ବ୍ରେକ୍ ଅପ୍





ଗତକାଲି ରାତିର କଥା । ଗର୍ଲ ଫ୍ରେଣ୍ଡ ସହ ଝଗଡା ହେବା ପରେ ମୁଁ ମୋ ଆଡୁ ବ୍ରେକ୍ ଅପ୍ କରିଦେଲି । ଆଖିରେ ଦୁଃଖ ଓ ମନରେ କୋହ । ସମ୍ଭାଳି ନପାରି ଶୋଇବାକୁ ଗଲି । କିନ୍ତୁ ନିଦ ମହାରାଜ ସେଦିନ ହୁଏତ ଆସିବାକୁ ମନା କରିଦେଇଥିଲେ ଆସିବା ପାଇଁ । ରାତିସାରା ଗର୍ଲ ଫ୍ରେଣ୍ଡର ଭାବନାରେ । ନିଦ ନହେବାକୁ ତାର ଚେହେରା ବାରମ୍ବାର ପ୍ରତିଫଳିତ ହେଉଥାଏ ମୋ ଆଖି ଆଗରେ । ତା’ରି କଥା ମନେପକାଇ ପକାଇ ରାତି ପାହିବା ବେଳକୁ ଆଖିରେ ନିଦ ଆସିଲା । ଆଉ ନିଦ ଲାଗିବା ପରେ ପରେ ତୃତୀୟ ନୟନରେ ଦୃଶ୍ୟମାନ ହୋଇଛି ସେ...ମାନେ ମୋ ଗର୍ଲ ଫ୍ରେଣ୍ଡ୍ ।

ମୁଁ ମୋ ଗର୍ଲଫ୍ରେଣ୍ଡ୍ ସହ ମାମୁ ଘରକୁ ଯାଉଛୁ । ବାଟରେ କିଛି ଅଜଣା ଯୁବକ ଆମକୁ ଆକ୍ରମଣ କଲେ । କିନ୍ତୁ ଆକ୍ରମଣରେ ମୋର ଯେତେକି କ୍ଷତି ନହେଲା ଅଧିକ କ୍ଷତି ହେଲା ମୋ ଗର୍ଲ ଫ୍ରେଣ୍ଡର । ଅଚେତ ଅବସ୍ଥାରେ ତାକୁ ମାମୁ ଘରକୁ ଆଣି ଡାକ୍ତରଙ୍କୁ ଡାକାଇଲୁ । ମୁଁ ବ୍ୟସ୍ତ ବିବ୍ରତ ଥାଏ । ମୋ ଆଖିରୁ ଲୁହ ବାହାରିବା ଭିତରେ ଜଣେ କେହି କହିଲେ ମାମା(ଜିଏଫ) ଆଉ ନାହିଁ । ଏହି କଥା ଶୁଣିବା ପରେ ମନରେ ଥିବା କୋହ ଓ ଯନ୍ତ୍ରଣାକୁ ସମ୍ବରଣ କରି ନପାରି ଭେଁ ଭେଁ କାନ୍ଦି ପକାଇଲି । ଆଖିରୁ ଅନର୍ଗଳ ଧାର୍ ଧାର୍ ଲୁହ ବୋହି ଚାଲୁଥାଏ । ମାମୁ, ମାଇଁ, ପଡୋଶୀ, ବାପା ଏବଂ ମମି ମୋ କାନ୍ଦବୋବାଳି ଦେଖି ସ୍ତବ୍ଧ । ଏହି ସମୟରେ ମୋର ମନକୁ ଏକ ଭାବନା ଆସିଲା ଯେ ମାମାର ଆଖି ନେଇ ମୋ ଆଖି କାଢି ଲଗେଇ ଦିଅନ୍ତି କି । ମୋ ଭଳି ତାର ଆଖି ଖରାପ ନୁହଁ । ଜୀବନଯାକ ତା ଆଖିରେ ଦୁନିଆ ଦେଖିବି । ଭାବିବି କି ସବର୍ଦା ସେ ମୋ ପାଖରେ ଅଛି  

ଏତିକି ବେଳେ ମୋ ଠାରୁ ନିକଟ ଦୂରରେ ଥିବା ମମି ପାଖକୁ ଆସି ମୋତେ କହିଲା କାନ୍ଦେନି । ତାଙ୍କ ଘର ଲୋକଙ୍କୁ ଫୋନ୍ ଲଗେଇକି ଦେ... ମୁଁ ଜଣେଇ ଦେବି । ଆଣ୍ଟିକୁ ଫୋନ ଲଗାଇ ମମିକୁ ଫୋନ ଦେଲା ବେଳକୁ ମୋ ଛାତି ଧଡକିନା ହେଲା । ଫେରି ଆସିଲି ବାସ୍ତବ ଦୁନିଆକୁ । ଓଃ ଏଇଟା ତା' ହେଲେ ସ୍ୱପ୍ନ ଥିଲା । ହାତ ମାରିଲା ବେଳକୁ ଆଖିରେ ଲୁହ । ହଠାତ୍ ଫୋନ ଉଠାଇ ଗର୍ଲ ଫ୍ରେଣ୍ଡକୁ କଲ୍ କଲି କିନ୍ତୁ ତା' ଫୋନ୍ ଲାଗିଲାନି 

ଶେଯରୁ ଉଠି ଭୟଙ୍କର ସ୍ୱପ୍ନର ବାସ୍ତବିକତାକୁ ପରଖିବାକୁ ଲାଗିଲି । ଭାବୁ ଭାବୁ ମନରେ ଏହା ଆସିଲା ଯେ ପିଲା ବେଳେ ଥରେ ମମି ମୋତେ ମିଛ କହି ମାମୁ ଘର ଚାଲି ଆସିଥିଲା ଆଉ ମୁଁ କାନ୍ଦିକାନ୍ଦି ଆମ ଘର ବାରଣ୍ଡାରେ ଗଡିଯାଇଥିଲି । ଆଉ ଏହି ଭାବନା ହିଁ ମୋତେ ମୋ ପ୍ରଶ୍ନର ଉତ୍ତର ଦେଇ ସାରିଥିଲା ।
    

Comments

Popular posts from this blog

Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’

Blog No 51 - Happy BirthDay Super Star

‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’

ସ୍ମୃତି ସେ ଦିନର

Blog No - 48 : ସୁଆଣ୍ଡୋରୁ ଜାତିର ଚରିତ୍ର, ସେବାର ମୂର୍ତ୍ତିମନ୍ତ ମହାନାୟକ

ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ

Story Blog No - 50 ଚିକେନ୍ ପକୋଡା

ଓଡ଼ିଶା ଗଣମାଧ୍ୟମରେ AI

୧୯୮୨ ବନ୍ୟା : ସେହି ଅଗଷ୍ଟ ମାସ ଖୁଦୁରୁକୁଣୀ ଓଷାରେ ବାଙ୍କୀବାସୀଙ୍କ ବିକଟାଳ ଚିତ୍କାର

‘ଅର୍ଗସ’