ନାହିଁ ନାହିଁରେ ପ୍ରଶାସନ, ତୋଳି ବସିଲେ ନିଜ ଆସନ

କୁହାଯାଏ, ଯେଉଁ ଅଞ୍ଚଳର ଗମନାଗମନ ଯେତେ ଉନ୍ନତ, ସେ ଅଞ୍ଚଳ ସେତେ ମାତ୍ରାରେ ବିକାଶ । ରାଜ୍ୟ ସରକାର ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ ଗ୍ରାମ ବିକାଶର ଡିଣ୍ଡୁରା ପିଟୁଥିବାବେଳେ ମାଓ ଅଧୁଷିତ ଦାରିଙ୍ଗବାଡି ବ୍ଲକର କିରିକୁଟି ଗ୍ରାମ ପଞ୍ଚାୟତର ମଣ୍ଡିବାନ୍ଦା ଗ୍ରାମକୁ ପଞ୍ଚାୟତ ସଦର ମହାକୁମାରକୁ ସଂଯୋଗୀକରଣ ପାଇଁ 8 ବର୍ଷ ତଳେ ବ୍ଲକ କର୍ତ୍ତୃପକ୍ଷ ରାସ୍ତା ଏବଂ ପୋଲ ନିର୍ମାଣ ଆରମ୍ଭ କରି ଅଧାରେ ସାରିଦେଇଥିଲେ । ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ ପୂର୍ଣ୍ଣାଙ୍ଗ ହୋଇପାରିନଥିଲା ପୋଲ । ମଣ୍ଡିବାନ୍ଦା ଗାଁର ଲୋକସଂଖ୍ୟା ପ୍ରାୟ 250 । ଏହି ଗାଁର ବାସିନ୍ଦା ଆଦିବାସୀ ଏବଂ ହରିଜନ ଶେଣୀର । ରାସ୍ତା ଓ ପୋଲ ନଥିବା କାରଣରୁ ରୋଗୀ ଏବଂ ଗର୍ଭବତୀ ମହିଳାଙ୍କୁ ବାଉଁଶ ଦୋଳା, ଖଟଦୋଳା ହିଁ ଭରଷା । ଛାତ୍ରଛାତ୍ରୀ ଏବଂ ଅଞ୍ଚଳ ବାସୀ ବର୍ଷାଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ମଣ୍ଡିବାଳା ଗାଁର ଏହି ସମସ୍ୟା ଦେଖିଲାପରେ ସ୍ଥାନୀୟ ସାମାଜିକ ସଂଗଠନ କନ୍ଧମାଳ ଜିଲ୍ଲା ସବୁଜ ବୌଦ୍ୟସଂଘ, ଗୁଂଜ ସଂସ୍ଥା, ସହାୟତା ପାଇଁ ବଢେଇଥିଲା ସହୋଯୋଗର ହାତ । ଗାଁର ପୁରୁଷ ମହିଳା ଶ୍ରମଦାନ କରି ସପ୍ତାହ ତଳେ ନିର୍ମାଣ କରିଥିଲେ ଏହି ପୋଲ ଏବଂ ରାସ୍ତା । ବାବୁମାନଙ୍କୁ କହିଲୁ କିଏ ଶୁଣିଲେ ନାହିଁ ! ବର୍ଷବର୍ଷ ଜଗିଲୁ । ଶେଷରେ ଆମ ରାସ୍ତା ପୋଲ ଆମେ ତିଆରି କଲୁ । ଏବେ ବର୍ଷା ଦିନେ ବି ଯାଇହେବ, କହିଛନ୍ତି ଗାଁର ସୁନିରା ଦିଗାଲ ଏବଂ ବାକାଡି ଦିଗାଲ । ଯେଉଁଠି ପ୍ରଶାସନ ପହଞ୍ଚି ପାରିଲାନାହିଁ, କିନ୍ତୁ ଅବହେଳା ହୋଇଥିବା ଅଞ୍ଚଳ ନଜରକୁ ଆସିଲା ପରେ ଗାଁ ଲୋକଙ୍କ ସହଯୋଗରେ ସେଠାରେ ରାସ୍ତା ପୋଲ ନିର୍ମାଣ କରିବାର ଉଜାଗରଣ କନ୍ଧମାଳରେ ଦେଖିବାକୁ ମିଳିଛି ।   


Comments

Popular posts from this blog

Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’

Blog No 51 - Happy BirthDay Super Star

‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’

ସ୍ମୃତି ସେ ଦିନର

Blog No - 48 : ସୁଆଣ୍ଡୋରୁ ଜାତିର ଚରିତ୍ର, ସେବାର ମୂର୍ତ୍ତିମନ୍ତ ମହାନାୟକ

ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ

Story Blog No - 50 ଚିକେନ୍ ପକୋଡା

ଓଡ଼ିଶା ଗଣମାଧ୍ୟମରେ AI

୧୯୮୨ ବନ୍ୟା : ସେହି ଅଗଷ୍ଟ ମାସ ଖୁଦୁରୁକୁଣୀ ଓଷାରେ ବାଙ୍କୀବାସୀଙ୍କ ବିକଟାଳ ଚିତ୍କାର

‘ଅର୍ଗସ’