ଗୁରୁ ଦିବସ ସ୍ମୃତିରେ..




ଗୁରୁ ଦିବସ ତ ସରିଲା । ସମସ୍ତେ କେକ୍ କାଟି ଗୁରୁ ଦିବସଟିକୁ ଜନ୍ମଦିନ ଭଳି ପାଳିଲେ । ହେଲେ ମୋ ପାଖେ ଫେସବୁକ, ହ୍ୱାଟ୍ସଆପରେ ଷ୍ଟାଟସ ଛଡିବା ସହ ଆଉ କିଛି ବାଟ ନଥିଲା । ସବୁ ସାରଙ୍କୁ କଲ୍ କରିବାକୁ ସାହାସ ନଥିଲା । ହଁ ଏଇଟା ସତ ଯେ ମୋ ଡାଏରିର ଏକ ଫର୍ଦରେ ଲେଖିଦେଇଥିଲି ସାରଙ୍କ ସହ ବିତାଇଥିବା ସେହି ଦିନ ଗୁଡିକୁ । କିନ୍ତୁ ଆଜି ମୁଁ ଏକ ଭିନ୍ନ ଢଙ୍ଗରେ ଗୁରୁ ଦିବସର ସ୍ମୃତିକୁ ଆପଣଙ୍କ ସହ ସେୟାର କରୁଛି ।

12 ବର୍ଷ ପୂର୍ବେ -

ଗୁରୁ ଦିବସର ପୂର୍ବଦିନ 2ଟଙ୍କା ଆଦାୟ କରି ସ୍କୁଲ ସାରଙ୍କ ପାଇଁ ଉପହାର କିଣାଯାଉଥିଲା । ପେନ ତ ନୁହେଁ କଲମ । ସେ ଦିନ ସକାଳୁ ସକାଳୁ ଗାଧୋଇ 7ରୁ 8ଜଣ ସ୍କୁଲ ସାଙ୍ଗଙ୍କ ସହ ମିଶି ଗାଁର ବରଗଛ ପାଖରେ ଥିବା ସାଗର ଭାଇନାଙ୍କ ଦୋକାନକୁ ଯାଉ । ସେଇଠୁ କୁହାଯିବ ଭାଇନା 20 ଟଙ୍କାର ଗରମ ଗରମ ଆଳୁଚପ, ବରା ଆଉ 20 ଟଙ୍କାର ଛେନା ଗଜା ଦେବ । ଆମ ସାର୍ ଖାଇବେ । ଆଉ ହଁ ସାଗର ଭାଇ, ଫ୍ରୀ 2ଟା ଦେବ । ତା ପରେ ସାଇକେଲରେ ଜଳଖିଆ ସବୁ ଝୁଲିଝୁଲି ସ୍କୁଲରେ ପହଞ୍ଚିଯିବ । ପ୍ରଥମେ ସାର ଆସିକି ଚେୟାରରେ ବସିଲା ପରେ ସବୁ ଯେମିତି କାମ ହବା କଥା ହେବ । ଝିଅମାନେ ସବୁ କଣ ସେଇ ଫୁଲ ବି ନେଇକି ଆସିଥିବେ ମାଳ କରିକି । ସେ ଯାହାବି ହେଉ ପ୍ରଥମେ ସ୍କୁଲର ଫାଷ୍ଟ ପିଲା କି ସେକେଣ୍ଡ ପିଲା ଭାଷଣ ଦେବେ । ପରେ ସାରଙ୍କ ପାଳି । ଭାଷଣ କିଏ ଶୁଣୁଚି ମ । ଆମ ମନ ଥିବ ସାରଙ୍କ ଆଗରେ ପ୍ଲେଟରେ ବଢାଯାଇଥିବା ଚପ ବରା ପାଖରେ । ସାର ଆମ ମନ କଥା ବୁଝନ୍ତି ନା କଣ । ସେ ବି ଗୋଟି କି ଦୁଇଟା ଖାଇକି ଉପହାର ନେଇସାରି ଚାଲିଯାଆନ୍ତି । କ୍ଲାସର କବାଟ ପାଖେ ହେଉ ହେଉ ଆମ ହାତ ପ୍ଲେଟରେ ବାଜେ । ଆଉ ଚପ’ଟା ହାତରେ ଆସଲା ବେଳକୁ ପକୁଡି ହୋଇଯାଏ ।

ହା ହାଃ .. ହୁଏତ ମୋ ପରି ବହୁତ ଜଣ ପାଗଳ ଥିବେ । ଏହି ସବୁ ପଢିସାରିଲା ପରେ ମନେ ପକାଉଥିବେ ସେହି ଦିନର ଅଭୁଲା ଗୁରୁ ଦିବସକୁ ।

Comments

Popular posts from this blog

Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’

Blog No 51 - Happy BirthDay Super Star

‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’

ସ୍ମୃତି ସେ ଦିନର

Blog No - 48 : ସୁଆଣ୍ଡୋରୁ ଜାତିର ଚରିତ୍ର, ସେବାର ମୂର୍ତ୍ତିମନ୍ତ ମହାନାୟକ

ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ

Story Blog No - 50 ଚିକେନ୍ ପକୋଡା

ଓଡ଼ିଶା ଗଣମାଧ୍ୟମରେ AI

୧୯୮୨ ବନ୍ୟା : ସେହି ଅଗଷ୍ଟ ମାସ ଖୁଦୁରୁକୁଣୀ ଓଷାରେ ବାଙ୍କୀବାସୀଙ୍କ ବିକଟାଳ ଚିତ୍କାର

‘ଅର୍ଗସ’