ମାଟ୍ରିକ୍ ପରୀକ୍ଷାରେ ବ୍ୟାପକ ବିଭ୍ରାଟକୁ ବାରମ୍ବାର ଅଣଦେଖା କାହିଁକି ?


Photo credit - OTV

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାର ପ୍ରଶ୍ନପତ୍ରରେ ଦୀର୍ଘ ବର୍ଷ ଧରି ବାରମ୍ବାର ତ୍ରୁଟି ଦେଖାଯିବା ଏକ ସାଧାରଣ ପ୍ରସଙ୍ଗ ନୁହେଁ, ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ମଧ୍ୟ । ଭବିଷ୍ୟତର ପ୍ରଥମ ସୋପାନର ପରୀକ୍ଷା କୁହାଯାଉଥିବା ମାଟ୍ରିକକୁ ନେଇ ଅନେକ ଅଭିଯୋଗ ଓ ଏହାକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ବିବୃତ୍ତି ପରିହାସ ସଦୃଶ। ଥରେ କିମ୍ବା ଦୁଇ ଥର ତ୍ରୁଟିକୁ ଅଣଦେଖା କରାଯାଇପାରେ କିନ୍ତୁ ସେହି ଭୁଲ ବାରମ୍ବାର ଘଟିବା ଏହା ପ୍ରମାଣିତ କରୁଛି ଯେ, ପିଲା ମାନଙ୍କ ଭବିଷ୍ୟତ ପ୍ରତି ସରକାର ଜମାରୁ ଚିନ୍ତିତ ଓ ଦାୟିତ୍ୱବାନ ନୁହଁନ୍ତି । ଆମେ ଯେତେବେଳେ ଏକ ଖବର ପ୍ରକାଶ କରିବା ପୂର୍ବରୁ ବାରମ୍ବାର ତାକୁ ପୁନଃପଠନ ଅନ୍ୟ ଦ୍ୱାରା କରାଇଥାଉ । ପରୀକ୍ଷା ଗେଟରେ ପ୍ରବେଶ ପୂର୍ବରୁ ଯେପରି ପିଲାଙ୍କୁ ଚେକ୍ କରାଯାଉଛି ତେବେ ମାଟ୍ରିକ୍ ଭଳି ସମ୍ବେଦନଶୀଳ ପରୀକ୍ଷା ପ୍ରଶ୍ନପତ୍ରର କାହିଁକି ଅଭିଜ୍ଞ ଶିକ୍ଷାବିତଙ୍କ ଦ୍ୱାରା ପୁନଃପଠନ ହେଉନାହିଁ ? 

Samaja, Page no - 01 Dt 19.03.2023 

ସର୍ବଭାରତୀୟ ସ୍ତରରେ ଯେତେବେଳେ ସିବିଏସଇ ଏବଂ ଆଇସିଏସଇ ପରୀକ୍ଷା ହେଉଛି ଏବଂ ବିଶେଷ ତ୍ରୁଟି ଦେଖାଯାଉନାହିଁ ତେବେ ରାଜ୍ୟରେ ବୋର୍ଡ ପରୀକ୍ଷାରେ ଏଭଳି ସ୍ଥିତି କାହିଁକି ? ହୁଏତ ବୋର୍ଡ୍ କର୍ତ୍ତୃପକ୍ଷ ଏବଂ ତତସହ ଜଡିତ ସଂସ୍ଥା ଗୁଡିକ ମଧ୍ୟ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ କାମ ନ ଭାବି ଖାମଖିଆଲ ଭାବେ ଭାବେ ନେଉଛନ୍ତି । ପରୀକ୍ଷାରେ ପ୍ରଶ୍ନପତ୍ର ତ୍ରୁଟିର ଯେଉଁଭଳି ଭାବରେ ଗୁରୁତର ଅଭିଯୋଗ ଗୁଡିକ ଆସିଛି, ତାହା ସାଂଘାତିକ । ଏହା ଛାତ୍ରଛାତ୍ରୀଙ୍କ କେବଳ ମନୋବଳ ଭାଙ୍ଗୁନାହିଁ  ବରଂ ସେମାନଙ୍କ ମାନସିକ ସନ୍ତୁଳନ ଉପରେ କୁପ୍ରଭାବ ମଧ୍ୟ ପକାଉଛି । ଅନୁରୋଧ, ସରକାର ଏହି ବିଷୟକୁ ଗୁରୁତ୍ୱର ସହ ନେଇ ଆଗାମୀ ଶିକ୍ଷା ବର୍ଷରୁ ଦଶମ ପରୀକ୍ଷାର ପ୍ରଶ୍ନପତ୍ର ପାଇଁ ଯଥେଷ୍ଟ ସମୟ ନିଅନ୍ତୁ ଓ ଏପରି ପୁନରାବୃତ୍ତି ନ କରନ୍ତୁ ।

- ସତ୍ୟଜିତ ସାମଲ 

Comments

Popular posts from this blog

Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’

Blog No 51 - Happy BirthDay Super Star

‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’

ସ୍ମୃତି ସେ ଦିନର

Blog No - 48 : ସୁଆଣ୍ଡୋରୁ ଜାତିର ଚରିତ୍ର, ସେବାର ମୂର୍ତ୍ତିମନ୍ତ ମହାନାୟକ

ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ

Story Blog No - 50 ଚିକେନ୍ ପକୋଡା

ଓଡ଼ିଶା ଗଣମାଧ୍ୟମରେ AI

୧୯୮୨ ବନ୍ୟା : ସେହି ଅଗଷ୍ଟ ମାସ ଖୁଦୁରୁକୁଣୀ ଓଷାରେ ବାଙ୍କୀବାସୀଙ୍କ ବିକଟାଳ ଚିତ୍କାର

‘ଅର୍ଗସ’