Blog No 54 ଚକ୍ରବ୍ୟୂହର ସାଥୀ


(ପ୍ରଥମ ସୋପାନ)

ସୁଜିତ୍ ବାବୁ ସୋଫା ଉପରେ ବସି ନିଜ ମୋବାଇଲ୍ ସ୍କ୍ରିନକୁ ଚାହିଁ ହସୁଥିଲେ । ସେୟାର ମାର୍କେଟର ନାଲି-ସବୁଜ ଗ୍ରାଫ୍ ଭିତରେ ଆଜି ସବୁଜ ହୋଇଯାଇଛି ତାଙ୍କର ଭାଗ୍ୟ । ଏଥିପାଇଁ ତାଙ୍କର ଖୁସି କହିଲେ ନସରେ, ଯାହା ତାଙ୍କ ମୁଖମଣ୍ଡଳୀରୁ ସ୍ପଷ୍ଟ । କିନ୍ତୁ ଏହି ଖେଳ ପଛର ଗୂଢ଼ ରହସ୍ୟ ହେଉଛି -ଏହା ଏକ Zero-Sum Game ଅର୍ଥାତ୍, ସୁଜିତ୍ ବାବୁଙ୍କ ପକେଟକୁ ଆସିଥିବା ପ୍ରଫିଟ୍ କାହାର ନା କାହାର କ୍ଷତିରୁ ହିଁ ଆସିଛି । ଅର୍ଥାତ୍ ସୁଜିତ୍ ବାବୁ ଯେଉଁ ୫୦,୦୦୦ ଟଙ୍କା ଲାଭ କଲେ, ତାହା ମାର୍କେଟରେ କୌଣସି ଗଛରୁ ଫଳିନଥିଲା । ସେହି ସମୟରେ ଅନ୍ୟ କେଉଁଠି ବସିଥିବା ଅଜୟ ନାମକ ଜଣେ ବ୍ୟକ୍ତି ଠିକ୍ ସେତିକି ଟଙ୍କା ହରାଇ ନିଜ ମୁଣ୍ଡରେ ହାତ ଦେଇ ବସିଥିଲେ । ଅର୍ଥାତ୍ ସୁଜିତ୍ ବାବୁଙ୍କ ବିଜୟ ପଛରେ ଅଜୟଙ୍କ ପରାଜୟ ଲୁଚି ରହିଥିଲା ।

(ଦ୍ୱିତୀୟ ସୋପାନ)

ସୁଜିତ୍ ବାବୁ ଏହି ଖୁସିରେ ପାର୍ଟି କରିବା ପାଇଁ ତାଙ୍କ ଝିଅ ରିମାକୁ ବ୍ଲିଙ୍କ୍-ଇଟ୍‌ରେ କିଛି ମିଠା ଓ ସ୍ନାକ୍ସ ଅର୍ଡର ଦେବା ପାଇଁ କହିଲେ । ରିମା ଅର୍ଡର ଦେବା ମାତ୍ରେ  ଠିକ୍ ୧୦ ମିନିଟ୍‌ରେ ତାଙ୍କ ଡୋର ପାଖରେ ପହଞ୍ଚିଗଲା ଜଣେ ଯୁବକ । କଲ୍ କରିବା ମାତ୍ରେ ସେଠାରୁ ଆସି ମିଠା ନେଇଗଲା ରିମା । ଏହି ସମୟରେ ସୁଜିତ୍ ବାବୁଙ୍କୁ ଆରାମ ମିଳିଲା ସତ, କିନ୍ତୁ ସେହି ଆରାମ ପଛରେ ଆଉ ଜଣଙ୍କର ପରିଶ୍ରମ ନିହିତ ଥିଲା ।

  ସେହିପରି ତାଙ୍କର ଝିଅ ରିମା ଆଜି ଅଫିସ୍ ନ ଯାଇ ଘରେ ଥିଲା । ଛୁଟିରେ ଥିବାରୁ ତାର କାମ ଭାର ଦିଆଯାଇଥିଲା ତାର ଅଫିସ ସହଯୋଗୀ ଅମିତକୁ । ଅର୍ଥାତ୍ ରିମାର କାର୍ଯ୍ୟ ଦାୟିତ୍ୱ ସେଦିନ ଆଉ ଜଣେ ନିର୍ବାହ କରୁଥିଲା ।   

(ତୃତୀୟ ସୋପାନ)

ରାତିରେ ସପରିବାର ଏକ ନାମୀ ଦାମୀ ରେଷ୍ଟୁରାଣ୍ଟକୁ ଗଲେ ସୁଜିତ୍ ବାବୁ । ସେଠାରେ ସେ ଖାଦ୍ୟର ସ୍ୱାଦ ନେଉଥିବା ବେଳେ, କେଉଁ ଏକ ଅନ୍ଧାରିଆ କୋଣରେ ୫୦ ଡିଗ୍ରୀ ତାପମାତ୍ରାରେ ନିଆଁ ସହ ଲଢୁଥିଲା ରୋଷେଇ । ଅଳ୍ପ କେଉଁ ଖାଦ୍ୟ ଖାଇ ଜୀବିକା ନିର୍ବାହ କରୁଥିଲା ଓ୍ୱେଟର । ଅର୍ଥାତ୍, ସୁଜିତ୍ ବାବୁଙ୍କ ହାତପାହାନ୍ତାରେ ଜିଭର ତୃପ୍ତି ସେହି ରୋଷେୟା ଏବଂ ଓ୍ୱେଟରର କଠିନ ପରିଶ୍ରମର ହିଁ ପରିଣାମ ଥିଲା ।

(ଚତୁର୍ଥ ସୋପାନ)

ରାତିରେ ସୁଜିତ୍ ବାବୁ ନିଶ୍ଚିନ୍ତରେ ଶୋଇଗଲଲେ । ସେ ଶାନ୍ତିରେ ଏଥିପାଇଁ ଶୋଇପାରିଲେ କାରଣ ଗେଟ୍ ପାଖରେ ୫୫ ବର୍ଷର ଜଣେ ବୃଦ୍ଧ ସିକ୍ୟୁରିଟି ଗାର୍ଡ ହାତରେ ଲାଠି ଧରି ନିଜ ନିଦ୍ରାକୁ ବଳି ଦେଇ ଜଗି ରହିଥିଲା ।

(ପଞ୍ଚମ ସୋପାନ)

ତାତ୍ପର୍ଯ୍ୟ, ଏହି ଦୁନିଆରେ କେହି ସ୍ୱାଧୀନ ନୁହଁନ୍ତି । ଆପଣମାନେ ଆଜି ଯେଉଁ ଖୁସି ପାଇଛନ୍ତି, ତାହା ଏକ ବିରାଟ ବ୍ୟବସ୍ଥାର ଫଳ । ଯେଉଁଠି ଜଣେ ଶୋଉଛି ମାନେ ଜଣେ ଜଗୁଛି, ଜଣେ ଖାଉଛି ମାନେ ଜଣେ ରାନ୍ଧୁଛି, ଜଣେ କାମ କରୁନି ମାନେ ତାର କାମ ଆଉ କିଏ କରୁଛି, ଆଉ ଜଣେ ଜିତୁଛି ମାନେ ଜଣେ ନିଶ୍ଚୟ ହାରୁଛି । ଏହି ସନ୍ତୁଳନ ହିଁ ସଂସାରର ଗତି ଓ ରୀତି ।

ଲେଖକ ସତ୍ୟଜିତ୍ ସାମଲ


Comments

Popular posts from this blog

Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’

Blog No 51 - Happy BirthDay Super Star

‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’

ସ୍ମୃତି ସେ ଦିନର

Blog No - 48 : ସୁଆଣ୍ଡୋରୁ ଜାତିର ଚରିତ୍ର, ସେବାର ମୂର୍ତ୍ତିମନ୍ତ ମହାନାୟକ

ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ

Story Blog No - 50 ଚିକେନ୍ ପକୋଡା

ଓଡ଼ିଶା ଗଣମାଧ୍ୟମରେ AI

୧୯୮୨ ବନ୍ୟା : ସେହି ଅଗଷ୍ଟ ମାସ ଖୁଦୁରୁକୁଣୀ ଓଷାରେ ବାଙ୍କୀବାସୀଙ୍କ ବିକଟାଳ ଚିତ୍କାର

‘ଅର୍ଗସ’