ବିଶ୍ୱାସ ବନାମ ହେତୁବାଦୀ
ଆମର ପ୍ରତ୍ୟେକ ପର୍ବ ସମାଜର ଚାଲିଚଳଣୀ ଓ ପରମ୍ପରାର ଅବିଚ୍ଛେଦ୍ୟ ଅଙ୍ଗ । ମହାପ୍ରଭୁଙ୍କ ନୀତିକାନ୍ତି, ରଥଯାତ୍ରା, ଦୁର୍ଗାପୂଜା, କାଳିପୂଜା, ମାଣଓଷା ଗୁରୁବାର ଓ ରଜ ଭଳି ସମସ୍ତ ପର୍ବପର୍ବାଣୀ, ତତସହ ପରମ୍ପରା ମାନବ ସମାଜକୁ ଅନେକ ସକାରାତ୍ମକ ବାର୍ତ୍ତା ଦେଉଅଛି । ଭସାଣୀ ବି ଏକ ସୂଚକ ଯେ ଜୀବନ ହେଉଛି ଆଜି କାଲିର ଦିନ । ଧରାପୃଷ୍ଠକୁ ଆସିଛ ମାନେ ବିଦାୟ ନେବା ନିଶ୍ଚିତ । ଗୁରୁତ୍ୱପୂର୍ଣ୍ଣ, ତୁମେ ସେହି ଜୀବନକାଳ ମଧ୍ୟରେ କ’ଣ କରୁଛ । ଏହିଭଳି ଭାବରେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗହଣରେ ହାଣ୍ଡିଛାଡ ମଧ୍ୟ ମାନବ ବିଶ୍ୱାସର ଏକ ଅଂଶବିଶେଷ, ଯାହା ଅନାଦି ଅନନ୍ତ କାଳରୁ ଚାଲି ଆସୁଛି । ମୋତେ ଲାଗେ ସମ୍ଭବତଃ ଏହା ଆମର ଖାଦ୍ୟ ପେୟର ପରିବର୍ତ୍ତନକୁ ସୂଚାଉଛି ନଚେତ୍ ହାଣ୍ଡି ଛାଡ଼ର ପ୍ରକୃତ ସକାରାତ୍ମକ ଅର୍ଥ ନିଆଯାଇପାରିବ, ବେଳେବେଳେ ରୋଷେଇ ନକରି ଶୁଖା ଖାଦ୍ୟକୁ ବି ଗ୍ରହଣ କରାଯିବ ଉଚିତ୍ । ଗୃହିଣୀଙ୍କୁ ମଧ୍ୟ ଏକ ଦିନ ବିଶ୍ରାମ, ଏହା ସର୍ବଗ୍ରହଣୀୟ । ହାଁ, ମୁଁ ଏପରି କରିପାରେ ଯେ ଗୋଟିଏ ଲୋକ ଯଦି ଭୋକିଲା ଅଛି ଆଉ ତାକୁ ଖାଦ୍ୟ ଦିଆନଗଲେ ତାହାର ଶରୀର ପ୍ରତି କ୍ଷତି ହେବାର ଯଥେଷ୍ଟ ସମ୍ଭାବନା ଅଛି, ସେହି ସମୟରେ ଉକ୍ତ ବ୍ୟକ୍ତିର ସ୍ଥିତାନୁସାରେ ଏହି ନିୟମକୁ ଭଙ୍ଗ କଲେ କିଛି ଅସୁବିଧା ନାହିଁ ।
ମୋ ଜୀବନର ଉଦାହରଣ ସ୍ୱରୂପ ମୁଁ
ମୋ ଡାହାଣ ହାତରେ ଏକ ମୁଦି ପିନ୍ଧିଛି । ଏକ ସମୟରେ ବିପଦ ଥିବା କାରଣରୁ ବାପା ଓ ମାଆଙ୍କ
କହିବାନୁସାରେ ମୁଁ ମୁଦିଟିକୁ ପିନ୍ଧିଛି । ମୁଦି ପିନ୍ଧିବା ଉପରେ ହୁଏତ ମୋର ବିଶ୍ୱାସ ନ ଥାଇ
ପାରେ, କିନ୍ତୁ ମୋର ବିଶ୍ୱାସ ବାପା ମାଆଙ୍କ ବିଶ୍ୱାସ ସହ ଅଛି । ତେଣୁ ବାପା ମାଆଙ୍କ କଥାକୁ
ଅନୁକରଣ କରି ମୁଦି ପିନ୍ଧିଦେଲେ ଆଧୁନିକତାର ଚତ୍ରଣରେ ମୁଁ ଖରାପ ହୋଇଗଲି, ଏହା ଭାବିବା ସମ୍ପୂର୍ଣ୍ଣ
ଭୁଲ ଅଟେ ।
ଗହଣ ଲାଗିବା ଏକ ବିଜ୍ଞାନ
ସମ୍ମତ ପ୍ରକ୍ରିୟା । ଏହା ନିର୍ଭର କରେ, ତାହାକୁ ପାଳନ କରୁଥିବା ଉକ୍ତ ମାନବର ବିଶ୍ୱାସ ଉପରେ ।
ବିନା ମାନସିକ ଓ ଶାରିରୀକ କଷ୍ଟରେ ଏହାକୁ କିଏ କିପରି ଗ୍ରହଣ କଲା, ଏଥିରେ ସମସ୍ତେ ମୁଣ୍ଡ
ଖେଳାଇବା ଅନୁଚିତ । ଯେଭଳି ଗତକାଲି ଦୀପାବଳିରେ ସମଗ୍ର ଭାରତବର୍ଷରେ ଘରେ ଘରେ ସମସ୍ତେ ପିଠାପଣା
କଲେ, ଏହା ବି ଏକ ବିଶ୍ୱାସ । ମାତ୍ର ଆଜି ଅନେକ ସ୍ଥାନରେ ତଥାକଥିତ ହେତୁବାଦୀମାନଙ୍କ ଚିକେନ୍ ବିରିୟାନୀ ଖାଇ ବୁଝାଇବାର ଅପଚେଷ୍ଟା ଏକ ବଦଅଭ୍ୟାସ କହିଲେ ଅତ୍ୟୁକ୍ତି ହେବ ନାହିଁ । ଗତକାଲି
ହୁଏତ ହେତୁବାଦୀମାନେ ଦୀପାବଳି ପରମ୍ପରାରେ ଘରେ ପ୍ରସ୍ତୁତ ପିଠା ଖାଇଥିବେ, ଚିକେନ୍
ବିରିୟାନୀ ରାନ୍ଧିବାକୁ ପରାମର୍ଶ ଦେଇନପାରନ୍ତି । କହିବା ଯଥାର୍ଥ, ସମାଜର ଦୀର୍ଘ ପରମ୍ପରା ସହ ଜଡ଼ିତ ସକାରାତ୍ମକ
ଢାଞ୍ଚାକୁ ସକାରାତ୍ମକ ଭାବରେ ଗ୍ରହଣ କରାଯାଉ । ହାଁ, ଏହା ବି ସତ ଯେ ସମାଜରେ ପ୍ରଚଳିତ ଅନେକ
ନକରାତ୍ମକ ଢାଞ୍ଚାର ଆନ୍ଧକାରକୁ ଦୂର କରିବା ପାଇଁ ସାମୂହିକ ପ୍ରଚେଷ୍ଟା ବି ହେବା ଅବଶ୍ୟ, କିନ୍ତୁ ଏକ ଭଲ
ବିତର୍କ ମାଧ୍ୟମରେ, ବଦଅଭ୍ୟାସ ମାଧ୍ୟମରେ ନୁହେଁ ।
ମନ୍ତବ୍ୟ - ସତ୍ୟଜିତ ସାମଲ
email - samalsatyajit63@gmail.com

Comments
Post a Comment