Posts

Showing posts from January, 2026

Blog No 54 ଚକ୍ରବ୍ୟୂହର ସାଥୀ

Image
( ପ୍ରଥମ ସୋପାନ) ସୁଜିତ୍ ବାବୁ ସୋଫା ଉପରେ ବସି ନିଜ ମୋବାଇଲ୍ ସ୍କ୍ରିନକୁ ଚାହିଁ ହସୁଥିଲେ । ସେୟାର ମାର୍କେଟର ନାଲି-ସବୁଜ ଗ୍ରାଫ୍ ଭିତରେ ଆଜି ସବୁଜ ହୋଇଯାଇଛି ତାଙ୍କର ଭାଗ୍ୟ । ଏଥିପାଇଁ ତାଙ୍କର ଖୁସି କହିଲେ ନସରେ , ଯାହା ତାଙ୍କ ମୁଖମଣ୍ଡଳୀରୁ ସ୍ପଷ୍ଟ । କିନ୍ତୁ ଏହି ଖେଳ ପଛର ଗୂଢ଼ ରହସ୍ୟ ହେଉଛି -ଏହା ଏକ Zero-Sum Game । ଅର୍ଥାତ୍ , ସୁଜିତ୍ ବାବୁଙ୍କ ପକେଟକୁ ଆସିଥିବା ପ୍ରଫିଟ୍ କାହାର ନା କାହାର କ୍ଷତିରୁ ହିଁ ଆସିଛି । ଅର୍ଥାତ୍ ସୁଜିତ୍ ବାବୁ ଯେଉଁ ୫୦ , ୦୦୦ ଟଙ୍କା ଲାଭ କଲେ , ତାହା ମାର୍କେଟରେ କୌଣସି ଗଛରୁ ଫଳିନଥିଲା । ସେହି ସମୟରେ ଅନ୍ୟ କେଉଁଠି ବସିଥିବା ଅଜୟ ନାମକ ଜଣେ ବ୍ୟକ୍ତି ଠିକ୍ ସେତିକି ଟଙ୍କା ହରାଇ ନିଜ ମୁଣ୍ଡରେ ହାତ ଦେଇ ବସିଥିଲେ । ଅର୍ଥାତ୍ ସୁଜିତ୍ ବାବୁଙ୍କ ବିଜୟ ପଛରେ ଅଜୟଙ୍କ ପରାଜୟ ଲୁଚି ରହିଥିଲା । ( ଦ୍ୱିତୀୟ ସୋପାନ) ସୁଜିତ୍ ବାବୁ ଏହି ଖୁସିରେ ପାର୍ଟି କରିବା ପାଇଁ ତାଙ୍କ ଝିଅ ରିମାକୁ ବ୍ଲିଙ୍କ୍-ଇଟ୍‌ରେ କିଛି ମିଠା ଓ ସ୍ନାକ୍ସ ଅର୍ଡର ଦେବା ପାଇଁ କହିଲେ । ରିମା ଅର୍ଡର ଦେବା ମାତ୍ରେ   ଠିକ୍ ୧୦ ମିନିଟ୍‌ରେ ତାଙ୍କ ଡୋର ପାଖରେ ପହଞ୍ଚିଗଲା ଜଣେ ଯୁବକ । କଲ୍ କରିବା ମାତ୍ରେ ସେଠାରୁ ଆସି ମିଠା ନେଇଗଲା ରିମା । ଏହି ସମୟରେ ସୁଜିତ୍ ବାବୁଙ୍କୁ ଆରାମ ମିଳିଲା ସତ , କିନ୍ତୁ ସେହି ଆରାମ ପଛରେ ଆଉ ଜଣଙ୍କର ପରିଶ୍ରମ ନିହିତ ଥିଲା ।   ସେହିପରି ତାଙ...

Blog No - 53 ‘ରେଡ୍ ଲାଇଟ୍ - ଗ୍ରୀନ୍ ଲାଇଟ୍’

Image
ବର୍ଷେ ତଳର କଥା , ମୁଁ ଯାଇଥିଲି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଆରଟିଓ-୨ ଅଫିସର ଡ୍ରାଇଭିଂ ଟେଷ୍ଟିଂ ଗ୍ରାଉଣ୍ଡକୁ । ନିଜର ଗାଡ଼ି ଲାଇସେନ୍ସ ପାଇଁ । ସେଠାରେ ନିୟମ ଭାରି କଡ଼ା । କମ୍ପ୍ୟୁଟରାଇଜଡ୍ ଟ୍ରାକରେ ଗାଡ଼ି ଚଳାଇବା ସହିତ ପ୍ରତିଟି ମୋଡ଼ରେ ସଠିକ୍ ଭାବେ ବାମ ଓ ଡାହାଣ ଇଣ୍ଡିକେଟର ଦେବାକୁ ପଡ଼ୁଥିଲା । ଟିକେ ଭୁଲ୍ ହେଲେ ସେନ୍ସର ଧରିନେବ ଆଉ ଆପଣ ଫେଲ୍ ହୋଇଯିବେ ବୋଲି ଉପସ୍ଥିତ ଅଧିକାରୀମାନେ କଥା ହେଉଥିଲେ ।   ତେବେ ସେଠି ପରୀକ୍ଷା ଦେବାକୁ ଆସୁଥିବା ଲୋକମାନେ ସମସ୍ତେ ସତର୍କ । ପ୍ରତିଟି ସଙ୍କେତକୁ ନେଇ ବେଶ୍ ସଚେତନ , କାରଣ ସେଇ ସଙ୍କେତ ହିଁ ନିର୍ଦ୍ଧାରଣ କରିବ କାହାକୁ ଲାଇସେନ୍ସ ମିଳିବ ଆଉ କାହାକୁ ନାହିଁ । ମୁଁ ସଫଳତାର ସହ ପରୀକ୍ଷା ଦେଇ ଫେରିଲି । ମନରେ ଗୋଟେ ଆତ୍ମସନ୍ତୋଷ ଥିଲା ଯେ ମୁଁ ସବୁ ସଙ୍କେତ ଠିକ୍ ଭାବେ ବୁଝିପାରୁଛି ଏବଂ ମୋ ଭଳି ଅନେକ ଲୋକ ଏହାକୁ ପାଳନ କରୁଛନ୍ତି ।   ତେବେ ଫେରିଲା ବେଳେ ଇନଫୋସିଟି ପାଖ ରାସ୍ତାରେ ଗୋଟିଏ ଦୃଶ୍ୟ ଦେଖି ଗାଡ଼ି ଅଟକାଇଲି । ଦେଖିଲି , ଦଳେ ଦୃଷ୍ଟିହୀନ ଛାତ୍ରଛାତ୍ରୀ ରାସ୍ତା ପାର ହେବାକୁ ଚେଷ୍ଟା କରୁଛନ୍ତି । ସେମାନଙ୍କ ହାତରେ ଥିଲା ଧଳା ବାଡ଼ି ଏବଂ ଆଖିରେ କଳା ଚଷମା । ସେମାନେ ନିଜ ବାଡ଼ିକୁ ସାମନାକୁ ବଢ଼ାଇ ଥପ୍ ଥପ୍ କରି ଏକ ସଙ୍କେତ ଦେଉଥିଲେ । ଏଥିରୁ ସ୍ପଷ୍ଟ ରୂପେ ବୁଝି ହେଉଥିଲା ଯେ - "ଆମେ ରାସ୍ତା ଅତିକ୍ରମ ହେବାକୁ ଚାହୁଁ...

Blog No 52- ଲେମ୍ବୁପାଣି (ଦ୍ୱିତୀୟ ଭାଗ)

Image
ଭୁବନେଶ୍ୱରର ଏକ ନାମୀଦାମୀ କଲ୍ୟାଣ ମଣ୍ଡପ । ଆଲୋକମାଳାରେ ଝଲସୁଛି ପୂରା ପରିବେଶ । ବାହାରେ ଦାମୀ ଦାମୀ ଗାଡ଼ିର ଲମ୍ବା ଧାଡ଼ି । ଭିତରେ ସୁସ୍ୱାଦୁ ଖାଦ୍ୟର ବାସ୍ନା ଆଉ ଅତିଥିମାନଙ୍କ ଗହଳି । ଗେଟ୍ ପାଖରେ ଏକ ବିରାଟ ପାଣି ଟ୍ୟାଙ୍କର , ଯେମିତି କୌଣସି ଯୁଦ୍ଧ ଜିତିବାକୁ ଆସିଛି । ଉଦ୍ଦେଶ୍ୟ ଥିଲା ହାତ ଧୋଇବା । ଭିତରୁ ଶବ୍ଦ ଶୁଭୁଥିଲା , " ଆଜ୍ଞା , ଟିକେ ଥଣ୍ଡା ଲେମ୍ବୁ ପାଣି ହେବ କି ?" ଏହି ପ୍ରଶ୍ନଟି ଥିଲା ଅବିନାଶ ବାବୁଙ୍କର । ସେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ , କିନ୍ତୁ ପରିବେଶକୁ ନେଇ ସବୁବେଳେ ସଚେତନ । ତାଙ୍କ ସାମ୍ନାରେ ଠିଆ ହୋଇଥିଲେ ବାହାଘରର ଆୟୋଜକ ଆଲୋକ ବାବୁ । ଆଜି ସେ ବହୁତ ବ୍ୟସ୍ତ । ଅବିନାଶ ବାବୁଙ୍କୁ ଦେଖିଲା ମାତ୍ରେ ଆଲୋକ ବାବୁ ପାଖକୁ ଆସି ଗର୍ବରେ ଛାତି ଫୁଲେଇ କହିଲେ , " ଦେଖନ୍ତୁ ଅବିନାଶ ବାବୁ , ଖାଇବା ପାଇଁ ପାଣି ବୋତଲ ତ ଅଛି , କିନ୍ତୁ ହାତ ଧୋଇବା ପାଇଁ ମୁଁ ପୁରା ବଡ଼ ପାଣି ଟ୍ୟାଙ୍କରଟା ହିଁ ଡାକି ଦେଇଛି । ଅତିଥିମାନେ ହାତ ଧୋଇବେ ନାହିଁ ଯେ , ପୁରା ଗାଧୋଇ ପାରିବେ!" ଅବିନାଶ ବାବୁ ହସିଲେ ଓ ଗ୍ଲାସେ ଲେମ୍ବୁ ପାଣି ପିଉ ପିଉ ମଣ୍ଡପର ପଛ ପଟକୁ ଚାହିଁଲେ । ସେଠାରେ ପ୍ଲାଷ୍ଟିକ୍ ଗ୍ଲାସ୍ , ବଳକା ଖାଦ୍ୟ ଓ ଅଳିଆର ଏକ ପାହାଡ଼ ଜମିଥିଲା । ସେ ଧୀରେ କରି ପଚାରିଲେ , " ଆଲୋକ , ପାଣି ଟ୍ୟାଙ୍କର ଗାଡ଼ି ତ ଆସିଲା , କିନ୍ତୁ ଏହି ଅଳିଆ...