ବିପଥଗାମୀ ଯୁବପିଢି : ଆତ୍ମହତ୍ୟା/ଆତ୍ମରକ୍ଷା ?



ପରାଧୀନତା ହୋଇ ରହିବୁ ନାହିଁ । ଦେଶକୁ ସ୍ୱାଧୀନତା ଦେବୁ । ତ୍ୟାଗ ଦେବୁ, ବଳିଦାନ ଦେବୁ । ଇଂରେଜଙ୍କ ବିରୋଧରେ ଲଢିବୁ । ବ୍ରିଟିଶ ସାମ୍ରାଜ୍ୟକୁ ଧ୍ୱଂସ କରିବୁ । ଏହି ଲକ୍ଷ୍ୟ ନେଇ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଭଗତ ସିଂହ, ସୁକଦେବ, ମଙ୍ଗଳ ପାଣ୍ଡେ, ବାଜି ରାଉତ ଓ ବିର୍ସା ମୁଣ୍ଡାଙ୍କ ଭଳି ଯୁବ ସଂଗ୍ରାମୀ ଦେଶ ଓ ଆମର ସ୍ୱତନ୍ତ୍ରତା ପାଇଁ ବଳିଦାନ ଦେଇଛନ୍ତି । ଲକ୍ଷ୍ୟ ଥିଲା ଗୋଟିଏ ଦେଶକୁ ସ୍ୱାଧୀନତା ଦେଇ ଆଗକୁ ବଢିବା । ଯୁବପିଢିଙ୍କୁ ସ୍ୱାଭିମାନ ଓ ଆତ୍ମସ୍ୱାଭିମାନ କରାଇବା ।

ଆଜି ଆମେ ସମସ୍ତେ ଏକବିଂଶ ଶତାବ୍ଦୀରେ ଉପନୀତ ହୋଇଛେ ଏବଂ ଦେଶ ସ୍ୱାଧୀନତାର ୭୫ ବର୍ଷ ଅମୃତ ମହୋତ୍ସବପାଳନ କରୁଛେ । ଅଧିକ ଯୁବବର୍ଗଙ୍କ ସଂଖ୍ୟା ବିଶିଷ୍ଟ ଏହି ଭାରତବର୍ଷରେ ଲକ୍ଷ୍ୟ କିନ୍ତୁ ପଥଭ୍ରଷ୍ଟ । ସେ ସମୟରେ ଯୁବ ସଂଗ୍ରାମୀଙ୍କ ଦ୍ୱାରା ଦେଖାଯାଇଥିବା ସ୍ୱପ୍ନ ପଥରେ ନ ଯାଇ ବିପଥଗାମୀ ହୋଇଛନ୍ତି ଯୁବପିଢି । ଯେଉଁ ସମୟରେ ସବୁ ଯୁବକ ଯୁବତୀଙ୍କ ଲକ୍ଷ୍ୟ ଥିଲା ଗୋଟିଏ - ଦେଶକୁ ସ୍ୱାଧୀନତା ଦେବା, କିନ୍ତୁ ସେହି ବୀରଭୂମିରୁ ଜନ୍ମ ନେଇଥିବା ଅନେକ ଯୁବକ ଯୁବତୀ ଅଧୁନା ସାଧାରଣ କଥାରେ ହାର୍ ମାନିଯାଉଛନ୍ତି ଏବଂ ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତି ନେଉଛନ୍ତି ।


Credit - The Scroll 


ଏନସିଆରବି ରିପୋର୍ଟ ଅନୁସାରେ ୨୦୨୦ ମସିହାରେ ରାଜ୍ୟରେ ୫୪୮୨ ଜଣ ଆତ୍ମହତ୍ୟା କରିଛନ୍ତି । କେବଳ ୨୦୧୬ରୁ ୨୦୨୧ ମଧ୍ୟରେ ଓଡ଼ିଶାରେ ମୋଟ ୨୮, ୩୪୯ ଜଣ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରେ ୭୦ ପ୍ରତିଶତ ହେଉଛନ୍ତି ଯୁବପିଢି । ପ୍ରେମରେ ବିଫଳତା, ପାଠପଢା, ରୋଜଗାର, ଉଚ୍ଚାଭିଳାଷ, କାମ ଚାପ, ପରିବାରରେ ପରିସ୍ଥିତିକୁ ସମ୍ମୁଖୀନ ନ କରି ନିଜକୁ ଶେଷ କରିଦେବାର କଠୋର ନିଷ୍ପତି ନେଉଛନ୍ତି । ମନସ୍ତତ୍ୱବିତଙ୍କ କହିବା ଅନୁସାରେ ନିଶା ସେବନ, ଇଣ୍ଟରନେଟ୍ ପ୍ରତି ମୋହ, ଏକୁଟିଆପଣର ମୁଖ୍ୟ କାରଣ ହେଉଛି ଆତ୍ମହତ୍ୟା । ଏଥିରୁ ନିବୃତ୍ତ ରହିବା ପାଇଁ ପରିବାର ଲୋକଙ୍କ ସହ ସମୟ ବିତାଇବା ପାଇଁ ସେମାନେ ପରାମର୍ଶ ଦେଉଛନ୍ତି । ଦେଶରେ ୟୁରୋପୀୟ ଦେଶ ପରି ମାନସିକ ଅବସାଦ ପାଇଁ ହେଲ୍ପ ଲାଇନ ନମ୍ବର ମଧ୍ୟ ଭାରତ ସରକାରଙ୍କ ଦ୍ୱାରା ଜାରୀ କରାଯାଇଛି ।

ସଦ୍ୟତମ ଖବର ଅନୁସାରେ ଆଜେକ୍ସ, ଯୁବ ଇଞ୍ଜିନିୟର ଦୁର୍ଗାପ୍ରସାଦ ମିଶ୍ର, ପଶ୍ଚିମ ଓଡ଼ିଶାର ଆଲବମ୍ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ଆତ୍ମହତ୍ୟାର କାରଣ ସାମାନ୍ୟ କାରଣ ପାଇଁ । ସେହିପରି ୨୦୨୨ରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଏସ ଅମିତ କୁମାର ପ୍ରେମ ଜନିତ କାରଣ ଯୋଗୁଁ ବିଷ ପିଇ ଦେଇଥିଲେ । ଅନୁଗୋଳ ଜିଲ୍ଲାରେ ଅବିନାଶ ପ୍ରଧାନ ନାମକ ଯୁକ୍ତ ୨ ଶେଷ ବର୍ଷ ଛାତ୍ର ପାଠପଢା ଚାପ ପାଇଁ ଆତ୍ମହତ୍ୟା ପନ୍ଥା ଆପଣାଇଥିଲେ । ପ୍ରେମରେ ବିଫଳତା ପାଇଁ କଟକ ସଦରର ରୁଦ୍ରପ୍ରକାଶ ଭୋଇ ଏବଂ ସୋନାଲି ବାରିକ ଏହି ଉପାୟରେ ମୃତ୍ୟୁବରଣ କରିଥିଲେ । ପରିବାର ସହ କଳହ କାରଣରୁ କଟକ ସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସୁରଭି ପଞ୍ଚପାଲ ଆତ୍ମହତ୍ୟା କରିଥିଲେ । ତ୍ରିକୋଣୀୟ ପ୍ରେମ କାରଣରୁ କଟକ ଖ୍ରୀଷ୍ଟ କଲେଜର ତୁଷାରକାନ୍ତ ସାହୁ ମହାନଦୀକୁ ଡେଇଁ ଜୀବନ ହାରିଥିଲେ ।


ଆତ୍ମହତ୍ୟାର ମୂଳ କାରଣ ପାଇଁ ଦାୟୀ କିଏ ? ହୁଏତ ଆମେ ଲକ୍ଷ୍ୟ ବିହୀନ ପଥରେ ଅଛେ ନ ହେଲେ ଆଧୁନିକତାର ଅଧୁନା ସମୟ ହୁଏତ ଏଥିପାଇଁ ଦାୟୀ ହୋଇପାରେ । ଆତ୍ମହତ୍ୟାର ନିରାକରଣ ପାଇଁ ଦରକାର ମୋଟିଭେସନ ବା ପ୍ରେରଣା । ଏହା କିପରି ହେବ ଯେତେବେଳେ ଜଣେ ନିଜର ଲକ୍ଷ୍ୟ ଆଧାରରେ କର୍ତ୍ତବ୍ୟ ପରାୟଣ ହେବ ଏବଂ ସେ ଦିଗରେ କାମ କରିବ । ମନରେ ଥିବା ସବୁ କଥାକୁ ବନ୍ଧୁ ମାନଙ୍କ ମଧ୍ୟରେ ବାଣ୍ଟିବା ପାଇଁ ଚେଷ୍ଟା କରିବ । ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ନୁହେଁ ବରଂ ଅନ୍ୟର କଥା ଚିନ୍ତା କରିବ । ଆଦର୍ଶ ବୈଜ୍ଞାନିକ ଏବଂ ପୂର୍ବ ପୁରୁଷଙ୍କ ବଳିଦାନକୁ ଆଦର୍ଶ ଭାବିବ । ପାଠ୍ୟକ୍ରମରେ ଆତ୍ମହତ୍ୟା ନ କରିବା ଭଳି ବିଷୟ ମଧ୍ୟ ଆସିବା ଦରକାର ଓ ସଚେତନତା ମଧ୍ୟ ।  

ଆତ୍ମରକ୍ଷା ସହ ଅନ୍ୟ ମାନଙ୍କୁ ଜାଗ୍ରତ କରିବାର କାର୍ଯ୍ୟ ହେଉଛି ଯୁବବର୍ଗ ମାନଙ୍କର । ସମାଜରେ କୁସଂସ୍କାର ଭଳି ଆତ୍ମହତ୍ୟା ନ କରିବା ପାଇଁ ସଚେତନତା କରିବାର ଦାୟିତ୍ୱ ଏହି ଯୁବ ସମାଜର । ମାତ୍ର ସେହି ଯୁବକ ଯୁବତୀ ଯଦି ଆତ୍ମହତ୍ୟା କରୁଥିବେ ତେବେ ଦେଶ ଭବିଷ୍ୟତର ଦିଶା କେଉଁ ଆଡକୁ ଯିବ


ଲେଖକ - ସତ୍ୟଜିତ୍ ସାମଲ

 

 

Comments

Popular posts from this blog

Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’

Blog No 51 - Happy BirthDay Super Star

‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’

ସ୍ମୃତି ସେ ଦିନର

Blog No - 48 : ସୁଆଣ୍ଡୋରୁ ଜାତିର ଚରିତ୍ର, ସେବାର ମୂର୍ତ୍ତିମନ୍ତ ମହାନାୟକ

ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ

Story Blog No - 50 ଚିକେନ୍ ପକୋଡା

ଓଡ଼ିଶା ଗଣମାଧ୍ୟମରେ AI

୧୯୮୨ ବନ୍ୟା : ସେହି ଅଗଷ୍ଟ ମାସ ଖୁଦୁରୁକୁଣୀ ଓଷାରେ ବାଙ୍କୀବାସୀଙ୍କ ବିକଟାଳ ଚିତ୍କାର

‘ଅର୍ଗସ’