ନାରୀ



ପ୍ରଥମ

ବୈଦିକ ଓ ଉପନିଷଦୀୟ ଯୁଗରେ ନାରୀମାନେ ପୁରୁଷ ମାନଙ୍କ ସହ ପଦମର୍ଯ୍ୟାଦା ଲାଭ କରୁଥିଲେ । ନାରୀ ମାନଙ୍କୁ ଉଚ୍ଚ ସମ୍ମାନ ମିଳୁଥିଲା । ସେମାନଙ୍କୁ କେବଳ ଶିକ୍ଷା ନୁହେଁ ବେଦ ଓ ଉପନିଷେଦ ଅଧ୍ୟୟନ କରିବାର ସୁଯୋଗ ମଧ୍ୟ ମିଳୁଥିଲା । ସ୍ଥଳ ବିଶେଷରେ ସ୍ୱୟମ୍ବର ସଭାର ଆୟୋଜନ ନାରୀ ମାନଙ୍କ ଏଭଳି ହେବାର ପ୍ରମାଣ ଦିଏ । ସ୍ତ୍ରୀ ମାନେ ସ୍ୱାମୀ ମାନଙ୍କ ସହ ସମାନ ଭାବେ ଗୃହ ସମ୍ପତ୍ତିର ଅଧିକାରିଣୀ ଥିଲେ । ଯଜ୍ଞ, ପୂଜାପାଠ, କ୍ରିୟାକର୍ମ ଆଦି ଧାର୍ମିକ କାର୍ଯ୍ୟରେ ଓ ଧର୍ମାନୁଷ୍ଠାନରେ ନାରୀ ମାନେ ମଧ୍ୟ ଅଂଶ ଗ୍ରହଣ କରୁଥିଲେ । ସ୍ତ୍ରୀର ଉପସ୍ଥିତି ବିନା ଧାର୍ମିକ କ୍ରିୟାନୁଷ୍ଠାନ ଅସମ୍ପୂର୍ଣ୍ଣ ବୋଲି ବିଚାର କରାଯାଉଥିଲା । ସ୍ତ୍ରୀ ବିନା ସ୍ୱାମୀର ତୀର୍ଥଯାତ୍ରା ନିଷ୍ଫଳ ବୋଲି ଶାସ୍ତ୍ରରେ ବର୍ଣ୍ଣନା ରହିଛି । ନାରୀମାନେ ଯେଉଁଠି ବିତରଣ କରନ୍ତି ସେଠାରେ ସ୍ୱର୍ଗର ଦେବୀ ମାନେ ରୁହନ୍ତି ବୋଲି ଧାର୍ମିକ ଭାବନା ରହିଛି ।

ମଧ୍ୟ

ଯେତେବେଳେ ନାରୀ ମାନେ ବୌଦ୍ଧ ବା ଅନ୍ୟାନ୍ୟ ଧର୍ମରେ ଦିକ୍ଷୀତ ହେବାକୁ ଚାହିଁଲେ ସେହି ସମୟରେ ସେମାନଙ୍କୁ ଯୌନ ନିର୍ଯାତନା ଦିଆଗଲା । ପୁରୁଷ ରାକ୍ଷସ ସାଜି ନାରୀ ଉପରେ ଅତ୍ୟାଚାର ଆରମ୍ଭ କରିଦେଲେ। ଏମିତି ହେବାରୁ ବାଲ୍ୟ ବିବାହ ପ୍ରଥାକୁ ବାଧ୍ୟ ହୋଇ ପ୍ରଚଳନ କରାଗଲା । ଦୁନିଆକୁ ଭଲ ଭାବେ ଦେଖିବା ପୂର୍ବରୁ ଛୋଟ ଛୋଟ ପିଲାଙ୍କୁ ବାହା କରେଇ ଦିଆଯାଉଥିଲା । ତା' ପର ସମୟ ନାରୀ ମାନଙ୍କୁ ଅବହେଳିତ କରାଗଲା । ସତୀଦାହ ପ୍ରଥାକୁ ଅନ୍ଧବିଶ୍ୱାସରେ ଆଗେଇ ନିଆଗଲା ।

ସମାପ୍ତ 


ଆଜିର ନାରୀମାନେ କର୍ମ, ଶିକ୍ଷା କ୍ଷେତ୍ରରେ ଆଗେଇଥିଲେ ମଧ୍ୟ ସେହି ବୈଦିକ ଯୁଗର ସମ୍ମାନ ମିଳୁନାହିଁ । ସମାଜ ନାରୀଙ୍କୁ ଆକର୍ଷଣ ଦୃଷ୍ଟିରେ ଦେଖୁଛି । ନାରୀ ଦୁଷ୍କର୍ମ ଓ ବଳାତ୍କାରରେ ଭାରତ ତୃତୀୟ ସ୍ଥାନରେ ରହିଛି । ଆଜି ବି ଗୋଟେ ମାଆ କନ୍ୟା ସନ୍ତାନକୁ ଜନ୍ମ କରିବାକୁ କଣ୍ଠାବୋଧ ପ୍ରକାଶ କରୁଛି । ଜନ୍ମ ହେଲେ ଅବହେଳାରେ, ବାହାଘରରେ ଯୌତୁକ ଭାବରେ, ଯୁବତୀ ଅବସ୍ଥା ଧର୍ଷଣରେ ଏବଂ ପ୍ରାପ୍ତ କାଳ ବୃଦ୍ଧାଶ୍ରମରେ । ଭାରତ ବର୍ଷରେ ଏକ କୁତ୍ରିମ ପଦାର୍ଥରେ ଛନ୍ଦି ହୋଇଯାଇଛି ନାରୀ । କେବଳ ନା ନାରେ ରହିଯାଇଛି ନାରୀ ଶବ୍ଦ...

Comments

Popular posts from this blog

Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’

Blog No 51 - Happy BirthDay Super Star

‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’

ସ୍ମୃତି ସେ ଦିନର

Blog No - 48 : ସୁଆଣ୍ଡୋରୁ ଜାତିର ଚରିତ୍ର, ସେବାର ମୂର୍ତ୍ତିମନ୍ତ ମହାନାୟକ

ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ

Story Blog No - 50 ଚିକେନ୍ ପକୋଡା

ଓଡ଼ିଶା ଗଣମାଧ୍ୟମରେ AI

୧୯୮୨ ବନ୍ୟା : ସେହି ଅଗଷ୍ଟ ମାସ ଖୁଦୁରୁକୁଣୀ ଓଷାରେ ବାଙ୍କୀବାସୀଙ୍କ ବିକଟାଳ ଚିତ୍କାର

‘ଅର୍ଗସ’