ସେଲଫି

 

ସଂଧ୍ୟା ସମୟ । ଝିପି ଝିପି ବର୍ଷା ହେଉଥାଏ । ଭୁବନେଶ୍ୱରର ଏକ ରେସ୍ତୋଁରାରେ ସେ ଆଉ ମୁଁ । ଡାହାଣ ପାର୍ଶ୍ୱରେ ଥିବା ପୁସ୍ତକ ଗୁଡ଼ିକ ଖିଲିଖିଲି ହସରେ ମଗ୍ନ ଥିବା ପରି ମନେ ହୁଅନ୍ତି । ପାଖରେ ଥିବା ଗୋଲାପ ଫୁଲଟି ସତେଜ ଥାଏ । ଟେବୁଲ ଉପରେ ଥିବା ଘଣ୍ଟାର ଘୂର୍ଣ୍ଣନ ଏବଂ ବର୍ଷା ଟୋପାର ତରଙ୍ଗ ଭିନ୍ନ ଅନୁଭୂତି ଦେଉଥାଏ । ଆତ୍ମାକୁ ମହକାଇ ଦେଉଥାଏ ହିନ୍ଦି ଗୀତ खामोश चेहरा, आँखों पे पहरा, खुद है गवाह, तेरे प्यार का,तेरी झुकी नज़र, तेरी हर अदा  ।

 ଅବାକ୍ଷଣି ଓ୍ୱେଟର ଆସି ଧୀମା ଶବ୍ଦରେ କୁହେ, ମ୍ୟାମ୍ ଦୁଇ କପ୍ ଚା ଓ୍ୱିଥ୍ ଲେସ୍ ସୁଗାର୍ । ଧନ୍ୟବାଦ । ଏନି ଥିଙ୍ଗ୍ ଏଲ୍ସ ମ୍ୟାମ୍ । ନା, ବରଂ ପାରୁଛ ଯଦି ସାରଙ୍କୁ କୁହ ମୋ ସହ ଟିକେ୍ କଥା ହେବେ । ହେଁ, ମୁଁ କଣ କଥା ହେବି । ଓ୍ୱେଟରର ବିଦାୟ ନେବା ପରେ ବିଘ୍ନେଶକୁ କହିଲା, ଅନସୂୟା ।  କି କଥା । ଆଚ୍ଛା କହିଲୁ ମୁଁ ଆଜି ଭଲ ଦିଶୁଛି ନା ନାହିଁ ? । ତୁ... ତୁ ନାଲି ଶାଢୀ ପିନ୍ଧିଛୁ ? ନା ... କାଜଲ୍ ଲଗେଇଛୁ ? ନା । ଆଉ ମେହେନ୍ଦି, ମୁଁ ଯେଉଁ କହିଥିଲି ? ଆଉ ହଁ, ନାଲି ଟୋପା । ପର୍ପଲ ରଙ୍ଗର ଚୁଡି । ପାଉଁଜି ବି ପିନ୍ଧିନୁ । ତା ହେଲେ... ବିଘ୍ନେଶ କହିଲା । ଆଚ୍ଛା, ତୋତେ ସୁନ୍ଦର ଦିଶିବା ପାଇଁ କଣ ଏତେ ସବୁ ପିନ୍ଧିବା ଦରକାର । ସେମିତି ନାହିଁ, ମୋତେ ତ ତୁ ପସନ୍ଦ । ସେଥିପାଇଁ ମୋ ମନ ପସନ୍ଦର ବାହାଘର ବେଶରେ ତୋତେ  ଦେଖୁବାକୁ ଚାହୁଁଥିଲି... ହେ ତୁ ବି ନା.... ଆମର ବାହାଘରର ୧୫ ବର୍ଷ ପୂରିଲାଣି ବୋଧେ । ଅନସୂୟା କହିଲା । ହେ, ତୁ ତ କହଇ ନାହିଁ । ଭାବିଥିଲି ଆଜି ତୋ ସହ ଏତେ ବର୍ଷ ପରେ ଗୋଟିଏ ସେଲଫି ନେବି । ସେଲଫି ନବୁ । ମୋ ସହ... । ଏ ଲଣ୍ଡା ମୁଣ୍ଡି ସହ କଣ ସେଲଫି ନେବୁ ? ସେଲଫି ତ ମୋର ସମୟ ନେଉଛି, ପ୍ରତିଦିନ । ପ୍ରତିଟି ଦର୍ପଣରେ....

 


-         ସତ୍ୟଜିତ୍ ସାମଲ


Comments

Popular posts from this blog

Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’

Blog No 51 - Happy BirthDay Super Star

‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’

ସ୍ମୃତି ସେ ଦିନର

Blog No - 48 : ସୁଆଣ୍ଡୋରୁ ଜାତିର ଚରିତ୍ର, ସେବାର ମୂର୍ତ୍ତିମନ୍ତ ମହାନାୟକ

ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ

Story Blog No - 50 ଚିକେନ୍ ପକୋଡା

ଓଡ଼ିଶା ଗଣମାଧ୍ୟମରେ AI

୧୯୮୨ ବନ୍ୟା : ସେହି ଅଗଷ୍ଟ ମାସ ଖୁଦୁରୁକୁଣୀ ଓଷାରେ ବାଙ୍କୀବାସୀଙ୍କ ବିକଟାଳ ଚିତ୍କାର

‘ଅର୍ଗସ’