Blog No 54 ଚକ୍ରବ୍ୟୂହର ସାଥୀ
( ପ୍ରଥମ ସୋପାନ) ସୁଜିତ୍ ବାବୁ ସୋଫା ଉପରେ ବସି ନିଜ ମୋବାଇଲ୍ ସ୍କ୍ରିନକୁ ଚାହିଁ ହସୁଥିଲେ । ସେୟାର ମାର୍କେଟର ନାଲି-ସବୁଜ ଗ୍ରାଫ୍ ଭିତରେ ଆଜି ସବୁଜ ହୋଇଯାଇଛି ତାଙ୍କର ଭାଗ୍ୟ । ଏଥିପାଇଁ ତାଙ୍କର ଖୁସି କହିଲେ ନସରେ , ଯାହା ତାଙ୍କ ମୁଖମଣ୍ଡଳୀରୁ ସ୍ପଷ୍ଟ । କିନ୍ତୁ ଏହି ଖେଳ ପଛର ଗୂଢ଼ ରହସ୍ୟ ହେଉଛି -ଏହା ଏକ Zero-Sum Game । ଅର୍ଥାତ୍ , ସୁଜିତ୍ ବାବୁଙ୍କ ପକେଟକୁ ଆସିଥିବା ପ୍ରଫିଟ୍ କାହାର ନା କାହାର କ୍ଷତିରୁ ହିଁ ଆସିଛି । ଅର୍ଥାତ୍ ସୁଜିତ୍ ବାବୁ ଯେଉଁ ୫୦ , ୦୦୦ ଟଙ୍କା ଲାଭ କଲେ , ତାହା ମାର୍କେଟରେ କୌଣସି ଗଛରୁ ଫଳିନଥିଲା । ସେହି ସମୟରେ ଅନ୍ୟ କେଉଁଠି ବସିଥିବା ଅଜୟ ନାମକ ଜଣେ ବ୍ୟକ୍ତି ଠିକ୍ ସେତିକି ଟଙ୍କା ହରାଇ ନିଜ ମୁଣ୍ଡରେ ହାତ ଦେଇ ବସିଥିଲେ । ଅର୍ଥାତ୍ ସୁଜିତ୍ ବାବୁଙ୍କ ବିଜୟ ପଛରେ ଅଜୟଙ୍କ ପରାଜୟ ଲୁଚି ରହିଥିଲା । ( ଦ୍ୱିତୀୟ ସୋପାନ) ସୁଜିତ୍ ବାବୁ ଏହି ଖୁସିରେ ପାର୍ଟି କରିବା ପାଇଁ ତାଙ୍କ ଝିଅ ରିମାକୁ ବ୍ଲିଙ୍କ୍-ଇଟ୍ରେ କିଛି ମିଠା ଓ ସ୍ନାକ୍ସ ଅର୍ଡର ଦେବା ପାଇଁ କହିଲେ । ରିମା ଅର୍ଡର ଦେବା ମାତ୍ରେ ଠିକ୍ ୧୦ ମିନିଟ୍ରେ ତାଙ୍କ ଡୋର ପାଖରେ ପହଞ୍ଚିଗଲା ଜଣେ ଯୁବକ । କଲ୍ କରିବା ମାତ୍ରେ ସେଠାରୁ ଆସି ମିଠା ନେଇଗଲା ରିମା । ଏହି ସମୟରେ ସୁଜିତ୍ ବାବୁଙ୍କୁ ଆରାମ ମିଳିଲା ସତ , କିନ୍ତୁ ସେହି ଆରାମ ପଛରେ ଆଉ ଜଣଙ୍କର ପରିଶ୍ରମ ନିହିତ ଥିଲା । ସେହିପରି ତାଙ...