ଲାଭ ବାଲା ଆଇସକ୍ରିମ୍
ସେ ଦିନ ଥାଏ ରବିବାର । ଖରାର ସ୍ପର୍ଶ ପଡିଥାଏ ଟ୍ରେନର ଝରକା ପାଖ ସିଟରେ । ମୁଁ ବି ସମାଜ ପେପର ପଢୁଥାଏ । ସୀମାରେ ଗୁଳି, ପଡିଆରେ ମେଳି । ଆଇସକ୍ରିମ୍,ଆଇସକ୍ରିମ୍.... ହଠାତ୍ ମୋ ନଜର ପଡିଲା ଆଇସକ୍ରିମ୍ ବିକାଳୀ ଉପରେ । ଚନ୍ଦା ଲୋକ, ବୟସ ସେଇ ଦେଖିଲା ଭଳି 40 ହବନା କଣ! ମୋ ଡହାଣ ପାର୍ଶ୍ୱରେ ଜଣେ ଦମ୍ପତ୍ତି ଏବଂ ତାଙ୍କ ଛୋଟ ଝିଅ ବସିଥାନ୍ତି । ହଠାତ୍ ତାଙ୍କ ଝିଅଟି କହିଲା ଆଇସକ୍ରିମ୍ ଖାଇବ ବୋଲି । ତା'ପରେ ଝିଅର ଆଖିକୁ ଚାହିଁ ଆଇସକ୍ରିମ୍ ବିକାଳୀକୁ କହିଲେ,"କୋଉ ଆଇସକ୍ରିମ ହେବ" । ଅରେଞ୍ଜ ଆଇସକ୍ରିମ୍ କେବଳ ହେବ ବୋଲି କହିଲା ବିକାଳୀଟି । ହଉ 2ଟା ଦେବ ,ବାପା କହିଲେ । ଏହା ଶୁଣି ତାଙ୍କ ସ୍ତ୍ରୀ କହିଲେ ତମେ ଖାଇବନି କି? ତା ପରେ ବାପା କହିଲେ ହଁ ମୁଁ ଖାଇବି ବୋଲି ତ 2ଟା ଆଣୁଛି ନହେଲେ ଗୋଟେ ଆଣିଥାନ୍ତି । ତା'ପରେ ତାଙ୍କ ସ୍ତ୍ରୀ ଏତିକିରେ ଆମ୍ବିଳା ମୁହଁ କରିକି ଝରକାକୁ ଘୁଞ୍ଚିକି ବସିଲେ । ତା ପରେ ବିକାଳୀ 2ଟି ଆଇସକ୍ରିମ୍ ବାପାଙ୍କ ହାତକୁ ଧରେଇ ଦେଇ କହିଲା 20 ଟଙ୍କା । ବାପା ଏହା ପରେ ଗୋଟେ ଆଇସକ୍ରିମ୍ ଝିଅକୁ ଓ ଅନ୍ୟଟି ଧରେଇଦେଲେ ତାଙ୍କ ସ୍ତ୍ରୀ ଅର୍ଥାତ ଝିଅର ମାଆକୁ । ଆଇସକ୍ରିମଟି ହାତରୁ ନେଇ ଝିଅ ଆଉ ମାଆ ଖାଇବାକୁ ଲାଗିଲେ କିନ୍ତୁ ମାଆଙ୍କ ସେହି ପୂର୍ବ ହସ ଫେରିଆସିଥିଲା ।
ଏହା ପରେ ଝିଅ ପକେଇଥିବା ଆଇସକ୍ରିମ୍ ପ୍ୟାକେଟକୁ
ତଳୁ ଗୋଟାଇ କିଛି ସମୟ ଦେଖିବାକୁ ଲାଗିଲେ ଏବଂ କହିଲେ ଭାଇନା ଏଇଟା କୋଉ ଆଇସକ୍ରିମ କି । କିଛି ତ ନାଁ ନାହିଁ
ପ୍ୟାକେଟରେ । ତା ପରେ ବିକାଳୀଟି
କହିଲା ସବୁ ଲୋକାଲ୍ ମେଡ୍।
ବାପା ଜଣକ କହିଲେ କାହିଁ ଆପଣ ବ୍ରାଣ୍ଡ୍ ଆଇସକ୍ରିମ୍ ବିକୁନାହାନ୍ତି, ଭଲ
ବିକ୍ରୀ ହେବ । ଏହା ଶୁଣି ବିକାଳୀଟି କହିଲା ବ୍ରାଣ୍ଡ୍ ବିକିଲେ ମୋର କଣ
ହେବ । ଏଥିରେ
ମୋର କିଛି ଲାଭ ହେବନି ।
ଆପଣଙ୍କ ଭଳି ଆମେ ସାର୍ ନୁହଁ ଯେ, ବସିକି କାମ କଲୁ ଆଉ ପଇସା ପାଇଲୁ । ଆମେ ଯାହାଲେ ଅଧିକ ଲାଭ
ଚାହିଁବୁ ନା । ତା ପରେ ବାପା କହିଲେ
ଆରେ ବାବୁ ମୁଁ ସେମିତି କହୁନି । ଖାଲି କହୁଛି କି ଲୋକାଲ୍ ମେଡ୍ ଖାଇଲେ ଲାଭ ସିନା ଆପଣଙ୍କର ହେବ କିନ୍ତୁ
ପିଲାଙ୍କର ଦେହ ଖରାପ ହେବନି । ତା ପରେ ଇଂରାଜିରେ କଣ ଝାଡି ଦେଇ କହି କହି ଚାଲିଥିଲା all are
equal । ଯଦି
ଆପଣ ପଇସା ବାଲା ଲୋକ, ଲାଭ ରଖିକି କାମ କରୁନାହାନ୍ତି ତା ହେଲେ ଆମକୁ କଣ ପାଇଁ କହୁଛନ୍ତି । ଟ୍ରେନ୍ ଛାଡିଲା ପରେ ବାପା ତାଙ୍କ ଝିଅକୁ ଦେଖି
କହିଲେ ଭଲ ଲାଗୁଛି ?ଝିଅଟି
ମୁଣ୍ଡ ଟୁଙ୍ଗାରି ହଁ କଲା । ତା’ପରେ
ବାପା କହିଲେ ତୋତେ ତ ଭଲ ଲାଗିବ ଆଉ... । ଆମେ ଛୋଟପିଲା ଥିଲାବେଳେ ବି
ଏହି ସବୁ ଆଇସକ୍ରିମ୍ ଖାଉଥିଲୁ ଆଉ କଣ କି ।
30ଟଙ୍କା, 30ଟଙ୍କା,30ଟଙ୍କା...
ଏତିକିବେଳେ 2000 ଟଙ୍କିଆ ଚିତ୍ରଣ ହୋଇଥିବା
ପର୍ସ ବିକାଳୀ ଉପରେ ମୋର ଆଖିପଡିଲା ।

Comments
Post a Comment