କର୍ମକ୍ଷେତ୍ରକୁ ୫ ବର୍ଷ ପୂରଣ

 As I step in to the 6th year of my professional yet strange journey, I look back in to the 5 years of journey…



3 ମଇ 2022 ରେ ଲେଖିଥିବା କଥା...

ଆଜି ଅକ୍ଷୟ ତୃତୀୟା ଓ ମହାପ୍ରଭୁଙ୍କ ରଥକାଠ ଅନୁକୂଳର ପବିତ୍ର ଦିନ । ମୁସଲିମ ଧର୍ମାବଲମ୍ବୀ ମାନଙ୍କର ପ୍ରମୁଖ ପର୍ବ ଇଦ୍ ମଧ୍ୟ । ସବୁଠୁ ବଡ଼ କଥା ଆଜି ମୋ ବାପାଙ୍କର ଜନ୍ମଦିନ ଓ  ପ୍ରେସ୍ ଦିବସ ଆଉ ଏହି ଦିନରେ ମୋର କର୍ମକ୍ଷେତ୍ରକୁ ୫ ବର୍ଷ ପୂରଣ ହେବା ; ସମ୍ଭବତଃ ମୋ ପାଇଁ ଆଜିର ଦିନଟି ଏକ ସୌଭାଗ୍ୟ, ଅନନ୍ୟ ଓ ଅଦ୍ଭୂତ ସମୟର ଅବସର ।   

ଏହି ସୀମିତ ବର୍ଷର ଗଣମାଧ୍ୟମ ଜଗତର ଯାତ୍ରାରେ କିଛି ଭିନ୍ନତା, ନୂଆ ଆଶା ଏବଂ ଅନେକ ଲକ୍ଷ୍ୟ ସୃଷ୍ଟି ହୋଇଛି ସତ କିନ୍ତୁ ପ୍ରାରମ୍ଭରୁ ଅନେକ ବାଧାବିଘ୍ନର ମହକ ଏବେ ବି ସତେଜ ଅଛି । ଦିନେ ଇଣ୍ଟର୍ଣ୍ଣସିପ୍ ପାଇଁ ଏ ଘର ସେ ଘର ହେଉଥିଲି ଆଉ ଇତିମଧ୍ୟରେ ଅନେକ ଚାକିରିର ଅଫର୍ । ‘ତତଲା କଡ଼େଇରେ ଭାଜି ହେଉଛି ଓଡ଼ିଶା’ ଥିଲା ମୋର ପ୍ରଥମ ପାଣିପାଗ ଖବର । କିନ୍ତୁ ଏବେ ମୋର ଶୀର୍ଷକ ପ୍ରମୁଖ ଖବରର ସ୍ଥାନ ନେଇଛି । ବିଳମ୍ବିତ ରାତ୍ରୀରେ ଦୈନନ୍ଦିନ ଟ୍ରେନରେ ଯାତ୍ରା ଏବେ ସହଜ ହୋଇଛି । ମଳିନ ଚେହେରା ସଫା ହୋଇଛି  ଓ ଦୁର୍ବଳ ଶୀରର ଅଣ୍ଟା ସଳଖିଛି । ସ୍ୱଳ୍ପ ପାରିଶ୍ରମିକ ଉଣା ଅଧିକେ ହୋଇଛି । ଲେଖାଶୈଳିରେ ବି ପରିବର୍ତ୍ତନ ଆସିଛି । ଅଜଣା ଚେହେରା ଆଜି ପରିଚୟ ପାଇଛି । କିନ୍ତୁ ବର୍ତ୍ତମାନର ସମୟରେ ଦୁଇଟି କଥାରେ ଏବେ ବି ସମତୁଲ୍ୟ ଅଛି - ସେବେ ଲେଖୁଥିଲି, ଏବେ ବି ଲେଖୁଛି - ସେବେ ଶିଖୁଥିଲି ଆଉ ଆଜି ବି ଶିଖୁଛି... କାରଣ ସ୍ୱାମୀ ବିବେକାନନ୍ଦ କହିଥିଲେ "Arise, awake, and stop not till the goal is reached." 



ଦୀର୍ଘ  ୫ ବର୍ଷରେ ଯୋଡ଼ି ହୋଇଥିବା ସବୁ ସାର, ମ୍ୟାମ, ବନ୍ଧୁ, ଭାଇ, ଦିଦିଙ୍କୁ ସହଯୋଗ ପାଇଁ ମୋର ଭୂମିଷ୍ଠ ପ୍ରଣାମ ଓ ଅନ୍ତରରୁ ଅଶେଷ ଅଶେଷ ଧନ୍ୟବାଦ । ଆଗାମୀ ଦିନରେ ଆପଣ ମାନଙ୍କର ନିରନ୍ତର ସ୍ନେହ ଓ ସହଯୋଗ କାମନା କରୁଛି । 

ବି.ଦ୍ର - ଗଣମାଧ୍ୟମ ଜଗତର ପ୍ରଥମ ସୋପାନରେ ଦୁଇଟି ପ୍ରିୟ ଫଟୋ

ଲେଖକ - ସତ୍ୟଜିତ ସାମଲ  

Comments

Popular posts from this blog

Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’

Blog No 51 - Happy BirthDay Super Star

‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’

ସ୍ମୃତି ସେ ଦିନର

Blog No - 48 : ସୁଆଣ୍ଡୋରୁ ଜାତିର ଚରିତ୍ର, ସେବାର ମୂର୍ତ୍ତିମନ୍ତ ମହାନାୟକ

ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ

Story Blog No - 50 ଚିକେନ୍ ପକୋଡା

ଓଡ଼ିଶା ଗଣମାଧ୍ୟମରେ AI

୧୯୮୨ ବନ୍ୟା : ସେହି ଅଗଷ୍ଟ ମାସ ଖୁଦୁରୁକୁଣୀ ଓଷାରେ ବାଙ୍କୀବାସୀଙ୍କ ବିକଟାଳ ଚିତ୍କାର

‘ଅର୍ଗସ’