‘ଅର୍ଗସ’

14.05.2022ରେ ଅର୍ଗସର ସାଟେଲାଇଟ୍ ଲୋକାର୍ପଣର ପୂର୍ବଦିନ ମୁଁ ଲେଖିଥିବା ବାର୍ତ୍ତା -

‘ଅର୍ଗସ’ । ଗ୍ରୀକ୍ ଗଡ୍ । ପୁରାଣଶାସ୍ତ୍ର ଅନୁସାରେ ଯାହାଙ୍କର 100ଟି ନୟନ ବା ସବୁ ଦିଗକୁ ଦେଖିପାରୁଥିବା ଏକ ବିରଳ ଚରିତ୍ର । ଆମ ଓଡ଼ିଆଙ୍କ ଅର୍ଥରେ ଚକାନୟନ ଅର୍ଥାତ୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚକାଡ଼ୋଳା କହିବା ବାହୁଲ୍ୟ ଅଟେ । 

ଓଡ଼ିଆରେ 5ଟି ସ୍ୱର ଏବଂ ବ୍ୟଞ୍ଜନ ବର୍ଣ୍ଣକୁ ନେଇ ଉଚ୍ଚାରିତ ‘ଅ+ର+୍+ଗ+ସ’ର ଲୋକାର୍ପଣ ହୋଇଥିଲା 2018 ଏପ୍ରିଲ 18 ପବିତ୍ର ଅକ୍ଷୟ ତୃତୀୟା ଦିନ । ଆଖିଦୃଶିଆ ବ୍ୟକ୍ତିବିଶେଷଙ୍କୁ ନୁହେଁ ବରଂ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ପ୍ରତିଭାଙ୍କ ଗ୍ରହଣରେ ଭୁବନେଶ୍ୱର ଇଡକଲ୍ ଅଡ଼ିଟୋରିୟମରେ ଡ଼ିଜିଟାଲ ଚ୍ୟାନେଲ୍ ଭାବରେ ହୋଇଥିଲା ଏହାର ଶୁଭାରମ୍ଭ । 

‘ଅର୍ଗସ’ ଚ୍ୟାନେଲର ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା ସାରଙ୍କ କଳ୍ପନାରେ ଆରମ୍ଭ ହୋଇଥିଲା ଅର୍ଗସ । ସତ୍ୟର ସନ୍ଧାନରେ ଗାଁ ଗାଁରେ ଗରିବ ଲୋକଙ୍କ ପାଖରେ ପହଞ୍ଚିବା ଏବଂ ସେମାନଙ୍କର ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ନ୍ୟାୟ ପ୍ରଦାନ କରିବା ଥିଲା ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଚୁମ୍ବକରେ ଗରିବ ଲୋକଙ୍କ ପ୍ରତି ସମର୍ପିତ ଚ୍ୟାନେଲ୍ ।   

ଇତିମଧ୍ୟରେ 3 ବର୍ଷ ବିତିଛି । ଭୁବନେଶ୍ୱର ଅଫିସରେ 35 ଜଣ ଯୁବ ସାମ୍ବାଦିକ ଓ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିବା ଯାତ୍ରାର ସଂଖ୍ୟା ବର୍ତ୍ତମାନ 100ରୁ ଉର୍ଦ୍ଧ୍ୱରେ ପହଞ୍ଚିଛି ଏବଂ ରାଜ୍ୟର ପ୍ରମୁଖ ସ୍ଥାନ ମାନଙ୍କରେ ଅଫିସର 5ରୁ ଉର୍ଦ୍ଧ୍ୱ ଶାଖା ମଧ୍ୟ ପରିଚାଳନା ହେଉଛି । ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟରେ ଅର୍ଗସ ଆରମ୍ଭ ହୋଇଥିଲା ତାହାର ଫଳାଫଳ ଆପଣଙ୍କୁ ବିଗତ ଦିନ ମାନଙ୍କରେ ଜଣା । ମୋ ମତରେ ସୀମିତ ସମୟ ମଧ୍ୟରେ ଲୋକପ୍ରିୟ ହୋଇଥିବା ଚ୍ୟାନେଲ୍ ।  

ମୁଁ ବୁଝିବା ଅନୁସାରେ, ଯେଉଁ ବିଷୟଟି ମୋତେ ‘ଅର୍ଗସ’ର ଭଲ ଲାଗିଛି ତାହା ହେଉଛି ହ୍ୟୁମାନ୍ ଇଣ୍ଟ୍ରେଷ୍ଟ୍ ଷ୍ଟୋରି ବା ଲୋକମାନଙ୍କ ସଫଳତାର କାହାଣୀକୁ ନେଇ ହେଉଥିବା ସକରାତ୍ମକ ଖବର । ପୂର୍ବରୁ ଅନେକ ବୈଦୁତିକ ଗଣମାଧ୍ୟମ ସଫଳ ଖବରକୁ ଦେଖାଇବା ନିଃସନ୍ଦେହ କିନ୍ତୁ ଅର୍ଗସ ଯେଉଁଭଳି ଭାବରେ ଏହି ଶ୍ରେଣୀର ଖବରକୁ ଦୈନିକ ଖବର ଭାବରେ ପ୍ରାଥମିକତାର ସହ ପରିବେଷଣ କରୁଛି ତାହା ଅତି ଚମତ୍କାର କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଆସନ୍ତାକାଲି ମାନନୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଓଡ଼ିଆ ସାହିତ୍ୟ ଜଗତର ଅଗ୍ରଣୀ ବ୍ୟକ୍ତିତ୍ୱ ସମ୍ମାନନୀୟ ପ୍ରତିଭା ରାୟ ଏବଂ କନ୍ଧମାଳ ଜିଲ୍ଲାର ଆଧ୍ୟାତ୍ମିକ କବୟତ୍ରୀ ପୂର୍ଣ୍ଣମାସୀ ଜାନୀଙ୍କ କରକମଳରେ ଭର୍ଚୁଆଲ ମୋଡ଼ରେ ସାଟେଲାଇଟ୍ ଟ୍ୟାନେଲ୍ ଭାବରେ ‘ଅର୍ଗସ’ର ଲୋକାର୍ପଣ ହେବା ଜଣେ ପ୍ରାଥମିକ ସଦସ୍ୟ ଭାବେ ମୋ ପାଇଁ ଅତ୍ୟନ୍ତ ଖୁସି ଓ ଆନନ୍ଦର ବିଷୟ । ଏହି ନୂଆ ଯାତ୍ରାର ଶୁଭାରମ୍ଭ ଅବସରରେ ‘ଅର୍ଗସ’ର ମୁଖ୍ୟ ସଞ୍ଜୟ ସାର୍, ଟିମର ପ୍ରତ୍ୟେକ ସଦସ୍ୟ ଏବଂ ମୋର ସହଯୋଗୀ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ଅର୍ଗସ ନ୍ୟୁଜ୍ ଚ୍ୟାନେଲର ପୂର୍ଣ୍ଣସଫଳତା କାମନା କରୁଛି । ଜୟ ଜଗନ୍ନାଥ ।  

ଲେଖକ - ସତ୍ୟଜିତ ସାମଲ 

Comments

Popular posts from this blog

Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’

Blog No 51 - Happy BirthDay Super Star

‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’

ସ୍ମୃତି ସେ ଦିନର

Blog No - 48 : ସୁଆଣ୍ଡୋରୁ ଜାତିର ଚରିତ୍ର, ସେବାର ମୂର୍ତ୍ତିମନ୍ତ ମହାନାୟକ

ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ

Story Blog No - 50 ଚିକେନ୍ ପକୋଡା

ଓଡ଼ିଶା ଗଣମାଧ୍ୟମରେ AI

୧୯୮୨ ବନ୍ୟା : ସେହି ଅଗଷ୍ଟ ମାସ ଖୁଦୁରୁକୁଣୀ ଓଷାରେ ବାଙ୍କୀବାସୀଙ୍କ ବିକଟାଳ ଚିତ୍କାର