ଆମ ବାଙ୍କୀର ରାଣୀ ଶୁକଦେଈ
ପୂର୍ବପଥ କଟକ
ଜିଲ୍ଲାର ବାଙ୍କୀ ସବଡିଭିଜନକୁ ଜମିଦାରୀ ଅଞ୍ଚଳ କୁହାଯାଏ । ଜମିଦାରୀରୁ ମନେପଡ଼ିଲା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଲିଖିତ କାଳଜୟୀ ଉପନ୍ୟାସ 'ଛ ମାଣ ଆଠଗୁଣ୍ଠ' ଆମର ବାଙ୍କୀ ଉପଖଣ୍ଡରେ ହୋଇଥିବା ଘଟଣାବଳୀ ଉପରେ ଆଧାରିତ । କେବଳ ଇତିହାସ ନୁହେଁ ଏହାର ପ୍ରମାଣ ମଧ୍ୟ ରହିଛି । ଏବେ ବିଷୟକୁ ଫେରିବା । ବାଙ୍କୀର ଉତ୍ତରରେ ଗତି କରିଛି ମହାନଦୀ । ଖ୍ରୀ.ପୂ ୧୮୪୦ ମସିହାରେ ଏହା ଉପରେ ବ୍ରିଟିଶମାନେ ଜୟ କରିଥିଲେ। ୧୮୮୧ ମସିହାରେ ଏହି
ଅଞ୍ଚଳରେ ଜନସଂଖ୍ୟା ଥିଲା ୫୬ ହଜାର ୯୦୦ ।

ତୁଳନାତ୍ମକ ଚିତ୍ର
ବାଙ୍କୀ ରାଜାମାନଙ୍କ ଦ୍ୱାରା ଶାସନାଧୀନ ଥିଲା । ଏକଦା ବାଙ୍କୀର
ରାଜା ଧନଜୟ ତ୍ରିଲୋକ୍ୟନାଥ ହରିଚନ୍ଦନ ଦେବଙ୍କୁ ପାଖ ବଡମ୍ବା ଗାଁର ରାଣୀ ଶୁକଦେଈଙ୍କୁ ବିବାହ କରିଥିଲେ । ରାଣୀ ଶୁକଦେଈ ଥିଲେ ବଡମ୍ବାର
ରାଜାଙ୍କର ଝିଅ । ଦିନେ ଖୋର୍ଦ୍ଧାର ରାଜା ବାଙ୍କୀର ରାଜାଙ୍କୁ ଯୁଦ୍ଧ ପାଇଁ ଆହ୍ୱାନ ଦେଲେ । ତା' ପରେ ଖୋର୍ଦ୍ଧା ଓ ବାଙ୍କୀ ରାଜାଙ୍କ ମଧ୍ୟରେ ଘୋମାଘୋଟ ଯୁଦ୍ଧ ହେଲା । ଯେଉଁଥିରେ ବାଙ୍କୀ ରାଜାଙ୍କ ମୃତ୍ୟୁ ଘଟିଥିଲା ଏବଂ ରାଣୀ ଶୁକଦେଇ ବିଧବା ହୋଇଯାଇଥିଲେ । ଏହା ପରେ ରାଣୀ ଶୁକଦେଈ ସ୍ୱାମୀଙ୍କ ମୃତ୍ୟୁର
ପ୍ରତିଶୋଧ ନେବା ପାଇଁ ଖୋର୍ଦ୍ଧା ରାଜାଙ୍କ ସହ ଯୁଦ୍ଧ କରିବାକୁ ମନ ବଳାଇଥିଲେ । ସେ ଯୁଦ୍ଧରେ ନିଜ ଭାଇ ବା ବଡମ୍ବାର ରାଜକୁମାରଙ୍କ
ସହାୟତା ନେଇଥିଲେ ଓ ଶେଷରେ ଖୋର୍ଦ୍ଧା ରାଜାଙ୍କୁ ପରାସ୍ତ କରିଥିଲେ । କିନ୍ତୁ ତାଙ୍କୁ ମୃତ୍ୟୁ ଦଣ୍ଡ ଦେଇନଥିଲେ । କାରଣ, ସେ ଚାହୁଁନଥିଲେ ତାଙ୍କ ପରି ଆଉ ଜଣେ ମହିଳା (ଖୋର୍ଦ୍ଧା ରାଜାଙ୍କ ରାଣୀ)
ବିଧବା ହୁଅନ୍ତୁ । ପରବର୍ତ୍ତୀ ପର୍ଯ୍ୟାୟରେ ଶୁକଦେଈ ଖୋର୍ଦ୍ଧାର କିଛି ଅଞ୍ଚଳ ବାଙ୍କୀ ସହ ମିଶାଇ ଦେଇଥିଲେ । ଏହାପରେ
ତାଙ୍କୁ ମହାରାଣୀ ଆଖ୍ୟା ଦିଆଯାଇଥିଲା ।

ତୁଳନାତ୍ମକ ଚିତ୍ର
ରାଣୀ ଶୁକଦେଈ ମହାବିଦ୍ୟାଳୟ,ବାଙ୍କୀ |
Comments
Post a Comment