Story Blog No - 50 ଚିକେନ୍ ପକୋଡା


ବର୍ଷା ରାତି । ଚାରିରୁ ଛଅ ଦିନ ହେବ ଭୁବନେଶ୍ୱରରେ ଝଡି ବର୍ଷା ଯୋରଦାର୍ ଲାଗି ରହିଥାଏ  । ବର୍ଷା ଛାଡିବା ପରେ ଏକ ରବିବାର ହଠାତ୍ ଘରୁ ବାହାରିଲେ ସୋମ ବାବୁ । ସୋମ ବାବୁ ବହୁତ ଭଲ ଲୋକ । କିନ୍ତୁ ଟିକିଏ ଆମିଷ ପ୍ରେମୀ । ଲଗାତାର ବର୍ଷା ଲାଗି ରହିବା କାରଣରୁ ଆମିଷ ଟିକିଏ ପାଟିରେ ବାଜିନି । ତେଣୁ ସେହି ରବିବାର ଦିନ ତାଙ୍କର ଇଚ୍ଛା ହେଲା ଚିକେନ୍ ପକୋଡା ଖାଇବା ପାଇଁ । ତେଣୁ ସେ ହଠାତ୍ ବାହାରି ଗଲେ ଚିକେନ୍ ପୋକଡା ଆଣିବା ପାଇଁ । ବେଶୀ ଦୂର ନାହିଁ ଏଇ ପାଖ ମିନା ଦୋକାନରୁ । ସେ ଚିକେନ୍ ପକୋଡା ହାଫ୍ ପ୍ଲେଟ୍ ଅର୍ଡର ଦେଲେ । ଦୋକାନୀ ଜଣଙ୍କ ସଙ୍ଗେସଙ୍ଗେ ତାଙ୍କ ହାତକୁ ବଢାଇଦେଲା ପକୋଡା । ସୋମ ବାବୁ ଗୋଟିଏ ପକୋଡା ପିସ୍ ହାତକୁ ନିଅନ୍ତି ତ ଏକ ସଫା କାଗଜ ଆସି ତାଙ୍କର ପାଦ ତଳେ ପଡେ । ସୋମ ବାବୁ ଜାଣି ନ ପାରି ସେହି କାଗଜକୁ କୌତୁହଳ ଭାବରେ ଗୋଡରେ ଗୋଇଠା ମାରିବାକୁ ଲାଗିଲେ । କିନ୍ତୁ କାଗଜଟି ଶୂନ୍ୟରେ ଉଡିବା ପରିବର୍ତ୍ତେ  ଥମ୍ ହୋଇ ତାଙ୍କ ଚପଲର ପଛ ପଟେ ଲାଗି ସାରିଥାଏ । ଇତିମଧ୍ୟରେ ସୋମ ବାବୁ ଅବା କ୍ଷଣି ଦୋକାନୀକୁ ପଇସା ଦେଇ ଘରକୁ ପ୍ରତ୍ୟାବର୍ତ୍ତନ କରିବାକୁ ଲାଗିଲେ । ଆଉ ଦେଖିଲେ ତାଙ୍କ ଗୋଡ ତଳେ ଥିବା କାଗଜଟି କେଉଁ ଆଡେ ଉଭାନ ହୋଇ ଯାଇଛି ।

Imaginary Photo

 କାହିଁକି କେଜାଣି ସୋମ ବାବୁ ହଠାତ୍ ଉଦାସ ଦେଖାଗଲେ । ପୁନର୍ବାର ସେ ଦୋକାନକୁ ଯାଇ କିଛି ଚିକେନ୍ ପକୋଡା ଆଣି ନିଜ ଘର ସମ୍ମୁଖ ରାସ୍ତା ଆଗରେ ଥୋଇ ଦେଲେ । କେଇ ସେକେଣ୍ଡରେ ଏକ ଶ୍ୱାନ ବା ଟମି ଆସି ଚିକେନ୍ ପକୋଡା ଖାଇବାକୁ ଲାଗେ । ଚିକେନ୍ ପକୋଡା ଖାଇଲା ପରେ ସେ ଭୁକିବାକୁ ଲାଗେ । ଇତିମଧ୍ୟରେ ସେହି କାଗଜ ଖଣ୍ଡ ଆସି ତା' ପାଖରେ ପଡିଲା । ହଠାତ୍ ଶାନ୍ତ ପଡିଗଲା ଟମି । କାହିଁକି ନା ସେ କାଗଜ ନ ଥିଲା, ସେ ଥିଲା କାଗଜ ଖଣ୍ଡ ସଦୃଶ ଟମିର ମାଆ ରୋମି, ଯାହାର ଗତ 7 ଦିନ ତଳେ ସେହି ପାଖ ରାସ୍ତାରେ ଏକ ଟ୍ରକ ଧକ୍କାରେ ମୃତ୍ୟୁ ହୋଇଥିଲା ।

Imaginary Photo

 ବର୍ଷା ଯୋଗୁଁ ଛଅ ଦିନ ହେବ ତାର ଛୁଆ ଖାଦ୍ୟ ନ ପାଇ ଭୋକିଲା ଥିଲା ଆଉ କାଗଜ ରୂପରେ ଆସି ଛୁଆର ମନ କଥା ବୁଝିଥିଲା ତା ମା’ ରୋମି । ସେ ମଣିଷ ହେଉ କି ପଶୁ - ମାଆର ମମତା ସବୁବେଳେ ଅଦୃଶ, ଅମର ଓ ଚିରନ୍ତନ । 

ସତ୍ୟଜିତ୍ ସାମଲ

Comments

Post a Comment

Popular posts from this blog

Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’

Blog No 51 - Happy BirthDay Super Star

‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’

ସ୍ମୃତି ସେ ଦିନର

Blog No - 48 : ସୁଆଣ୍ଡୋରୁ ଜାତିର ଚରିତ୍ର, ସେବାର ମୂର୍ତ୍ତିମନ୍ତ ମହାନାୟକ

ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ

ଓଡ଼ିଶା ଗଣମାଧ୍ୟମରେ AI

୧୯୮୨ ବନ୍ୟା : ସେହି ଅଗଷ୍ଟ ମାସ ଖୁଦୁରୁକୁଣୀ ଓଷାରେ ବାଙ୍କୀବାସୀଙ୍କ ବିକଟାଳ ଚିତ୍କାର

‘ଅର୍ଗସ’