Posts

Showing posts from October, 2023

ସେଲଫି

Image
  ସଂଧ୍ୟା ସମୟ । ଝିପି ଝିପି ବର୍ଷା ହେଉଥାଏ । ଭୁବନେଶ୍ୱରର ଏକ ରେସ୍ତୋଁରାରେ ସେ ଆଉ ମୁଁ । ଡାହାଣ ପାର୍ଶ୍ୱରେ ଥିବା ପୁସ୍ତକ ଗୁଡ଼ିକ ଖିଲିଖିଲି ହସରେ ମଗ୍ନ ଥିବା ପରି ମନେ ହୁଅନ୍ତି । ପାଖରେ ଥିବା ଗୋଲାପ ଫୁଲଟି ସତେଜ ଥାଏ । ଟେବୁଲ ଉପରେ ଥିବା ଘଣ୍ଟାର ଘୂର୍ଣ୍ଣନ ଏବଂ ବର୍ଷା ଟୋପାର ତରଙ୍ଗ ଭିନ୍ନ ଅନୁଭୂତି ଦେଉଥାଏ । ଆତ୍ମାକୁ ମହକାଇ ଦେଉଥାଏ ହିନ୍ଦି ଗୀତ “ खामोश चेहरा , आँखों पे पहरा , खुद है गवाह , तेरे प्यार का , तेरी झुकी नज़र , तेरी हर अदा ”  ।  ଅବାକ୍ଷଣି ଓ୍ୱେଟର ଆସି ଧୀମା ଶବ୍ଦରେ କୁହେ, ମ୍ୟାମ୍ ଦୁଇ କପ୍ ଚା ’ ଓ୍ୱିଥ୍ ଲେସ୍ ସୁଗାର୍ । ଧନ୍ୟବାଦ । ଏନି ଥିଙ୍ଗ୍ ଏଲ୍ସ ମ୍ୟାମ୍ । ନା, ବରଂ ପାରୁଛ ଯଦି ସାରଙ୍କୁ କୁହ ମୋ ସହ ଟିକେ୍ କଥା ହେବେ । ହେଁ, ମୁଁ କ ’ ଣ କଥା ହେବି । ଓ୍ୱେଟରର ବିଦାୟ ନେବା ପରେ ବିଘ୍ନେଶକୁ କହିଲା, ଅନସୂୟା ।  କି କଥା । ଆଚ୍ଛା କହିଲୁ ମୁଁ ଆଜି ଭଲ ଦିଶୁଛି ନା ନାହିଁ ? । ତୁ... ତୁ ନାଲି ଶାଢୀ ପିନ୍ଧିଛୁ ? ନା ... କାଜଲ୍ ଲଗେଇଛୁ ? ନା । ଆଉ ମେହେନ୍ଦି, ମୁଁ ଯେଉଁ କହିଥିଲି ? ଆଉ ହଁ , ନାଲି ଟୋପା । ପର୍ପଲ ରଙ୍ଗର ଚୁଡି । ପାଉଁଜି ବି ପିନ୍ଧିନୁ । ତା ’ ହେଲେ... ବିଘ୍ନେଶ କହିଲା । ଆଚ୍ଛା, ତୋତେ ସୁନ୍ଦର ଦିଶିବା ପାଇଁ କ ’ ଣ ଏତେ ସବୁ ପିନ୍ଧିବା ଦରକାର । ସେମିତି ନାହିଁ, ମୋତେ ତ ତୁ ପସନ୍ଦ । ସେଥିପାଇଁ ...

ଶ୍ରୀମନ୍ଦିରରେ ଶାଳୀନତାପୂର୍ଣ୍ଣ ପୋଷାକ ?

Image
ଆମର ଜନଜୀବନରେ ବେଶଭୂଷା ଓ ପୋଷାକର ସ୍ଥାନ ସ୍ୱତନ୍ତ୍ର । ଇତିହାସର ପୃଷ୍ଠଭୂମିକୁ ନୁହେଁ ବରଂ ଦେବାଳୟରେ ଥିବା ଦେବାଦେବୀ ମାନେ ସ୍ୱତନ୍ତ୍ର ଦିନରେ ନୂଆ ବେଶରେ ସଜ୍ଜିତ ହେବା ସମାଜରେ ବେଶଭୂଷାକୁ ଅନାଦି ଅନନ୍ତ କାଳରୁ ବେଶ୍ ପ୍ରାଧାନ୍ୟ ଦିଆଯାଇଥିବା ଦର୍ଶାଉଛି । ଆମର ଆରାଧ୍ୟ ଦେବତା ପୁରୀର ମହାପ୍ରଭୁଙ୍କ ଠାରୁ ସମ୍ବଲପୁରର ଇଷ୍ଟଦେବୀ ମାଆ ସମଲେଶ୍ୱରୀ , ବାଙ୍କୀର ଶକ୍ତିପୀଠ ମାଆ ଚର୍ଚ୍ଚିକା ଏବଂ ସମସ୍ତ ଗ୍ରାମଦେବତୀ ଓ ଠାକୁରାଣୀ ମନ୍ଦିରରେ ବର୍ଷକରେ କାହିଁ କେତେ ଥର ଦେବାଦେବୀଙ୍କୁ ସ୍ୱତନ୍ତ୍ର ବେଶରେ ସଜା ଯାଇଥାଏ । ଏ ସବୁକୁ ଅନୁମେୟ କଲେ ପୋଷାକ ପରିଧାନ ସର୍ବୋପରି ମାନବ ସମାଜର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଜଣାପଡେ। ତେବେ ଆଲୋଚ୍ୟର ବିଷୟ ହେଉଛି , ସ୍ଥାନ , କାଳ ଓ ପାତ୍ର ଦେଖି କଥା କହିବା ଭଳି ପୋଷାକ ପରିଧାନ ବି କରିବା ଦରକାର । ତେବେ ଏସବୁ ପାଇଁ ନିୟମାବଳୀ ନୁହେଁ ବରଂ ଏକ ସଭ୍ୟ ସମାଜରେ ସ୍ୱତଃପ୍ରବୃତ ଭାବରେ ମନ ଭିତରୁ ପୋଷାକ ଭଙ୍ଗୀ ଶୈଳୀର ମାନସିକତା ଚାଲିଆସେ । ଯେପରିକି ମନ୍ଦିର ଗଲେ କିମ୍ବା ପୂଜାର୍ଚ୍ଚନା କରିବା ପାଇଁ ହେଲେ କ ’ ଣ ପିନ୍ଧିବା ଦରକାର , ଇଣ୍ଟରଭ୍ୟୁ ଦେବା ପାଇଁ ଏହି ପୋଷାକ ପିନ୍ଧିବା , ଦାଣ୍ଡିଆ ନୃତ୍ୟ ପାଇଁ କୁରତା ଡ୍ରେସ ପିନ୍ଧିବା , ପାର୍ଟି ପାଇଁ ଗଲେ କ ’ ଣ ପିନ୍ଧିବା ଦରକାର ।   ଏହି ସବୁ ପୃଥକ ପୃଥକ ସ୍ଥାନରେ ଆଚରଣ ଓ ଉଚ୍ଚାରଣ ମଧ୍ୟ ଭିନ୍ନ ରୁହେ , ଯାହା ଜଣେ ମନୁଷ୍ୟ ବ...

ନିଃଶବ୍ଦ

Image
ଭିଡ଼ ଭିତରେ ଚାଲି ଆସିଲି ଭିନ୍ନ ଏକ ରେଳ ଷ୍ଟେସନ । କିଏ ଜାଣେ ସମୟ କେତେ ? ମନେ ପଡୁନାହିଁ । ହାତ ଦୁଇଟା ବି ଖାଲି ଖାଲି । ଅଯଥା କିଛି ନ ଭାବି ବସି ପଡିଲି ।   ବସି ପଡିଲି ଏକ ସରୁ ଅଳନ୍ଧି ଆବରଣଯୁକ୍ତ ବେଞ୍ଚ୍ ଉପରେ । ବାମ କାନ୍ଧ ଉପରେ ପଡିଥିବା ଦୁଇ ଗୋଟି ଶୁଖା ପତ୍ରକୁ ହାତରେ ଝାଡିଲି । ଉପରକୁ ଦେଖେ ତ ଏକ ରୂପା ଜହ୍ନ । ଇନ୍ଦ୍ରଧନୁର ଛିଟକା ରଙ୍ଗ , ମୋର ବାମ ପାର୍ଶ୍ୱରେ । ନା ଅଛି ଜନଗହଳି ନା ଧ୍ୱନିର କୌଣସି ଚିହ୍ନବର୍ଣ୍ଣ ।   ସମ୍ମୁଖ ରାସ୍ତା ତ ସମ୍ପୂର୍ଣ୍ଣ ଅନ୍ଧାର । ଅନେକ ଅସମାହିତ ପ୍ରଶ୍ନ ଭିତରେ ପ୍ରଥମ ପ୍ରଶ୍ନ ? ମୁଁ ସ୍ୱପ୍ନରେ ନାହିଁ ତ ? ଏ ବାଟବଣା ଜାଗାରେ ମୁଁ କାହିଁକି ?   ଏତିକି ଭାବୁ ଭାବୁ ଧ୍ରୁବ ତାରା ଭଳି ଆଲୋକରେ ତୀକ୍ଷ୍ଣ ଗତିରେ ମାଡି ଆସେ ଏକ ଟ୍ରେନ୍ । ନିଃଶବ୍ଦ ରେଳଟି । ଅଟକିଗଲା ମୁଁ ବସିଥିବା ଅଜ୍ଞାତ ପ୍ଲାଟଫର୍ମରେ । ମୋର ନଜର ପଡେ ଏବଂ ଏହି କ୍ଷଣି ଟ୍ରେନ ଭିତରୁ ବାହାରି ଆସେ ଜଣେ ସୁନ୍ଦର ଶିଶୁଟିଏ । ଆଉ ମୋର ବାରଣ ସତ୍ତ୍ୱେ ମୋତେ ନେଇଯାଏ ସୁଦୀର୍ଘ ରେଳର ଗୋଟିଏ ଡବା ଭିତରକୁ ।   ଚତୁଃପାର୍ଶ୍ଵରେ ଥବା ଅଗଣିତ ଛବିକୁ ଆଙ୍ଗୁଠି ସାହାଯ୍ୟରେ ଦେଖାଇ ସାଙ୍କେତିକ ଶବ୍ଦରେ ଅନେକ କଥା କହୁଥିଲା ସେ ଏବଂ ବହୁତ କିଛି ବର୍ଣ୍ଣନା କରି ହେଉଥିଲା ତା’ର ନିଃଶବ୍ଦରୁ । ଦୁଃଖ ଓ ଉଲ୍ଲାସର ସହ ସବୁ କଥାକୁ ନିଜର ପରି ଉଲ୍ଲେଖିତ କରୁଥିଲା । କାହିଁକି ନା ସେ ଅତୀ...