ବନ୍ଧନର ବନ୍ଧୁତା (ପ୍ରଥମ ଭାଗ)
ସୁଶ୍ରୀ ! ବିଶ୍ୱାସୀ ଝିଅଟେ । ଏଟିଏମରୁ ପଇସା କାଢିଲା ବେଳେ ପଇସା ଗଣେ ନା ବସ କଣ୍ଡକ୍ଟର 500 ଟଙ୍କା ଖୁଚୁରା ଦେଲା ପରେ । ବିଶ୍ୱାସର ସହିତ ରଖିନିଏ ନିଜର କଣ୍ଢେଇ ଝୁଲୁଥିବା ବ୍ୟାଗରେ । ଆଜି ସେ ସଜେଇ ହୋଇଛି । ସଜେଇ ହୋଇଛି ବାହା ହେବା ପାଇଁ । ମାଟି ଘଡିରେ ଟଙ୍କା ରଖିବା କଣ ସାରିଲା, ହାତକୁ ଦି ହାତ କରିଦେଉଛନ୍ତି ତା ବାପା ମା । ଅନ୍ୟପଟେ ସତିଶ୍ ନିଜ ପାଇଁ ବ୍ଲେଜର , ଜୋତା ଓ ସାଙ୍ଗ ସୁଶ୍ରୀ ପାଇଁ ଗୋଟେ ସୁନା ମୁଦି ଆଣିଛି । ବ୍ୟସ୍ତତା ଯୋଗୁଁ ସୁଶ୍ରୀ ତା ବାହାଘର ଛପା କାର୍ଡର ଫୋଟ ସତିଶକୁ ପଠେଇଛି ହ୍ୱାଟସଆପରେ । ଆଜି ହେଉଛି ସୁଶ୍ରୀର ବାହାଘର । ସତିଶ୍ ବି ସକାଳ 9 ଟାରୁ ରାମଦେବ ବାବାଙ୍କ ସାବୁନ ଲଗେଇ ଗାଧୋଇ ବାହାରି ପଡିଛି ସାଙ୍ଗ ସୁଶ୍ରୀଙ୍କ ଘର ଭୁବନେଶ୍ୱର ଯିବ ବୋଲି । ଉବେର ମଗେଇଛି ସେ । ଗାଡିରେ ଗଲାବେଳେ ମନେ ପଡିଯାଇଛି ସୁଶ୍ରୀ ସହ ବିତାଇଥିବା ବନ୍ଧୁତ୍ୱର ଦିନକୁ । ଏପଟେ ସୁଶ୍ରୀ ମଜିଯାଇଛି ତା ବାହାଘରରେ । ବାହାଘରର ପୂର୍ବ ରାତିରେ ସମସ୍ତଙ୍କୁ ମେସେଜ କରିଛି ଆସିବାକୁ । ମୋବାଇଲର ଚାର୍ଜ ସରିଯିବାରୁ ଚାର୍ଜରେ ଫୋନ ଲଗେଇଛି ସିନା କିନ୍ତୁ ସୁଇଚ୍ ଅନ କରିନି । ଭାବିଛି ସକାଳୁ ସତିଶକୁ ଫୋନ କରିବ । ତା ବାହାଘରରେ ସବୁ କାମ କରିନେବ ବୋଲି ସତିଶ୍ କଲେଜରେ +3 ପଢା ସମୟରେ ପ୍ରତିଶୃତି ଦେଇଥିଲା । କଲେଜ ପୂରିବାକୁ 5 ବର୍ଷ ହୋଇଗଲାଣି । ଏତିକିବେଳେ ସୁର୍ଶୀର କାନରେ ବାଜିଲା ସତୀଶ ଆସିଲାଣି । ଦୌଡି ଯାଇ ଦେଖେ ତ...

Comments
Post a Comment