Posts

Showing posts from 2017

ଲାଭ ବାଲା ଆଇସକ୍ରିମ୍

Image
ସେ ଦିନ ଥାଏ ରବିବାର । ଖରାର ସ୍ପର୍ଶ ପଡିଥାଏ ଟ୍ରେନର ଝରକା ପାଖ ସିଟରେ । ମୁଁ ବି ସମାଜ ପେପର ପଢୁଥାଏ   । ସୀମାରେ ଗୁଳି , ପଡିଆରେ ମେଳି । ଆଇସକ୍ରିମ୍ , ଆଇସକ୍ରିମ୍.... ହଠାତ୍ ମୋ ନଜର ପଡିଲା ଆଇସକ୍ରିମ୍ ବିକାଳୀ ଉପରେ । ଚନ୍ଦା ଲୋକ , ବୟସ ସେଇ ଦେଖିଲା ଭଳି 40 ହବନା କଣ! ମୋ ଡହାଣ ପାର୍ଶ୍ୱରେ ଜଣେ ଦମ୍ପତ୍ତି ଏବଂ ତାଙ୍କ ଛୋଟ ଝିଅ ବସିଥାନ୍ତି । ହଠାତ୍ ତାଙ୍କ ଝିଅଟି କହିଲା ଆଇସକ୍ରିମ ୍ ଖାଇବ ବୋଲି । ତା ' ପରେ ଝିଅର ଆଖିକୁ ଚାହିଁ ଆଇସକ୍ରିମ୍ ବିକାଳୀକୁ କହିଲେ ," କୋଉ ଆଇସକ୍ରିମ ହେବ" । ଅରେଞ୍ଜ ଆଇସକ୍ରିମ୍ କେବଳ ହେବ ବୋଲି କହିଲା ବିକାଳୀଟି । ହଉ 2ଟା ଦେବ , ବାପା କହିଲେ । ଏହା ଶୁଣି ତାଙ୍କ ସ୍ତ୍ରୀ କହିଲେ ତମେ ଖାଇବନି କି ? ତା ପରେ ବାପା କହିଲେ ହଁ ମୁଁ ଖାଇବି ବୋଲି ତ 2ଟା ଆଣୁଛି ନହେଲେ ଗୋଟେ ଆଣିଥାନ୍ତି । ତା ' ପରେ ତାଙ୍କ ସ୍ତ୍ରୀ ଏତିକିରେ ଆମ୍ବିଳା ମୁହଁ କରିକି ଝରକାକୁ ଘୁଞ୍ଚିକି ବସିଲେ । ତା ପରେ ବିକାଳୀ 2ଟି ଆଇସକ୍ରିମ୍ ବାପାଙ୍କ ହାତକୁ ଧରେଇ ଦେଇ କହିଲା 20 ଟଙ୍କା । ବାପା ଏହା ପରେ ଗୋଟେ ଆଇସକ୍ରିମ୍ ଝିଅକୁ ଓ ଅନ୍ୟଟି ଧରେଇଦେଲେ ତାଙ୍କ ସ୍ତ୍ରୀ ଅର୍ଥାତ ଝିଅର ମାଆକୁ । ଆଇସକ୍ରିମଟି ହାତରୁ ନେଇ ଝିଅ ଆଉ ମାଆ ଖାଇବାକୁ ଲାଗିଲେ କିନ୍ତୁ ମାଆଙ୍କ ସେହି ପୂର୍ବ ହସ ଫେରିଆସିଥିଲା ।     ଏହା ପରେ ଝିଅ ପକେଇଥିବା ଆଇସକ୍ରିମ୍ ପ୍ୟାକେଟକୁ ତଳୁ ଗୋଟାଇ କିଛ...

ନାରୀ

Image
ପ୍ରଥମ ବୈଦିକ ଓ ଉପନିଷଦୀୟ ଯୁଗରେ ନାରୀମାନେ ପୁରୁଷ ମାନଙ୍କ ସହ ପଦମର୍ଯ୍ୟାଦା ଲାଭ କରୁଥିଲେ । ନାରୀ ମାନଙ୍କୁ ଉଚ୍ଚ ସମ୍ମାନ ମିଳୁଥିଲା । ସେମାନଙ୍କୁ କେବଳ ଶିକ୍ଷା ନୁହେଁ ବେଦ ଓ ଉପନିଷେଦ ଅଧ୍ୟୟନ କରିବାର ସୁଯୋଗ ମଧ୍ୟ ମିଳୁଥିଲା । ସ୍ଥଳ ବିଶେଷରେ ସ୍ୱୟମ୍ବର ସଭାର ଆୟୋଜନ ନାରୀ ମାନଙ୍କ ଏଭଳି ହେବାର ପ୍ରମାଣ ଦିଏ । ସ୍ତ୍ରୀ ମାନେ ସ୍ୱାମୀ ମାନଙ୍କ ସହ ସମାନ ଭାବେ ଗୃହ ସମ୍ପତ୍ତିର ଅଧିକାରିଣୀ ଥିଲେ । ଯଜ୍ଞ , ପୂଜାପାଠ , କ୍ରିୟାକର୍ମ ଆଦି ଧାର୍ମିକ କାର୍ଯ୍ୟରେ ଓ ଧର୍ମାନୁଷ୍ଠାନରେ ନାରୀ ମାନେ ମଧ୍ୟ ଅଂଶ ଗ୍ରହଣ କରୁଥିଲେ । ସ୍ତ୍ରୀର ଉପସ୍ଥିତି ବିନା ଧାର୍ମିକ କ୍ରିୟାନୁଷ୍ଠାନ ଅସମ୍ପୂର୍ଣ୍ଣ ବୋଲି ବିଚାର କରାଯାଉଥିଲା । ସ୍ତ୍ରୀ ବିନା ସ୍ୱାମୀର ତୀର୍ଥଯାତ୍ରା ନିଷ୍ଫଳ ବୋଲି ଶାସ୍ତ୍ରରେ ବର୍ଣ୍ଣନା ରହିଛି । ନାରୀମାନେ ଯେଉଁଠି ବିତରଣ କରନ୍ତି ସେଠାରେ ସ୍ୱର୍ଗର ଦେବୀ ମାନେ ରୁହନ୍ତି ବୋଲି ଧାର୍ମିକ ଭାବନା ରହିଛି । ମଧ୍ୟ ଯେତେବେଳେ ନାରୀ ମାନେ ବୌଦ୍ଧ ବା ଅନ୍ୟାନ୍ୟ ଧର୍ମରେ ଦିକ୍ଷୀତ ହେବାକୁ ଚାହିଁଲେ ସେହି ସମୟରେ ସେମାନଙ୍କୁ ଯୌନ ନିର୍ଯାତନା ଦିଆଗଲା । ପୁରୁଷ ରାକ୍ଷସ ସାଜି ନାରୀ ଉପରେ ଅତ୍ୟାଚାର ଆରମ୍ଭ କରିଦେଲେ। ଏମିତି ହେବାରୁ ବାଲ୍ୟ ବିବାହ ପ୍ରଥାକୁ ବାଧ୍ୟ ହୋଇ ପ୍ରଚଳନ କରାଗଲା । ଦୁନିଆକୁ ଭଲ ଭାବେ ଦେଖିବା ପୂର୍ବରୁ ଛୋଟ ଛୋଟ ପିଲାଙ୍କୁ ବାହା କରେଇ ଦିଆଯାଉଥିଲା । ତା' ପର ସମୟ ନାରୀ ମାନ...

ନାହିଁ ନାହିଁରେ ପ୍ରଶାସନ, ତୋଳି ବସିଲେ ନିଜ ଆସନ

Image
କୁହାଯାଏ, ଯେଉଁ ଅଞ୍ଚଳର ଗମନାଗମନ ଯେତେ ଉନ୍ନତ, ସେ ଅଞ୍ଚଳ ସେତେ ମାତ୍ରାରେ ବିକାଶ । ରାଜ୍ୟ ସରକାର ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ ଗ୍ରାମ ବିକାଶର ଡିଣ୍ଡୁରା ପିଟୁଥିବାବେଳେ ମାଓ ଅଧୁଷିତ ଦାରିଙ୍ଗବାଡି ବ୍ଲକର କିରିକୁଟି ଗ୍ରାମ ପଞ୍ଚାୟତର ମଣ୍ଡିବାନ୍ଦା ଗ୍ରାମକୁ ପଞ୍ଚାୟତ ସଦର ମହାକୁମାରକୁ ସଂଯୋଗୀକରଣ ପାଇଁ 8 ବର୍ଷ ତଳେ ବ୍ଲକ କର୍ତ୍ତୃପକ୍ଷ ରାସ୍ତା ଏବଂ ପୋଲ ନିର୍ମାଣ ଆରମ୍ଭ କରି ଅଧାରେ ସାରିଦେଇଥିଲେ । ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ ପୂର୍ଣ୍ଣାଙ୍ଗ ହୋଇପାରିନଥିଲା ପୋଲ । ମଣ୍ଡିବାନ୍ଦା ଗାଁର ଲୋକସଂଖ୍ୟା ପ୍ରାୟ 250 । ଏହି ଗାଁର ବାସିନ୍ଦା ଆଦିବାସୀ ଏବଂ ହରିଜନ ଶେଣୀର । ରାସ୍ତା ଓ ପୋଲ ନଥିବା କାରଣରୁ ରୋଗୀ ଏବଂ ଗର୍ଭବତୀ ମହିଳାଙ୍କୁ ବାଉଁଶ ଦୋଳା, ଖଟଦୋଳା ହିଁ ଭରଷା । ଛାତ୍ରଛାତ୍ରୀ ଏବଂ ଅଞ୍ଚଳ ବାସୀ ବର୍ଷାଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ମଣ୍ଡିବାଳା ଗାଁର ଏହି ସମସ୍ୟା ଦେଖିଲାପରେ ସ୍ଥାନୀୟ ସାମାଜିକ ସଂଗଠନ କନ୍ଧମାଳ ଜିଲ୍ଲା ସବୁଜ ବୌଦ୍ୟସଂଘ, ଗୁଂଜ ସଂସ୍ଥା, ସହାୟତା ପାଇଁ ବଢେଇଥିଲା ସହୋଯୋଗର ହାତ । ଗାଁର ପୁରୁଷ ମହିଳା ଶ୍ରମଦାନ କରି ସପ୍ତାହ ତଳେ ନିର୍ମାଣ କରିଥିଲେ ଏହି ପୋଲ ଏବଂ ରାସ୍ତା । ବାବୁମାନଙ୍କୁ କହିଲୁ କିଏ ଶୁଣିଲେ ନାହିଁ ! ବର୍ଷବର୍ଷ ଜଗିଲୁ । ଶେଷରେ ଆମ ରାସ୍ତା ପୋଲ ଆମେ ତିଆରି କଲୁ । ଏବେ ବର୍ଷା ଦିନେ ବି ଯାଇହେବ, ...

A small bite of Cuttack: public, private and self

Image
Clock tower, Cuttack As I savored a small bite of cucumber with a pinch of salt, my mind wandered to the plight of the poor. This humble snack may be a luxury for some, but for many, it's a means of staving off hunger. Such was the scene I witnessed at Cuttack SCB Medical in Odisha, where the scorching summer has exacerbated the problems faced by the less fortunate. The Odisha government had launched initiatives like "Ahar Kendra" to provide cheaper food for the needy, but these efforts have fallen short of expectations. The poor are still forced to rely on food from outside. Cuttack, known as the "silver city," is a bustling hub of activity, with its famous aludum dahibara food, cricket matches and silver filigree works and drawing crowds. However, in the midst of this vibrancy, one cannot help but notice the large number of people living in poverty. As a concerned citizen, I cannot help but feel guilty about the state of affairs. Even able-bodied individual...

The Dark Side of Like..Share and Comment

Image
19/01/17 :  In today's world, society is more connected than ever through social networking platforms like Facebook, Instagram, and Twitter. While social media has its benefits, it also has significant drawbacks. One alarming consequence of this connectivity is the rise in cybercrime and harassment, as well as an increase in depression within our communities. Many individuals spend excessive time updating their status, sharing pictures and videos, and ultimately losing valuable moments of their lives. A recent incident starkly illustrates this issue: four children lost their lives in an accident while bystanders were too busy taking pictures instead of offering help. This tragic event highlights how our obsession with likes, shares, comments, and views can detract from our fundamental humanity. Although social media has the potential to raise awareness about important issues, it often falls short in driving real action. For example, videos showing social workers assisting beggars m...