Happy Birthday Get link Facebook X Pinterest Email Other Apps - July 20, 2022 It’s a crazy day,Too quick,As early morning arrives.Wake up, let’s get ready,Show off today,Because today is someone’s birthday! From - Satyajit Get link Facebook X Pinterest Email Other Apps Comments
Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’ - December 20, 2024 ମୁଁ ଚକୁଳେଶ୍ୱର ଯିବି , କିନ୍ତୁ ସେଠି ମୋର ନାମ କ ’ ଣ କହିବି । କୁନୁ ? ନା କୁନୁ ନୁହେଁ , ସତ୍ୟଜିତ୍ କହିବୁ । ଏତେ ଭଲ ନାଁଟା କୁନୁ କାହିଁକି କହିବୁ । ୨୦୧୦ ମସିହାରେ ଚକୁଳେଶ୍ୱର ମା ’ ସରସ୍ୱତୀ କୋଚିଂ ସେଣ୍ଟର ଯିବା ପୂର୍ବରୁ ବାପାଙ୍କ ସହ ମତ ବିନିମୟ ବେଳେ ଏହି କଥା କହିଥିଲେ ସେ । ସତ କଥା । ଯଦି ଆଜି ସେହି ସତ୍ୟଜିତ୍ ଏକ କ୍ଷୁଦ୍ର ପରିଚୟଟିଏ ପାଇଛି ତେବେ ସେହି କୋଚିଂ ସେଣ୍ଟର ପାଇଁ । ଷ୍ଟ୍ରଗଲ୍ ସମୟରେ ଭୁଲି ଯାଇଥିଲି କିନ୍ତୁ ଏବେ ବହୁତ ମନେ ପଡେ । କେତେ ସୁନ୍ଦର ଥିଲା ସେ ଦିନ । ସବୁ ବନ୍ଧୁମାନେ ନିଜର ପରି ମନେହୁଅନ୍ତି । ହୁଏତ ନିଜ ସ୍କୁଲରେ ପଢିବା ସମୟରେ ସେହି ଭଲପାଇବା ମିଳିନି । ସେ ସମୟର ଏହି କଥା ସବୁ ଭାବୁ ଭାବୁ ଦୁଇ ମାସ ତଳୁ ଯୋଜନା ହୋଇଥିବା ଦିନଟି ପହଞ୍ଚିଗଲା । ଅର୍ଥାତ୍ ଡିସେମ୍ବର ୧୫ । ଜୀବନରେ ଅଧା ଫର୍ଦ୍ଦ ସରିବା ପରେ ଆଉ ଗୋଟିଏ ଅଧା ଫର୍ଦ୍ଦ ପରି ଦିନଟିଏ । ଏହି ଦିନରେ କ୍ଷଣିକ ମୁହୂର୍ତ୍ତ ବି ମୁଁ ଅପଚୟ କରିବାକୁ ଚାହୁଁନଥିଲି । ପାହାନ୍ତିଆ ସକାଳେ ଶୀତ ବସ୍ତ୍ର ପିନ୍ଧି ବାହାରି ପଡିଲି କୁଶପାଙ୍ଗୀ । ଅନେକ କାମ ଅଛି । ଗ୍ରାମରେ ପ୍ରବେଶ କରୁ କରୁ ଦେଖା ହୁଏ ଦିଲ୍ଲୀପ ଏବଂ କିଛି ସମୟ ପରେ କୁଶପାଙ୍ଗୀ ହାଇସ୍କୁଲରେ ଦେଖା ହୋଇଯାଏ ସିପୁନା । ଚକୁଳେଶ୍ୱରର ନଗେଶ ବାଇକରେ ଆସି ସେଠାରେ ପହଞ୍ଚେ । ଗୁମା ଫୋନ୍ କରି ମୋତେ କୁହେ କି ମୁ... Read more
Blog No 51 - Happy BirthDay Super Star - May 30, 2025 ବହୁତ କମ୍ ଲୋକ ଜାଣିଥିବେ । କାରଣ , ତାଙ୍କ ବିଷୟରେ ହୁଏତ କେହି ଲେଖିନାହାନ୍ତି କିମ୍ବା କେହି ଜଣାଇନାହାନ୍ତି । ବାପାଙ୍କ କ୍ୟାରିୟରର ଜୀବନଯାତ୍ରା ଆରମ୍ଭ ହୁଏ ଜଣେ ଗଣିତ ଶିକ୍ଷକରୁ । ତାଙ୍କର ବାପା ଅର୍ଥାତ୍ ମୋର ଜେଜେ ବାପା କଟକରେ ପୋଲିସ ଚାକିରି କରିଥିବାରୁ ସେ ମଧ୍ୟ ଏହି ରୌପ୍ୟ ସହରରେ ଆରମ୍ଭ କରନ୍ତି ଶିକ୍ଷକତା ବୃତ୍ତି । ଏକାଧାରରେ ଜଣେ ଶିକ୍ଷକ , ସମାଜସେବୀ , ବ୍ୟବସାୟୀ ଏବଂ ସବୁଠୁ ବଡ କଥା ଜଣେ କ୍ରିକେଟପ୍ରେମୀ ମଧ୍ୟ । ମୋର ଫେସବୁକର ଫ୍ରେଣ୍ଡ୍ ଲିଷ୍ଟରେ ସବୁ ବନ୍ଧୁମାନଙ୍କୁ ମିଶାଇ ଯଦି କ୍ରିକେଟ୍ ପ୍ରେମର ପରିସଂଖ୍ୟାନ ମିଶାଯାଏ , ତେବେ ତାଙ୍କର କ୍ରିକେଟ୍ ପ୍ରେମ ଆଗରେ ଫିକା ପଡିବ । ହୁଏତ ଏହି ଯୋଶରେ ସେ ଆମ ଗାଁରେ ତାଙ୍କର ସାଙ୍ଗମାନଙ୍କୁ ନେଇ ପଥର କାଟି କ୍ରିକେଟ୍ ଖେଳ ପଡ଼ିଆ ତିଆରି କରିଥିଲେ , ଏ ସମ୍ପର୍କରେ ମୁଁ ଖୁବ ଶୀଘ୍ର ତାଙ୍କ ଜୀବନୀ ବିଷୟରେ ବ୍ଲଗ ଲେଖିଲେ ଆପଣମାନେ ଜାଣିବେ । ଚୁମ୍ବକରେ କହି ରଖେ କି 1999 ମହାବାତ୍ୟା ସମୟରେ ସେ ସାଥୀମାନଙ୍କୁ ନେଇ ଗାଁର ଘର ଘର ବୁଲି ସମସ୍ତଙ୍କୁ ସାହାଯ୍ୟ କରୁଥିଲେ । ଆମ ଗାଁ ବଜାରର କେନ୍ଦ୍ରସ୍ଥଳୀରେ ତାଙ୍କ ଦ୍ୱାରା ଆରମ୍ଭ ହୁଏ ଏକ ବସ୍ତ୍ର ଦୋକାନ , ଯାହା ଶ୍ରୀଜଗନ୍ନାଥ ଭେରାଇଟି ଷ୍ଟୋର୍ ଏବଂ ପରେ ମାଆ ତାରିଣୀ ବସ୍ତ୍ର ଭଣ୍ଡାରରେ ନାମିତ ହୁଏ । ଯେତେବେଳେ ଗାଁରେ ଯୋଗାଯୋଗର ବହୁତ ସମସ୍ୟା ଥିଲା , ସେତେବେଳେ ବାଙ୍କୀ ଉପଖଣ୍ଡରେ ପ୍ରଥ... Read more
‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’ - September 27, 2024 -ବିଶ୍ୱ ପର୍ଯ୍ୟଟନ ଦିବସରେ ବିଶେଷ ଉପସ୍ଥାପନା- ଓଡ଼ିଶାର କଳା ଓ ଭାସ୍କର୍ଯ୍ୟର ସ୍ୱର୍ଗ ରଘୁରାଜପୁର ଗୃହର ପ୍ରଥମ ପ୍ରବେଶ ଦ୍ୱାରରୁ ମନମୋହକ ଚିତ୍ର । ଅନ୍ୟ ଘର ପରି ପାଦ ଧୋଇ ନୁହେଁ ବରଂ ସୃଜନାତ୍ମକ କଳାର ଦୃଶ୍ୟପଟ୍ଟରେ ଅତିଥିଙ୍କୁ ହୁଏ ସ୍ୱାଗତ । ସାଧାରଣ ସଫା , ଚୌକି ପରିବର୍ତ୍ତେ ‘ ଆ ’ ଏବଂ ‘ ର ’ ସମାହାରରେ କରାଯାଏ ଆମନ୍ତ୍ରଣ । ‘ ଆ ’ ରେ ଆସନ୍ତୁ ଏବଂ ‘ ର ’ ରେ ରଙ୍ଗର ଚାରୁସୌନ୍ଦର୍ଯ୍ୟକୁ ଅନୁଭବ କରନ୍ତୁ । ନାନାଙ୍କନ ଚିତ୍ରକଳା , ଚିତ୍ରବିଚିତ୍ର । ସେ ପୁଣି ରାମାୟଣ , ମହାଭାରତ , କୃଷ୍ଣଲୀଳା । ସ୍ୱର୍ଗର ସୌନ୍ଦର୍ଯ୍ୟରେ ଶୂନ୍ୟତାର ଆକାଶବାଣୀରେ ଥିଲା ଗାଁଟି । ନା ’ ଟି ହେଲା ରଘୁରାଜପୁର । କଳା ଓ ଭାସ୍କର୍ଯ୍ୟର ସ୍ୱର୍ଗ ରଘୁରାଜପୁର । ରଘୁରାଜପୁରର ପଟ୍ଟଚିତ୍ର ଏକ ଅନନ୍ୟ ଚିତ୍ରକଳାର ବୈଶିଷ୍ଟ୍ୟ । ଯେଉଁ ଗ୍ରାମର ମାଟି ମହନୀୟ ହୋଇଛି ଓଡ଼ିଶୀ ନୃତ୍ୟଗୁରୁ ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ର ଏବଂ ଗୋଟିପୁଅ ନୃତ୍ୟଗୁରୁ ପଦ୍ମଶ୍ରୀ ମାରୁଣିଚରଣ ଦାସଙ୍କ ପରି ବିଶ୍ୱବିଖ୍ୟାତଙ୍କ ପ୍ରତିଭାରେ । ପୃଥିବୀ ପ୍ରସିଦ୍ଧ ଏହି ଗ୍ରାମରେ ନିଜକୁ ଲୀନ କରିବା ଥିଲା ମୋ ପାଇଁ ଅନନ୍ୟ ଅନୁଭୂତି । Credit - https://x.com/AboutIndia/status/908632226404823040 ଗ୍ରାମରେ ପ୍ରବେଶ ପୂର୍ବରୁ ଦୁଇ ପାର୍ଶ୍ୱରେ ପଡେ ନଦୀ... Read more
ସ୍ମୃତି ସେ ଦିନର - April 18, 2021 ଦଶମ ଶ୍ରେଣୀରେ ପଢୁଥିଲି । ପାଠ ସେତେ ଭଲ ହେଉନଥିବାରୁ ଘରେ ସ୍ଥିର କଲେ ମୋତେ ଚକୁଳେଶ୍ୱର କୋଚିଂ ସେଂଟର ପଠାଇବା ପାଇଁ । କାରଣ ସମସ୍ତଙ୍କ ମନରେ ଏହି ବିଶ୍ୱାସ ଥିଲା ଯେ ମାଡ଼ ହେଲେ ପାଠ ହୁଏ । ଆଉ ଉକ୍ତ କୋଚିଂ ସେଣ୍ଟରଟି ମାଡ ଓ ଦଣ୍ଡ ପାଇଁ ପ୍ରସିଦ୍ଧ ଥିଲା ଆମ ବାଙ୍କୀ ଅଞ୍ଚଳରେ । ପ୍ରଥମେ ମନରେ ବହୁତ ଡର ଥିଲା । କାରଣ ପାଠ ନପଢିଲେ ବେତରେ ମାଡ ତ ମାଡ ଗାଁ ରାସ୍ତାରେ ଡିବି ଧରି ଆଣ୍ଠୁଆ ବସାଉଥିଲେ ଏବଂ ସେ ବାଟ ଦେଇ ଯିଏ ଯାଉଥିଲା ତାକୁ ଡାକି କହିବାକୁ ପଡେ ମୋ ନା ଅମକ, ମୁଁ ପାଠ ପଢି ଆସିନଥିବାରୁ ମୋତେ ସାର୍ ଏଇ ଦଣ୍ଡ ଦେଇଛନ୍ତି। ସେ ଯାହା ବି ହେଉ ମାଁ ସରସ୍ୱତୀଙ୍କ ନାମରେ ନାମିତ କୋଚିଂ ସେଣ୍ଟରଟି ଆମ ଘର ଠାରୁ ପ୍ରାୟ 5 କିଲୋମିଟର ଦୂର । ଯିବା ଆସିବା କରିବା ପାଇଁ ମୋ ଦାଦା ମୋ ପାଇଁ ନୂଆ ‘ଏଭନ୍ କ୍ରସ୍’ ସାଇଲେଲ କିଣିଦେଇଥିଲେ । ବାସ୍ ଦଶମ ହାୱା ବହିବା ସହ ଆରମ୍ଭ ହୋଇଯାଇଥିଲା ମୋ ଜୀବନର ଅନ୍ୟ ଏକ ଯାତ୍ରା । ଆମ ଗାଁରୁ ମୁଁ ଏକମାତ୍ର ହିଁ ସେହି କୋଚିଂକୁ ଟ୍ୟୁସନ୍ ହେବାକୁ ଯାଏ। ସମୟ ସହ ତାଳ ଦେଇ ଆଗୁକୁ ବଢିଚାଲିଲି । ପ୍ରିଟେଷ୍ଟ ପରେ ଟେଷ୍ଟ ପରୀକ୍ଷା ଆରମ୍ଭ ହୋଇଗଲା । ସ୍କୁଲରେ ଦ୍ୱିତୀୟ ଦିନ ଇଂରାଜୀ ପରୀକ୍ଷା ଦେଇ ଘରକୁ ଆସିଲି । ସେଦିନ ଥାଏ ମଙ୍ଗଳବାର । ମମି ମଙ୍ଗଳବାର ଓଷା କରିଥାଏ । ଓଷାର ନୀତି ମୁତାବକ ସେ ନଦୀକୁ ଯାଇଥାଏ ସେଠାରୁ ମାଠିଆରେ ପାଣି ଆଣି ଗାଁର ମଙ୍ଗଳା ମନ୍ଦିରରେ ଢାଳିବାକୁ। ଏପ... Read more
Blog No - 48 : ସୁଆଣ୍ଡୋରୁ ଜାତିର ଚରିତ୍ର, ସେବାର ମୂର୍ତ୍ତିମନ୍ତ ମହାନାୟକ - October 09, 2024 ( ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟ ଜୟନ୍ତୀ ଅବସରରେ) ଶିକ୍ଷା, ସମାଜସେବା, ଓଡ଼ିଆ ଭାଷା, ସାହିତ୍ୟ, ସାମ୍ବାଦିକତା ଓ ରାଜନୀତି । ଜଣେ ଦୂରଦର୍ଶୀ ବ୍ୟକ୍ତି । ଏହି ସବୁ କ୍ଷେତ୍ରରେ ରହିଛି ସର୍ବୋତ୍ତମ ପାରଦର୍ଶିତା । ସ୍ୱାଧୀନତା ପୂର୍ବ ଭାରତର ଅନନ୍ୟ ଚେହେରା । ଓଡ଼ିଶା ଗଠନର ଅନ୍ୟତମ ବିନ୍ଧାଣୀ । ତ୍ୟାଗ ଓ ସେବାର ମୂର୍ତ୍ତିମନ୍ତ ଚେହେରା । ନାମରେ ବି ବନ୍ଧୁ । ପୂରଣ କଲେ ହେଉଛି ଗୋପବନ୍ଧୁ । ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶା ଇତିହାସର ପୃଷ୍ଠାରେ ହୁଅନ୍ତି ମହାନାୟକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ । ପୂଣ୍ୟାତ୍ମାଙ୍କ ଜନ୍ମପୀଠ ସତ୍ୟବାଦୀ ସୁଆଣ୍ଡୋ ଗ୍ରାମରେ । ୦୯.୧୦.୧୮୭୭ରେ ଆବିର୍ଭାବ ଏବଂ ୧୭.୦୬.୧୯୨୮ରେ ହୁଏ ତାଙ୍କର ତିରୋଧାନ । କେବଳ ଜଣେ ବ୍ୟକ୍ତି ନୁହେଁ, ଥିଲେ ଜଣେ ଅନୁଷ୍ଠାନ । ଗୋପବନ୍ଧୁଙ୍କ ପରି ଜଣେ ବିରଳ ମହାପୁରୁଷଙ୍କ ଜୀବନକାହାଣୀ ନା କଲମ ମୁନରେ ଲେଖାଯାଇପାରିବ, ନା ବହିର ପୃଷ୍ଠାରେ ବର୍ଣ୍ଣନା କରିହେବ । ତାଙ୍କର ତ୍ୟାଗ , ବିଚାରକୁ ତୁଳନା କରିବା ଅସମ୍ଭବ । ହୁଏତଃ ଏଥିପାଇଁ ତାଙ୍କର ଜନ୍ମସ୍ଥାନ ସୁଆଣ୍ଡୋ ସ୍ଥିତ ଷଠିଘର ଏବଂ ଗୋପବନ୍ଧୁ ସଂଗ୍ରହାଳୟରେ କେବଳ ଛବି, ପ୍ଲାଷ୍ଟିକ୍ ଓ କାଚ ପ୍ଲେଟରେ ସୀମିତ ଶବ୍ଦରେ ଉଲ୍ଲେଖ କରାଯାଇଛି । ଷଠିଘର ସାମ୍ନାରେ ଅଛି ଗୋଟିଏ ବରଗଛ ଏବଂ ଦୈନିକ ଖବରକାଗଜ 'ସମାଜ'ରେ ପରିପୂର୍ଣ୍ଣ ଏକ ଷ୍ଟାଣ୍ଡଟିଏ । ଗ୍ରା... Read more
ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ - March 19, 2023 ଛୋଟ ଥିଲି ଆଉ ଘରେ ଗେହ୍ଲବସର ମଧ୍ୟ । ସବୁ ପିଲାଙ୍କ ପରି ଦୁଷ୍ଟ ନଥିଲେ ମଧ୍ୟ ଖାଇବା ସମୟରେ ବେଳେ ବେଳେ ମୋର ଫରିବି କୁଆଡେ ବାହାରେ ବୋଲି ମମି କୁହେ । ଦିନେ, ମୋର ଦେହ ଖରାପ ଥିବାରୁ ଜିଦ୍ ଧରିଲି ଖାଇବିନି ବୋଲି । ମମିର ଅନେକ ପ୍ରଲୋଭନ ସତ୍ତ୍ୱେ ମୋର ଏକା ଜିଦ୍ ମୁଁ ଖାଇବିନି ମାନେ ଖାଇବିନି । ତା’ ପରେ ବୁଦ୍ଧିମତୀ ମମି ମୋର କଣ କଲା ! ଆମ ଘର ଆଗ ପିଜୁଳି ଗଛରେ ବସିଥିବା ଘରଚଟିଆକୁ ଗୋଟେ ସୂତାରେ ବାନ୍ଧି ମୋ ହାତରେ ଧରେଇ ଦେଲା । ଆ ପରେ ଆଉ କଣ... ମୁଁ ହାଉଁ ହାଉଁ କରିକି ତାଟିଆଏ ଡାଲମା ଗୋଳା ଭାତ ଖାଇଦେଲି । ସେବେଠାରୁ ସେ ମୋ ସାଙ୍ଗ । ସ୍ନେହରେ ତାକୁ ମୁଁ ଟିକି ଚଢେଇ ଡାକେ । ତାର ଚିକିରିମିକିରିକୁ ମୋର କୂଆଁ କୂଆଁ ଶବ୍ଦ । ନଦେଖିଲେ ତାକୁ ମୋର ଖାଇବା ବି ବନ୍ଦ । ମୁଁ ଯାହା ବି ଖାଏ ତାକୁ ବି ଖୁଆଏ । ତେବେ ଦିନେ ମୁଁ ଅଙ୍ଗନବାଡିରୁ ଆସି ଦେଖ ତ ସେ ଘରେ ନାହିଁ । ବାନ୍ଧା ଯାଇଥିବା ସୂତା ଛିଡିଯାଇଛି । ବହୁତ ଖୋଜିଲି କିନ୍ତୁ ମିଳିଲାନି । ପରିଶେଷରେ ଜେଜେ ମାଆ ବୁଝାଇଲା କି ସେ ତା’ ମା ପାଖକୁ ଯାଇଛି, ଆସିଯିବ। 20 ବର୍ଷ ତଳର ଅପେକ୍ଷା ଆଜି ବି ଅଛି କିନ୍ତୁ ଏବେ ଏହି ପ୍ରଜାତିର ପକ୍ଷୀ ବିଲୁପ୍ତ ପ୍ରାୟ । ପ୍ରକୃତିର ସ୍ରୋତରେ କେବଳ ଛାୟା ହୋଇ ରହିଛି ଘରଚଟିଆ। ଏବେ ଅପେକ୍ଷା ସେମାନଙ୍କ ଭଳି ପକ୍ଷୀଙ୍କୁ ସାହାରା ଦେବାକୁ, ଜଙ୍ଗଲରେ ନିରାପଦରେ ଆଶ୍ରୟ ଦେବାକୁ, ପ୍ଲାଷ୍ଟିକ୍ ବଦଳରେ ସେମାନଙ୍କ ମନପସନ୍ଦର... Read more
Story Blog No - 50 ଚିକେନ୍ ପକୋଡା - January 24, 2025 ବର୍ଷା ରାତି । ଚାରିରୁ ଛଅ ଦିନ ହେବ ଭୁବନେଶ୍ୱରରେ ଝଡି ବର୍ଷା ଯୋରଦାର୍ ଲାଗି ରହିଥାଏ । ବର୍ଷା ଛାଡିବା ପରେ ଏକ ରବିବାର ହଠାତ୍ ଘରୁ ବାହାରିଲେ ସୋମ ବାବୁ । ସୋମ ବାବୁ ବହୁତ ଭଲ ଲୋକ । କିନ୍ତୁ ଟିକିଏ ଆମିଷ ପ୍ରେମୀ । ଲଗାତାର ବର୍ଷା ଲାଗି ରହିବା କାରଣରୁ ଆମିଷ ଟିକିଏ ପାଟିରେ ବାଜିନି । ତେଣୁ ସେହି ରବିବାର ଦିନ ତାଙ୍କର ଇଚ୍ଛା ହେଲା ଚିକେନ୍ ପକୋଡା ଖାଇବା ପାଇଁ । ତେଣୁ ସେ ହଠାତ୍ ବାହାରି ଗଲେ ଚିକେନ୍ ପୋକଡା ଆଣିବା ପାଇଁ । ବେଶୀ ଦୂର ନାହିଁ ଏଇ ପାଖ ମିନା ଦୋକାନରୁ । ସେ ଚିକେନ୍ ପକୋଡା ହାଫ୍ ପ୍ଲେଟ୍ ଅର୍ଡର ଦେଲେ । ଦୋକାନୀ ଜଣଙ୍କ ସଙ୍ଗେସଙ୍ଗେ ତାଙ୍କ ହାତକୁ ବଢାଇଦେଲା ପକୋଡା । ସୋମ ବାବୁ ଗୋଟିଏ ପକୋଡା ପିସ୍ ହାତକୁ ନିଅନ୍ତି ତ ଏକ ସଫା କାଗଜ ଆସି ତାଙ୍କର ପାଦ ତଳେ ପଡେ । ସୋମ ବାବୁ ଜାଣି ନ ପାରି ସେହି କାଗଜକୁ କୌତୁହଳ ଭାବରେ ଗୋଡରେ ଗୋଇଠା ମାରିବାକୁ ଲାଗିଲେ । କିନ୍ତୁ କାଗଜଟି ଶୂନ୍ୟରେ ଉଡିବା ପରିବର୍ତ୍ତେ ଥମ୍ ହୋଇ ତାଙ୍କ ଚପଲର ପଛ ପଟେ ଲାଗି ସାରିଥାଏ । ଇତିମଧ୍ୟରେ ସୋମ ବାବୁ ଅବା କ୍ଷଣି ଦୋକାନୀକୁ ପଇସା ଦେଇ ଘରକୁ ପ୍ରତ୍ୟାବର୍ତ୍ତନ କରିବାକୁ ଲାଗିଲେ । ଆଉ ଦେଖିଲେ ତାଙ୍କ ଗୋଡ ତଳେ ଥିବା କାଗଜଟି କେଉଁ ଆଡେ ଉଭାନ ହୋଇ ଯାଇଛି । Imaginary Photo କାହିଁକି କେଜାଣି ସୋମ ବାବୁ ହଠାତ୍ ଉଦାସ ଦେଖାଗଲେ । ପୁନର୍ବାର ସେ ଦୋକାନକୁ ଯାଇ କିଛି ଚିକେନ୍ ପକୋଡା ଆଣି ନିଜ ଘର ସ... Read more
ଓଡ଼ିଶା ଗଣମାଧ୍ୟମରେ AI - July 09, 2023 ଯେଉଁଥି ପାଇଁ ହୋଇଛି, ତାହା ହିଁ ହେଉଛି । ଚର୍ଚ୍ଚା ପାଇଁ ହୋଇଥିଲା, ସେଇୟା ହିଁ ତ ହେଉଛି । କିନ୍ତୁ ହଁ, ଏହା ଓଡ଼ିଶା ଗଣମାଧ୍ୟମ ଜଗତ ପାଇଁ ପୂର୍ଣ୍ଣ ରୂପେ ସ୍ୱାଗତଯୋଗ୍ୟ ଓ ଖୁସି ଖବର ମଧ୍ୟ । ବର୍ତ୍ତମାନର ସମୟ ପ୍ରତିଯୋଗିତାମୂଳକ ସମୟ । ଅର୍ଥାତ୍ ନୂଆ କଣ ? ଦିନେ ଦୈନିକ ସମ୍ବାଦ ମଧ୍ୟ ପ୍ରଥମେ ରାଜ୍ୟର ଗଣମାଧ୍ୟମ ସାମ୍ରାଜ୍ୟରେ ରଙ୍ଗୀନ ଖବର କାଗଜ ମୁଦ୍ରଣ କରି ନିଜର ବ୍ରାଣ୍ଡିଂରେ ନୂଆ ପରିଚୟ ତିଆରି କରିଥିଲା । ପରେ ସମସ୍ତ ମୁଦ୍ରିତ ଗଣମାଧ୍ୟମ ତାହାକୁ ଅନୁସରଣ କଲେ । ଏଆଇ ନ୍ୟୁଜ୍ ଆଙ୍କର ତା ’ ଭଳି ସାମଞ୍ଜସ୍ୟ ନ ହେଲେ ମଧ୍ୟ ସେହି ଏକା କଥା । ନୂତନତ୍ତ୍ୱ । ଆପଣମାନେ କୁହନ୍ତୁ, ରେଳ ଷ୍ଟେସନରେ ଯେଉଁ ମହିଳା ଉଦଘୋଷକଙ୍କ ସ୍ୱର ଶୁଭୁଛି, ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ.... ଏହି ସ୍ୱରରେ ଯିଏ ବି ନ୍ୟୁଜ୍ ପଢିବ, ଶୁଣିବାକୁ ତ ନିଶ୍ଚୟ ଭଲ ଲାଗିବ । ଗୁରୁତ୍ୱପୂର୍ଣ୍ଣ ହେଉଛି, ଏଆଇ ନ୍ୟୁଜ୍ ଆଙ୍କର ମାନଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜିଂ ତାଙ୍କ ପାଇଁ ହେବ, ଯିଏ ତାଙ୍କୁ ଇନପୁଟ୍ ହେବ । ନଚେତ୍ ପିଲାବେଳ ପାଠପଢାର ପ୍ରଥମ ସୋପାନରେ ‘ ଜ୍ୟୋସ୍ନାରାଣୀ ’ ର ଉଚ୍ଚାରଣ ଭଳି ଘଟଣା ଘଟିବ । ଆଉ ରହିଲା, ଆଙ୍କର ନିଯୁକ୍ତି ହରାଇବା କଥା । ନିଯୁକ୍ତି ହରାଇବାକୁ ଆଂଶିକ ମାତ୍ରାରେ ଗ୍ରହଣ କରାଯାଇପାରେ, କିନ୍ତୁ ସେମାନଙ୍କ କାମକୁ ସହଜ କରାଯାଇପାରିବ । ଏମିତି ବି ଓଡ଼ିଶା ଗଣମାଧ୍ୟମର ଆଙ୍କରମାନେ କେବଳ ଆଙ୍କରିଂ ... Read more
୧୯୮୨ ବନ୍ୟା : ସେହି ଅଗଷ୍ଟ ମାସ ଖୁଦୁରୁକୁଣୀ ଓଷାରେ ବାଙ୍କୀବାସୀଙ୍କ ବିକଟାଳ ଚିତ୍କାର - August 17, 2022 Photo Credit - India Today ପ୍ରାକୃତିକ ଦୁର୍ବିପାକର ଚିର ସହଚର ଓଡ଼ିଶା । ୧୯୩୬ ଏପ୍ରିଲ ୦୧ , ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ପର ଠାରୁ ସାମୁଦ୍ରିକ ବାତ୍ୟା , ମହାବାତ୍ୟା , ବନ୍ୟା , ଦୁର୍ଭିକ୍ଷ ଏଭଳି ଅନେକ ଉତଥାନ ପତନ ଭିତରେ ଓଡ଼ିଶା ଆଜି ଅଗ୍ରସର । ତନ୍ମଧ୍ୟରୁ ୧୮୮୬ର ନଅଙ୍କ ଦୁର୍ଭିକ୍ଷ , ୧୯୮୨ ବନ୍ୟା , ୧୯୯୯ ମହାବାତ୍ୟା , ୨୦୧୩ ଫାଇଲିନ, ୨୦୧୪ ହୁଡ଼ହୁଡ ଓ ୨୦୧୯ ଫନୀ ଅନ୍ୟତମ । ଏହି ସବୁ ବିଧ୍ୱଂସୀ ବିପର୍ଯ୍ୟୟ ଦ୍ୱାରା ଉତ୍କଳବାସୀ ହୋଇଛନ୍ତି କ୍ଷତାକ୍ତ ଓ ବିକଳାଙ୍ଗ । ମାତ୍ର ସେହି ହୁ ହୁ ଚିତ୍କାରକୁ ପୁଣି ଥରେ ଜୀବିତ କରିଛି ବର୍ତ୍ତମାନର ବନ୍ୟା ସ୍ଥିତି । ସ୍ୱଳ୍ପ କିମ୍ବା ମଧ୍ୟମ ନୁହେଁ ଭୟଙ୍କର ବନ୍ୟାରେ ଟଳମଳ ହେଉଛି ରାଜ୍ୟର ଅନେକ ଜିଲ୍ଲା ଏବଂ ଜଳବନ୍ଦୀରେ ଅନେକ ଗ୍ରାମ । ଏବେ ବନ୍ୟା ଅଞ୍ଚଳରେ ପ୍ରପୀଡ଼ିତଙ୍କ ସ୍ୱରକୁ ଆଧୁନିକ ଗଣମାଧ୍ୟମ ଶାଣିତ ସ୍ୱରରେ ଉଠାଉଛି ସତ କିନ୍ତୁ ଏହି ସମୟରେ ଅତୀତର ଭୟଙ୍କର ବନ୍ୟାକୁ ସ୍ମୃତିଚାରଣ କରାଇବା ମଧ୍ୟ ନିତ୍ୟାନ୍ତ ପରିହାର୍ଯ୍ୟ । ଏହି ପୃଷ୍ଠଭୂମିରେ ୧୯୮୨ ନଦୀବଢ଼ିରେ ବାଙ୍କୀବାସୀ ସହିଥିବା ଯନ୍ତ୍ରଣା ତଥା କ୍ଷୁଧା ଓ ବଞ୍ଚିବା ମଧ୍ୟରେ କରିଥିବା ସଂଘର୍ଷକୁ ବର୍ଣ୍ଣନା କରିବା ମୋ ପାଇଁ ଆଲୋଚନାର ଏକ ପ୍ରେରକ ସାବ୍ୟସ୍ତ ହେବ ବୋଲି ମୁଁ ଭାବୁଛି । ୧... Read more
‘ଅର୍ଗସ’ - April 17, 2023 14.05.2022ରେ ଅର୍ଗସର ସାଟେଲାଇଟ୍ ଲୋକାର୍ପଣର ପୂର୍ବଦିନ ମୁଁ ଲେଖିଥିବା ବାର୍ତ୍ତା - ‘ଅର୍ଗସ’ । ଗ୍ରୀକ୍ ଗଡ୍ । ପୁରାଣଶାସ୍ତ୍ର ଅନୁସାରେ ଯାହାଙ୍କର 100ଟି ନୟନ ବା ସବୁ ଦିଗକୁ ଦେଖିପାରୁଥିବା ଏକ ବିରଳ ଚରିତ୍ର । ଆମ ଓଡ଼ିଆଙ୍କ ଅର୍ଥରେ ଚକାନୟନ ଅର୍ଥାତ୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚକାଡ଼ୋଳା କହିବା ବାହୁଲ୍ୟ ଅଟେ । ଓଡ଼ିଆରେ 5ଟି ସ୍ୱର ଏବଂ ବ୍ୟଞ୍ଜନ ବର୍ଣ୍ଣକୁ ନେଇ ଉଚ୍ଚାରିତ ‘ଅ+ର+୍+ଗ+ସ’ର ଲୋକାର୍ପଣ ହୋଇଥିଲା 2018 ଏପ୍ରିଲ 18 ପବିତ୍ର ଅକ୍ଷୟ ତୃତୀୟା ଦିନ । ଆଖିଦୃଶିଆ ବ୍ୟକ୍ତିବିଶେଷଙ୍କୁ ନୁହେଁ ବରଂ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ପ୍ରତିଭାଙ୍କ ଗ୍ରହଣରେ ଭୁବନେଶ୍ୱର ଇଡକଲ୍ ଅଡ଼ିଟୋରିୟମରେ ଡ଼ିଜିଟାଲ ଚ୍ୟାନେଲ୍ ଭାବରେ ହୋଇଥିଲା ଏହାର ଶୁଭାରମ୍ଭ । ‘ଅର୍ଗସ’ ଚ୍ୟାନେଲର ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା ସାରଙ୍କ କଳ୍ପନାରେ ଆରମ୍ଭ ହୋଇଥିଲା ଅର୍ଗସ । ସତ୍ୟର ସନ୍ଧାନରେ ଗାଁ ଗାଁରେ ଗରିବ ଲୋକଙ୍କ ପାଖରେ ପହଞ୍ଚିବା ଏବଂ ସେମାନଙ୍କର ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ନ୍ୟାୟ ପ୍ରଦାନ କରିବା ଥିଲା ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଚୁମ୍ବକରେ ଗରିବ ଲୋକଙ୍କ ପ୍ରତି ସମର୍ପିତ ଚ୍ୟାନେଲ୍ । ଇତିମଧ୍ୟରେ 3 ବର୍ଷ ବିତିଛି । ଭୁବନେଶ୍ୱର ଅଫିସରେ 35 ଜଣ ଯୁବ ସାମ୍ବାଦିକ ଓ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିବା ଯାତ୍ରାର ସଂଖ୍ୟା ବର୍ତ୍ତମାନ 100ରୁ ଉର୍ଦ୍ଧ୍ୱରେ ପହଞ୍ଚିଛି... Read more
Comments
Post a Comment