ଓଡ଼ିଶାର ସିନେ ଶିଳ୍ପକୁ ନେଇ ବିବାଦ ...



ଓଡ଼ିଶାର ସିନେ ଶିଳ୍ପକୁ ନେଇ ଚାଲିଥିବା ପ୍ରତିଦ୍ୱନ୍ଦିତା ଜଣେ ଓଡ଼ିଆ ଭାବରେ ଦୁଃଖ ଲାଗିବ ନିଶ୍ଚୟ । କିନ୍ତୁ ବର୍ତ୍ତମାନ ସମୟରେ ସେଭଳି ବିଷୟକୁ ଯେତେ ଚର୍ଚ୍ଚା କରିବ ସେତେ ଖୁଣ ବାହାରିବ । ଅର୍ଥାତ୍ ପ୍ରସଙ୍ଗଟି ଥମିବା ପରିବର୍ତ୍ତେ ଆହୁରି ବଡ ହୋଇ ଚାଲିବ । ଆଜିକାଲି ଆନ୍ଦୋଳନ ତ ଆନ୍ଦୋଳନ ହୋଇ ରହିନାହିଁ ବରଂ ଡ୍ରାମାରେ ପରିଣତ ହୋଇଗଲାଣି । ଅବଶ୍ୟ ଅନେକ ସଙ୍କୁନି ଅଛନ୍ତି, ଏହି ଆନ୍ଦୋଳନକୁ ତେଜିବାରେ । ମୁଁ ଜଣେ ନବେ ଦଶକର ସିନେ ପ୍ରେମୀ । ଆମେ ଯେଭଳି ଭାବରେ ଓଡ଼ିଆ ଚଳଚ୍ଚିତ୍ରକୁ ଦେଖିଆସୁଛୁ, ଏବେ ସେ ସବୁ ଶୂନ୍ୟ ପ୍ରାୟ । ବ୍ୟବସାୟ ଓ ନିଜର ଦବଦବା ରଖିବା ପାଇଁ ସବୁ କିଛି । ଆଜିକାଲିର କିଛିଟା ବଡ ବଡ ଅଭିନେତାଙ୍କ ମଧ୍ୟରେ ଶାଳିନତା ବି ଟିକେ ନାହିଁ । କିନ୍ତୁ ମୋ ମତରେ ଏ ସବୁ ସିନେ ବିଷୟକୁ ଆମେ ଚୋର୍ଚ୍ଚାର ଖୋରାକ୍ ଯୋଗାଇବା ପରିବର୍ତ୍ତେ ନଟିଆ ଭଳି ଶିଶୁ କାହାଣୀକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ଅଛି । ନଟିଆକୁ କେବଳ ଶିଶୁମାନେ ନୁହେଁ ବରଂ ଅନେକ ଯୁବ ବୟସର ପିଲାମାନେ ଦେଖିବାର ମୁଁ ଦେଖିଛି । ତେଣୁ ସେଭଳି ହାସ୍ୟ ଓ ସଚେତନଧର୍ମୀ କାହାଣୀକୁ ପ୍ରୋତ୍ସାହନ ଦିଆଗଲେ ଅନ୍ତତଃ ଆମର ମନୋରଞ୍ଜନ ଜଗତ ଚରିତାର୍ଥ ହେବା ଭଳି ଲାଗିବ । ସିନେ ଶିଳ୍ପ ଦର୍ପଣ ସଦୃଶ । ଏଥିରେ ମଳିନତା ନ ଆସୁ । ଧନ୍ୟବାଦ  
    
- ସତ୍ୟଜିତ ସାମଲ

Comments

Popular posts from this blog

Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’

Blog No 51 - Happy BirthDay Super Star

‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’

ସ୍ମୃତି ସେ ଦିନର

Blog No - 48 : ସୁଆଣ୍ଡୋରୁ ଜାତିର ଚରିତ୍ର, ସେବାର ମୂର୍ତ୍ତିମନ୍ତ ମହାନାୟକ

ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ

Story Blog No - 50 ଚିକେନ୍ ପକୋଡା

ଓଡ଼ିଶା ଗଣମାଧ୍ୟମରେ AI

୧୯୮୨ ବନ୍ୟା : ସେହି ଅଗଷ୍ଟ ମାସ ଖୁଦୁରୁକୁଣୀ ଓଷାରେ ବାଙ୍କୀବାସୀଙ୍କ ବିକଟାଳ ଚିତ୍କାର

‘ଅର୍ଗସ’