Posts

Showing posts from 2022

ବନ୍ଧନର ବନ୍ଧୁତା (ପ୍ରଥମ ଭାଗ)

Image
  ସୁଶ୍ରୀ ! ବିଶ୍ୱାସୀ ଝିଅଟେ । ଏଟିଏମରୁ ପଇସା କାଢିଲା ବେଳେ ପଇସା ଗଣେ ନା ବସ କଣ୍ଡକ୍ଟର 500 ଟଙ୍କା ଖୁଚୁରା ଦେଲା ପରେ ।  ବିଶ୍ୱାସର ସହିତ ରଖିନିଏ ନିଜର କଣ୍ଢେଇ ଝୁଲୁଥିବା ବ୍ୟାଗରେ । ଆଜି ସେ ସଜେଇ ହୋଇଛି । ସଜେଇ ହୋଇଛି ବାହା ହେବା ପାଇଁ । ମାଟି ଘଡିରେ ଟଙ୍କା ରଖିବା କଣ ସାରିଲା, ହାତକୁ ଦି ହାତ କରିଦେଉଛନ୍ତି ତା ବାପା ମା । ଅନ୍ୟପଟେ ସତିଶ୍ ନିଜ ପାଇଁ ବ୍ଲେଜର , ଜୋତା ଓ ସାଙ୍ଗ ସୁଶ୍ରୀ ପାଇଁ ଗୋଟେ ସୁନା ମୁଦି ଆଣିଛି । ବ୍ୟସ୍ତତା ଯୋଗୁଁ ସୁଶ୍ରୀ ତା ବାହାଘର ଛପା କାର୍ଡର ଫୋଟ ସତିଶକୁ ପଠେଇଛି ହ୍ୱାଟସଆପରେ । ଆଜି ହେଉଛି ସୁଶ୍ରୀର ବାହାଘର । ସତିଶ୍ ବି ସକାଳ 9 ଟାରୁ ରାମଦେବ ବାବାଙ୍କ ସାବୁନ ଲଗେଇ ଗାଧୋଇ ବାହାରି ପଡିଛି ସାଙ୍ଗ ସୁଶ୍ରୀଙ୍କ ଘର ଭୁବନେଶ୍ୱର ଯିବ ବୋଲି । ଉବେର ମଗେଇଛି ସେ । ଗାଡିରେ ଗଲାବେଳେ ମନେ ପଡିଯାଇଛି ସୁଶ୍ରୀ ସହ ବିତାଇଥିବା ବନ୍ଧୁତ୍ୱର ଦିନକୁ । ଏପଟେ ସୁଶ୍ରୀ ମଜିଯାଇଛି ତା ବାହାଘରରେ । ବାହାଘରର ପୂର୍ବ ରାତିରେ ସମସ୍ତଙ୍କୁ ମେସେଜ କରିଛି ଆସିବାକୁ । ମୋବାଇଲର ଚାର୍ଜ ସରିଯିବାରୁ ଚାର୍ଜରେ ଫୋନ ଲଗେଇଛି ସିନା କିନ୍ତୁ ସୁଇଚ୍ ଅନ କରିନି । ଭାବିଛି ସକାଳୁ ସତିଶକୁ ଫୋନ କରିବ । ତା ବାହାଘରରେ ସବୁ କାମ କରିନେବ ବୋଲି ସତିଶ୍  କଲେଜରେ +3 ପଢା ସମୟରେ ପ୍ରତିଶୃତି ଦେଇଥିଲା ।  କଲେଜ ପୂରିବାକୁ 5 ବର୍ଷ ହୋଇଗଲାଣି । ଏତିକିବେଳେ ସୁର୍ଶୀର କାନରେ ବାଜିଲା...

‘ଖପରା କଣ୍ଢେଇ”

Image
  ତାରା’ର ଆଗମନ ଦୃଶ୍ୟରେ ସାମାନ୍ୟ ଅନ୍ଧକାର ହୋଇଯାଇଥାଏ ଘର ଆଗ ଅଗଣାଟି । ଖପରାକୁ ପକାଇ କିତି କିତି କିତି.. କହି କଣ୍ଢେଇ ଏକ ରାହାରେ ଗୋଟେ ଘରକୁ ଗୋଟେ ଘର ପାଦ ଥାପୁଥାଏ । ଏତିକି ବେଳେ ଘରୁ ବାପାଙ୍କ ପାଟି ଆସିଲା, କଣ୍ଢେଇ ଘରୁକୁ ଆସେ ସଂଧ୍ୟା ହେଲାଣି । ଗୋଡ ହାତ ଧୁଆ ଧୁଇ ହେଇକି ପାର୍ଥନା କରେ । ଏହା ଶୁଣି ସଙ୍ଗେ ସଙ୍ଗେ କଣ୍ଢେଇ ଖପରାକୁ ଗୋଟାଇ ମୁଣ୍ଡିଆ ମାରି ଘରେ ଥିବା ପଥର ଶିଳ ପାଖରେ ରଖିଦେଲା । କାହିଁକି ନା ବାପା କହିଥିଲେ ସାନ ହଉ କି ବଡ, ଗୋଡ ବାଜିଲେ ବିଷ୍ଣୁ କହି ମୁଣ୍ଡିଆ ମାରିବା ଉଚିତ । ଏମିତିରେ ବି ଖପରାକୁ ବହୁତ ପସନ୍ଦ କରୁଥିଲା କଣ୍ଢେଇ । ଘରେ ଏକା ଥିଲାବେଳେ କେତେ ଯେ ସମୟ କାଟିଛି ଏହି ଖପରା ସହ । ଏହା ପରେ ସେ ଚାଲିଗଲା ପାର୍ଥନା କରିବାକୁ ।  ଏପଟେ ବାପା ଡିବି ଲାଗାଇ ମିଞ୍ଜି ମିଞ୍ଜି ଆଲୁଅରେ ଗଢିବାକୁ ଲାଗିଲେ ମାଟି ଯୁକ୍ତ କଣ୍ଢେଇ । କାରଣ,କଣ୍ଢେଇର ବାପା ଥିଲେ କଣ୍ଢେଇ କାରିଗର । ମାଟିରେ ନିର୍ମିତ କଣ୍ଢେଇ ବିକି ପେଟ ପାଇଁ ଦାନା କିଣୁଥିଲେ । ଘରେ ପରିବାର କହିଲେ ଝିଅ କଣ୍ଢେଇ ଆଉ ସେ । କଣ୍ଢେଇକୁ ସେ ସାତ ବର୍ଷ ତଳେ ଏକ ଖତ ଗଦାରୁ ପାଇଥିଲେ । ପାଖ ଗାଁ ମେଲଣ ସମୟରେ କଣ୍ଢେଇ ବିକିବାକୁ ଯାଇଥିଲାବେଳେ କୁଆଁ କୁଆଁ କାନ୍ଦ ଶୁଣି ତାକୁ ଘରକୁ ନେଇ ଆସିଥିଲେ । ସେଦିନ ସବୁ ମାଟି କଣ୍ଢେଇ ବିକା ସରିଯାଇଥିବାରୁ ସେ ନିଜ ଝୁଡିକୁ ଖାଲି କରିବାକୁ ଚାହୁଁ ନଥିଲେ । ସେଥିପାଇଁ ସେ ଝିଅ...

ମଶାରୀ ଭିତରେ ମଶା

Image
ମଶାରୀ ଭିତରେ ମଶା । ମଶାରୀ ବାହାରେ ମଶା । ପୁରୁଣା ରାଜଧାନୀ ପରେ ଏବେ ରାଜଧାନୀରେ ମଶାଙ୍କ ହାଉଜାଉ । କଟକବାସୀଙ୍କୁ ନିଜର ପରାକ୍ରମ ଦେଖାଇବା ପରେ ଏବେ ରାଜଧାନୀରେ ଦ୍ରୁତ ଗତିରେ ନିଜ ବଂଶ ବିସ୍ତାର କରିଚାଲିଛନ୍ତି ମଶା । ଲକ୍ଷ୍ୟ ସେହି ଗୋଟିଏ । ନିଜର ଶକ୍ତି ପ୍ରଦର୍ଶନ କରିବା । ଗଣମାଧ୍ୟମ ନଜରରେ ଆସିବା । ନିଜର ବଂଶ କାୟା ବିସ୍ତାର କରି ଲୋକଙ୍କୁ ଡରାଇବା । ଭୁବନେଶ୍ୱର ମହାନଗର ନିଗମ ବା ବିଏମସିର ଅପାରଗତାକୁ ଦର୍ଶାଇବା । ଶୀତ ଦିନର ଶିଥିଳତାରେ ମଣିଷକୁ ନିଜର ଉଷ୍ମତା ଦେଖାଇବା । କିନ୍ତୁ ଏତେ ସବୁ ଭିତରେ ମଶାମାନେ ଭୁଲି ଯାଉଛନ୍ତି ଯେ ଆଗକୁ ହକି ବିଶ୍ୱକପ୍ । ଯେଉଁ ସରକାର ଏବେ ବିଶ୍ୱକପ୍ ପାଇଁ ଉଠା ଦୋକାନକୁ ଭାଙ୍ଗୁଛନ୍ତି, କ ’ ଣ ସେମାନେ ମଶା ସମୂହଙ୍କ ଦମ୍ଭକୁ ଭାଙ୍ଗିପାରିବେ ନାହିଁ ? ଦେଖୁ ଦେଖୁ ଆମ ମେୟର ସୁଲୋଚନା ମ୍ୟାଡାମ୍ କହି ସାରିଲେଣି ଡ୍ରୋନ୍ ମାଧ୍ୟମରେ ମଶାଙ୍କ ଉତ୍ପତ୍ତି ସ୍ଥଳ ଚିହ୍ନଟ କରାଯିବ । ପରେ ସେଠାରେ ମାଶା ତେଲ ସ୍ପ୍ରେ କରାଯାଇ ମଶା ଦମନ କରାଯିବ । ଯେମିତି ସେ ନିର୍ବାଚନ ଆଗରୁ କହିଥିଲେ ଭୁବନେଶ୍ୱରର ମୁକୁଳା ଡ୍ରେନର ତୁରନ୍ତ ସମାଧାନ ହେବ । ଭୁବନେଶ୍ୱରରେ ରହୁଥିବା ଜଣେ ବରିଷ୍ଠ ସରକାରୀ ଅଧିକାରୀ ବି କହିଲେ, ଯୁଆଡେ ଦେଖିବ ମଶା । ନେଟଫ୍ଲିକ୍ସ ଦେଖିବା ବେଳକୁ ଚଳଚ୍ଚିତ୍ରର ସାଉଣ୍ଡ କମ୍ ଏବଂ ମଶାଙ୍କ ଗୁଣୁଗୁଣୁ ଶବ୍ଦ ଅଧିକ ଆସୁଛି । ମଶା ଦମନ ପାଇଁ ସେ ରୋବର୍ଟ ଚଳଚ୍ଚିତ୍ରର ସୁପରଷ...

ବିଶ୍ୱାସ ବନାମ ହେତୁବାଦୀ

Image
  ଆମର ପ୍ରତ୍ୟେକ ପର୍ବ ସମାଜର ଚାଲିଚଳଣୀ ଓ ପରମ୍ପରାର ଅବିଚ୍ଛେଦ୍ୟ ଅଙ୍ଗ । ମହାପ୍ରଭୁଙ୍କ ନୀତିକାନ୍ତି, ରଥଯାତ୍ରା, ଦୁର୍ଗାପୂଜା, କାଳିପୂଜା, ମାଣଓଷା ଗୁରୁବାର ଓ ରଜ ଭଳି ସମସ୍ତ ପର୍ବପର୍ବାଣୀ, ତତସହ ପରମ୍ପରା ମାନବ ସମାଜକୁ ଅନେକ ସକାରାତ୍ମକ ବାର୍ତ୍ତା ଦେଉଅଛି । ଭସାଣୀ ବି ଏକ ସୂଚକ ଯେ ଜୀବନ ହେଉଛି ଆଜି କାଲିର ଦିନ । ଧରାପୃଷ୍ଠକୁ ଆସିଛ ମାନେ ବିଦାୟ ନେବା ନିଶ୍ଚିତ । ଗୁରୁତ୍ୱପୂର୍ଣ୍ଣ, ତୁମେ ସେହି ଜୀବନକାଳ ମଧ୍ୟରେ କ ’ ଣ କରୁଛ । ଏହିଭଳି ଭାବରେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗହଣରେ ହାଣ୍ଡିଛାଡ ମଧ୍ୟ ମାନବ ବିଶ୍ୱାସର ଏକ ଅଂଶବିଶେଷ,   ଯାହା ଅନାଦି ଅନନ୍ତ କାଳରୁ ଚାଲି ଆସୁଛି । ମୋତେ ଲାଗେ ସମ୍ଭବତଃ ଏହା ଆମର ଖାଦ୍ୟ ପେୟର ପରିବର୍ତ୍ତନକୁ ସୂଚାଉଛି ନଚେତ୍ ହାଣ୍ଡି ଛାଡ଼ର ପ୍ରକୃତ ସକାରାତ୍ମକ ଅର୍ଥ ନିଆଯାଇପାରିବ, ବେଳେବେଳେ ରୋଷେଇ ନକରି ଶୁଖା ଖାଦ୍ୟକୁ ବି ଗ୍ରହଣ କରାଯିବ ଉଚିତ୍ । ଗୃହିଣୀଙ୍କୁ ମଧ୍ୟ ଏକ ଦିନ ବିଶ୍ରାମ, ଏହା ସର୍ବଗ୍ରହଣୀୟ । ହାଁ, ମୁଁ ଏପରି କରିପାରେ ଯେ ଗୋଟିଏ ଲୋକ ଯଦି ଭୋକିଲା ଅଛି ଆଉ ତାକୁ ଖାଦ୍ୟ ଦିଆନଗଲେ ତାହାର ଶରୀର ପ୍ରତି କ୍ଷତି ହେବାର ଯଥେଷ୍ଟ ସମ୍ଭାବନା ଅଛି, ସେହି ସମୟରେ ଉକ୍ତ ବ୍ୟକ୍ତିର ସ୍ଥିତାନୁସାରେ ଏହି ନିୟମକୁ ଭଙ୍ଗ କଲେ କିଛି ଅସୁବିଧା ନାହିଁ । ମୋ ଜୀବନର ଉଦାହରଣ ସ୍ୱରୂପ ମୁଁ ମୋ ଡାହାଣ ହାତରେ ଏକ ମୁଦି ପିନ୍ଧିଛି । ଏକ ସମୟରେ ବିପଦ ଥିବା କାରଣରୁ ବ...

ମୁଁ ରାଜରାସ୍ତାର ସକାଳ ଜଳଖିଆ କହୁଛି ...

Image
ମୁଁ ରାଜଧାନୀ ଭୁବନେଶ୍ୱର ଓ ପୁରୁଣା ରାଜଧାନୀ କଟକର ରାଜରାସ୍ତାର ସକାଳ ଜଳଖିଆ କହୁଛି । ଆଶା କରୁଛି ଆପଣ ମାନେ ଭଲରେ ଥିବେ । ଆଜି ମୋର ଲେଖିବାର ତାତ୍ପର୍ଯ୍ୟ ବୁଝିବା ହେବେ । ଏବେ ମୋର କର୍ମଭୂଇଁ ଅଧିକାଂଶ ସହରର ରାଜରାସ୍ତାରେ ଠେଲାଗାଡ଼ିରେ । ରାଜ୍ୟ ଓ ରାଜ୍ୟ ବାହାରର ଅନେକ ଲୋକଙ୍କ ବେପାର ମୋ ପାଇଁ । କିନ୍ତୁ ଗର୍ବ ବୋଲି ମୋର ନାହିଁ । ମାତ୍ର ଦୁଃଖ ଏତିକି ଯେ ଆଗଭଳି ମୋ ପାଇଁ ସେ ଆତ୍ମୀୟତା ନାହିଁ । ଏଥିପାଇଁ ଦୋକାନୀ ଓ ଗ୍ରାହକ ଉଭୟ ଯେ ଦାୟୀ, ମୁଁ ତାର ଜ୍ୱଳନ୍ତ ପ୍ରମାଣ । ସେଥିପାଇଁ ମୁଁ କୁହେ... “ ରାତି ପାହିଲାଣି ରାବଇ କାଉ, ହେଉ ନାହିଁ ଆଉ ସେକାଳ ଜାଉ । ପାହାନ୍ତେ ପାହାନ୍ତେ ସେବେ ହୁଅନ୍ତି ବିକ୍ରି, ଏବେ ଶେଯରୁ ନ ଉଠଇ ରାଜଧାନୀ ବାସୀ, କେମିତି ଜଳଖିଆ ହୁଅନ୍ତା ଯେ ସଅଳ ବିକ୍ରି ” ।              ମୋର ସମୟ ସାରଣୀ ଏବେ ଏମିତି । ଆଗଭଳି ଲୋକମାନେ ସକାଳୁ ଶୀଘ୍ର ଉଠୁ ନଥିବାରୁ ଏବେ ସକାଳୁ ଟିକେ ବିଳମ୍ବରେ ମୁଁ ବିକ୍ରି ହେଉଛି । କହିଲେ ସକାଳ ୭ଟାରୁ ମୋର ଜଳଖିଆ ଭାଇ ମାନଙ୍କ ନିତ୍ୟକର୍ମ ଆରମ୍ଭ । ଏବେ ରାଜରାସ୍ତାରେ ଅଧିକାଂଶ ସ୍ଥାନରେ ଦହିବରା ଆଳୁଦମ ଠେଲାଗାଡ଼ିରେ ମୁଁ ଅଧିକ ବିକ୍ରି । ଅନେକାଂଶେ ସ୍ଥାନେ ବରା, ଚପ୍, ସିଙ୍ଗଡା, ପୁରୀ, ପରଟା ଭଳି ତେଲ ଜିନିଷ ଇତ୍ୟାଦୀ ଜଳଖିଆକୁ ପସନ୍ଦ କରନ୍ତି ସମସ୍ତେ । ଦକ୍...

‘ହାତୀ ବଞ୍ଚିଲେ ଲକ୍ଷେ, ମଲେ ଲକ୍ଷେ’: ହତା କ୍ଷୟ ନା ହାତୀ ଭୟ ?

Image
ସମଗ୍ର ଭାରତବର୍ଷରେ ଓଡ଼ିଶା ଏକ ହାତୀ ବହୁଳ ରାଜ୍ୟ । ଭୋଗୋଳିକ ଓ ପର୍ଯ୍ୟାବରଣ ଦୃଷ୍ଟିରୁ ହାତୀଙ୍କ ଉପଯୁକ୍ତ ସ୍ଥାନ ମଧ୍ୟରୁ ଆମ ରାଜ୍ୟ ଅନ୍ୟତମ । ଆମର ପ୍ରାଚୀନ ପରମ୍ପରା , ସଂସ୍କୃତି ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଐରାବତ ବା ହାତୀର ସ୍ଥାନ ସ୍ୱତନ୍ତ୍ର । ମାତ୍ର ବିଗତ ବର୍ଷ ମାନଙ୍କରେ ରାଜ୍ୟ ସରକାର ଓ ଜଙ୍ଗଲ ବିଭାଗର ଉଦାସୀନତା କାରଣରୁ ଏହି ବିଶାଳକାୟ ସ୍ଥଳଚର ଜୀବ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି । ବିଗତ ଛଅ ମାସ ଧରି ଖବରକାଗଜର ପ୍ରଥମ ପୃଷ୍ଠାରେ ମୁଖ୍ୟ ଶୀରୋନାମା ପାଲଟିଛି ଏହି ଖବର । ଶିମିଳିପାଳ, ସାତକୋଶିଆ, କେନ୍ଦୁଝର ଠାରୁ ଆରମ୍ଭ କରି ଚନ୍ଦକା, ବାରପାହାଡ଼, ରେଢ଼ାଖୋଲ ଘଞ୍ଚ ଜଙ୍ଗଲରେ ହାତୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ଅସୁରକ୍ଷିତ ହୋଇଛି । ଜଙ୍ଗଲ କ୍ଷୟ, ଖାଦ୍ୟାଭାବ, ଶୀକାରୀଙ୍କ ପ୍ରାଦୁର୍ଭାବ ବିଶେଷ ଭାବରେ ଅସ୍ୱାଭାବିକ ହାତୀ ମୃତ୍ୟୁ ବେଶ୍ ଚିନ୍ତାଜନକ ହୋଇଛି । ଟ୍ରେନ, ଗାଡ଼ି ଧକ୍କା ଓ ବିଦ୍ୟୁତ ଆଘାତରେ ହାତୀଙ୍କ ପ୍ରାଣହାନୀ ଘଟୁଛି । ଗଜରାଜର ରାଜ୍ୟ ଏବେ ଗଜଶୂନ୍ୟ ହେବାକୁ ବସିଛି । ଲାଗୁଛି, ଯେପରି ରାଜ୍ୟ ସରକାର-ବନ ବିଭାଗ ଓ ବନ ବିଭାଗ-ଶୀକାରୀଙ୍କ ମଧୁଚନ୍ଦ୍ରିକାରୁ ‘ ହାତୀ ବଞ୍ଚିଲେ ଲକ୍ଷେ, ମଲେ ଲକ୍ଷେ ’ ଢ଼ଗ ବାସ୍ତବର ରୂପ ନେଇଛି । ସେହିଭଳି କୌଣସି ଜିନିଷକୁ ଚାରିଆଡ଼ୁ ଘେରିଥିବା କୌଣସି ରେଖା ବା ଆକାରକୁ ହତା କୁହାଯାଏ ଏବଂ ହାତୀବଂଶ ମାନଚିତ୍ରକୁ ସେହି ହତାରେ ରଖି ଦେଖିଲ...

୧୯୮୨ ବନ୍ୟା : ସେହି ଅଗଷ୍ଟ ମାସ ଖୁଦୁରୁକୁଣୀ ଓଷାରେ ବାଙ୍କୀବାସୀଙ୍କ ବିକଟାଳ ଚିତ୍କାର

Image
Photo Credit - India Today      ପ୍ରାକୃତିକ ଦୁର୍ବିପାକର ଚିର ସହଚର ଓଡ଼ିଶା ।  ୧୯୩୬ ଏପ୍ରିଲ ୦୧ , ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ପର ଠାରୁ ସାମୁଦ୍ରିକ ବାତ୍ୟା , ମହାବାତ୍ୟା , ବନ୍ୟା , ଦୁର୍ଭିକ୍ଷ ଏଭଳି ଅନେକ ଉତଥାନ ପତନ ଭିତରେ ଓଡ଼ିଶା ଆଜି ଅଗ୍ରସର । ତନ୍ମଧ୍ୟରୁ  ୧୮୮୬ର ନଅଙ୍କ ଦୁର୍ଭିକ୍ଷ ,  ୧୯୮୨ ବନ୍ୟା , ୧୯୯୯ ମହାବାତ୍ୟା , ୨୦୧୩ ଫାଇଲିନ, ୨୦୧୪ ହୁଡ଼ହୁଡ ଓ   ୨୦୧୯ ଫନୀ ଅନ୍ୟତମ । ଏହି ସବୁ ବିଧ୍ୱଂସୀ ବିପର୍ଯ୍ୟୟ ଦ୍ୱାରା ଉତ୍କଳବାସୀ ହୋଇଛନ୍ତି କ୍ଷତାକ୍ତ ଓ ବିକଳାଙ୍ଗ । ମାତ୍ର ସେହି ହୁ ହୁ ଚିତ୍କାରକୁ ପୁଣି ଥରେ ଜୀବିତ କରିଛି ବର୍ତ୍ତମାନର ବନ୍ୟା ସ୍ଥିତି । ସ୍ୱଳ୍ପ କିମ୍ବା ମଧ୍ୟମ ନୁହେଁ ଭୟଙ୍କର ବନ୍ୟାରେ ଟଳମଳ ହେଉଛି ରାଜ୍ୟର ଅନେକ ଜିଲ୍ଲା ଏବଂ ଜଳବନ୍ଦୀରେ ଅନେକ ଗ୍ରାମ । ଏବେ ବନ୍ୟା ଅଞ୍ଚଳରେ ପ୍ରପୀଡ଼ିତଙ୍କ ସ୍ୱରକୁ ଆଧୁନିକ ଗଣମାଧ୍ୟମ ଶାଣିତ ସ୍ୱରରେ ଉଠାଉଛି ସତ କିନ୍ତୁ ଏହି ସମୟରେ ଅତୀତର ଭୟଙ୍କର ବନ୍ୟାକୁ ସ୍ମୃତିଚାରଣ କରାଇବା ମଧ୍ୟ ନିତ୍ୟାନ୍ତ ପରିହାର୍ଯ୍ୟ । ଏହି ପୃଷ୍ଠଭୂମିରେ ୧୯୮୨ ନଦୀବଢ଼ିରେ ବାଙ୍କୀବାସୀ ସହିଥିବା ଯନ୍ତ୍ରଣା ତଥା କ୍ଷୁଧା ଓ ବଞ୍ଚିବା ମଧ୍ୟରେ କରିଥିବା ସଂଘର୍ଷକୁ ବର୍ଣ୍ଣନା କରିବା ମୋ ପାଇଁ ଆଲୋଚନାର ଏକ ପ୍ରେରକ ସାବ୍ୟସ୍ତ ହେବ ବୋଲି ମୁଁ ଭାବୁଛି ।      ୧...