଟ୍ ପ୍ରେମର ପରିସଂଖ୍ୟାନ ମିଶାଯାଏ , ତେବେ ତାଙ୍କର କ୍ରିକେଟ୍ ପ୍ରେମ ଆଗରେ ଫିକା ପଡିବ । ହୁଏତ ଏହି ଯୋଶରେ ସେ ଆମ ଗାଁରେ ତାଙ୍କର ସାଙ୍ଗମାନଙ୍କୁ ନେଇ ପଥର କାଟି କ୍ରିକେଟ୍ ଖେଳ ପଡ଼ିଆ ତିଆରି କରିଥିଲେ , ଏ ସମ୍ପର୍କରେ ମୁଁ ଖୁବ ଶୀଘ୍ର ତାଙ୍କ ଜୀବନୀ ବିଷୟରେ ବ୍ଲଗ ଲେଖିଲେ ଆପଣମାନେ ଜାଣିବେ ।   ଚୁମ୍ବକରେ କହି ରଖେ କି 1999 ମହାବାତ୍ୟା ସମୟରେ ସେ ସାଥୀମାନଙ୍କୁ ନେଇ ଗାଁର ଘର ଘର ବୁଲି ସମସ୍ତଙ୍କୁ ସାହାଯ୍ୟ କରୁଥିଲେ । ଆମ ଗାଁ ବଜାରର କେନ୍ଦ୍ରସ୍ଥଳୀରେ ତାଙ୍କ ଦ୍ୱାରା ଆରମ୍ଭ ହୁଏ ଏକ ବସ୍ତ୍ର ଦୋକାନ , ଯାହା ଶ୍ରୀଜଗନ୍ନାଥ ଭେରାଇଟି ଷ୍ଟୋର୍ ଏବଂ ପରେ ମାଆ ତାରିଣୀ ବସ୍ତ୍ର ଭଣ୍ଡାରରେ ନାମିତ ହୁଏ । ଯେତେବେଳେ ଗାଁରେ ଯୋଗାଯୋଗର ବହୁତ ସମସ୍ୟା ଥିଲା , ସେତେବେଳେ ବାଙ୍କୀ ଉପଖଣ୍ଡରେ ପ୍ରଥ...

Story Blog No - 50 ଚିକେନ୍ ପକୋଡା

Image
ବର୍ଷା ରାତି । ଚାରିରୁ ଛଅ ଦିନ ହେବ ଭୁବନେଶ୍ୱରରେ ଝଡି ବର୍ଷା ଯୋରଦାର୍ ଲାଗି ରହିଥାଏ  । ବର୍ଷା ଛାଡିବା ପରେ ଏକ ରବିବାର ହଠାତ୍ ଘରୁ ବାହାରିଲେ ସୋମ ବାବୁ । ସୋମ ବାବୁ ବହୁତ ଭଲ ଲୋକ । କିନ୍ତୁ ଟିକିଏ ଆମିଷ ପ୍ରେମୀ । ଲଗାତାର ବର୍ଷା ଲାଗି ରହିବା କାରଣରୁ ଆମିଷ ଟିକିଏ ପାଟିରେ ବାଜିନି । ତେଣୁ ସେହି ରବିବାର ଦିନ ତାଙ୍କର ଇଚ୍ଛା ହେଲା ଚିକେନ୍ ପକୋଡା ଖାଇବା ପାଇଁ । ତେଣୁ ସେ ହଠାତ୍ ବାହାରି ଗଲେ ଚିକେନ୍ ପୋକଡା ଆଣିବା ପାଇଁ । ବେଶୀ ଦୂର ନାହିଁ ଏଇ ପାଖ ମିନା ଦୋକାନରୁ । ସେ ଚିକେନ୍ ପକୋଡା ହାଫ୍ ପ୍ଲେଟ୍ ଅର୍ଡର ଦେଲେ । ଦୋକାନୀ ଜଣଙ୍କ ସଙ୍ଗେସଙ୍ଗେ ତାଙ୍କ ହାତକୁ ବଢାଇଦେଲା ପକୋଡା । ସୋମ ବାବୁ ଗୋଟିଏ ପକୋଡା ପିସ୍ ହାତକୁ ନିଅନ୍ତି ତ ଏକ ସଫା କାଗଜ ଆସି ତାଙ୍କର ପାଦ ତଳେ ପଡେ । ସୋମ ବାବୁ ଜାଣି ନ ପାରି ସେହି କାଗଜକୁ କୌତୁହଳ ଭାବରେ ଗୋଡରେ ଗୋଇଠା ମାରିବାକୁ ଲାଗିଲେ । କିନ୍ତୁ କାଗଜଟି ଶୂନ୍ୟରେ ଉଡିବା ପରିବର୍ତ୍ତେ  ଥମ୍ ହୋଇ ତାଙ୍କ ଚପଲର ପଛ ପଟେ ଲାଗି ସାରିଥାଏ । ଇତିମଧ୍ୟରେ ସୋମ ବାବୁ ଅବା କ୍ଷଣି ଦୋକାନୀକୁ ପଇସା ଦେଇ ଘରକୁ ପ୍ରତ୍ୟାବର୍ତ୍ତନ କରିବାକୁ ଲାଗିଲେ । ଆଉ ଦେଖିଲେ ତାଙ୍କ ଗୋଡ ତଳେ ଥିବା କାଗଜଟି କେଉଁ ଆଡେ ଉଭାନ ହୋଇ ଯାଇଛି । Imaginary Photo  କାହିଁକି କେଜାଣି ସୋମ ବାବୁ ହଠାତ୍ ଉଦାସ ଦେଖାଗଲେ । ପୁନର୍ବାର ସେ ଦୋକାନକୁ ଯାଇ କିଛି ଚିକେନ୍ ପକୋଡା ଆଣି ନିଜ ଘର ସ...

Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’

Image
  ମୁଁ ଚକୁଳେଶ୍ୱର ଯିବି , କିନ୍ତୁ ସେଠି ମୋର ନାମ କ ’ ଣ କହିବି । କୁନୁ ? ନା କୁନୁ ନୁହେଁ , ସତ୍ୟଜିତ୍ କହିବୁ । ଏତେ ଭଲ ନାଁଟା କୁନୁ କାହିଁକି କହିବୁ । ୨୦୧୦ ମସିହାରେ ଚକୁଳେଶ୍ୱର ମା ’ ସରସ୍ୱତୀ କୋଚିଂ ସେଣ୍ଟର ଯିବା ପୂର୍ବରୁ ବାପାଙ୍କ ସହ ମତ ବିନିମୟ ବେଳେ ଏହି କଥା କହିଥିଲେ ସେ । ସତ କଥା । ଯଦି ଆଜି ସେହି ସତ୍ୟଜିତ୍ ଏକ କ୍ଷୁଦ୍ର ପରିଚୟଟିଏ ପାଇଛି ତେବେ ସେହି କୋଚିଂ ସେଣ୍ଟର ପାଇଁ । ଷ୍ଟ୍ରଗଲ୍ ସମୟରେ ଭୁଲି ଯାଇଥିଲି କିନ୍ତୁ ଏବେ ବହୁତ ମନେ ପଡେ । କେତେ ସୁନ୍ଦର ଥିଲା ସେ ଦିନ ।  ସବୁ ବନ୍ଧୁମାନେ ନିଜର ପରି ମନେହୁଅନ୍ତି । ହୁଏତ ନିଜ ସ୍କୁଲରେ ପଢିବା ସମୟରେ ସେହି ଭଲପାଇବା ମିଳିନି । ସେ ସମୟର ଏହି କଥା ସବୁ ଭାବୁ ଭାବୁ ଦୁଇ ମାସ ତଳୁ ଯୋଜନା ହୋଇଥିବା ଦିନଟି ପହଞ୍ଚିଗଲା । ଅର୍ଥାତ୍ ଡିସେମ୍ବର ୧୫ । ଜୀବନରେ ଅଧା ଫର୍ଦ୍ଦ ସରିବା ପରେ ଆଉ ଗୋଟିଏ ଅଧା ଫର୍ଦ୍ଦ ପରି ଦିନଟିଏ । ଏହି ଦିନରେ କ୍ଷଣିକ ମୁହୂର୍ତ୍ତ ବି ମୁଁ ଅପଚୟ କରିବାକୁ ଚାହୁଁନଥିଲି ।       ପାହାନ୍ତିଆ ସକାଳେ ଶୀତ ବସ୍ତ୍ର ପିନ୍ଧି ବାହାରି ପଡିଲି କୁଶପାଙ୍ଗୀ । ଅନେକ କାମ ଅଛି । ଗ୍ରାମରେ ପ୍ରବେଶ କରୁ କରୁ ଦେଖା ହୁଏ ଦିଲ୍ଲୀପ ଏବଂ କିଛି ସମୟ ପରେ କୁଶପାଙ୍ଗୀ ହାଇସ୍କୁଲରେ ଦେଖା ହୋଇଯାଏ ସିପୁନା । ଚକୁଳେଶ୍ୱରର ନଗେଶ ବାଇକରେ ଆସି ସେଠାରେ ପହଞ୍ଚେ । ଗୁମା ଫୋନ୍ କରି ମୋତେ କୁହେ କି ମୁ...