ନିଃଶବ୍ଦ



ଭିଡ଼ ଭିତରେ ଚାଲି ଆସିଲି ଭିନ୍ନ ଏକ ରେଳ ଷ୍ଟେସନ । କିଏ ଜାଣେ ସମୟ କେତେ ? ମନେ ପଡୁନାହିଁ । ହାତ ଦୁଇଟା ବି ଖାଲି ଖାଲି । ଅଯଥା କିଛି ନ ଭାବି ବସି ପଡିଲି ବସି ପଡିଲି ଏକ ସରୁ ଅଳନ୍ଧି ଆବରଣଯୁକ୍ତ ବେଞ୍ଚ୍ ଉପରେ । ବାମ କାନ୍ଧ ଉପରେ ପଡିଥିବା ଦୁଇ ଗୋଟି ଶୁଖା ପତ୍ରକୁ ହାତରେ ଝାଡିଲି । ଉପରକୁ ଦେଖେ ତ ଏକ ରୂପା ଜହ୍ନ । ଇନ୍ଦ୍ରଧନୁର ଛିଟକା ରଙ୍ଗ, ମୋର ବାମ ପାର୍ଶ୍ୱରେ । ନା ଅଛି ଜନଗହଳି ନା ଧ୍ୱନିର କୌଣସି ଚିହ୍ନବର୍ଣ୍ଣ ।  ସମ୍ମୁଖ ରାସ୍ତା ତ ସମ୍ପୂର୍ଣ୍ଣ ଅନ୍ଧାର । ଅନେକ ଅସମାହିତ ପ୍ରଶ୍ନ ଭିତରେ ପ୍ରଥମ ପ୍ରଶ୍ନ ? ମୁଁ ସ୍ୱପ୍ନରେ ନାହିଁ ତ ? ଏ ବାଟବଣା ଜାଗାରେ ମୁଁ କାହିଁକି ? ଏତିକି ଭାବୁ ଭାବୁ ଧ୍ରୁବ ତାରା ଭଳି ଆଲୋକରେ ତୀକ୍ଷ୍ଣ ଗତିରେ ମାଡି ଆସେ ଏକ ଟ୍ରେନ୍ । ନିଃଶବ୍ଦ ରେଳଟି । ଅଟକିଗଲା ମୁଁ ବସିଥିବା ଅଜ୍ଞାତ ପ୍ଲାଟଫର୍ମରେ । ମୋର ନଜର ପଡେ ଏବଂ ଏହି କ୍ଷଣି ଟ୍ରେନ ଭିତରୁ ବାହାରି ଆସେ ଜଣେ ସୁନ୍ଦର ଶିଶୁଟିଏ ଆଉ ମୋର ବାରଣ ସତ୍ତ୍ୱେ ମୋତେ ନେଇଯାଏ ସୁଦୀର୍ଘ ରେଳର ଗୋଟିଏ ଡବା ଭିତରକୁ  ଚତୁଃପାର୍ଶ୍ଵରେ ଥବା ଅଗଣିତ ଛବିକୁ ଆଙ୍ଗୁଠି ସାହାଯ୍ୟରେ ଦେଖାଇ ସାଙ୍କେତିକ ଶବ୍ଦରେ ଅନେକ କଥା କହୁଥିଲା ସେ ଏବଂ ବହୁତ କିଛି ବର୍ଣ୍ଣନା କରି ହେଉଥିଲା ତା’ର ନିଃଶବ୍ଦରୁ । ଦୁଃଖ ଓ ଉଲ୍ଲାସର ସହ ସବୁ କଥାକୁ ନିଜର ପରି ଉଲ୍ଲେଖିତ କରୁଥିଲା । କାହିଁକି ନା ସେ ଅତୀତ ଥିଲା ଆଉ ତା' ଅତୀତ ମୁଁ ଥିଲି

- ସତ୍ୟଜିତ୍ ସାମଲ 

 


Comments

Popular posts from this blog

Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’

Blog No 51 - Happy BirthDay Super Star

‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’

ସ୍ମୃତି ସେ ଦିନର

Blog No - 48 : ସୁଆଣ୍ଡୋରୁ ଜାତିର ଚରିତ୍ର, ସେବାର ମୂର୍ତ୍ତିମନ୍ତ ମହାନାୟକ

ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ

Story Blog No - 50 ଚିକେନ୍ ପକୋଡା

ଓଡ଼ିଶା ଗଣମାଧ୍ୟମରେ AI

୧୯୮୨ ବନ୍ୟା : ସେହି ଅଗଷ୍ଟ ମାସ ଖୁଦୁରୁକୁଣୀ ଓଷାରେ ବାଙ୍କୀବାସୀଙ୍କ ବିକଟାଳ ଚିତ୍କାର

‘ଅର୍ଗସ’