Posts

Showing posts from 2018

‘ଡର’

Image
ପତ୍ନିଙ୍କୁ ଧରି ଫିଲ୍ମ ଦେଖିବାକୁ ଯିବାର ଅଛି । ଭୂତ ଫିଲ୍ମ ‘ ଦ ନନ୍ ’ । ସେ ଦିନ ଆମ ପ୍ରିୟତମା ଜିଦ୍ ଧରିଥିଲେ ମୁଭି ଦେଖିବା ପାଇଁ । ତେଣୁ ଅଫିସରୁ ସିଧା ଘରକୁ ପଳେଇ ଆସିଲି । ପୂର୍ବରୁ ଅନଲାଇନ୍ ଟିକେଟ୍ ବି କାଟି ଦେଇଥିଲୁ । ତେବେ ସେଦିନ ମୁଁ ଘରେ ପହଁଚି ଆଶ୍ଚର୍ଯ୍ୟ ହେଲି ଯେ , ମୋର ଅଳସେଇ ସ୍ତ୍ରୀ ଚୁଟକିନି କାମ ସାରି ୧ ଘଣ୍ଟା ପୂର୍ବରୁ ବାହାରି ଯାଇଥିଲା । ଏତିକି ନୁହଁ , ମୋ ପାଇଁ ଡ୍ରେସ ଆଉ ଖାଇବା ମଧ୍ୟ ପ୍ରସ୍ତୁତ କରି ଡାଇନିଂରେ ରଖି ଦେଇଥଲା । ଶେଷରେ ଆମେ ଚାଲିଲୁ ଫିଲ୍ମ ଅଭିମୁଖେ । ବାଇକରେ ବସି ଦୁଇ ଜଣ ଫୁର୍ ମାଇଲୁ । ‘ ସୋ ’ ଆରମ୍ଭ ହୋଇଗଲା । କିଛି ସମୟ ଗଲା ପରେ ମୁଁ ଖୁସି ହେବାକୁ ଲାଗିଲି । କାହିଁକି ନା ୫ ବର୍ଷ ଧରି ମୁଁ ଯେଉଁ ସ୍ତ୍ରୀକୁ ଡରୁଥିଲି , ଆଜି ତା ’ ମୁହଁରେ ମୁଁ ‘ ଡର ’ ଦେଖିବାକୁ ପାଇଥିଲି। ହଲ ଭିତରେ ମୋତେ ପୂରା କୋଳେଇକି ଧରିଥାଏ ମୋ ପ୍ରିୟତମା । ଆହାଃ... ବାହାଘର ପର ଠାରୁ ହୁଏତ ମୋ ପତ୍ନୀ ମୋତେ ଏତେ ଭଲପାଉନଥିଲେ । ମନେମନେ ଖୁସି ହେଲି ଆଉ ନିଜକୁ ଏବଂ ଫିଲ୍ମର ନିର୍ମାତାକୁ ଧନ୍ୟବାଦ ଦେଲି । ମୋ ପତ୍ନୀ ଏତେ ଡରି ଯାଇଥିଲେ ଯେ ମୋତେ କେଇଁ ସେକେଣ୍ଡ ଛାଡିବାକୁ ବି ଅମଙ୍ଗ ଥିଲେ । ମୋ ହାତ ଯୋରରେ ଧରିଥିଲେ କୋଳେଇକି । ଫିଲ୍ମର ମଧ୍ୟ ବିରତିରେ ବାହାରିଲି ପପକନ୍ ଆଣିବା ପାଇଁ । କିନ୍ତୁ ଉଠୁଉଠୁ ପତ୍ନି କହିଲେ କୁଆଡେ ଯାଉଛ ? ମୁଁ କହିଲି ତୁମ ପାଇଁ ପପକନ ଓ କୋଲଡ୍ରିଙ...

ଆମ ବାଙ୍କୀର ରାଣୀ ଶୁକଦେଈ

Image
ପୂର୍ବପଥ କଟକ ଜିଲ୍ଲାର ବାଙ୍କୀ ସବଡିଭିଜନକୁ ଜମିଦାରୀ ଅଞ୍ଚଳ କୁହାଯାଏ । ଜମିଦାରୀରୁ ମନେପଡ଼ିଲା ବ୍ୟାସକବି  ଫକୀର ମୋହନ ସେନାପତିଙ୍କ ଲିଖିତ କାଳଜୟୀ ଉପନ୍ୟାସ 'ଛ ମାଣ ଆଠଗୁଣ୍ଠ' ଆମର ବାଙ୍କୀ ଉପଖଣ୍ଡରେ ହୋଇଥିବା ଘଟଣାବଳୀ ଉପରେ ଆଧାରିତ । କେବଳ ଇତିହାସ ନୁହେଁ ଏହାର ପ୍ରମାଣ ମଧ୍ୟ ରହିଛି । ଏବେ ବିଷୟକୁ ଫେରିବା ।  ବାଙ୍କୀର ଉତ୍ତରରେ ଗତି କରିଛି ମହାନଦୀ । ଖ୍ରୀ.ପୂ ୧୮୪୦ ମସିହାରେ ଏହା ଉପରେ ବ୍ରିଟିଶମାନେ ଜୟ କରିଥିଲେ। ୧୮୮୧ ମସିହାରେ ଏହି ଅଞ୍ଚଳରେ ଜନସଂଖ୍ୟା ଥିଲା ୫୬ ହଜାର ୯୦୦ ।  ତୁଳନାତ୍ମକ ଚିତ୍ର  ବାଙ୍କୀ ରାଜାମାନଙ୍କ ଦ୍ୱାରା ଶାସନାଧୀନ ଥିଲା । ଏକଦା ବାଙ୍କୀର ରାଜା ଧନଜୟ ତ୍ରିଲୋକ୍ୟନାଥ ହରିଚନ୍ଦନ ଦେବଙ୍କୁ ପାଖ ବଡମ୍ବା ଗାଁର ରାଣୀ ଶୁକଦେଈଙ୍କୁ ବିବାହ କରିଥିଲେ । ରାଣୀ ଶୁକଦେଈ ଥିଲେ ବଡମ୍ବାର ରାଜାଙ୍କର ଝିଅ । ଦିନେ ଖୋର୍ଦ୍ଧାର ରାଜା ବାଙ୍କୀର ରାଜାଙ୍କୁ ଯୁଦ୍ଧ ପାଇଁ ଆହ୍ୱାନ ଦେଲେ । ତା' ପରେ ଖୋର୍ଦ୍ଧା ଓ ବାଙ୍କୀ ରାଜାଙ୍କ ମଧ୍ୟରେ ଘୋମାଘୋଟ ଯୁଦ୍ଧ ହେଲା । ଯେଉଁଥିରେ ବାଙ୍କୀ ରାଜାଙ୍କ ମୃତ୍ୟୁ ଘଟିଥିଲା ଏବଂ ରାଣୀ ଶୁକଦେଇ ବିଧବା ହୋଇଯାଇଥିଲେ ।   ଏହା ପରେ ରାଣୀ ଶୁକଦେଈ ସ୍ୱାମୀଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଖୋର୍ଦ୍ଧା ରାଜାଙ୍କ ସହ ଯୁଦ୍ଧ କରିବାକୁ ମନ ବଳାଇଥିଲେ ।   ସେ ଯୁଦ୍ଧରେ ନିଜ ଭାଇ ବା ବଡମ୍ବାର ରାଜକୁମାରଙ୍କ ସହାୟତା ନେଇଥିଲେ ...

ଗୁରୁ ଦିବସ ସ୍ମୃତିରେ..

Image
ଗୁରୁ ଦିବସ ତ ସରିଲା । ସମସ୍ତେ କେକ୍ କାଟି ଗୁରୁ ଦିବସଟିକୁ ଜନ୍ମଦିନ ଭଳି ପାଳିଲେ । ହେଲେ ମୋ ପାଖେ ଫେସବୁକ, ହ୍ୱାଟ୍ସଆପରେ ଷ୍ଟାଟସ ଛଡିବା ସହ ଆଉ କିଛି ବାଟ ନଥିଲା । ସବୁ ସାରଙ୍କୁ କଲ୍ କରିବାକୁ ସାହାସ ନଥିଲା । ହଁ ଏଇଟା ସତ ଯେ ମୋ ଡାଏରିର ଏକ ଫର୍ଦରେ ଲେଖିଦେଇଥିଲି ସାରଙ୍କ ସହ ବିତାଇଥିବା ସେହି ଦିନ ଗୁଡିକୁ । କିନ୍ତୁ ଆଜି ମୁଁ ଏକ ଭିନ୍ନ ଢଙ୍ଗରେ ଗୁରୁ ଦିବସର ସ୍ମୃତିକୁ ଆପଣଙ୍କ ସହ ସେୟାର କରୁଛି । 12 ବର୍ଷ ପୂର୍ବେ - ଗୁରୁ ଦିବସର ପୂର୍ବଦିନ 2ଟଙ୍କା ଆଦାୟ କରି ସ୍କୁଲ ସାରଙ୍କ ପାଇଁ ଉପହାର କିଣାଯାଉଥିଲା । ପେନ ତ ନୁହେଁ କଲମ । ସେ ଦିନ ସକାଳୁ ସକାଳୁ ଗାଧୋଇ 7ରୁ 8ଜଣ ସ୍କୁଲ ସାଙ୍ଗଙ୍କ ସହ ମିଶି ଗାଁର ବରଗଛ ପାଖରେ ଥିବା ସାଗର ଭାଇନାଙ୍କ ଦୋକାନକୁ ଯାଉ । ସେଇଠୁ କୁହାଯିବ ଭାଇନା 20 ଟଙ୍କାର ଗରମ ଗରମ ଆଳୁଚପ, ବରା ଆଉ 20 ଟଙ୍କାର ଛେନା ଗଜା ଦେବ । ଆମ ସାର୍ ଖାଇବେ । ଆଉ ହଁ ସାଗର ଭାଇ, ଫ୍ରୀ 2ଟା ଦେବ । ତା ପରେ ସାଇକେଲରେ ଜଳଖିଆ ସବୁ ଝୁଲିଝୁଲି ସ୍କୁଲରେ ପହଞ୍ଚିଯିବ । ପ୍ରଥମେ ସାର ଆସିକି ଚେୟାରରେ ବସିଲା ପରେ ସବୁ ଯେମିତି କାମ ହବା କଥା ହେବ । ଝିଅମାନେ ସବୁ କଣ ସେଇ ଫୁଲ ବି ନେଇକି ଆସିଥିବେ ମାଳ କରିକି । ସେ ଯାହାବି ହେଉ ପ୍ରଥମେ ସ୍କୁଲର ଫାଷ୍ଟ ପିଲା କି ସେକେଣ୍ଡ ପିଲା ଭାଷଣ ଦେବେ । ପରେ ସାରଙ୍କ ପାଳି । ଭାଷଣ କିଏ ଶୁଣୁଚି ମ । ଆମ ମନ ଥିବ ସାରଙ୍କ ଆଗରେ ପ୍ଲେଟ...

'ସାହାଯ୍ୟ'

Image
ପରୀକ୍ଷା ସରିଥାଏ । ତିନି ଝିଅ ସାଙ୍ଗ ହୋଇ ରେଭେନ୍ସାର ଖେଳ ପଡିଆ ଦେଇ ନୂଆ ପିଜି ଛାତ୍ରାବାସ ଆଡକୁ ଅଗ୍ରସର ହେଉଥାନ୍ତି। ମୁଁ ମଧ୍ୟ ମୋ ବନ୍ଧୁମାନଙ୍କ ସହ ସେଠାରେ ଉପସ୍ଥିତ ଥାଏ । ଭଲରେ ଦେଖାଯାଉ ନଥିଲେ ବି ଚିହ୍ନିଲା ପରି ମନେ ହୁଅନ୍ତି ସେମାନେ। ମୁଁ ସେମାନଙ୍କୁ ପଚାରିଲି, ହେଲୋ Exam କେମିତି ହେଇଛି? ହଁ ଭଲ ହେଇଛି, ସେମାନେ କହିଲେ । ତା ପରେ ମୁଁ ସେହି ତିନି ଝିଅଙ୍କ ମଧ୍ୟରୁ ଜଣକ ସହ କଥା ହୋଇ ଆଗକୁ ବଢୁଥାଏ । କାହିଁକି ନା ସେ ମୋ ଯୁକ୍ତ 3 ବେଳର ସାଙ୍ଗ । ଆଗକୁ କଣ କରିବୁ। ଘରେ ସବୁ କେମିତି ଅଛନ୍ତି । ଏମିତି ଆମେ କଥା  ବାର୍ତ୍ତା ହେଉ ହେଉ ବାଟ ପାଖେଇ ଆସିଲା । ଗେଟ୍ ରୁ ବାହାରି ସମସ୍ତେ ରାସ୍ତା ଆରପାଖକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ହଠାତ୍ ରାସ୍ତା ମଝିରେ ଝୁଣ୍ଟିହୋଇ ପଡିଗଲା ତା' ସାଙ୍ଗ । ସେପାଖରୁ ଆସୁଥିବା ଧଳା ରଙ୍ଗର ବୋଲେରୋ ମଧ୍ୟ ସେଠାରେ ଅଟକି ଯାଇଥିଲା । ମୁଁ ସ୍ତବ୍ଧ ଥିଲି। କଣ କରିବି ଜାଣିପାରୁନଥିଲି। ଦୌଡି ଗଲି ତା ସାଙ୍ଗ ପାଖକୁ । ଦେଖିଲି ଝିଅଟି ଅଚେତ୍ ହୋଇଯାଇଛି। ତାକୁ ନିଜ କୋଳରେ ଟେକି ଧରିଲି । ମୁଣ୍ଡ ପଛପଟୁ ବାହାରୁଥିବା ରକ୍ତ ତା ଧଳା ପୋଷାକକୁ ରକ୍ତାକ୍ତ କରିବା ସହ ମୋ ହାତରେ ଖେଳିଯାଇଥିଲା। ଝିଅଟିକୁ ଡାକ୍ତରଖାନା ନେବାପାଇଁ ଶୁଖା ତଣ୍ଟିରେ ମୁଁ ସାହାଯ୍ୟ ମାଗୁଥାଏ। ଏହା ଦେଖି ବାମ ପାର୍ଶ୍ବରୁ ଆସୁଥିବା ଅଟୋଟି 20 କୋଷ ଦୂରରେ ଅଟକି ଯାଇଥିଲା। ମୁଁ କିନ୍ତୁ ସ...

ସୁରକ୍ଷା

Image
ପାପା କଣ କରୁଛ ? ହାଁ । ପାପା ହମ କଣ ଯେ ...କହୁନ କଣ କରୁଛ ? ଆଉ ଏ ଅଙ୍କଲ କାହିଁକି ଆସିଛନ୍ତି? ମାମା, ତମ ନାଁରେ LIC କରୁଛି । ସେଇଟା ପୁଣି କଣ ଯେ । କାହିଁକି କରାଯାଏ ସେଟା । ତୁମ ସୁରକ୍ଷା ପାଇଁ ମାମା । ଆଗକୁ ତୁମର ଯେମିତି କିଛି ଅସୁବିଧା ନହୁଏ, ସେଥିପାଇଁ । LIC କଲେ ତୁମେ କେବେ ବି ଅସୁବିଧାରେ ପଡିବନି । ତୁମେ ବଡ ହେଲା ପରେ ସେତେବେଳକୁ ତୁମ ମାମାକୁ ଆଉ ମୋତେ ହଇରାଣ ହେବାକୁ ବି ପଡିବନି । ତା 'ହେଲେ କଣ ପାପା, ମୋ ସାଙ୍ଗ ମୁନିର ବାପା ତା'ର କଣ LIC କରିନାହାନ୍ତି କି ? ମୁନି ଏବେ ହସ୍ପିଟାଲରେ । ଟୀନା କହୁଥିଲା କି ମୁନି ମାଆ ମୁଣ୍ଡ ପିଟିପିଟି ବହୁତ କାନ୍ଦୁଥିଲେ ।  ଆଉ ତାଙ୍କ ଘରକୁ ପୋଲିସ ଅଙ୍କଲ ଆସିଥିଲେ କୁଆଡେ । ଝିଅର କଥା ଶୁଣି ହତବାକ୍ ହୋଇଯାଇଥିଲି। କଣ କହିବି ଭାବି ପାରୁ ନଥିଲି । କେମିତି ଯେ ତାକୁ କହିଥାନ୍ତି ସେ ସୁରକ୍ଷା ଦାୟିତ୍ବ କେବଳ ଯେ ଆମର ନୁହଁ । ସମଗ୍ର ପୁରୁଷ ଜାତିର । ଭାବିବା ଭିତରେ ରାମ ବାବୁ କହିଲେ କଣ ଭାବୁଛନ୍ତି । ପେପରରେ ଦସ୍ତଖତ କରିଦିଅନ୍ତୁ । ଆଜି ପଇସା ଜମା କରି କାଲି ଆପଣଙ୍କୁ ବଣ୍ଡ ଦେଇଦେବି । ରାମ ବାବୁ ଆଉ କଣ ସବୁ କହିଯାଉଥିଲେ । କିନ୍ତୁ ମୋର ନଜର ମୋ ଝିଅ ଆଡେ ଥିଲା । ଭାବିଲି କି ପଇସା ଦେଇ ଏ ସୁରକ୍ଷା ତ କରିହେବ କିନ୍ତୁ ସେ ସୁରକ୍ଷା କିଏ ଦେବ ?

ନୀଳମଣିଙ୍କ ଅନୁଭୂତି...

Image
ଆଜି ଥିଲା ମହାବାହୁ ମହାପ୍ରଭୁଙ୍କ ଘୋଷଯାତ୍ରାର ଅନ୍ତିମ ପର୍ବ ଅର୍ଥାତ୍ ନୀଳାଦ୍ରିବିଜେ। ନୀତି ଶେଷ ହେବା ପରେ ରତ୍ନବେଦୀକୁ ଫେରିଛନ୍ତି ରଥାରୂଢ ଚତୂର୍ଦ୍ଧାମୂରତି। ତେଣୁ ଇଚ୍ଛା ହେଉଛି ଆଜିର ଦିନରେ ବିଶ୍ୱନୟନ୍ତାଙ୍କ ଏକ ଅନୁଭୂତି ଲୋକଙ୍କ ଆଗରେ ଦର୍ଶାଇବାକୁ । ଯେଉଁ ଘଟଣା ଏବେ ବି ମୋ ଆଖି ଆଗରେ ନାଚିଉଠେ ଯେବେ ପ୍ରତିବର୍ଷ ରଥଯାତ୍ରା ଆସିଯାଏ । ଧାର୍ମିକ ବିଶ୍ୱାସୀ ନଥିଲି, କିନ୍ତୁ ସେହି ଘଟଣା ପରେ ମୋ ଗତିପଥ ବଦଳି ଯାଇଥିଲା। କିଏ କିଏ ହୁଏତ ମୋ ମମି ପରି ଏହି ଘଟଣା ସତ ଭାବିପାରନ୍ତି କିମ୍ବା କିଏ ମୋ ବାପାଙ୍କ ପରି ସ୍ୱପ୍ନ। କିନ୍ତୁ ସେଦିନର ଘଟଣା ଥିଲା ଅଭୂଲା, ଲୋମଟାଙ୍କୁରା।... ନବମ ଶ୍ରେଣୀରେ ପଢୁଥାଏ । ୧୫ ବର୍ଷର ହେଲେ ବି ପିଲାଳିଆମି ବହୁତ ଥାଏ। ସେତେବେଳେ ଠାକୁରଙ୍କୁ ପୂଜା କରୁନଥାଏ। ଖାଲି ନମୋଃ କରିଦିଏ ପରିବାର ଲୋକଙ୍କ କଥାରେ। ଭକ୍ତି ଥିଲା କି ନଥିଲା ଅଜଣା। କିନ୍ତୁ ଘରେ ସଂଧ୍ୟା ଧୂପ ଦିଏ ଅଗାଧୁଆ ପ୍ୟାଣ୍ଟରେ । ମମି କହେ କି ତୁମେ ପିଲା ଲୋକ, କିଛି ହେବନି। ତେବେ ଦିନକର ଘଟଣା, ମୋ ନନା(ଭାଇ) ଆମ ଘର ଆଗରେ ଥିବା ବାରିରେ ମାଟିରେ ଶିବ ଲିଙ୍ଗ କରି ସେଥିରେ ସତସତିକା କ୍ଷୀର ଢାଳୁଥିଲା, ଧୂପ ବି ଦେଉଥିଲା। ସେବେ ବାପା ମୋତେ ପାଖକୁ ଡାକି କହିଲେ ନନାଠୁ କିଛି ଶିଖ୍ । ଠାକୁରଙ୍କୁ ପୂଜା କର। ଏମିତି ତ ପାଠ ପଢୁନୁ, ସେମିତି ହେଲେ କିଛି ହେବ। ନାନାର ସେଇ ପୂଜା କରିବା ଦେଖି ସେହିଦିନ ଠାରୁ ନିଷ୍ପ...