Posts

Showing posts from 2023

ଓଡ଼ିଶାର ସିନେ ଶିଳ୍ପକୁ ନେଇ ବିବାଦ ...

Image
ଓଡ଼ିଶାର ସିନେ ଶିଳ୍ପକୁ ନେଇ ଚାଲିଥିବା ପ୍ରତିଦ୍ୱନ୍ଦିତା ଜଣେ ଓଡ଼ିଆ ଭାବରେ ଦୁଃଖ ଲାଗିବ ନିଶ୍ଚୟ । କିନ୍ତୁ ବର୍ତ୍ତମାନ ସମୟରେ ସେଭଳି ବିଷୟକୁ ଯେତେ ଚର୍ଚ୍ଚା କରିବ ସେତେ ଖୁଣ ବାହାରିବ । ଅର୍ଥାତ୍ ପ୍ରସଙ୍ଗଟି ଥମିବା ପରିବର୍ତ୍ତେ ଆହୁରି ବଡ ହୋଇ ଚାଲିବ । ଆଜିକାଲି ଆନ୍ଦୋଳନ ତ ଆନ୍ଦୋଳନ ହୋଇ ରହିନାହିଁ ବରଂ ଡ୍ରାମାରେ ପରିଣତ ହୋଇଗଲାଣି । ଅବଶ୍ୟ ଅନେକ ସଙ୍କୁନି ଅଛନ୍ତି , ଏହି ଆନ୍ଦୋଳନକୁ ତେଜିବାରେ । ମୁଁ ଜଣେ ନବେ ଦଶକର ସିନେ ପ୍ରେମୀ । ଆମେ ଯେଭଳି ଭାବରେ ଓଡ଼ିଆ ଚଳଚ୍ଚିତ୍ରକୁ ଦେଖିଆସୁଛୁ , ଏବେ ସେ ସବୁ ଶୂନ୍ୟ ପ୍ରାୟ । ବ୍ୟବସାୟ ଓ ନିଜର ଦବଦବା ରଖିବା ପାଇଁ ସବୁ କିଛି । ଆଜିକାଲିର କିଛିଟା ବଡ ବଡ ଅଭିନେତାଙ୍କ ମଧ୍ୟରେ ଶାଳିନତା ବି ଟିକେ ନାହିଁ । କିନ୍ତୁ ମୋ ମତରେ ଏ ସବୁ ସିନେ ବିଷୟକୁ ଆମେ ଚୋର୍ଚ୍ଚାର ଖୋରାକ୍ ଯୋଗାଇବା ପରିବର୍ତ୍ତେ ନଟିଆ ଭଳି ଶିଶୁ କାହାଣୀକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ଅଛି । ନଟିଆକୁ କେବଳ ଶିଶୁମାନେ ନୁହେଁ ବରଂ ଅନେକ ଯୁବ ବୟସର ପିଲାମାନେ ଦେଖିବାର ମୁଁ ଦେଖିଛି । ତେଣୁ ସେଭଳି ହାସ୍ୟ ଓ ସଚେତନଧର୍ମୀ କାହାଣୀକୁ ପ୍ରୋତ୍ସାହନ ଦିଆଗଲେ ଅନ୍ତତଃ ଆମର ମନୋରଞ୍ଜନ ଜଗତ ଚରିତାର୍ଥ ହେବା ଭଳି ଲାଗିବ । ସିନେ ଶିଳ୍ପ ଦର୍ପଣ ସଦୃଶ । ଏଥିରେ ମଳିନତା ନ ଆସୁ । ଧନ୍ୟବାଦ         - ସତ୍ୟଜିତ ସାମଲ

ସେଲଫି

Image
  ସଂଧ୍ୟା ସମୟ । ଝିପି ଝିପି ବର୍ଷା ହେଉଥାଏ । ଭୁବନେଶ୍ୱରର ଏକ ରେସ୍ତୋଁରାରେ ସେ ଆଉ ମୁଁ । ଡାହାଣ ପାର୍ଶ୍ୱରେ ଥିବା ପୁସ୍ତକ ଗୁଡ଼ିକ ଖିଲିଖିଲି ହସରେ ମଗ୍ନ ଥିବା ପରି ମନେ ହୁଅନ୍ତି । ପାଖରେ ଥିବା ଗୋଲାପ ଫୁଲଟି ସତେଜ ଥାଏ । ଟେବୁଲ ଉପରେ ଥିବା ଘଣ୍ଟାର ଘୂର୍ଣ୍ଣନ ଏବଂ ବର୍ଷା ଟୋପାର ତରଙ୍ଗ ଭିନ୍ନ ଅନୁଭୂତି ଦେଉଥାଏ । ଆତ୍ମାକୁ ମହକାଇ ଦେଉଥାଏ ହିନ୍ଦି ଗୀତ “ खामोश चेहरा , आँखों पे पहरा , खुद है गवाह , तेरे प्यार का , तेरी झुकी नज़र , तेरी हर अदा ”  ।  ଅବାକ୍ଷଣି ଓ୍ୱେଟର ଆସି ଧୀମା ଶବ୍ଦରେ କୁହେ, ମ୍ୟାମ୍ ଦୁଇ କପ୍ ଚା ’ ଓ୍ୱିଥ୍ ଲେସ୍ ସୁଗାର୍ । ଧନ୍ୟବାଦ । ଏନି ଥିଙ୍ଗ୍ ଏଲ୍ସ ମ୍ୟାମ୍ । ନା, ବରଂ ପାରୁଛ ଯଦି ସାରଙ୍କୁ କୁହ ମୋ ସହ ଟିକେ୍ କଥା ହେବେ । ହେଁ, ମୁଁ କ ’ ଣ କଥା ହେବି । ଓ୍ୱେଟରର ବିଦାୟ ନେବା ପରେ ବିଘ୍ନେଶକୁ କହିଲା, ଅନସୂୟା ।  କି କଥା । ଆଚ୍ଛା କହିଲୁ ମୁଁ ଆଜି ଭଲ ଦିଶୁଛି ନା ନାହିଁ ? । ତୁ... ତୁ ନାଲି ଶାଢୀ ପିନ୍ଧିଛୁ ? ନା ... କାଜଲ୍ ଲଗେଇଛୁ ? ନା । ଆଉ ମେହେନ୍ଦି, ମୁଁ ଯେଉଁ କହିଥିଲି ? ଆଉ ହଁ , ନାଲି ଟୋପା । ପର୍ପଲ ରଙ୍ଗର ଚୁଡି । ପାଉଁଜି ବି ପିନ୍ଧିନୁ । ତା ’ ହେଲେ... ବିଘ୍ନେଶ କହିଲା । ଆଚ୍ଛା, ତୋତେ ସୁନ୍ଦର ଦିଶିବା ପାଇଁ କ ’ ଣ ଏତେ ସବୁ ପିନ୍ଧିବା ଦରକାର । ସେମିତି ନାହିଁ, ମୋତେ ତ ତୁ ପସନ୍ଦ । ସେଥିପାଇଁ ...

ଶ୍ରୀମନ୍ଦିରରେ ଶାଳୀନତାପୂର୍ଣ୍ଣ ପୋଷାକ ?

Image
ଆମର ଜନଜୀବନରେ ବେଶଭୂଷା ଓ ପୋଷାକର ସ୍ଥାନ ସ୍ୱତନ୍ତ୍ର । ଇତିହାସର ପୃଷ୍ଠଭୂମିକୁ ନୁହେଁ ବରଂ ଦେବାଳୟରେ ଥିବା ଦେବାଦେବୀ ମାନେ ସ୍ୱତନ୍ତ୍ର ଦିନରେ ନୂଆ ବେଶରେ ସଜ୍ଜିତ ହେବା ସମାଜରେ ବେଶଭୂଷାକୁ ଅନାଦି ଅନନ୍ତ କାଳରୁ ବେଶ୍ ପ୍ରାଧାନ୍ୟ ଦିଆଯାଇଥିବା ଦର୍ଶାଉଛି । ଆମର ଆରାଧ୍ୟ ଦେବତା ପୁରୀର ମହାପ୍ରଭୁଙ୍କ ଠାରୁ ସମ୍ବଲପୁରର ଇଷ୍ଟଦେବୀ ମାଆ ସମଲେଶ୍ୱରୀ , ବାଙ୍କୀର ଶକ୍ତିପୀଠ ମାଆ ଚର୍ଚ୍ଚିକା ଏବଂ ସମସ୍ତ ଗ୍ରାମଦେବତୀ ଓ ଠାକୁରାଣୀ ମନ୍ଦିରରେ ବର୍ଷକରେ କାହିଁ କେତେ ଥର ଦେବାଦେବୀଙ୍କୁ ସ୍ୱତନ୍ତ୍ର ବେଶରେ ସଜା ଯାଇଥାଏ । ଏ ସବୁକୁ ଅନୁମେୟ କଲେ ପୋଷାକ ପରିଧାନ ସର୍ବୋପରି ମାନବ ସମାଜର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଜଣାପଡେ। ତେବେ ଆଲୋଚ୍ୟର ବିଷୟ ହେଉଛି , ସ୍ଥାନ , କାଳ ଓ ପାତ୍ର ଦେଖି କଥା କହିବା ଭଳି ପୋଷାକ ପରିଧାନ ବି କରିବା ଦରକାର । ତେବେ ଏସବୁ ପାଇଁ ନିୟମାବଳୀ ନୁହେଁ ବରଂ ଏକ ସଭ୍ୟ ସମାଜରେ ସ୍ୱତଃପ୍ରବୃତ ଭାବରେ ମନ ଭିତରୁ ପୋଷାକ ଭଙ୍ଗୀ ଶୈଳୀର ମାନସିକତା ଚାଲିଆସେ । ଯେପରିକି ମନ୍ଦିର ଗଲେ କିମ୍ବା ପୂଜାର୍ଚ୍ଚନା କରିବା ପାଇଁ ହେଲେ କ ’ ଣ ପିନ୍ଧିବା ଦରକାର , ଇଣ୍ଟରଭ୍ୟୁ ଦେବା ପାଇଁ ଏହି ପୋଷାକ ପିନ୍ଧିବା , ଦାଣ୍ଡିଆ ନୃତ୍ୟ ପାଇଁ କୁରତା ଡ୍ରେସ ପିନ୍ଧିବା , ପାର୍ଟି ପାଇଁ ଗଲେ କ ’ ଣ ପିନ୍ଧିବା ଦରକାର ।   ଏହି ସବୁ ପୃଥକ ପୃଥକ ସ୍ଥାନରେ ଆଚରଣ ଓ ଉଚ୍ଚାରଣ ମଧ୍ୟ ଭିନ୍ନ ରୁହେ , ଯାହା ଜଣେ ମନୁଷ୍ୟ ବ...

ନିଃଶବ୍ଦ

Image
ଭିଡ଼ ଭିତରେ ଚାଲି ଆସିଲି ଭିନ୍ନ ଏକ ରେଳ ଷ୍ଟେସନ । କିଏ ଜାଣେ ସମୟ କେତେ ? ମନେ ପଡୁନାହିଁ । ହାତ ଦୁଇଟା ବି ଖାଲି ଖାଲି । ଅଯଥା କିଛି ନ ଭାବି ବସି ପଡିଲି ।   ବସି ପଡିଲି ଏକ ସରୁ ଅଳନ୍ଧି ଆବରଣଯୁକ୍ତ ବେଞ୍ଚ୍ ଉପରେ । ବାମ କାନ୍ଧ ଉପରେ ପଡିଥିବା ଦୁଇ ଗୋଟି ଶୁଖା ପତ୍ରକୁ ହାତରେ ଝାଡିଲି । ଉପରକୁ ଦେଖେ ତ ଏକ ରୂପା ଜହ୍ନ । ଇନ୍ଦ୍ରଧନୁର ଛିଟକା ରଙ୍ଗ , ମୋର ବାମ ପାର୍ଶ୍ୱରେ । ନା ଅଛି ଜନଗହଳି ନା ଧ୍ୱନିର କୌଣସି ଚିହ୍ନବର୍ଣ୍ଣ ।   ସମ୍ମୁଖ ରାସ୍ତା ତ ସମ୍ପୂର୍ଣ୍ଣ ଅନ୍ଧାର । ଅନେକ ଅସମାହିତ ପ୍ରଶ୍ନ ଭିତରେ ପ୍ରଥମ ପ୍ରଶ୍ନ ? ମୁଁ ସ୍ୱପ୍ନରେ ନାହିଁ ତ ? ଏ ବାଟବଣା ଜାଗାରେ ମୁଁ କାହିଁକି ?   ଏତିକି ଭାବୁ ଭାବୁ ଧ୍ରୁବ ତାରା ଭଳି ଆଲୋକରେ ତୀକ୍ଷ୍ଣ ଗତିରେ ମାଡି ଆସେ ଏକ ଟ୍ରେନ୍ । ନିଃଶବ୍ଦ ରେଳଟି । ଅଟକିଗଲା ମୁଁ ବସିଥିବା ଅଜ୍ଞାତ ପ୍ଲାଟଫର୍ମରେ । ମୋର ନଜର ପଡେ ଏବଂ ଏହି କ୍ଷଣି ଟ୍ରେନ ଭିତରୁ ବାହାରି ଆସେ ଜଣେ ସୁନ୍ଦର ଶିଶୁଟିଏ । ଆଉ ମୋର ବାରଣ ସତ୍ତ୍ୱେ ମୋତେ ନେଇଯାଏ ସୁଦୀର୍ଘ ରେଳର ଗୋଟିଏ ଡବା ଭିତରକୁ ।   ଚତୁଃପାର୍ଶ୍ଵରେ ଥବା ଅଗଣିତ ଛବିକୁ ଆଙ୍ଗୁଠି ସାହାଯ୍ୟରେ ଦେଖାଇ ସାଙ୍କେତିକ ଶବ୍ଦରେ ଅନେକ କଥା କହୁଥିଲା ସେ ଏବଂ ବହୁତ କିଛି ବର୍ଣ୍ଣନା କରି ହେଉଥିଲା ତା’ର ନିଃଶବ୍ଦରୁ । ଦୁଃଖ ଓ ଉଲ୍ଲାସର ସହ ସବୁ କଥାକୁ ନିଜର ପରି ଉଲ୍ଲେଖିତ କରୁଥିଲା । କାହିଁକି ନା ସେ ଅତୀ...

ଓଡ଼ିଶା ଗଣମାଧ୍ୟମରେ AI

Image
  ଯେଉଁଥି ପାଇଁ ହୋଇଛି, ତାହା ହିଁ ହେଉଛି । ଚର୍ଚ୍ଚା ପାଇଁ ହୋଇଥିଲା, ସେଇୟା ହିଁ ତ ହେଉଛି । କିନ୍ତୁ ହଁ, ଏହା ଓଡ଼ିଶା ଗଣମାଧ୍ୟମ ଜଗତ ପାଇଁ ପୂର୍ଣ୍ଣ ରୂପେ ସ୍ୱାଗତଯୋଗ୍ୟ ଓ ଖୁସି ଖବର ମଧ୍ୟ । ବର୍ତ୍ତମାନର ସମୟ ପ୍ରତିଯୋଗିତାମୂଳକ ସମୟ । ଅର୍ଥାତ୍ ନୂଆ କଣ ? ଦିନେ ଦୈନିକ ସମ୍ବାଦ ମଧ୍ୟ ପ୍ରଥମେ ରାଜ୍ୟର ଗଣମାଧ୍ୟମ ସାମ୍ରାଜ୍ୟରେ ରଙ୍ଗୀନ ଖବର କାଗଜ ମୁଦ୍ରଣ କରି ନିଜର ବ୍ରାଣ୍ଡିଂରେ ନୂଆ ପରିଚୟ ତିଆରି କରିଥିଲା । ପରେ ସମସ୍ତ ମୁଦ୍ରିତ ଗଣମାଧ୍ୟମ ତାହାକୁ ଅନୁସରଣ କଲେ । ଏଆଇ ନ୍ୟୁଜ୍ ଆଙ୍କର ତା ’ ଭଳି ସାମଞ୍ଜସ୍ୟ ନ ହେଲେ ମଧ୍ୟ ସେହି ଏକା କଥା । ନୂତନତ୍ତ୍ୱ । ଆପଣମାନେ କୁହନ୍ତୁ, ରେଳ ଷ୍ଟେସନରେ ଯେଉଁ ମହିଳା ଉଦଘୋଷକଙ୍କ ସ୍ୱର ଶୁଭୁଛି, ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ.... ଏହି ସ୍ୱରରେ ଯିଏ ବି ନ୍ୟୁଜ୍ ପଢିବ, ଶୁଣିବାକୁ ତ ନିଶ୍ଚୟ ଭଲ ଲାଗିବ । ଗୁରୁତ୍ୱପୂର୍ଣ୍ଣ ହେଉଛି, ଏଆଇ ନ୍ୟୁଜ୍ ଆଙ୍କର ମାନଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜିଂ ତାଙ୍କ ପାଇଁ ହେବ, ଯିଏ ତାଙ୍କୁ ଇନପୁଟ୍ ହେବ । ନଚେତ୍ ପିଲାବେଳ ପାଠପଢାର ପ୍ରଥମ ସୋପାନରେ ‘ ଜ୍ୟୋସ୍ନାରାଣୀ ’ ର ଉଚ୍ଚାରଣ ଭଳି ଘଟଣା ଘଟିବ । ଆଉ ରହିଲା, ଆଙ୍କର ନିଯୁକ୍ତି ହରାଇବା କଥା । ନିଯୁକ୍ତି ହରାଇବାକୁ ଆଂଶିକ ମାତ୍ରାରେ ଗ୍ରହଣ କରାଯାଇପାରେ, କିନ୍ତୁ ସେମାନଙ୍କ କାମକୁ ସହଜ କରାଯାଇପାରିବ । ଏମିତି ବି ଓଡ଼ିଶା ଗଣମାଧ୍ୟମର ଆଙ୍କରମାନେ କେବଳ ଆଙ୍କରିଂ ...

‘ଅର୍ଗସ’

Image
14.05.2022ରେ ଅର୍ଗସର ସାଟେଲାଇଟ୍ ଲୋକାର୍ପଣର ପୂର୍ବଦିନ ମୁଁ ଲେଖିଥିବା ବାର୍ତ୍ତା - ‘ଅର୍ଗସ’ । ଗ୍ରୀକ୍ ଗଡ୍ । ପୁରାଣଶାସ୍ତ୍ର ଅନୁସାରେ ଯାହାଙ୍କର 100ଟି ନୟନ ବା ସବୁ ଦିଗକୁ ଦେଖିପାରୁଥିବା ଏକ ବିରଳ ଚରିତ୍ର । ଆମ ଓଡ଼ିଆଙ୍କ ଅର୍ଥରେ ଚକାନୟନ ଅର୍ଥାତ୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚକାଡ଼ୋଳା କହିବା ବାହୁଲ୍ୟ ଅଟେ ।  ଓଡ଼ିଆରେ 5ଟି ସ୍ୱର ଏବଂ ବ୍ୟଞ୍ଜନ ବର୍ଣ୍ଣକୁ ନେଇ ଉଚ୍ଚାରିତ ‘ଅ+ର+୍+ଗ+ସ’ର ଲୋକାର୍ପଣ ହୋଇଥିଲା 2018 ଏପ୍ରିଲ 18 ପବିତ୍ର ଅକ୍ଷୟ ତୃତୀୟା ଦିନ । ଆଖିଦୃଶିଆ ବ୍ୟକ୍ତିବିଶେଷଙ୍କୁ ନୁହେଁ ବରଂ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ପ୍ରତିଭାଙ୍କ ଗ୍ରହଣରେ ଭୁବନେଶ୍ୱର ଇଡକଲ୍ ଅଡ଼ିଟୋରିୟମରେ ଡ଼ିଜିଟାଲ ଚ୍ୟାନେଲ୍ ଭାବରେ ହୋଇଥିଲା ଏହାର ଶୁଭାରମ୍ଭ ।  ‘ଅର୍ଗସ’ ଚ୍ୟାନେଲର ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା ସାରଙ୍କ କଳ୍ପନାରେ ଆରମ୍ଭ ହୋଇଥିଲା ଅର୍ଗସ । ସତ୍ୟର ସନ୍ଧାନରେ ଗାଁ ଗାଁରେ ଗରିବ ଲୋକଙ୍କ ପାଖରେ ପହଞ୍ଚିବା ଏବଂ ସେମାନଙ୍କର ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ନ୍ୟାୟ ପ୍ରଦାନ କରିବା ଥିଲା ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଚୁମ୍ବକରେ ଗରିବ ଲୋକଙ୍କ ପ୍ରତି ସମର୍ପିତ ଚ୍ୟାନେଲ୍ ।    ଇତିମଧ୍ୟରେ 3 ବର୍ଷ ବିତିଛି । ଭୁବନେଶ୍ୱର ଅଫିସରେ 35 ଜଣ ଯୁବ ସାମ୍ବାଦିକ ଓ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିବା ଯାତ୍ରାର ସଂଖ୍ୟା ବର୍ତ୍ତମାନ 100ରୁ ଉର୍ଦ୍ଧ୍ୱରେ ପହଞ୍ଚିଛି...

କର୍ମକ୍ଷେତ୍ରକୁ ୫ ବର୍ଷ ପୂରଣ

Image
 As I step in to the 6th year of my professional yet strange journey, I look back in to the 5 years of journey… 3 ମଇ 2022 ରେ ଲେଖିଥିବା କଥା... ଆଜି ଅକ୍ଷୟ ତୃତୀୟା ଓ ମହାପ୍ରଭୁଙ୍କ ରଥକାଠ ଅନୁକୂଳର ପବିତ୍ର ଦିନ । ମୁସଲିମ ଧର୍ମାବଲମ୍ବୀ ମାନଙ୍କର ପ୍ରମୁଖ ପର୍ବ ଇଦ୍ ମଧ୍ୟ । ସବୁଠୁ ବଡ଼ କଥା ଆଜି ମୋ ବାପାଙ୍କର ଜନ୍ମଦିନ ଓ  ପ୍ରେସ୍ ଦିବସ ଆଉ ଏହି ଦିନରେ ମୋର କର୍ମକ୍ଷେତ୍ରକୁ ୫ ବର୍ଷ ପୂରଣ ହେବା ; ସମ୍ଭବତଃ ମୋ ପାଇଁ ଆଜିର ଦିନଟି ଏକ ସୌଭାଗ୍ୟ, ଅନନ୍ୟ ଓ ଅଦ୍ଭୂତ ସମୟର ଅବସର ।    ଏହି ସୀମିତ ବର୍ଷର ଗଣମାଧ୍ୟମ ଜଗତର ଯାତ୍ରାରେ କିଛି ଭିନ୍ନତା, ନୂଆ ଆଶା ଏବଂ ଅନେକ ଲକ୍ଷ୍ୟ ସୃଷ୍ଟି ହୋଇଛି ସତ କିନ୍ତୁ ପ୍ରାରମ୍ଭରୁ ଅନେକ ବାଧାବିଘ୍ନର ମହକ ଏବେ ବି ସତେଜ ଅଛି । ଦିନେ ଇଣ୍ଟର୍ଣ୍ଣସିପ୍ ପାଇଁ ଏ ଘର ସେ ଘର ହେଉଥିଲି ଆଉ ଇତିମଧ୍ୟରେ ଅନେକ ଚାକିରିର ଅଫର୍ । ‘ତତଲା କଡ଼େଇରେ ଭାଜି ହେଉଛି ଓଡ଼ିଶା’ ଥିଲା ମୋର ପ୍ରଥମ ପାଣିପାଗ ଖବର । କିନ୍ତୁ ଏବେ ମୋର ଶୀର୍ଷକ ପ୍ରମୁଖ ଖବରର ସ୍ଥାନ ନେଇଛି । ବିଳମ୍ବିତ ରାତ୍ରୀରେ ଦୈନନ୍ଦିନ ଟ୍ରେନରେ ଯାତ୍ରା ଏବେ ସହଜ ହୋଇଛି । ମଳିନ ଚେହେରା ସଫା ହୋଇଛି  ଓ ଦୁର୍ବଳ ଶୀରର ଅଣ୍ଟା ସଳଖିଛି । ସ୍ୱଳ୍ପ ପାରିଶ୍ରମିକ ଉଣା ଅଧିକେ ହୋଇଛି । ଲେଖାଶୈଳିରେ ବି ପରିବର୍ତ୍ତନ ଆସିଛି । ଅଜଣା ଚେହେରା ଆଜି ପରିଚୟ ପାଇଛି । କିନ୍ତୁ ବର୍ତ...

ମୋ ବସ୍ : ସମସ୍ୟା ଭିତରର ପ୍ରମୁଖ ସମସ୍ୟା

Image
ମୁଁ ମୋ ବସରେ ସବୁବେଳେ ନ ହେଲେ ବି କ୍ୱଚିତ୍ ସମୟରେ ଅଫିସ୍ ଓ ଅନ୍ୟସ୍ଥାନକୁ ଯିବା ଆସିବା କରେ । ପ୍ରତ୍ୟେକ ମୋ ବସ୍ ଦୁଇଟିକିଆ ନମ୍ବର ଅନୁସାରେ ନିର୍ଦ୍ଦିଷ୍ଟ ଓ ସେହି ଅନୁସାରେ ଗତିପଥ ସ୍ଥିର ହୋଇଛି । ଉଦାହରଣସ୍ୱରୂପ ଯଦି ଆପଣ ଏୟାରପୋର୍ଟ ଛକରୁ ଆଚାର୍ଯ୍ୟବିହାର ଦେଇ ଭାୟା ରସୁଲଗଡ଼ ଦେଇ କଟକ ଯିବାର ଅଛି ତେବେ ଆପଣଙ୍କୁ ୧୭ ନମ୍ବର ବସରେ ଚଢ଼ିବାକୁ ହେବ । ଅନୁରୂପ ଭାବରେ ଯଦି ଏୟାରପୋର୍ଟ ଛକରୁ ଆପଣଙ୍କୁ ପଟିଆ ଯିବାର ଅଛି ତେବେ ଆପଣଙ୍କୁ ୧୦ ନମ୍ବର ବସରେ ଚଢ଼ିବାକୁ ହେବ । ଏହିଭଳି ଅନେକ ବସରେ ନମ୍ବର ଅନୁସାରେ ଗତିପଥ ସ୍ଥିର ହୋଇଛି ।  କିନ୍ତୁ ବିଗତ ୧ ବର୍ଷ ଭିତରେ ଯଦି ମୋ ବସରେ ଯିବାବେଳେ ମୁଁ ଅନୁଭବ କରିଛି, ଅନେକ ସମୟରେ ଅଧିକାଂଶ ବୟଜ୍ୟୋଷ୍ଠ ଯାତ୍ରୀ ବସ୍ ଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ବସ ଆସିବା ମାତ୍ରେ କେଉଁଠାକୁ ଯିବ ବୋଲି କଣ୍ଡକ୍ଟରକୁ ପ୍ରଶ୍ନ କରନ୍ତି । ବସଟି ସୀମିତ ସମୟ ଷ୍ଟପେଜରେ ରହୁଥିବାରୁ ଅଧିକ ସଂଖ୍ୟକ ଲୋକଙ୍କ ପ୍ରଶ୍ନର ଉତ୍ତର କଣ୍ଟକ୍ଟର ଓ ଡ୍ରାଇଭରଙ୍କ ପକ୍ଷେ ଦେବା ସମ୍ଭବ ହେଉନାହିଁ । ମୋ ବସ ଆପରେ ମଧ୍ୟ ବରିଷ୍ଠ ନାଗରିକମାନେ ଅନୁଭବୀ ନୁହଁନ୍ତି । ଏହି ସମସ୍ୟା କାରଣରୁ ଅନେକଙ୍କୁ ବସରେ ଚଢ଼ିବା ପରେ ଟିକେଟ୍ କଲାବେଳେ ବାଧ୍ୟବଧକତାର ସହ ଆଗ ଷ୍ଟପେଜରେ ଓହ୍ଲେଇବାକୁ ପଡ଼ୁଛି(ସମୟ ନଷ୍ଟ) । ଅନିଚ୍ଛା ସତ୍ତ୍ୱେ ଲୋକମାନଙ୍କୁ ଅଧିକ ଭଡ଼ାରେ ଅଟୋ କିମ୍ବା ଅନ୍ୟ ଯାତ୍ରୀବାହୀ ଗାଡ଼ିରେ ଯିବା...

ଟୋପି ନେଇଗଲା କାଳିଆ !

Image
        ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର । ପବିତ୍ର ଚାରିଧାମ ମଧ୍ୟରୁ ଅନ୍ୟତମ । ଓଡ଼ିଆ ଜାତିର ଅନ୍ୟତମ ପରିଚୟ । ମାତ୍ର ପ୍ରଶାସନ ପରିଧିକୁ ଆସିବା ପରେ ଘଡ଼ିକେ ଘୋଡ଼ା ଛୁଟିବା ଭଳି   ନିୟମ । ସବୁବେଳେ ପରିବର୍ତ୍ତନଶୀଳ । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ । ଦର୍ଶନକୁ ସୁରୁଖୁରୁରେ କରିବା ପାଇଁ ପ୍ରଶାସନର ବ୍ୟବସ୍ଥା ଭେଳିକି ମାତ୍ର । ବାଟବଣା ନିୟମ । ଏଥିପାଇଁ ହଇରାଣ ଆମ ପରି କୋଟି କୋଟି ଭକ୍ତ । ଦୀର୍ଘ ବର୍ଷ ଧରି ସେବାୟତ ଓ ଆମର ପୂର୍ବପୁରୁଷମାନେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଚାରିଦ୍ୱାର ଦର୍ଶନର ବ୍ୟବସ୍ଥା କରିଥିଲେ । ମାତ୍ର ବର୍ତ୍ତମାନ ସମୟରେ ଅନ୍ୟ ମନ୍ଦିରକୁ ଅନୁକରଣ କରି ସିଂହଦ୍ୱାରରେ ହୋଇଥିବା ଲାଇନବ୍ୟବସ୍ଥାକୁ ମନମୁଖୀ ବ୍ୟବସ୍ଥା କହିଲେ ଅତ୍ୟୁକ୍ତି ହେବ ନାହିଁ ।    ଏହି ଅଜ୍ଞାତ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ଅନୁଭବ କଲି ନିକଟରେ ଶ୍ରୀମନ୍ଦିର ଦର୍ଶନ ସମୟରେ । ମହାପ୍ରଭୁଙ୍କ ଡାକରା ଆସିବା ପରେ ତତକ୍ଷଣାତ୍ ଏକ ସାଧାରଣ ଦିନରେ ସକାଳୁ ପୁରୀ ବାହାରିଲି ସାଙ୍ଗ ମାନଙ୍କ ସାଥୀରେ । ସମୟ ଦିନ ୧୦ଟାରେ ବଡଦାଣ୍ଡରେ ପହଞ୍ଚିଲୁ । ଶ୍ରୀମନ୍ଦିର ଗାଡି ପାର୍କିଂ ଠାରୁ ମନ୍ଦିର ପର୍ଯ୍ୟନ୍ତ ପାଖାପାଖି ୨୦୦ ମିଟର ରାସ୍ତା । ସେଠାରୁ ପାଦରେ ଚାଲିଚାଲି ଯିବାକୁ ହେବ । ଖରା ଦିନ ଥିବାରୁ ମନ୍ଦିର ପାଖରେ ଜୋତା ଷ୍ଟାଣ୍ଡରେ ସବୁ ଚପଲ ରଖିବା ପାଇଁ ଇଚ୍ଛା କଲୁ । ଭଡା ଦେଇ ବସ, ଅଟ...

ବିପଥଗାମୀ ଯୁବପିଢି : ଆତ୍ମହତ୍ୟା/ଆତ୍ମରକ୍ଷା ?

Image
ପରାଧୀନତା ହୋଇ ରହିବୁ ନାହିଁ । ଦେଶକୁ ସ୍ୱାଧୀନତା ଦେବୁ । ତ୍ୟାଗ ଦେବୁ , ବଳିଦାନ ଦେବୁ । ଇଂରେଜଙ୍କ ବିରୋଧରେ ଲଢିବୁ । ବ୍ରିଟିଶ ସାମ୍ରାଜ୍ୟକୁ ଧ୍ୱଂସ କରିବୁ । ଏହି ଲକ୍ଷ୍ୟ ନେଇ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ , ଭଗତ ସିଂହ , ସୁକଦେବ , ମଙ୍ଗଳ ପାଣ୍ଡେ , ବାଜି ରାଉତ ଓ ବିର୍ସା ମୁଣ୍ଡାଙ୍କ ଭଳି ଯୁବ ସଂଗ୍ରାମୀ ଦେଶ ଓ ଆମର ସ୍ୱତନ୍ତ୍ରତା ପାଇଁ ବଳିଦାନ ଦେଇଛନ୍ତି । ଲକ୍ଷ୍ୟ ଥିଲା ଗୋଟିଏ ଦେଶକୁ ସ୍ୱାଧୀନତା ଦେଇ ଆଗକୁ ବଢିବା । ଯୁବପିଢିଙ୍କୁ ସ୍ୱାଭିମାନ ଓ ଆତ୍ମସ୍ୱାଭିମାନ କରାଇବା । ଆଜି ଆମେ ସମସ୍ତେ ଏକବିଂଶ ଶତାବ୍ଦୀରେ ଉପନୀତ ହୋଇଛେ ଏବଂ ଦେଶ ସ୍ୱାଧୀନତାର ୭୫ ବର୍ଷ ‘ ଅମୃତ ମହୋତ୍ସବ ’ ପାଳନ କରୁଛେ । ଅଧିକ ଯୁବବର୍ଗଙ୍କ ସଂଖ୍ୟା ବିଶିଷ୍ଟ ଏହି ଭାରତବର୍ଷରେ ଲକ୍ଷ୍ୟ କିନ୍ତୁ ପଥଭ୍ରଷ୍ଟ । ସେ ସମୟରେ  ଯୁବ ସଂଗ୍ରାମୀଙ୍କ ଦ୍ୱାରା  ଦେଖାଯାଇଥିବା ସ୍ୱପ୍ନ ପଥରେ ନ ଯାଇ ବିପଥଗାମୀ ହୋଇଛନ୍ତି ଯୁବପିଢି । ଯେଉଁ ସମୟରେ ସବୁ ଯୁବକ ଯୁବତୀଙ୍କ ଲକ୍ଷ୍ୟ ଥିଲା ଗୋଟିଏ - ଦେଶକୁ ସ୍ୱାଧୀନତା ଦେବା , କିନ୍ତୁ ସେହି ବୀରଭୂମିରୁ ଜନ୍ମ ନେଇଥିବା ଅନେକ ଯୁବକ ଯୁବତୀ ଅଧୁନା ସାଧାରଣ କଥାରେ ହାର୍ ମାନିଯାଉଛନ୍ତି ଏବଂ ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତି ନେଉଛନ୍ତି । Credit - The Scroll  ଏନସିଆରବି ରିପୋର୍ଟ ଅନୁସାରେ ୨୦୨୦ ମସିହାରେ ରାଜ୍ୟରେ ୫୪୮୨ ଜଣ ଆତ୍ମହତ୍ୟା କର...

ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ

Image
ଛୋଟ ଥିଲି ଆଉ ଘରେ ଗେହ୍ଲବସର ମଧ୍ୟ । ସବୁ ପିଲାଙ୍କ ପରି ଦୁଷ୍ଟ ନଥିଲେ ମଧ୍ୟ ଖାଇବା ସମୟରେ ବେଳେ ବେଳେ ମୋର ଫରିବି କୁଆଡେ ବାହାରେ ବୋଲି ମମି କୁହେ । ଦିନେ, ମୋର ଦେହ ଖରାପ ଥିବାରୁ ଜିଦ୍ ଧରିଲି ଖାଇବିନି ବୋଲି । ମମିର ଅନେକ ପ୍ରଲୋଭନ ସତ୍ତ୍ୱେ ମୋର ଏକା ଜିଦ୍ ମୁଁ ଖାଇବିନି ମାନେ ଖାଇବିନି । ତା’ ପରେ ବୁଦ୍ଧିମତୀ ମମି ମୋର କଣ କଲା ! ଆମ ଘର ଆଗ ପିଜୁଳି ଗଛରେ ବସିଥିବା ଘରଚଟିଆକୁ ଗୋଟେ ସୂତାରେ ବାନ୍ଧି ମୋ ହାତରେ ଧରେଇ ଦେଲା । ଆ ପରେ ଆଉ କଣ... ମୁଁ ହାଉଁ ହାଉଁ କରିକି ତାଟିଆଏ ଡାଲମା ଗୋଳା ଭାତ ଖାଇଦେଲି । ସେବେଠାରୁ ସେ ମୋ ସାଙ୍ଗ । ସ୍ନେହରେ ତାକୁ ମୁଁ ଟିକି ଚଢେଇ ଡାକେ । ତାର ଚିକିରିମିକିରିକୁ ମୋର କୂଆଁ କୂଆଁ ଶବ୍ଦ । ନଦେଖିଲେ ତାକୁ ମୋର ଖାଇବା ବି ବନ୍ଦ । ମୁଁ ଯାହା ବି ଖାଏ ତାକୁ ବି ଖୁଆଏ । ତେବେ ଦିନେ ମୁଁ ଅଙ୍ଗନବାଡିରୁ ଆସି ଦେଖ ତ ସେ ଘରେ ନାହିଁ । ବାନ୍ଧା ଯାଇଥିବା ସୂତା ଛିଡିଯାଇଛି । ବହୁତ ଖୋଜିଲି କିନ୍ତୁ ମିଳିଲାନି । ପରିଶେଷରେ ଜେଜେ ମାଆ ବୁଝାଇଲା କି ସେ ତା’ ମା ପାଖକୁ ଯାଇଛି, ଆସିଯିବ।  20 ବର୍ଷ ତଳର ଅପେକ୍ଷା ଆଜି ବି ଅଛି କିନ୍ତୁ ଏବେ ଏହି ପ୍ରଜାତିର ପକ୍ଷୀ ବିଲୁପ୍ତ ପ୍ରାୟ । ପ୍ରକୃତିର ସ୍ରୋତରେ କେବଳ ଛାୟା ହୋଇ ରହିଛି ଘରଚଟିଆ। ଏବେ ଅପେକ୍ଷା ସେମାନଙ୍କ ଭଳି ପକ୍ଷୀଙ୍କୁ ସାହାରା ଦେବାକୁ, ଜଙ୍ଗଲରେ ନିରାପଦରେ ଆଶ୍ରୟ ଦେବାକୁ, ପ୍ଲାଷ୍ଟିକ୍ ବଦଳରେ ସେମାନଙ୍କ ମନପସନ୍ଦର...

ମାଟ୍ରିକ୍ ପରୀକ୍ଷାରେ ବ୍ୟାପକ ବିଭ୍ରାଟକୁ ବାରମ୍ବାର ଅଣଦେଖା କାହିଁକି ?

Image
Photo credit - OTV ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାର ପ୍ରଶ୍ନପତ୍ରରେ ଦୀର୍ଘ ବର୍ଷ ଧରି ବାରମ୍ବାର ତ୍ରୁଟି ଦେଖାଯିବା ଏକ ସାଧାରଣ ପ୍ରସଙ୍ଗ ନୁହେଁ, ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ମଧ୍ୟ । ଭବିଷ୍ୟତର ପ୍ରଥମ ସୋପାନର ପରୀକ୍ଷା କୁହାଯାଉଥିବା ମାଟ୍ରିକକୁ ନେଇ ଅନେକ ଅଭିଯୋଗ ଓ ଏହାକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ବିବୃତ୍ତି ପରିହାସ ସଦୃଶ। ଥରେ କିମ୍ବା ଦୁଇ ଥର ତ୍ରୁଟିକୁ ଅଣଦେଖା କରାଯାଇପାରେ କିନ୍ତୁ ସେହି ଭୁଲ ବାରମ୍ବାର ଘଟିବା ଏହା ପ୍ରମାଣିତ କରୁଛି ଯେ, ପିଲା ମାନଙ୍କ ଭବିଷ୍ୟତ ପ୍ରତି ସରକାର ଜମାରୁ ଚିନ୍ତିତ ଓ ଦାୟିତ୍ୱବାନ ନୁହଁନ୍ତି । ଆମେ ଯେତେବେଳେ ଏକ ଖବର ପ୍ରକାଶ କରିବା ପୂର୍ବରୁ ବାରମ୍ବାର ତାକୁ ପୁନଃପଠନ ଅନ୍ୟ ଦ୍ୱାରା କରାଇଥାଉ । ପରୀକ୍ଷା ଗେଟରେ ପ୍ରବେଶ ପୂର୍ବରୁ ଯେପରି ପିଲାଙ୍କୁ ଚେକ୍ କରାଯାଉଛି ତେବେ ମାଟ୍ରିକ୍ ଭଳି ସମ୍ବେଦନଶୀଳ ପରୀକ୍ଷା ପ୍ରଶ୍ନପତ୍ରର କାହିଁକି ଅଭିଜ୍ଞ ଶିକ୍ଷାବିତଙ୍କ ଦ୍ୱାରା ପୁନଃପଠନ ହେଉନାହିଁ ?  Samaja, Page no - 01 Dt 19.03.2023  ସର୍ବଭାରତୀୟ ସ୍ତରରେ ଯେତେବେଳେ ସିବିଏସଇ ଏବଂ ଆଇସିଏସଇ ପରୀକ୍ଷା ହେଉଛି ଏବଂ ବିଶେଷ ତ୍ରୁଟି ଦେଖାଯାଉନାହିଁ ତେବେ ରାଜ୍ୟରେ ବୋର୍ଡ ପରୀକ୍ଷାରେ ଏଭଳି ସ୍ଥିତି କାହିଁକି ? ହୁଏତ ବୋର୍ଡ୍ କର୍ତ୍ତୃପକ୍ଷ ଏବଂ ତତସହ ଜଡିତ ସଂସ୍ଥା ଗୁଡିକ ମଧ୍ୟ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ...