ଓଡ଼ିଶା ଗଣମାଧ୍ୟମରେ AI
ଯେଉଁଥି ପାଇଁ ହୋଇଛି, ତାହା
ହିଁ ହେଉଛି । ଚର୍ଚ୍ଚା ପାଇଁ ହୋଇଥିଲା, ସେଇୟା ହିଁ ତ ହେଉଛି । କିନ୍ତୁ ହଁ, ଏହା ଓଡ଼ିଶା
ଗଣମାଧ୍ୟମ ଜଗତ ପାଇଁ ପୂର୍ଣ୍ଣ ରୂପେ ସ୍ୱାଗତଯୋଗ୍ୟ ଓ ଖୁସି ଖବର ମଧ୍ୟ । ବର୍ତ୍ତମାନର ସମୟ
ପ୍ରତିଯୋଗିତାମୂଳକ ସମୟ । ଅର୍ଥାତ୍ ନୂଆ କଣ ? ଦିନେ ଦୈନିକ ସମ୍ବାଦ ମଧ୍ୟ ପ୍ରଥମେ ରାଜ୍ୟର
ଗଣମାଧ୍ୟମ ସାମ୍ରାଜ୍ୟରେ ରଙ୍ଗୀନ ଖବର କାଗଜ ମୁଦ୍ରଣ କରି ନିଜର ବ୍ରାଣ୍ଡିଂରେ ନୂଆ ପରିଚୟ
ତିଆରି କରିଥିଲା । ପରେ ସମସ୍ତ ମୁଦ୍ରିତ ଗଣମାଧ୍ୟମ ତାହାକୁ ଅନୁସରଣ କଲେ । ଏଆଇ ନ୍ୟୁଜ୍ ଆଙ୍କର
ତା’ ଭଳି ସାମଞ୍ଜସ୍ୟ ନ
ହେଲେ ମଧ୍ୟ ସେହି ଏକା କଥା । ନୂତନତ୍ତ୍ୱ । ଆପଣମାନେ କୁହନ୍ତୁ, ରେଳ ଷ୍ଟେସନରେ ଯେଉଁ ମହିଳା
ଉଦଘୋଷକଙ୍କ ସ୍ୱର ଶୁଭୁଛି, ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ.... ଏହି ସ୍ୱରରେ ଯିଏ ବି
ନ୍ୟୁଜ୍ ପଢିବ, ଶୁଣିବାକୁ ତ ନିଶ୍ଚୟ ଭଲ ଲାଗିବ । ଗୁରୁତ୍ୱପୂର୍ଣ୍ଣ ହେଉଛି, ଏଆଇ ନ୍ୟୁଜ୍
ଆଙ୍କର ମାନଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜିଂ ତାଙ୍କ ପାଇଁ ହେବ, ଯିଏ ତାଙ୍କୁ ଇନପୁଟ୍ ହେବ ।
ନଚେତ୍ ପିଲାବେଳ ପାଠପଢାର ପ୍ରଥମ ସୋପାନରେ ‘ଜ୍ୟୋସ୍ନାରାଣୀ’ର ଉଚ୍ଚାରଣ ଭଳି ଘଟଣା
ଘଟିବ । ଆଉ ରହିଲା, ଆଙ୍କର ନିଯୁକ୍ତି ହରାଇବା କଥା । ନିଯୁକ୍ତି ହରାଇବାକୁ ଆଂଶିକ ମାତ୍ରାରେ
ଗ୍ରହଣ କରାଯାଇପାରେ, କିନ୍ତୁ ସେମାନଙ୍କ କାମକୁ ସହଜ କରାଯାଇପାରିବ । ଏମିତି ବି ଓଡ଼ିଶା
ଗଣମାଧ୍ୟମର ଆଙ୍କରମାନେ କେବଳ ଆଙ୍କରିଂ ତ ନୁହେଁ, ସମସ୍ତେ କପି ରାଇଟର, ଭଏସ ଓଭର, ଏମିତି କି
ବୁଲେଟିନ୍ ପ୍ରଡ୍ୟୁସରରେ ବି ଏକ୍ସପୋର୍ଟ । ପୁଣି କହି ରଖିବି ଯେ, ସାମ୍ବାଦିକ ଚାକିରି କେବେ
କେଉଁଠି ଚିରସ୍ଥାୟୀ ଯେ, ଏହା ଉପରେ ଅଧିକ ବିତର୍କ...
“Zindagi
ek safar hai suhana

Comments
Post a Comment