Posts

Showing posts from April, 2021

ସ୍ମୃତି ସେ ଦିନର

Image
ଦଶମ ଶ୍ରେଣୀରେ ପଢୁଥିଲି । ପାଠ ସେତେ ଭଲ ହେଉନଥିବାରୁ ଘରେ ସ୍ଥିର କଲେ ମୋତେ ଚକୁଳେଶ୍ୱର କୋଚିଂ ସେଂଟର ପଠାଇବା ପାଇଁ । କାରଣ ସମସ୍ତଙ୍କ ମନରେ ଏହି ବିଶ୍ୱାସ ଥିଲା ଯେ ମାଡ଼ ହେଲେ ପାଠ ହୁଏ । ଆଉ ଉକ୍ତ କୋଚିଂ ସେଣ୍ଟରଟି ମାଡ ଓ ଦଣ୍ଡ ପାଇଁ ପ୍ରସିଦ୍ଧ ଥିଲା ଆମ ବାଙ୍କୀ ଅଞ୍ଚଳରେ । ପ୍ରଥମେ ମନରେ ବହୁତ ଡର ଥିଲା । କାରଣ ପାଠ ନପଢିଲେ ବେତରେ ମାଡ ତ ମାଡ ଗାଁ ରାସ୍ତାରେ ଡିବି ଧରି ଆଣ୍ଠୁଆ ବସାଉଥିଲେ ଏବଂ ସେ ବାଟ ଦେଇ ଯିଏ ଯାଉଥିଲା ତାକୁ ଡାକି କହିବାକୁ ପଡେ ମୋ ନା ଅମକ, ମୁଁ ପାଠ ପଢି ଆସିନଥିବାରୁ ମୋତେ ସାର୍ ଏଇ ଦଣ୍ଡ ଦେଇଛନ୍ତି। ସେ ଯାହା ବି ହେଉ ମାଁ ସରସ୍ୱତୀଙ୍କ ନାମରେ ନାମିତ କୋଚିଂ ସେଣ୍ଟରଟି ଆମ ଘର ଠାରୁ ପ୍ରାୟ 5 କିଲୋମିଟର ଦୂର । ଯିବା ଆସିବା କରିବା ପାଇଁ ମୋ ଦାଦା ମୋ ପାଇଁ ନୂଆ ‘ଏଭନ୍ କ୍ରସ୍’ ସାଇଲେଲ କିଣିଦେଇଥିଲେ । ବାସ୍ ଦଶମ ହାୱା ବହିବା ସହ ଆରମ୍ଭ ହୋଇଯାଇଥିଲା ମୋ ଜୀବନର ଅନ୍ୟ ଏକ ଯାତ୍ରା । ଆମ ଗାଁରୁ ମୁଁ ଏକମାତ୍ର ହିଁ ସେହି କୋଚିଂକୁ ଟ୍ୟୁସନ୍ ହେବାକୁ ଯାଏ। ସମୟ ସହ ତାଳ ଦେଇ ଆଗୁକୁ ବଢିଚାଲିଲି । ପ୍ରିଟେଷ୍ଟ ପରେ ଟେଷ୍ଟ ପରୀକ୍ଷା ଆରମ୍ଭ ହୋଇଗଲା । ସ୍କୁଲରେ ଦ୍ୱିତୀୟ ଦିନ ଇଂରାଜୀ ପରୀକ୍ଷା ଦେଇ ଘରକୁ ଆସିଲି । ସେଦିନ ଥାଏ ମଙ୍ଗଳବାର । ମମି ମଙ୍ଗଳବାର ଓଷା କରିଥାଏ । ଓଷାର ନୀତି ମୁତାବକ ସେ ନଦୀକୁ ଯାଇଥାଏ ସେଠାରୁ ମାଠିଆରେ ପାଣି ଆଣି ଗାଁର ମଙ୍ଗଳା ମନ୍ଦିରରେ ଢାଳିବାକୁ। ଏପ...

କୁନୁର ରୋଷେଇ’

Image
ୟୁଟ୍ୟୁବରୁ ରୋଷେଇ ଭିଡ଼ିଓ ଦେଖିସାରିଲି । ଯୋରରେ ଚିଲେଇକି କହିଲି ମମି ଆଜି ମୁଁ ରୋଷେଇ କରିବି ଆଉ କେହି ହାତ ଲଗେଇବନି । ତୁ କରିବୁ । ତୋ ହାତରେ ତ ଖଡ଼ା ସିଝିବନି । ତୁ କଣ ରୋଷେଇ କରିବୁ ମୁଁ ଜାଣିପାରୁନି । ଆଚ୍ଛା କଣ କରିବୁ ମୁଁ ଟିକେ ଶୁଣେ । ମମି କହିଲା । ହା ... ହା ଜାଣିନୁ ଆଉ । ଭୁବନେଶ୍ୱରରେ ରହୁଛି । ଚିକେନର 10ଟା ଆଇଟମ୍ କରିପାରିବି । କିନ୍ତୁ ଆଜି ମୁଁ ସ୍ପେଶାଲ ଡିସ୍ କରିବି । ବାପାଙ୍କୁ କହିବୁ ଚିକେନ୍ ଆଣିବେ । ଆଜି ମୁଁ କରିବି ଚିକେନ୍ ଫ୍ରାଏଡ୍ ମସଲାକୁ ଲଚ୍ଛା ପରାଟା । ଖାଇଲେ ହାତ କାମୁଡ଼ିଦେବୁ । ମୁଁ ଏସବୁ କହିବା ପରେ ନନା କହିଲା ହଉ ହେଲା ଆଉ କହନି, ଯାହା ଲାଗିଲାଣି ଆଜି ଉପବାସ ରହିବାକୁ ହେବ । ମୁଁ ସ୍ମିତ ହାସ୍ୟ ଦେଇ ବ୍ରସ କରିବାକୁ ଗଲି । ଦିନ 10ଟାରେ ମୁଁ ରାନ୍ଧିବା ପାଇଁ ଥିବା ଡିସ୍(ତରକାରି) ପାଇଁ ଆବଶ୍ୟକୀୟ ଜିନିଷ ନେଇ ମମି ରୋଷେଇ ଘରେ ସବୁ ରଖିଦେଲା । କଡେଇ, ଡେକଚି, ଥାଳି ଧୂଆଧୁଇ କରିଦେଲା । ଚିକେନକୁ ମଧ୍ୟ ଧୋଇ ପାଖରେ ରଖି ଦେଇଗଲା । ରୋଷେଇ କାର୍ଯ୍ୟ ଆରମ୍ଭ ହେଲା । ମୁଁ ଗ୍ୟାସ ଲଗେଇଲି। ମମିକୁ କହିବାନୁସାରେ ସେ ପିଆଜ, ଲଙ୍କା କଟାକଟି କରିବା ସହ ରସୁଣ ଓ ଅଦା ସବୁ ଶୀଳରେ ବଟାବଟି କରିଦେଲା । ମୁଁ କଡ଼େଇ ବସେଇ ତେଲ ପକେଇଲି । ପରେ ତେଲ ଛିଟିକିବ ବୋଲି କହି ମମିକୁ କହିଲି ପିଆଜ ପକେଇବା ପାଇଁ । ଭଜାଭଜି କରିବା ପରେ ଲୁଣ ଜାଣି ପାରିବନି କହି ମମିକୁ କହିଲି ଦେଖିକି ପକା ।...

ଆନ୍ତର୍ଜାତିକ ମହିଳା ଦିବସ

Image
ମୋତେ ବେଳେବେଳେ ଲାଗେ ସମ୍ଭବତଃ, ଏହି ସମାଜ ଆମକୁ ଭୁଲ ଶିକ୍ଷା ଦେଇଛି ନହେଲେ ହୁଏତ ଆମେ ଆମ ଅସମର୍ଥ କାରଣରୁ ଭିନ୍ନ ଦୃଷ୍ଟିକୁ ଗ୍ରହଣ କରିଛେ । ବିଷୟ ହେଲା ଏହି ସମଗ୍ର ଜାତିକୁ ପୁରୁଷ ସମାଜ ବୋଲି କୁହାଯାଇଛି । ମାତ୍ର ଆମ୍ଭେ ଯଦି କିଛି ନିମ୍ନଲିଖିତ ଦିଗକୁ ଅନୁମେୟ କରିବା ତେବେ ଭାରତର ସଂସ୍କୃତିରେ ନାରୀଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି ଏବଂ ଆମ ପୂର୍ବପୁରୁଷମାନେ ନାରୀ ମାନଙ୍କୁ ଆଗ୍ରାଧିକାର ଦେଇଥିବା କଥାକୁ ସ୍ୱୀକାର କରିବାକୁ ବାଧ୍ୟ ହେବା । • ପ୍ରଥମତଃ ଆମେ ଆମ ଦେଶକୁ ଭାରତ ମାତା ବୋଲି ଅଭିହିତ କରିଥାଉ । ଯଥାର୍ଥ – ଭାରତକୁ ମାଆ ବୋଲି ବର୍ଣ୍ଣନା କରାଯାଇଛି । ଯଦି ଭାରତ ପୁରୁଷ ସମାଜକୁ ଆଗ୍ରାଧିକାର ଦେଇଥାନ୍ତା ହୁଏତ ଭାରତ ପିତୃ ହୋଇଥାନ୍ତା । • ଅନୁରୂପ ଭାବରେ ଆମେ ଆମର ଜନ୍ମଭୂମିକୁ ମାତୃଭୂମି କହିଥାଉ ପିତୃଭୂମି ନୁହେଁ । • ସେହିପରି ଆମକୁ ଦୃଢ଼ ଭାବରେ ମାନିନେବାକୁ ଯେ ଭାରତରେ ଠାକୁରଙ୍କ ଅପେକ୍ଷା ଠାକୁରାଣୀ ମନ୍ଦିରର ସଂଖ୍ୟା ଅଧିକ ଏବଂ ଗ୍ରାମଦେବତୀ ସବୁ ଗ୍ରାମକୁ ରକ୍ଷା କରୁଥିବା ଅନାଦୀ ଅନନ୍ତ କାଳରୁ ଶୁଣାଯାଉଛି । • ଆପଣ ଦେଶାତ୍ମବୋଧ ସଙ୍ଗୀତ ଶୁଣନ୍ତୁ କିମ୍ବା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ରଚିତ ରାଜ୍ୟ ସଙ୍ଗୀତ; ଆମର ମହାନ କବିମାନେ ନିଜର କଲମ ମୁନରେ ଜନନୀ ଓ ମାଆଙ୍କୁ ହିଁ ଅଧିକ ଗୁରୁତ୍ୱ ଦେଇଛନ୍ତି । • ଭାରତର ସାମାଜିକ ଜୀବନଚଳଣୀରେ ମଧ୍ୟ ମହିଳାଙ୍କୁ ଘର ଦାୟିତ୍...

ଓଜନ

Image
କିଛି ଦିନ ତଳର କଥା । ଜଣେ ବ୍ୟକ୍ତି ନିଜ ଶରୀରର ଓଜନ ମାପିବା ପାଇଁ ସର୍ବସାଧାରଣ ସ୍ଥାନରେ ଥିବା ଓଜନ ମାପ ମେସିନ୍ ନିକଟକୁ ଗଲେ । ମେସିନ ଉପରେ ଲେଖାଥିଲା ‘ପୁରୁଣା ଟଙ୍କିକିଆ କଏନ୍ ମେସିନରେ ପକାଇ ନିଜର ଓଜନ ମାପନ୍ତୁ’ । ଏହାପରେ ବ୍ୟକ୍ତି ଜଣକ ନିଜ ପକେଟରେ ଥିବା ସବୁ କଏନ୍ ବାହାର କରି ହାତରେ ରଖିଲେ । ହାତରେ ଥିଲା ଦୁଇଟି ନୂଆ ଦୁଇଟଙ୍କିଆ, ଗୋଟିଏ ପୁରୁଣା ଟଙ୍କିକିଆ ଏବଂ ଦୁଇଟି ନୂଆ ଟଙ୍କିକିଆ କଏନ । ବ୍ୟକ୍ତିଜଣକ ପ୍ରଥମେ ମେସିନରେ ଲେଖାଥିବା ବିଷୟକୁ ନପଢ଼ି ତରତରରେ ଦୁଇଟଙ୍କିଆ କଏନ୍ ମେସିନରେ ପକାଇଦେଲେ । ତେବେ ମେସିନରେ କିଛି ବାହାରିଲା ନାହିଁ । ସମ୍ଭବତଃ ମେସିନ୍ ଭୁଲ ଥିବା ଭାବି ପୁଣି ଥରେ ଦୁଇଟଙ୍କିଆ କଏନ ପକାଇଲେ । ମାତ୍ର ପୂର୍ବଭଳି ମେସିନରୁ କିଛି ବାହାରିଲା ନାହିଁ କିମ୍ବା ପଇସା ବି ଫେରସ୍ତ ଆସିଲାନି । ଏବେ ସେହି ବ୍ୟକ୍ତି ଜଣକ ମେସିନ୍ ଉପରେ ଲେଖାଥିବା ବିଷୟକୁ ପଢ଼ିଲେ ଓ ପନୁର୍ବାର ପୁରୁଣା ଟଙ୍କିକିଆ ଓ ନୂଆ କଏନ ମଧ୍ୟରେ ପାର୍ଥକ୍ୟ କଣ ବୋଲି ଭାବି ନୂଆ ଟଙ୍କିକିଆ ମେସିନରେ ପକାଇଲେ । ଏହା ପରେ ବି ମେସିନରୁ କିଛି ବାହାରିଲା ନାହିଁ । ଇତିମଧ୍ୟରେ ରାଗରେ ତମତମ ହୋଇ ମେସିନ ଖରାପ ହୋଇଯାଇଥିବା ଯୋରରେ କହି ଉକ୍ତ ବ୍ୟକ୍ତିଜଣକ ଚିଲେଇବାକୁ ଲାଗିଲେ ଏବଂ ମେସିନକୁ ଦୁଇ ଗୋଇଠା ପକାଇଦେଲେ । ପରିଶେଷରେ ମାନସିକ ଶାନ୍ତି ହେବା ପରେ ନିଜର ଶେଷ କଏନ ଅର୍ଥାତ୍ ପୁରୁଣା କଏନକୁ ମେସିନରେ ପକାଇଲେ । ଏହା ପର...