Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’
ମୁଁ ଚକୁଳେଶ୍ୱର ଯିବି , କିନ୍ତୁ ସେଠି ମୋର ନାମ କ ’ ଣ କହିବି । କୁନୁ ? ନା କୁନୁ ନୁହେଁ , ସତ୍ୟଜିତ୍ କହିବୁ । ଏତେ ଭଲ ନାଁଟା କୁନୁ କାହିଁକି କହିବୁ । ୨୦୧୦ ମସିହାରେ ଚକୁଳେଶ୍ୱର ମା ’ ସରସ୍ୱତୀ କୋଚିଂ ସେଣ୍ଟର ଯିବା ପୂର୍ବରୁ ବାପାଙ୍କ ସହ ମତ ବିନିମୟ ବେଳେ ଏହି କଥା କହିଥିଲେ ସେ । ସତ କଥା । ଯଦି ଆଜି ସେହି ସତ୍ୟଜିତ୍ ଏକ କ୍ଷୁଦ୍ର ପରିଚୟଟିଏ ପାଇଛି ତେବେ ସେହି କୋଚିଂ ସେଣ୍ଟର ପାଇଁ । ଷ୍ଟ୍ରଗଲ୍ ସମୟରେ ଭୁଲି ଯାଇଥିଲି କିନ୍ତୁ ଏବେ ବହୁତ ମନେ ପଡେ । କେତେ ସୁନ୍ଦର ଥିଲା ସେ ଦିନ । ସବୁ ବନ୍ଧୁମାନେ ନିଜର ପରି ମନେହୁଅନ୍ତି । ହୁଏତ ନିଜ ସ୍କୁଲରେ ପଢିବା ସମୟରେ ସେହି ଭଲପାଇବା ମିଳିନି । ସେ ସମୟର ଏହି କଥା ସବୁ ଭାବୁ ଭାବୁ ଦୁଇ ମାସ ତଳୁ ଯୋଜନା ହୋଇଥିବା ଦିନଟି ପହଞ୍ଚିଗଲା । ଅର୍ଥାତ୍ ଡିସେମ୍ବର ୧୫ । ଜୀବନରେ ଅଧା ଫର୍ଦ୍ଦ ସରିବା ପରେ ଆଉ ଗୋଟିଏ ଅଧା ଫର୍ଦ୍ଦ ପରି ଦିନଟିଏ । ଏହି ଦିନରେ କ୍ଷଣିକ ମୁହୂର୍ତ୍ତ ବି ମୁଁ ଅପଚୟ କରିବାକୁ ଚାହୁଁନଥିଲି । ପାହାନ୍ତିଆ ସକାଳେ ଶୀତ ବସ୍ତ୍ର ପିନ୍ଧି ବାହାରି ପଡିଲି କୁଶପାଙ୍ଗୀ । ଅନେକ କାମ ଅଛି । ଗ୍ରାମରେ ପ୍ରବେଶ କରୁ କରୁ ଦେଖା ହୁଏ ଦିଲ୍ଲୀପ ଏବଂ କିଛି ସମୟ ପରେ କୁଶପାଙ୍ଗୀ ହାଇସ୍କୁଲରେ ଦେଖା ହୋଇଯାଏ ସିପୁନା । ଚକୁଳେଶ୍ୱରର ନଗେଶ ବାଇକରେ ଆସି ସେଠାରେ ପହଞ୍ଚେ । ଗୁମା ଫୋନ୍ କରି ମୋତେ କୁହେ କି ମୁ...