ମୁଁ ରାଜରାସ୍ତାର ସକାଳ ଜଳଖିଆ କହୁଛି ...


ମୁଁ ରାଜଧାନୀ ଭୁବନେଶ୍ୱର ଓ ପୁରୁଣା ରାଜଧାନୀ କଟକର ରାଜରାସ୍ତାର ସକାଳ ଜଳଖିଆ କହୁଛି । ଆଶା କରୁଛି ଆପଣ ମାନେ ଭଲରେ ଥିବେ । ଆଜି ମୋର ଲେଖିବାର ତାତ୍ପର୍ଯ୍ୟ ବୁଝିବା ହେବେ । ଏବେ ମୋର କର୍ମଭୂଇଁ ଅଧିକାଂଶ ସହରର ରାଜରାସ୍ତାରେ ଠେଲାଗାଡ଼ିରେ । ରାଜ୍ୟ ଓ ରାଜ୍ୟ ବାହାରର ଅନେକ ଲୋକଙ୍କ ବେପାର ମୋ ପାଇଁ । କିନ୍ତୁ ଗର୍ବ ବୋଲି ମୋର ନାହିଁ । ମାତ୍ର ଦୁଃଖ ଏତିକି ଯେ ଆଗଭଳି ମୋ ପାଇଁ ସେ ଆତ୍ମୀୟତା ନାହିଁ । ଏଥିପାଇଁ ଦୋକାନୀ ଓ ଗ୍ରାହକ ଉଭୟ ଯେ ଦାୟୀ, ମୁଁ ତାର ଜ୍ୱଳନ୍ତ ପ୍ରମାଣ । ସେଥିପାଇଁ ମୁଁ କୁହେ...

ରାତି ପାହିଲାଣି ରାବଇ କାଉ, ହେଉ ନାହିଁ ଆଉ ସେକାଳ ଜାଉ ।

ପାହାନ୍ତେ ପାହାନ୍ତେ ସେବେ ହୁଅନ୍ତି ବିକ୍ରି, ଏବେ ଶେଯରୁ ନ ଉଠଇ ରାଜଧାନୀ ବାସୀ,

କେମିତି ଜଳଖିଆ ହୁଅନ୍ତା ଯେ ସଅଳ ବିକ୍ରି । 

            ମୋର ସମୟ ସାରଣୀ ଏବେ ଏମିତି । ଆଗଭଳି ଲୋକମାନେ ସକାଳୁ ଶୀଘ୍ର ଉଠୁ ନଥିବାରୁ ଏବେ ସକାଳୁ ଟିକେ ବିଳମ୍ବରେ ମୁଁ ବିକ୍ରି ହେଉଛି । କହିଲେ ସକାଳ ୭ଟାରୁ ମୋର ଜଳଖିଆ ଭାଇ ମାନଙ୍କ ନିତ୍ୟକର୍ମ ଆରମ୍ଭ । ଏବେ ରାଜରାସ୍ତାରେ ଅଧିକାଂଶ ସ୍ଥାନରେ ଦହିବରା ଆଳୁଦମ ଠେଲାଗାଡ଼ିରେ ମୁଁ ଅଧିକ ବିକ୍ରି । ଅନେକାଂଶେ ସ୍ଥାନେ ବରା, ଚପ୍, ସିଙ୍ଗଡା, ପୁରୀ, ପରଟା ଭଳି ତେଲ ଜିନିଷ ଇତ୍ୟାଦୀ ଜଳଖିଆକୁ ପସନ୍ଦ କରନ୍ତି ସମସ୍ତେ । ଦକ୍ଷିଣ ଭାରତର ଜଳଖିଆ ମଧ୍ୟ ମୋର ଥଳିରେ । ନାନାପ୍ରକାର ଦୋସା, ଇଡଲି, ଶମ୍ବର ସହ ଉତ୍ତର ଭାରତର ଛୋଲେ ବଟୁରେ, ଆଳୁ ପରଟା ବି ମୁଁ ଆପଣ ମାନଙ୍କୁ ଦେଉଛି । କଲେଜ ପିଲାମାନେ ମିଆ ମୋର୍ ଭଳି ଅନେକ ଦୋକାନରୁ ବାସି ପେଟିସ ଭଳି ଚଟାପଟା ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି । 



କିନ୍ତୁ ଦୁଃଖ ବହୁତ ଯେ ଆମର ଓଡ଼ିଆ ଜଳଖିଆ ପ୍ରାୟତଃ ଚୂଲିକି ଗଲାଣି । ଫୁଡ ବ୍ଲଗର ମାଳମାଳ କିନ୍ତୁ ସେମାନେ ବି ସେହି ମସଲା ଦିଆ ଓ ସୁଆଦିଆ ଖାଦ୍ୟର ପ୍ରଚାର ପ୍ରସାର କରିବାରେ ବ୍ୟସ୍ତ । ହାଁ, ଏବେ କିଛି ସଂସ୍ଥା ଆମ ଓଡ଼ିଆ ପିଠା ସବୁ ବିକ୍ରି କରୁଛନ୍ତି । କିନ୍ତୁ ଦରଦାମ ଓ ଓଡ଼ିଆ ବାସ୍ନା ନ ଥିବାରୁ ହୁଏତ ଲୋକମାନଙ୍କ ଆତ୍ମୀୟତା ନଥିବା ମୋତେ ଲାଗୁଛି । ବୁଟ ସିଝା, ମୁଗରେ ବିଁ ମୁଁ ଜଳଖିଆ ଭାବରେ ଗଣା ହେଲିଣି । ଏଇଟା ଭଲ କଥା । କିନ୍ତୁ ଆପଣମାନେ କୁହନ୍ତୁ, କଣ ଏଠି ମୁଁ ଚୁଡା, ଦହି ଭାବେ ସକାଳ ଜଳଖିଆରେ ବିକ୍ରି ହୋଇପାରିବିନି ? ଲିଆ କ୍ଷୀର, ମୁଢ଼ି କ୍ଷୀର, ପୃଷ୍ଟିଯୁକ୍ତ ଛତୁଆ, ମାଣ୍ଡିଆ ଭାବରେ କାହିଁକି ବିକ୍ରି ହୋଇପାରିବନି ? ବିହାର, ପଶ୍ଚିମବଙ୍ଗ ଭଳି ଅନେକ ରାଜ୍ୟରେ ଯଦି ଏହି ସବୁ ଖାଦ୍ୟ କମ ପଇସାରେ ବିକ୍ରି ହୋଇପାରୁଛି ତେବେ ଏଠାରେ କାହିଁକି ନୁହେଁ? ମ୍ୟାଗିରେ ଚିଜ୍ ଓ ମସଲା ପକାଇ ଯଦି ଦଶ ପ୍ରକାର ମ୍ୟାଗି ଡିସ୍ ପ୍ରସ୍ତୁତ କରାଯାଇ ପାରୁଛି ତେବେ ଚୂଡାରେ କ୍ଷୀର, ନଡ଼ିଆ, ଗୁଡ କିମ୍ବା ପୁରୀ ଜିଲ୍ଲା ଶୈଳିରେ ଚୂଡା ସହ ବାଡ଼ିଆ ଡାଲମା ପ୍ରସ୍ତୁତ କରି ବିଭିନ୍ନ ଆକାରରେ କଟକ ଓ ଭୁବନେଶ୍ୱରରେ ସକାଳ ଜଳଖିଆ ଭାବରେ କ'ଣ ପାଇଁ ବିକ୍ରି କରିପାରିବା ନାହିଁ ? ଆମ ସୁସ୍ଥକର ଓଡ଼ିଆ ଖାଦ୍ୟରେ ଏତେ ମହକ ଅଛି ତା' ହେଲେ କାହିଁକି ଖାଲି ଦହିବରା ଖାଇ ଗର୍ବ କରିବା ।  ଏସବୁ ବି ଖାଇ ପ୍ରଚାର ପ୍ରସାର କରିବା ଠିକ୍ କି ନୁହେଁ ? ସେଥିପାଇଁ ମୁଁ କୁହେଁ .. 

ଚୁଡା ଦହି, ଲିଆ ମୁଢି, ଚୁଡା ସନ୍ତୁଳା ବି ଆମେ ଖାଇବା

 ଖାଦ୍ୟ ବି ନରମ, ପେଟକୁ ହଜମ

ତେଲଖିଆ ସ୍ୱାଦିଷ୍ଟ ଜଳଖିଆ କିଆଁ ଖାଇବା, ଝିଣ୍ଟିକା ମାରି ବଣି କାଇଁ ପୋଷିବା ?   



ଲେଖକ - ସତ୍ୟଜିତ ସାମଲ 



Comments

Popular posts from this blog

Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’

Blog No 51 - Happy BirthDay Super Star

‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’

ସ୍ମୃତି ସେ ଦିନର

Blog No - 48 : ସୁଆଣ୍ଡୋରୁ ଜାତିର ଚରିତ୍ର, ସେବାର ମୂର୍ତ୍ତିମନ୍ତ ମହାନାୟକ

ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ

Story Blog No - 50 ଚିକେନ୍ ପକୋଡା

ଓଡ଼ିଶା ଗଣମାଧ୍ୟମରେ AI

୧୯୮୨ ବନ୍ୟା : ସେହି ଅଗଷ୍ଟ ମାସ ଖୁଦୁରୁକୁଣୀ ଓଷାରେ ବାଙ୍କୀବାସୀଙ୍କ ବିକଟାଳ ଚିତ୍କାର

‘ଅର୍ଗସ’