Posts

Showing posts from March, 2023

ବିପଥଗାମୀ ଯୁବପିଢି : ଆତ୍ମହତ୍ୟା/ଆତ୍ମରକ୍ଷା ?

Image
ପରାଧୀନତା ହୋଇ ରହିବୁ ନାହିଁ । ଦେଶକୁ ସ୍ୱାଧୀନତା ଦେବୁ । ତ୍ୟାଗ ଦେବୁ , ବଳିଦାନ ଦେବୁ । ଇଂରେଜଙ୍କ ବିରୋଧରେ ଲଢିବୁ । ବ୍ରିଟିଶ ସାମ୍ରାଜ୍ୟକୁ ଧ୍ୱଂସ କରିବୁ । ଏହି ଲକ୍ଷ୍ୟ ନେଇ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ , ଭଗତ ସିଂହ , ସୁକଦେବ , ମଙ୍ଗଳ ପାଣ୍ଡେ , ବାଜି ରାଉତ ଓ ବିର୍ସା ମୁଣ୍ଡାଙ୍କ ଭଳି ଯୁବ ସଂଗ୍ରାମୀ ଦେଶ ଓ ଆମର ସ୍ୱତନ୍ତ୍ରତା ପାଇଁ ବଳିଦାନ ଦେଇଛନ୍ତି । ଲକ୍ଷ୍ୟ ଥିଲା ଗୋଟିଏ ଦେଶକୁ ସ୍ୱାଧୀନତା ଦେଇ ଆଗକୁ ବଢିବା । ଯୁବପିଢିଙ୍କୁ ସ୍ୱାଭିମାନ ଓ ଆତ୍ମସ୍ୱାଭିମାନ କରାଇବା । ଆଜି ଆମେ ସମସ୍ତେ ଏକବିଂଶ ଶତାବ୍ଦୀରେ ଉପନୀତ ହୋଇଛେ ଏବଂ ଦେଶ ସ୍ୱାଧୀନତାର ୭୫ ବର୍ଷ ‘ ଅମୃତ ମହୋତ୍ସବ ’ ପାଳନ କରୁଛେ । ଅଧିକ ଯୁବବର୍ଗଙ୍କ ସଂଖ୍ୟା ବିଶିଷ୍ଟ ଏହି ଭାରତବର୍ଷରେ ଲକ୍ଷ୍ୟ କିନ୍ତୁ ପଥଭ୍ରଷ୍ଟ । ସେ ସମୟରେ  ଯୁବ ସଂଗ୍ରାମୀଙ୍କ ଦ୍ୱାରା  ଦେଖାଯାଇଥିବା ସ୍ୱପ୍ନ ପଥରେ ନ ଯାଇ ବିପଥଗାମୀ ହୋଇଛନ୍ତି ଯୁବପିଢି । ଯେଉଁ ସମୟରେ ସବୁ ଯୁବକ ଯୁବତୀଙ୍କ ଲକ୍ଷ୍ୟ ଥିଲା ଗୋଟିଏ - ଦେଶକୁ ସ୍ୱାଧୀନତା ଦେବା , କିନ୍ତୁ ସେହି ବୀରଭୂମିରୁ ଜନ୍ମ ନେଇଥିବା ଅନେକ ଯୁବକ ଯୁବତୀ ଅଧୁନା ସାଧାରଣ କଥାରେ ହାର୍ ମାନିଯାଉଛନ୍ତି ଏବଂ ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତି ନେଉଛନ୍ତି । Credit - The Scroll  ଏନସିଆରବି ରିପୋର୍ଟ ଅନୁସାରେ ୨୦୨୦ ମସିହାରେ ରାଜ୍ୟରେ ୫୪୮୨ ଜଣ ଆତ୍ମହତ୍ୟା କର...

ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ

Image
ଛୋଟ ଥିଲି ଆଉ ଘରେ ଗେହ୍ଲବସର ମଧ୍ୟ । ସବୁ ପିଲାଙ୍କ ପରି ଦୁଷ୍ଟ ନଥିଲେ ମଧ୍ୟ ଖାଇବା ସମୟରେ ବେଳେ ବେଳେ ମୋର ଫରିବି କୁଆଡେ ବାହାରେ ବୋଲି ମମି କୁହେ । ଦିନେ, ମୋର ଦେହ ଖରାପ ଥିବାରୁ ଜିଦ୍ ଧରିଲି ଖାଇବିନି ବୋଲି । ମମିର ଅନେକ ପ୍ରଲୋଭନ ସତ୍ତ୍ୱେ ମୋର ଏକା ଜିଦ୍ ମୁଁ ଖାଇବିନି ମାନେ ଖାଇବିନି । ତା’ ପରେ ବୁଦ୍ଧିମତୀ ମମି ମୋର କଣ କଲା ! ଆମ ଘର ଆଗ ପିଜୁଳି ଗଛରେ ବସିଥିବା ଘରଚଟିଆକୁ ଗୋଟେ ସୂତାରେ ବାନ୍ଧି ମୋ ହାତରେ ଧରେଇ ଦେଲା । ଆ ପରେ ଆଉ କଣ... ମୁଁ ହାଉଁ ହାଉଁ କରିକି ତାଟିଆଏ ଡାଲମା ଗୋଳା ଭାତ ଖାଇଦେଲି । ସେବେଠାରୁ ସେ ମୋ ସାଙ୍ଗ । ସ୍ନେହରେ ତାକୁ ମୁଁ ଟିକି ଚଢେଇ ଡାକେ । ତାର ଚିକିରିମିକିରିକୁ ମୋର କୂଆଁ କୂଆଁ ଶବ୍ଦ । ନଦେଖିଲେ ତାକୁ ମୋର ଖାଇବା ବି ବନ୍ଦ । ମୁଁ ଯାହା ବି ଖାଏ ତାକୁ ବି ଖୁଆଏ । ତେବେ ଦିନେ ମୁଁ ଅଙ୍ଗନବାଡିରୁ ଆସି ଦେଖ ତ ସେ ଘରେ ନାହିଁ । ବାନ୍ଧା ଯାଇଥିବା ସୂତା ଛିଡିଯାଇଛି । ବହୁତ ଖୋଜିଲି କିନ୍ତୁ ମିଳିଲାନି । ପରିଶେଷରେ ଜେଜେ ମାଆ ବୁଝାଇଲା କି ସେ ତା’ ମା ପାଖକୁ ଯାଇଛି, ଆସିଯିବ।  20 ବର୍ଷ ତଳର ଅପେକ୍ଷା ଆଜି ବି ଅଛି କିନ୍ତୁ ଏବେ ଏହି ପ୍ରଜାତିର ପକ୍ଷୀ ବିଲୁପ୍ତ ପ୍ରାୟ । ପ୍ରକୃତିର ସ୍ରୋତରେ କେବଳ ଛାୟା ହୋଇ ରହିଛି ଘରଚଟିଆ। ଏବେ ଅପେକ୍ଷା ସେମାନଙ୍କ ଭଳି ପକ୍ଷୀଙ୍କୁ ସାହାରା ଦେବାକୁ, ଜଙ୍ଗଲରେ ନିରାପଦରେ ଆଶ୍ରୟ ଦେବାକୁ, ପ୍ଲାଷ୍ଟିକ୍ ବଦଳରେ ସେମାନଙ୍କ ମନପସନ୍ଦର...

ମାଟ୍ରିକ୍ ପରୀକ୍ଷାରେ ବ୍ୟାପକ ବିଭ୍ରାଟକୁ ବାରମ୍ବାର ଅଣଦେଖା କାହିଁକି ?

Image
Photo credit - OTV ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାର ପ୍ରଶ୍ନପତ୍ରରେ ଦୀର୍ଘ ବର୍ଷ ଧରି ବାରମ୍ବାର ତ୍ରୁଟି ଦେଖାଯିବା ଏକ ସାଧାରଣ ପ୍ରସଙ୍ଗ ନୁହେଁ, ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ମଧ୍ୟ । ଭବିଷ୍ୟତର ପ୍ରଥମ ସୋପାନର ପରୀକ୍ଷା କୁହାଯାଉଥିବା ମାଟ୍ରିକକୁ ନେଇ ଅନେକ ଅଭିଯୋଗ ଓ ଏହାକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ବିବୃତ୍ତି ପରିହାସ ସଦୃଶ। ଥରେ କିମ୍ବା ଦୁଇ ଥର ତ୍ରୁଟିକୁ ଅଣଦେଖା କରାଯାଇପାରେ କିନ୍ତୁ ସେହି ଭୁଲ ବାରମ୍ବାର ଘଟିବା ଏହା ପ୍ରମାଣିତ କରୁଛି ଯେ, ପିଲା ମାନଙ୍କ ଭବିଷ୍ୟତ ପ୍ରତି ସରକାର ଜମାରୁ ଚିନ୍ତିତ ଓ ଦାୟିତ୍ୱବାନ ନୁହଁନ୍ତି । ଆମେ ଯେତେବେଳେ ଏକ ଖବର ପ୍ରକାଶ କରିବା ପୂର୍ବରୁ ବାରମ୍ବାର ତାକୁ ପୁନଃପଠନ ଅନ୍ୟ ଦ୍ୱାରା କରାଇଥାଉ । ପରୀକ୍ଷା ଗେଟରେ ପ୍ରବେଶ ପୂର୍ବରୁ ଯେପରି ପିଲାଙ୍କୁ ଚେକ୍ କରାଯାଉଛି ତେବେ ମାଟ୍ରିକ୍ ଭଳି ସମ୍ବେଦନଶୀଳ ପରୀକ୍ଷା ପ୍ରଶ୍ନପତ୍ରର କାହିଁକି ଅଭିଜ୍ଞ ଶିକ୍ଷାବିତଙ୍କ ଦ୍ୱାରା ପୁନଃପଠନ ହେଉନାହିଁ ?  Samaja, Page no - 01 Dt 19.03.2023  ସର୍ବଭାରତୀୟ ସ୍ତରରେ ଯେତେବେଳେ ସିବିଏସଇ ଏବଂ ଆଇସିଏସଇ ପରୀକ୍ଷା ହେଉଛି ଏବଂ ବିଶେଷ ତ୍ରୁଟି ଦେଖାଯାଉନାହିଁ ତେବେ ରାଜ୍ୟରେ ବୋର୍ଡ ପରୀକ୍ଷାରେ ଏଭଳି ସ୍ଥିତି କାହିଁକି ? ହୁଏତ ବୋର୍ଡ୍ କର୍ତ୍ତୃପକ୍ଷ ଏବଂ ତତସହ ଜଡିତ ସଂସ୍ଥା ଗୁଡିକ ମଧ୍ୟ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ...