ମୋ ବସ୍ : ସମସ୍ୟା ଭିତରର ପ୍ରମୁଖ ସମସ୍ୟା



ମୁଁ ମୋ ବସରେ ସବୁବେଳେ ନ ହେଲେ ବି କ୍ୱଚିତ୍ ସମୟରେ ଅଫିସ୍ ଓ ଅନ୍ୟସ୍ଥାନକୁ ଯିବା ଆସିବା କରେ । ପ୍ରତ୍ୟେକ ମୋ ବସ୍ ଦୁଇଟିକିଆ ନମ୍ବର ଅନୁସାରେ ନିର୍ଦ୍ଦିଷ୍ଟ ଓ ସେହି ଅନୁସାରେ ଗତିପଥ ସ୍ଥିର ହୋଇଛି । ଉଦାହରଣସ୍ୱରୂପ ଯଦି ଆପଣ ଏୟାରପୋର୍ଟ ଛକରୁ ଆଚାର୍ଯ୍ୟବିହାର ଦେଇ ଭାୟା ରସୁଲଗଡ଼ ଦେଇ କଟକ ଯିବାର ଅଛି ତେବେ ଆପଣଙ୍କୁ ୧୭ ନମ୍ବର ବସରେ ଚଢ଼ିବାକୁ ହେବ । ଅନୁରୂପ ଭାବରେ ଯଦି ଏୟାରପୋର୍ଟ ଛକରୁ ଆପଣଙ୍କୁ ପଟିଆ ଯିବାର ଅଛି ତେବେ ଆପଣଙ୍କୁ ୧୦ ନମ୍ବର ବସରେ ଚଢ଼ିବାକୁ ହେବ । ଏହିଭଳି ଅନେକ ବସରେ ନମ୍ବର ଅନୁସାରେ ଗତିପଥ ସ୍ଥିର ହୋଇଛି ।  କିନ୍ତୁ ବିଗତ ୧ ବର୍ଷ ଭିତରେ ଯଦି ମୋ ବସରେ ଯିବାବେଳେ ମୁଁ ଅନୁଭବ କରିଛି, ଅନେକ ସମୟରେ ଅଧିକାଂଶ ବୟଜ୍ୟୋଷ୍ଠ ଯାତ୍ରୀ ବସ୍ ଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ବସ ଆସିବା ମାତ୍ରେ କେଉଁଠାକୁ ଯିବ ବୋଲି କଣ୍ଡକ୍ଟରକୁ ପ୍ରଶ୍ନ କରନ୍ତି । ବସଟି ସୀମିତ ସମୟ ଷ୍ଟପେଜରେ ରହୁଥିବାରୁ ଅଧିକ ସଂଖ୍ୟକ ଲୋକଙ୍କ ପ୍ରଶ୍ନର ଉତ୍ତର କଣ୍ଟକ୍ଟର ଓ ଡ୍ରାଇଭରଙ୍କ ପକ୍ଷେ ଦେବା ସମ୍ଭବ ହେଉନାହିଁ । ମୋ ବସ ଆପରେ ମଧ୍ୟ ବରିଷ୍ଠ ନାଗରିକମାନେ ଅନୁଭବୀ ନୁହଁନ୍ତି । ଏହି ସମସ୍ୟା କାରଣରୁ ଅନେକଙ୍କୁ ବସରେ ଚଢ଼ିବା ପରେ ଟିକେଟ୍ କଲାବେଳେ ବାଧ୍ୟବଧକତାର ସହ ଆଗ ଷ୍ଟପେଜରେ ଓହ୍ଲେଇବାକୁ ପଡ଼ୁଛି(ସମୟ ନଷ୍ଟ) । ଅନିଚ୍ଛା ସତ୍ତ୍ୱେ ଲୋକମାନଙ୍କୁ ଅଧିକ ଭଡ଼ାରେ ଅଟୋ କିମ୍ବା ଅନ୍ୟ ଯାତ୍ରୀବାହୀ ଗାଡ଼ିରେ ଯିବାକୁ ପଡ଼ୁଛି । ଏ ଦିଗକୁ ଅନୁମେୟ କଲେ ଟେକ୍ନୋଲୋଜି ଜରିଆରେ ଆମେ ଏହି ସମସ୍ୟାକୁ ଚୁଟକିରେ ସମାଧାନ କରିପାରିବା ।  


ବର୍ତ୍ତମାନ ପରିବର୍ତ୍ତିତ ଆଧୁନିକ ଦୁନିଆରେ ସବୁଠୁ ବଡ଼ ଅସ୍ତ୍ର ହୋଇଛି ଟେକ୍ନୋଲୋଜି । ଗୁଗୁଲ ଟକ୍, ଆପଲ୍ ସିରି, ହେ ଗୁଗୁଲ, ଆମାଜନ ଆଲେକ୍ସା ଏ ସବୁ ପ୍ରଗତିଶୀଳ ଟେକ୍ନଲୋଜିର ପ୍ରମୁଖ ଉଦାହରଣ । ଯଦି ଏହି ସବୁ ଉପଯୋଗୀ “ଭଏସ୍ ରେକଗନାଇଜେସନ”ର ସବୁଦିଗକୁ ଦେଖି ଏକ ସ୍ୱତନ୍ତ୍ର ଟେକ୍ନୋଲୋଜି ଉଭାବନ କରିପାରିବା, ହୁଏତଃ ଏହାଠୁ ଭଲ ପଦକ୍ଷେପ କିଛି ହୋଇ ନ ପାରେ । ଉଦାହରଣସ୍ୱରୂପ, ଆମେ ଏପରି ଏକ ଅଭିନବ ଯନ୍ତ୍ର ବା ସ୍ପିକର ଉଦ୍ଭାବନ କରିବା, ଯେଉଁଥିରେ ଜନୈକ ଯାତ୍ରୀ ମୋ ବସ ଷ୍ଟପେଜରେ ଥିବା ଉକ୍ତ ମେସିନକୁ ଅନ୍ କରିକି କହିବେ ମୋତେ ଅମକ ଜାଗାକୁ ଯିବାର ଅଛି ଏବଂ ପ୍ରତ୍ୟୁତ୍ତରରେ ସ୍ପିକରଟି କହିବ ଆପଣ ଏ ଜାଗାକୁ ଯିବାକୁ ଚାଉଁଥିଲେ ଏହି ଏହି ନମ୍ବର ବସରେ ଚଢ଼ନ୍ତୁ ନଚେତ୍ ଏ ବସ ଷ୍ଟପେଜରୁ ଆପଣ ଠିକଣା ସ୍ଥାନ ବସରେ ଚଢ଼ିପାରିବେ । ଏକ ପାଇଲଟ ବା ପ୍ରାରମ୍ଭିକ ପ୍ରକଳ୍ପ ଭାବରେ ଯଦି ପ୍ରତି ମୋ ବସ୍ ଷ୍ଟପେଜରେ ଏହି ସ୍ୱତନ୍ତ୍ର ସ୍ପିକର ଲଗାଯାଇପାରିବ ତେବେ ଅନେକ ଲୋକ ଉପକୃତ ହୋଇପାରିବେ । ବର୍ତ୍ତମାନ ସମୟରେ ଭାରତ ସରକାର ଆଇଆଇଟି ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନକୁ ଗବେଷଣା ଓ ଇନୋଭେସନ ପାଇଁ ବିଶେଷ ପ୍ରୋତ୍ସାହନ ଦେଉଛନ୍ତି । ଯଦି ଏହା ସମ୍ଭବ ହୁଏ ତେବେ ଆମ ରାଜ୍ୟ ଓଡ଼ିଶା ଏକ ମଡ଼େଲ ଭାବରେ ସାରା ଭାରତବର୍ଷରେ ଏକ ଉଦାହରଣ ରୂପେ ପରିଗଣିତ ହେବ । ସରକାର ଏ ଦିଗ ପ୍ରତି ବିଶେଷ ଧ୍ୟାନ ଦେବେ ବୋଲି ଆଶା । 

ଲେଖକ - ସତ୍ୟଜିତ ସାମଲ 

Comments

Popular posts from this blog

Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’

Blog No 51 - Happy BirthDay Super Star

‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’

ସ୍ମୃତି ସେ ଦିନର

Blog No - 48 : ସୁଆଣ୍ଡୋରୁ ଜାତିର ଚରିତ୍ର, ସେବାର ମୂର୍ତ୍ତିମନ୍ତ ମହାନାୟକ

ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ

Story Blog No - 50 ଚିକେନ୍ ପକୋଡା

ଓଡ଼ିଶା ଗଣମାଧ୍ୟମରେ AI

୧୯୮୨ ବନ୍ୟା : ସେହି ଅଗଷ୍ଟ ମାସ ଖୁଦୁରୁକୁଣୀ ଓଷାରେ ବାଙ୍କୀବାସୀଙ୍କ ବିକଟାଳ ଚିତ୍କାର

‘ଅର୍ଗସ’