ଆନ୍ତର୍ଜାତିକ ମହିଳା ଦିବସ
ମୋତେ ବେଳେବେଳେ ଲାଗେ ସମ୍ଭବତଃ, ଏହି ସମାଜ ଆମକୁ ଭୁଲ ଶିକ୍ଷା ଦେଇଛି ନହେଲେ ହୁଏତ ଆମେ ଆମ ଅସମର୍ଥ କାରଣରୁ ଭିନ୍ନ ଦୃଷ୍ଟିକୁ ଗ୍ରହଣ କରିଛେ । ବିଷୟ ହେଲା ଏହି ସମଗ୍ର ଜାତିକୁ ପୁରୁଷ ସମାଜ ବୋଲି କୁହାଯାଇଛି । ମାତ୍ର ଆମ୍ଭେ ଯଦି କିଛି ନିମ୍ନଲିଖିତ ଦିଗକୁ ଅନୁମେୟ କରିବା ତେବେ ଭାରତର ସଂସ୍କୃତିରେ ନାରୀଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି ଏବଂ ଆମ ପୂର୍ବପୁରୁଷମାନେ ନାରୀ ମାନଙ୍କୁ ଆଗ୍ରାଧିକାର ଦେଇଥିବା କଥାକୁ ସ୍ୱୀକାର କରିବାକୁ ବାଧ୍ୟ ହେବା ।
• ଅନୁରୂପ ଭାବରେ ଆମେ ଆମର ଜନ୍ମଭୂମିକୁ ମାତୃଭୂମି କହିଥାଉ ପିତୃଭୂମି ନୁହେଁ ।
• ସେହିପରି ଆମକୁ ଦୃଢ଼ ଭାବରେ ମାନିନେବାକୁ ଯେ ଭାରତରେ ଠାକୁରଙ୍କ ଅପେକ୍ଷା ଠାକୁରାଣୀ ମନ୍ଦିରର ସଂଖ୍ୟା ଅଧିକ ଏବଂ ଗ୍ରାମଦେବତୀ ସବୁ ଗ୍ରାମକୁ ରକ୍ଷା କରୁଥିବା ଅନାଦୀ ଅନନ୍ତ କାଳରୁ ଶୁଣାଯାଉଛି ।
• ଆପଣ ଦେଶାତ୍ମବୋଧ ସଙ୍ଗୀତ ଶୁଣନ୍ତୁ କିମ୍ବା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ରଚିତ ରାଜ୍ୟ ସଙ୍ଗୀତ; ଆମର ମହାନ କବିମାନେ ନିଜର କଲମ ମୁନରେ ଜନନୀ ଓ ମାଆଙ୍କୁ ହିଁ ଅଧିକ ଗୁରୁତ୍ୱ ଦେଇଛନ୍ତି ।
• ଭାରତର ସାମାଜିକ ଜୀବନଚଳଣୀରେ ମଧ୍ୟ ମହିଳାଙ୍କୁ ଘର ଦାୟିତ୍ୱ ଭଳି ଗୁରୁଦାୟିତ୍ୱ ପ୍ରଦାନ କରାଯାଇଥାଏ । ଏବେ ଏକ ଗବେଷଣାରୁ ମଧ୍ୟ ମହିଳାମାନେ ପୁରୁଷଙ୍କ ଅପେକ୍ଷା କମ୍ ସମୟରେ ବହୁତ ଗୁଡିଏ କାମ କରିବାକୁ ସକ୍ଷମ ହୋଇଥାନ୍ତି । ଏପରି ଅନେକ ଉଦାହରଣ ନିଆଯାଇପାରିବ ।
• ତେଣୁ ବାସ୍ତବପକ୍ଷେ କେତେକାଙ୍କ ଭିନ୍ନ ମତ ଏବଂ ସେହି ମତକୁ ସମର୍ଥନ ଦେବା ହିଁ ଆମକୁ ଭୁଲ ବୁଝାମଣାର ବାଖ୍ୟା ଦେଇଛି । ହଁ ଏହା ସତ ଯେ, ଦୁଷ୍କର୍ମ ପରି ପ୍ରସଙ୍ଗ ପାଇଁ ଆଜି ପୁରୁଷ ସମାଜ ବଦନାମ୍ ହେଉଛି । କିନ୍ତା ଏହା ଅର୍ଥ ନୁହେଁ ଯେ ସବୁ ପୁରୁଷ ଖରାପ ଏବଂ ସବୁ ନାରୀ ଭଲ ।
ଶେଷରେ କହିବି ବର୍ତ୍ତମାନ ସମୟ ସହ ଯୁଗର ପରିବର୍ତ୍ତନ ହୋଇଛି । ଯୌତୁକ, ବିଧବା ମହିଳାଙ୍କୁ ଦ୍ୱିତୀୟ ବିବାହ ନକରିବା, କେବଳ ନାରୀମାନେ ହିଁ ରୋଷେଇ କିମ୍ବା ସଫା କରିବା, ଏହା ହୁଏତ ସବୁ ଜାଗାରେ ପ୍ରସଙ୍ଗ ହୋଇ ରହିନାହିଁ । ତେଣୁ ଆମକୁ ଯୁଗ ସହ ତାଳ ଦେଇ ଚାଲିବାକୁ ହେବ । ପୁରୁଷ କିମ୍ବା ନାରୀ ନୁହେଁ ବରଂ ସମାଜର ଅନ୍ୟାନ୍ୟ ଜାତିଙ୍କୁ ନେଇ ମଧ୍ୟ ଆଗକୁ ବଢ଼ିବା ସହ ସମନ୍ୱୟ ଓ ଯୋଗସୂତ୍ର ରକ୍ଷା କରିବାକୁ ହେବ । ତେବେ ଯାଇଁ ଆମେ ଆମ ଭବିଷ୍ୟତ ପିଢ଼ିଙ୍କୁ ସଠିକ୍ ମାର୍ଗ ଦେଖାଇପାରିବା ।
ଆନ୍ତର୍ଜାତିକ ମହିଳା ଦିବସର ଅଭିନନ୍ଦନ ।

Comments
Post a Comment