ସୁରକ୍ଷା

ପାପା କଣ କରୁଛ ? ହାଁ । ପାପା ହମ କଣ ଯେ ...କହୁନ କଣ କରୁଛ ? ଆଉ ଏ ଅଙ୍କଲ କାହିଁକି ଆସିଛନ୍ତି? ମାମା, ତମ ନାଁରେ LIC କରୁଛି । ସେଇଟା ପୁଣି କଣ ଯେ । କାହିଁକି କରାଯାଏ ସେଟା । ତୁମ ସୁରକ୍ଷା ପାଇଁ ମାମା । ଆଗକୁ ତୁମର ଯେମିତି କିଛି ଅସୁବିଧା ନହୁଏ, ସେଥିପାଇଁ । LIC କଲେ ତୁମେ କେବେ ବି ଅସୁବିଧାରେ ପଡିବନି । ତୁମେ ବଡ ହେଲା ପରେ ସେତେବେଳକୁ ତୁମ ମାମାକୁ ଆଉ ମୋତେ ହଇରାଣ ହେବାକୁ ବି ପଡିବନି । ତା 'ହେଲେ କଣ ପାପା, ମୋ ସାଙ୍ଗ ମୁନିର ବାପା ତା'ର କଣ LIC କରିନାହାନ୍ତି କି ? ମୁନି ଏବେ ହସ୍ପିଟାଲରେ । ଟୀନା କହୁଥିଲା କି ମୁନି ମାଆ ମୁଣ୍ଡ ପିଟିପିଟି ବହୁତ କାନ୍ଦୁଥିଲେ । ଆଉ ତାଙ୍କ ଘରକୁ ପୋଲିସ ଅଙ୍କଲ ଆସିଥିଲେ କୁଆଡେ । ଝିଅର କଥା ଶୁଣି ହତବାକ୍ ହୋଇଯାଇଥିଲି। କଣ କହିବି ଭାବି ପାରୁ ନଥିଲି । କେମିତି ଯେ ତାକୁ କହିଥାନ୍ତି ସେ ସୁରକ୍ଷା ଦାୟିତ୍ବ କେବଳ ଯେ ଆମର ନୁହଁ । ସମଗ୍ର ପୁରୁଷ ଜାତିର । ଭାବିବା ଭିତରେ ରାମ ବାବୁ କହିଲେ କଣ ଭାବୁଛନ୍ତି । ପେପରରେ ଦସ୍ତଖତ କରିଦିଅନ୍ତୁ । ଆଜି ପଇସା ଜମା କରି କାଲି ଆପଣଙ୍କୁ ବଣ୍ଡ ଦେଇଦେବି । ରାମ ବାବୁ ଆଉ କଣ ସବୁ କହିଯାଉଥିଲେ । କିନ୍ତୁ ମୋର ନଜର ମୋ ଝିଅ ଆଡେ ଥିଲା । ଭାବିଲି କି ପଇସା ଦେଇ ଏ ସୁରକ୍ଷା ତ କରିହେବ କିନ୍ତୁ ସେ ସୁରକ୍ଷା କିଏ ଦେବ ?

Comments

Popular posts from this blog

Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’

Blog No 51 - Happy BirthDay Super Star

‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’

ସ୍ମୃତି ସେ ଦିନର

Blog No - 48 : ସୁଆଣ୍ଡୋରୁ ଜାତିର ଚରିତ୍ର, ସେବାର ମୂର୍ତ୍ତିମନ୍ତ ମହାନାୟକ

ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ

Story Blog No - 50 ଚିକେନ୍ ପକୋଡା

ଓଡ଼ିଶା ଗଣମାଧ୍ୟମରେ AI

୧୯୮୨ ବନ୍ୟା : ସେହି ଅଗଷ୍ଟ ମାସ ଖୁଦୁରୁକୁଣୀ ଓଷାରେ ବାଙ୍କୀବାସୀଙ୍କ ବିକଟାଳ ଚିତ୍କାର

‘ଅର୍ଗସ’