ସେଲଫି
ସଂଧ୍ୟା ସମୟ । ଝିପି ଝିପି ବର୍ଷା ହେଉଥାଏ । ଭୁବନେଶ୍ୱରର ଏକ ରେସ୍ତୋଁରାରେ ସେ ଆଉ ମୁଁ । ଡାହାଣ ପାର୍ଶ୍ୱରେ ଥିବା ପୁସ୍ତକ ଗୁଡ଼ିକ ଖିଲିଖିଲି ହସରେ ମଗ୍ନ ଥିବା ପରି ମନେ ହୁଅନ୍ତି । ପାଖରେ ଥିବା ଗୋଲାପ ଫୁଲଟି ସତେଜ ଥାଏ । ଟେବୁଲ ଉପରେ ଥିବା ଘଣ୍ଟାର ଘୂର୍ଣ୍ଣନ ଏବଂ ବର୍ଷା ଟୋପାର ତରଙ୍ଗ ଭିନ୍ନ ଅନୁଭୂତି ଦେଉଥାଏ । ଆତ୍ମାକୁ ମହକାଇ ଦେଉଥାଏ ହିନ୍ଦି ଗୀତ “ खामोश चेहरा , आँखों पे पहरा , खुद है गवाह , तेरे प्यार का , तेरी झुकी नज़र , तेरी हर अदा ” । ଅବାକ୍ଷଣି ଓ୍ୱେଟର ଆସି ଧୀମା ଶବ୍ଦରେ କୁହେ, ମ୍ୟାମ୍ ଦୁଇ କପ୍ ଚା ’ ଓ୍ୱିଥ୍ ଲେସ୍ ସୁଗାର୍ । ଧନ୍ୟବାଦ । ଏନି ଥିଙ୍ଗ୍ ଏଲ୍ସ ମ୍ୟାମ୍ । ନା, ବରଂ ପାରୁଛ ଯଦି ସାରଙ୍କୁ କୁହ ମୋ ସହ ଟିକେ୍ କଥା ହେବେ । ହେଁ, ମୁଁ କ ’ ଣ କଥା ହେବି । ଓ୍ୱେଟରର ବିଦାୟ ନେବା ପରେ ବିଘ୍ନେଶକୁ କହିଲା, ଅନସୂୟା । କି କଥା । ଆଚ୍ଛା କହିଲୁ ମୁଁ ଆଜି ଭଲ ଦିଶୁଛି ନା ନାହିଁ ? । ତୁ... ତୁ ନାଲି ଶାଢୀ ପିନ୍ଧିଛୁ ? ନା ... କାଜଲ୍ ଲଗେଇଛୁ ? ନା । ଆଉ ମେହେନ୍ଦି, ମୁଁ ଯେଉଁ କହିଥିଲି ? ଆଉ ହଁ , ନାଲି ଟୋପା । ପର୍ପଲ ରଙ୍ଗର ଚୁଡି । ପାଉଁଜି ବି ପିନ୍ଧିନୁ । ତା ’ ହେଲେ... ବିଘ୍ନେଶ କହିଲା । ଆଚ୍ଛା, ତୋତେ ସୁନ୍ଦର ଦିଶିବା ପାଇଁ କ ’ ଣ ଏତେ ସବୁ ପିନ୍ଧିବା ଦରକାର । ସେମିତି ନାହିଁ, ମୋତେ ତ ତୁ ପସନ୍ଦ । ସେଥିପାଇଁ ...