'ସାହାଯ୍ୟ'

ପରୀକ୍ଷା ସରିଥାଏ । ତିନି ଝିଅ ସାଙ୍ଗ ହୋଇ ରେଭେନ୍ସାର ଖେଳ ପଡିଆ ଦେଇ ନୂଆ ପିଜି ଛାତ୍ରାବାସ ଆଡକୁ ଅଗ୍ରସର ହେଉଥାନ୍ତି। ମୁଁ ମଧ୍ୟ ମୋ ବନ୍ଧୁମାନଙ୍କ ସହ ସେଠାରେ ଉପସ୍ଥିତ ଥାଏ । ଭଲରେ ଦେଖାଯାଉ ନଥିଲେ ବି ଚିହ୍ନିଲା ପରି ମନେ ହୁଅନ୍ତି ସେମାନେ। ମୁଁ ସେମାନଙ୍କୁ ପଚାରିଲି, ହେଲୋ Exam କେମିତି ହେଇଛି? ହଁ ଭଲ ହେଇଛି, ସେମାନେ କହିଲେ । ତା ପରେ ମୁଁ ସେହି ତିନି ଝିଅଙ୍କ ମଧ୍ୟରୁ ଜଣକ ସହ କଥା ହୋଇ ଆଗକୁ ବଢୁଥାଏ । କାହିଁକି ନା ସେ ମୋ ଯୁକ୍ତ 3 ବେଳର ସାଙ୍ଗ । ଆଗକୁ କଣ କରିବୁ। ଘରେ ସବୁ କେମିତି ଅଛନ୍ତି । ଏମିତି ଆମେ କଥା ବାର୍ତ୍ତା ହେଉ ହେଉ ବାଟ ପାଖେଇ ଆସିଲା । ଗେଟ୍ ରୁ ବାହାରି ସମସ୍ତେ ରାସ୍ତା ଆରପାଖକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ହଠାତ୍ ରାସ୍ତା ମଝିରେ ଝୁଣ୍ଟିହୋଇ ପଡିଗଲା ତା' ସାଙ୍ଗ । ସେପାଖରୁ ଆସୁଥିବା ଧଳା ରଙ୍ଗର ବୋଲେରୋ ମଧ୍ୟ ସେଠାରେ ଅଟକି ଯାଇଥିଲା ।


ମୁଁ ସ୍ତବ୍ଧ ଥିଲି। କଣ କରିବି ଜାଣିପାରୁନଥିଲି। ଦୌଡି ଗଲି ତା ସାଙ୍ଗ ପାଖକୁ । ଦେଖିଲି ଝିଅଟି ଅଚେତ୍ ହୋଇଯାଇଛି। ତାକୁ ନିଜ କୋଳରେ ଟେକି ଧରିଲି । ମୁଣ୍ଡ ପଛପଟୁ ବାହାରୁଥିବା ରକ୍ତ ତା ଧଳା ପୋଷାକକୁ ରକ୍ତାକ୍ତ କରିବା ସହ ମୋ ହାତରେ ଖେଳିଯାଇଥିଲା। ଝିଅଟିକୁ ଡାକ୍ତରଖାନା ନେବାପାଇଁ ଶୁଖା ତଣ୍ଟିରେ ମୁଁ ସାହାଯ୍ୟ ମାଗୁଥାଏ। ଏହା ଦେଖି ବାମ ପାର୍ଶ୍ବରୁ ଆସୁଥିବା ଅଟୋଟି 20 କୋଷ ଦୂରରେ ଅଟକି ଯାଇଥିଲା। ମୁଁ କିନ୍ତୁ ସାହାଯ୍ୟର ଭିକ ମାଗି ଚାଲୁଥାଏ। ଜୋରରେ ଚିଲେଇ ଚିଲେଇ କହୁଥାଏ , ଆମ୍ବଲାନ୍ସ କୁ ଫୋନ କର । 108କୁ କେହି କଲ୍ ଲଗାଅ। କିନ୍ତୁ କେହି ଆସୁନଥାନ୍ତି ସାହାଯ୍ୟ କରିବାକୁ। ଏତିକିବେଳେ କାନ୍ଦ କାନ୍ଦ ମୁହଁରେ ମୁଁ ମୁଣ୍ଡ ଟେକି ଚାରିଆଡେ ଅନେଇଲି। ସମସ୍ତେ ମୋତେ ଅନେଇ ରହିଛନ୍ତି। ସଜୀବ ଥାଇ ବି ଏଠି ସବୁ ନିର୍ଜୀଵ। ଏହି ସମୟରେ ମୋ କାନ ପାଖରେ ଏକ ଶବ୍ଦ ବାଜି ଉଠିଲା । ଶେଯରୁ ଉଠି ଆଲାରାମ୍ ସୁଇଚ୍ ବନ୍ଦ କଲି । ଦେଖିଲି ସମୟ 7ଟା । ଓଃ ଏଇଟା ତା' ହେଲେ ସ୍ୱପ୍ନ ଥିଲା । ମୋ ଦେହ ସାରା ଝାଳ। ଭାବିଲି ଏମିତି ସତରେ ହୋଇଥିଲେ ମୋତେ ଲୋକମାନେ ସାହାଯ୍ୟ କରିଥାନ୍ତେ ତ? ମମି କହେ ପାହାନ୍ତିଆ ସପନ କୁଆଡେ ସତ ହୁଏ ।

Comments

Popular posts from this blog

Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’

Blog No 51 - Happy BirthDay Super Star

‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’

ସ୍ମୃତି ସେ ଦିନର

Blog No - 48 : ସୁଆଣ୍ଡୋରୁ ଜାତିର ଚରିତ୍ର, ସେବାର ମୂର୍ତ୍ତିମନ୍ତ ମହାନାୟକ

ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ

Story Blog No - 50 ଚିକେନ୍ ପକୋଡା

ଓଡ଼ିଶା ଗଣମାଧ୍ୟମରେ AI

୧୯୮୨ ବନ୍ୟା : ସେହି ଅଗଷ୍ଟ ମାସ ଖୁଦୁରୁକୁଣୀ ଓଷାରେ ବାଙ୍କୀବାସୀଙ୍କ ବିକଟାଳ ଚିତ୍କାର

‘ଅର୍ଗସ’