Posts

Showing posts from April, 2023

‘ଅର୍ଗସ’

Image
14.05.2022ରେ ଅର୍ଗସର ସାଟେଲାଇଟ୍ ଲୋକାର୍ପଣର ପୂର୍ବଦିନ ମୁଁ ଲେଖିଥିବା ବାର୍ତ୍ତା - ‘ଅର୍ଗସ’ । ଗ୍ରୀକ୍ ଗଡ୍ । ପୁରାଣଶାସ୍ତ୍ର ଅନୁସାରେ ଯାହାଙ୍କର 100ଟି ନୟନ ବା ସବୁ ଦିଗକୁ ଦେଖିପାରୁଥିବା ଏକ ବିରଳ ଚରିତ୍ର । ଆମ ଓଡ଼ିଆଙ୍କ ଅର୍ଥରେ ଚକାନୟନ ଅର୍ଥାତ୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚକାଡ଼ୋଳା କହିବା ବାହୁଲ୍ୟ ଅଟେ ।  ଓଡ଼ିଆରେ 5ଟି ସ୍ୱର ଏବଂ ବ୍ୟଞ୍ଜନ ବର୍ଣ୍ଣକୁ ନେଇ ଉଚ୍ଚାରିତ ‘ଅ+ର+୍+ଗ+ସ’ର ଲୋକାର୍ପଣ ହୋଇଥିଲା 2018 ଏପ୍ରିଲ 18 ପବିତ୍ର ଅକ୍ଷୟ ତୃତୀୟା ଦିନ । ଆଖିଦୃଶିଆ ବ୍ୟକ୍ତିବିଶେଷଙ୍କୁ ନୁହେଁ ବରଂ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ପ୍ରତିଭାଙ୍କ ଗ୍ରହଣରେ ଭୁବନେଶ୍ୱର ଇଡକଲ୍ ଅଡ଼ିଟୋରିୟମରେ ଡ଼ିଜିଟାଲ ଚ୍ୟାନେଲ୍ ଭାବରେ ହୋଇଥିଲା ଏହାର ଶୁଭାରମ୍ଭ ।  ‘ଅର୍ଗସ’ ଚ୍ୟାନେଲର ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା ସାରଙ୍କ କଳ୍ପନାରେ ଆରମ୍ଭ ହୋଇଥିଲା ଅର୍ଗସ । ସତ୍ୟର ସନ୍ଧାନରେ ଗାଁ ଗାଁରେ ଗରିବ ଲୋକଙ୍କ ପାଖରେ ପହଞ୍ଚିବା ଏବଂ ସେମାନଙ୍କର ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ନ୍ୟାୟ ପ୍ରଦାନ କରିବା ଥିଲା ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଚୁମ୍ବକରେ ଗରିବ ଲୋକଙ୍କ ପ୍ରତି ସମର୍ପିତ ଚ୍ୟାନେଲ୍ ।    ଇତିମଧ୍ୟରେ 3 ବର୍ଷ ବିତିଛି । ଭୁବନେଶ୍ୱର ଅଫିସରେ 35 ଜଣ ଯୁବ ସାମ୍ବାଦିକ ଓ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିବା ଯାତ୍ରାର ସଂଖ୍ୟା ବର୍ତ୍ତମାନ 100ରୁ ଉର୍ଦ୍ଧ୍ୱରେ ପହଞ୍ଚିଛି...

କର୍ମକ୍ଷେତ୍ରକୁ ୫ ବର୍ଷ ପୂରଣ

Image
 As I step in to the 6th year of my professional yet strange journey, I look back in to the 5 years of journey… 3 ମଇ 2022 ରେ ଲେଖିଥିବା କଥା... ଆଜି ଅକ୍ଷୟ ତୃତୀୟା ଓ ମହାପ୍ରଭୁଙ୍କ ରଥକାଠ ଅନୁକୂଳର ପବିତ୍ର ଦିନ । ମୁସଲିମ ଧର୍ମାବଲମ୍ବୀ ମାନଙ୍କର ପ୍ରମୁଖ ପର୍ବ ଇଦ୍ ମଧ୍ୟ । ସବୁଠୁ ବଡ଼ କଥା ଆଜି ମୋ ବାପାଙ୍କର ଜନ୍ମଦିନ ଓ  ପ୍ରେସ୍ ଦିବସ ଆଉ ଏହି ଦିନରେ ମୋର କର୍ମକ୍ଷେତ୍ରକୁ ୫ ବର୍ଷ ପୂରଣ ହେବା ; ସମ୍ଭବତଃ ମୋ ପାଇଁ ଆଜିର ଦିନଟି ଏକ ସୌଭାଗ୍ୟ, ଅନନ୍ୟ ଓ ଅଦ୍ଭୂତ ସମୟର ଅବସର ।    ଏହି ସୀମିତ ବର୍ଷର ଗଣମାଧ୍ୟମ ଜଗତର ଯାତ୍ରାରେ କିଛି ଭିନ୍ନତା, ନୂଆ ଆଶା ଏବଂ ଅନେକ ଲକ୍ଷ୍ୟ ସୃଷ୍ଟି ହୋଇଛି ସତ କିନ୍ତୁ ପ୍ରାରମ୍ଭରୁ ଅନେକ ବାଧାବିଘ୍ନର ମହକ ଏବେ ବି ସତେଜ ଅଛି । ଦିନେ ଇଣ୍ଟର୍ଣ୍ଣସିପ୍ ପାଇଁ ଏ ଘର ସେ ଘର ହେଉଥିଲି ଆଉ ଇତିମଧ୍ୟରେ ଅନେକ ଚାକିରିର ଅଫର୍ । ‘ତତଲା କଡ଼େଇରେ ଭାଜି ହେଉଛି ଓଡ଼ିଶା’ ଥିଲା ମୋର ପ୍ରଥମ ପାଣିପାଗ ଖବର । କିନ୍ତୁ ଏବେ ମୋର ଶୀର୍ଷକ ପ୍ରମୁଖ ଖବରର ସ୍ଥାନ ନେଇଛି । ବିଳମ୍ବିତ ରାତ୍ରୀରେ ଦୈନନ୍ଦିନ ଟ୍ରେନରେ ଯାତ୍ରା ଏବେ ସହଜ ହୋଇଛି । ମଳିନ ଚେହେରା ସଫା ହୋଇଛି  ଓ ଦୁର୍ବଳ ଶୀରର ଅଣ୍ଟା ସଳଖିଛି । ସ୍ୱଳ୍ପ ପାରିଶ୍ରମିକ ଉଣା ଅଧିକେ ହୋଇଛି । ଲେଖାଶୈଳିରେ ବି ପରିବର୍ତ୍ତନ ଆସିଛି । ଅଜଣା ଚେହେରା ଆଜି ପରିଚୟ ପାଇଛି । କିନ୍ତୁ ବର୍ତ...

ମୋ ବସ୍ : ସମସ୍ୟା ଭିତରର ପ୍ରମୁଖ ସମସ୍ୟା

Image
ମୁଁ ମୋ ବସରେ ସବୁବେଳେ ନ ହେଲେ ବି କ୍ୱଚିତ୍ ସମୟରେ ଅଫିସ୍ ଓ ଅନ୍ୟସ୍ଥାନକୁ ଯିବା ଆସିବା କରେ । ପ୍ରତ୍ୟେକ ମୋ ବସ୍ ଦୁଇଟିକିଆ ନମ୍ବର ଅନୁସାରେ ନିର୍ଦ୍ଦିଷ୍ଟ ଓ ସେହି ଅନୁସାରେ ଗତିପଥ ସ୍ଥିର ହୋଇଛି । ଉଦାହରଣସ୍ୱରୂପ ଯଦି ଆପଣ ଏୟାରପୋର୍ଟ ଛକରୁ ଆଚାର୍ଯ୍ୟବିହାର ଦେଇ ଭାୟା ରସୁଲଗଡ଼ ଦେଇ କଟକ ଯିବାର ଅଛି ତେବେ ଆପଣଙ୍କୁ ୧୭ ନମ୍ବର ବସରେ ଚଢ଼ିବାକୁ ହେବ । ଅନୁରୂପ ଭାବରେ ଯଦି ଏୟାରପୋର୍ଟ ଛକରୁ ଆପଣଙ୍କୁ ପଟିଆ ଯିବାର ଅଛି ତେବେ ଆପଣଙ୍କୁ ୧୦ ନମ୍ବର ବସରେ ଚଢ଼ିବାକୁ ହେବ । ଏହିଭଳି ଅନେକ ବସରେ ନମ୍ବର ଅନୁସାରେ ଗତିପଥ ସ୍ଥିର ହୋଇଛି ।  କିନ୍ତୁ ବିଗତ ୧ ବର୍ଷ ଭିତରେ ଯଦି ମୋ ବସରେ ଯିବାବେଳେ ମୁଁ ଅନୁଭବ କରିଛି, ଅନେକ ସମୟରେ ଅଧିକାଂଶ ବୟଜ୍ୟୋଷ୍ଠ ଯାତ୍ରୀ ବସ୍ ଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ବସ ଆସିବା ମାତ୍ରେ କେଉଁଠାକୁ ଯିବ ବୋଲି କଣ୍ଡକ୍ଟରକୁ ପ୍ରଶ୍ନ କରନ୍ତି । ବସଟି ସୀମିତ ସମୟ ଷ୍ଟପେଜରେ ରହୁଥିବାରୁ ଅଧିକ ସଂଖ୍ୟକ ଲୋକଙ୍କ ପ୍ରଶ୍ନର ଉତ୍ତର କଣ୍ଟକ୍ଟର ଓ ଡ୍ରାଇଭରଙ୍କ ପକ୍ଷେ ଦେବା ସମ୍ଭବ ହେଉନାହିଁ । ମୋ ବସ ଆପରେ ମଧ୍ୟ ବରିଷ୍ଠ ନାଗରିକମାନେ ଅନୁଭବୀ ନୁହଁନ୍ତି । ଏହି ସମସ୍ୟା କାରଣରୁ ଅନେକଙ୍କୁ ବସରେ ଚଢ଼ିବା ପରେ ଟିକେଟ୍ କଲାବେଳେ ବାଧ୍ୟବଧକତାର ସହ ଆଗ ଷ୍ଟପେଜରେ ଓହ୍ଲେଇବାକୁ ପଡ଼ୁଛି(ସମୟ ନଷ୍ଟ) । ଅନିଚ୍ଛା ସତ୍ତ୍ୱେ ଲୋକମାନଙ୍କୁ ଅଧିକ ଭଡ଼ାରେ ଅଟୋ କିମ୍ବା ଅନ୍ୟ ଯାତ୍ରୀବାହୀ ଗାଡ଼ିରେ ଯିବା...

ଟୋପି ନେଇଗଲା କାଳିଆ !

Image
        ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର । ପବିତ୍ର ଚାରିଧାମ ମଧ୍ୟରୁ ଅନ୍ୟତମ । ଓଡ଼ିଆ ଜାତିର ଅନ୍ୟତମ ପରିଚୟ । ମାତ୍ର ପ୍ରଶାସନ ପରିଧିକୁ ଆସିବା ପରେ ଘଡ଼ିକେ ଘୋଡ଼ା ଛୁଟିବା ଭଳି   ନିୟମ । ସବୁବେଳେ ପରିବର୍ତ୍ତନଶୀଳ । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ । ଦର୍ଶନକୁ ସୁରୁଖୁରୁରେ କରିବା ପାଇଁ ପ୍ରଶାସନର ବ୍ୟବସ୍ଥା ଭେଳିକି ମାତ୍ର । ବାଟବଣା ନିୟମ । ଏଥିପାଇଁ ହଇରାଣ ଆମ ପରି କୋଟି କୋଟି ଭକ୍ତ । ଦୀର୍ଘ ବର୍ଷ ଧରି ସେବାୟତ ଓ ଆମର ପୂର୍ବପୁରୁଷମାନେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଚାରିଦ୍ୱାର ଦର୍ଶନର ବ୍ୟବସ୍ଥା କରିଥିଲେ । ମାତ୍ର ବର୍ତ୍ତମାନ ସମୟରେ ଅନ୍ୟ ମନ୍ଦିରକୁ ଅନୁକରଣ କରି ସିଂହଦ୍ୱାରରେ ହୋଇଥିବା ଲାଇନବ୍ୟବସ୍ଥାକୁ ମନମୁଖୀ ବ୍ୟବସ୍ଥା କହିଲେ ଅତ୍ୟୁକ୍ତି ହେବ ନାହିଁ ।    ଏହି ଅଜ୍ଞାତ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ଅନୁଭବ କଲି ନିକଟରେ ଶ୍ରୀମନ୍ଦିର ଦର୍ଶନ ସମୟରେ । ମହାପ୍ରଭୁଙ୍କ ଡାକରା ଆସିବା ପରେ ତତକ୍ଷଣାତ୍ ଏକ ସାଧାରଣ ଦିନରେ ସକାଳୁ ପୁରୀ ବାହାରିଲି ସାଙ୍ଗ ମାନଙ୍କ ସାଥୀରେ । ସମୟ ଦିନ ୧୦ଟାରେ ବଡଦାଣ୍ଡରେ ପହଞ୍ଚିଲୁ । ଶ୍ରୀମନ୍ଦିର ଗାଡି ପାର୍କିଂ ଠାରୁ ମନ୍ଦିର ପର୍ଯ୍ୟନ୍ତ ପାଖାପାଖି ୨୦୦ ମିଟର ରାସ୍ତା । ସେଠାରୁ ପାଦରେ ଚାଲିଚାଲି ଯିବାକୁ ହେବ । ଖରା ଦିନ ଥିବାରୁ ମନ୍ଦିର ପାଖରେ ଜୋତା ଷ୍ଟାଣ୍ଡରେ ସବୁ ଚପଲ ରଖିବା ପାଇଁ ଇଚ୍ଛା କଲୁ । ଭଡା ଦେଇ ବସ, ଅଟ...